ଆଉ ଏକ ଲଘୁଚାପ, ୩ ଦିନ ପର୍ଯ୍ୟନ୍ତ ଲଗାଣ ବର୍ଷା !

ଅକ୍ଟୋବର ମାସ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ଲାଗିରହିବ ବର୍ଷା । ଗୋଟିଏ ପରେ ଗୋଟିଏ ଘୂର୍ଣ୍ଣିବଳୟ ଆସିବ । ଯାହାଫଳରେ ରାଜ୍ୟରେ ଲଗାଣ ବର୍ଷା ଲାଗିରହିବ । ଆସନ୍ତା ୧୯ ତାରିଖ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ପୁଣି ଏକ ଲଘୁଚାପ ବଳୟ । ଯାହାଫଳରେ ପରବର୍ତ୍ତୀ ୨୪ ଘଣ୍ଟାରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ରିପୋର୍ଟ ଅନୁଯାୟୀ ଆସନ୍ତା ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟ ବିଭିନ୍ନ ପ୍ରାନ୍ତରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ବର୍ତ୍ତମାନ ଏକ ଟ୍ରଫ ଲାଇନ୍ ସକ୍ରିୟ ରହଛି । ଯାହା ଆସନ୍ତା ୧୮ ତାରିଖ ଯାଏଁ କୌଣସି ପ୍ରବଳ ବର୍ଷା ହେବାର ସମ୍ଭାବନା ନାହିଁ । କେବଳ ଦକ୍ଷିଣ ଓ ଉତ୍ତର ଓଡିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୪୦ରୁ ୫୦କିଲୋମିଟର ବେଗରେ ପବନ ବହିବା ସହ ୧୯ରୁ ୨୦ ତାରିଖ ଦୁଇଦିନ ଗଭୀର ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ପ୍ରବେଶ କରିବା ନେଇ ବାରଣ କରାଯାଇଛି ।

ପାଣିପାଗ ବିଜ୍ଞାନର ବିଶାରଦ ଡକ୍ଟର ସୁରେନ୍ଦ୍ରନାଥଙ୍କ କହିବାନୁଯାୟୀ, ଗଞ୍ଜାମ, ବାଲେଶ୍ୱର, ଯାଜପୁର ଓ ଆଉ କେତେକ ସ୍ଥାନରେ ୧୬ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଉତ୍ତର ଆଭ୍ୟନ୍ତରୀଣରେ ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ମଧ୍ୟମ ଧରଣର ବର୍ଷା ହୋଇପାରେ । ଚତୁର୍ଥ ସପ୍ତାହରେ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ସମୁଦାୟ ବର୍ଷା ୬୫ ମିମି ଏହାର ସମ୍ଭାବନା ରହିଛି ।

Be the first to comment

Leave a Reply

Your email address will not be published.


*