ହେମା ମାଳିନୀଙ୍କ ମୁମ୍ବାଇର ଜୁହୁରେ ଅଛି ସୁନ୍ଦର ବଙ୍ଗଳା, ଜନ୍ମ ଦିନରେ ଦେଖନ୍ତୁ ଡ୍ରିମ୍ ଗାର୍ଲଙ୍କ ସୁନ୍ଦର ଘରର ଫଟୋଗୁଡିକ…

ବଲିଉଡ଼ର ଡ୍ରିମ୍ ଗାର୍ଲ ଅର୍ଥାତ ହେମା ମାଳିନୀ ୭୨ ବର୍ଷ ବୟସ୍କ ହୋଇ ଯାଇଛନ୍ତି । ତାଙ୍କ ଜନ୍ମ ୧୬ ଅକ୍ଟୋବର, ୧୯୪୮ ମସିହାରେ ତାମିଲନାଡୁ ଠାରେ ହୋଇଥିଲା । ହେମା ମାଳିନୀ ୭୦ ଓ ୮୦ ଦଶକର ଏକ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ଚଳଚ୍ଚିତ୍ର ସପନୋ କା ସୌଦାଗରରୁ ସେ ବଲିଉଡ଼ରେ ଲଞ୍ଚ ହୋଇଥିଲେ । ରାଜ କପୂର ଡ୍ରିମ୍ ଗାର୍ଲ କହି ତାଙ୍କୁ ଲଞ୍ଚ କରାଯାଇଥିଲା ଏବଂ ତେବେ ଠାରୁ ତାଙ୍କ ନାମ ହୋଇଗଲା ଡ୍ରିମ୍ ଗାର୍ଲ । ପରେ ସେ ଧର୍ମେନ୍ଦ୍ରଙ୍କ ସହିତ ଡ୍ରିମ୍ ଗାର୍ଲ ନାମରେ ଏକ ଚଳଚ୍ଚିତ୍ର ମଧ୍ୟ କରିଥିଲେ । ତାଙ୍କ ସୁନ୍ଦରତା ଯୋଗୁଁ ଫ୍ୟାନ୍ସ ମାନେ ତାଙ୍କୁ ଡ୍ରିମ୍ ଗାର୍ଲ ବୋଲି ଡାକନ୍ତି । ୭୨ ବର୍ଷ ବୟସରେ ମଧ୍ୟ ହେମା ମାଳିନୀ ଖୁବ୍ ସୁନ୍ଦରୀ ଦେଖାଯାନ୍ତି ।

ହେମା ମାଳିନୀ ଧର୍ମେନ୍ଦ୍ରଙ୍କ ସହିତ ୧୬ଟିରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଅନ୍ଦାଜ, ଜନୀ ମେରା ନାମ, ସୀତା ଔର ଗୀତା, ଶୋଲେ, ରାଜିୟା ସୁଲତାନ,ଧର୍ମାତ୍ମା, ନସିବ, ସତ୍ତେ ପେ ସତ୍ତା ସମେତ ଅନେକଗୁଡ଼ିଏ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ବର୍ଷ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ୍ କରିଥିଲେ । ହେମା ବର୍ତ୍ତମାନ ଚଳଚ୍ଚିତ୍ର ଜଗତରୁ ଦୂରେଇ ଯାଇ ରାଜନୀତି କରୁଛନ୍ତି । ମଥୁରାରୁ ସେ ତୃତୀୟ ଥର ସାଂସଦ ହୋଇଛନ୍ତି ।

ହେମା ମାଳିନୀ ଓ ଧର୍ମେନ୍ଦ୍ରଙ୍କ ଯୋଡ଼ି ୭୦ ଦଶକରେ ବହୁତ ଚର୍ଚ୍ଚିତ ଥିଲା । ଏହି ଯୋଡ଼ିର ପ୍ରେମ କାହାଣୀ ମଧ୍ୟ ଖୁବ୍ ଚର୍ଚ୍ଚାରେ ରହୁଥିଲା । ପାଖାପାଖି ୯ ବର୍ଷ ସମ୍ପର୍କରେ ରହିବା ପରେ ଫିଲ୍ମୀ ପରଦାର ଏହି ଯୋଡ଼ି ୨ ମେ ୧୯୭୯କୁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ହେମା ଓ ଧର୍ମେନ୍ଦ୍ରଙ୍କ ବିବାହକୁ ୪୧ ବର୍ଷ ବିତିଯାଇଛି ।

ହେମା ମାଳିନୀ ବାହାଘର ପରେ ଧର୍ମେନ୍ଦ୍ରଙ୍କ ଘରକୁ କେବେ ଗଲେ ନାହିଁ । ହେମା ମୁମ୍ବାଇର ପଶର ଜୁହୁରେ ରୁହନ୍ତି । ଏହି ଘରକୁ ସେ ସ୍ୱାମୀ ଧର୍ମେନ୍ଦ୍ରଙ୍କ ସହ ମିଶି ୩୦ ବର୍ଷ ପୂର୍ବେ କିଣିଥିଲେ । ଏହା ଏକ ବଡ଼ ସୁନ୍ଦର ବଙ୍ଗଳା ଅଟେ କିନ୍ତୁ ସେ ଏଠାରେ ଏକୁଟିଆ ରୁହନ୍ତି ।

ଏ ଘରେ ହେମାଙ୍କ ସହିତ ତାଙ୍କର କିଛି ଚାକର ଚାକରାଣୀ ମଧ୍ୟ ରୁହନ୍ତି । ଦୁଇଟି ଝିଅଙ୍କ ବାହା ଘର ପରେ ବର୍ତ୍ତମାନ ହେମା ଏହି ବଙ୍ଗଳାରେ ଏକୁଟିଆ ରୁହନ୍ତି ।

ସ୍ୱାମୀ ଧର୍ମେନ୍ଦ୍ର ତାଙ୍କ ସହିତ ରୁହନ୍ତି ନାହିଁ କିନ୍ତୁ ବେଳେବେଳେ ସେ ହେମାଙ୍କୁ ଦେଖା କରିବା ପାଇଁ ଏଠାକୁ ଆସନ୍ତି । ଧର୍ମେନ୍ଦ୍ର ଗତ କିଛି ବର୍ଷରୁ ନିଜ ଫାର୍ମ ହାଉସରେ ରହି ଆସୁଛନ୍ତି ।

ହେମାଙ୍କ ଜୁହୁରେ ଏକ ବଡ଼ ବଙ୍ଗଳା ରହିଛି ଯାହାର ମୂଲ୍ୟ କୋଟି କୋଟି ଟଙ୍କା ଅଟେ । ହେମାନିଜ୍ ଗୃହକୁ ପାରମ୍ପରିକ ରୀତିରେ ସଜାଇ ରଖିଛନ୍ତି । ତାଙ୍କ ଗୃହର ସାଜସଜ୍ଜାରେ ଭାରତୀୟ ଶୈଳୀ ଦେଖାଯାଏ ।

ଏ ଘରେ ସମସ୍ତ ଜିନିଷକୁ ଖୁବ୍ ସୁନ୍ଦର ଭାବେ ସଜାଇ ରଖାଯାଇଛି । ହେମାଙ୍କ ଘର ଭିତର କାନ୍ଥରେ ବଡ଼ ବଡ଼ ଚିତ୍ରକଳା ସବୁ ଦେଖିବାକୁ ମିଳେ । ଡ୍ରଇଂ ରୁମରେ ବଡ଼ ବଡ଼ ଓ ଭିନ୍ନ ଭିନ୍ନ ରଙ୍ଗର ସୋଫା ରଖାଯାଇଛି ।

ଘରର କାନ୍ଥ ଗୁଡ଼ିକ ଧଳା ରଙ୍ଗର ଅଟେ । ସେପକ୍ଷରେ ପରଦାର ରଙ୍ଗ ମଧ୍ୟ ହାଲୁକା ରଖାଯାଇଛି । ତାଙ୍କ ଘର ଖୋଲାଖୋଲି ଓ ପବନ ଯିବା ଆସିବା ବ୍ୟବସ୍ଥା ମଧ୍ୟ ରହିଛି ।

ହେମାଙ୍କ ଘରେ ଏକ ଭବ୍ୟ ପୂଜା ଘର ମଧ୍ୟ ରହିଛି । ଘରେ କାଚର ବଡ଼ ବଡ଼ ଝରକା ରହିଛି, ଯେଉଁଥିରୁ ବାହାରର ଦୃଶ୍ୟ ଖୁବ୍ ସହଜରେ ଦେଖାଯାଏ ।

ହେମାଙ୍କ ଘର ଭିତରୁ ଯେତେ ସୁନ୍ଦର ଦେଖାଯାଏ ବାହାରୁ ମଧ୍ୟ ସେତିକି ଉତ୍ତମ ଦେଖାଯାଏ । ସମସ୍ତ ପର୍ବପର୍ବାଣିରେ ଘରକୁ ସୁନ୍ଦର ଭାବେ ସଜାଯାଏ ।

ଘରର ବାହାରପଟେ ଧଳା ରଙ୍ଗ ଲଗାଯାଇଛି । ତିନି ମହଲାର ଏହି ବଙ୍ଗଳା ବହୁତ ବଡ଼ ଅଟେ । ଘରଟି ବାହାରୁ ଭବ୍ୟ ଓ ଖୁବ୍ ସୁନ୍ଦର ଦେଖାଯାଏ ।

ଫ୍ୟାନ୍ ମାନେ ହେମା ଘର ବାହାରେ ଠିଆ ହୋଇ ଫଟୋ ମଧ୍ୟ ଉଠାନ୍ତି ।

ମଥୁରାର ବୃନ୍ଦାବନର ଓମେକ୍ସହାଉସିଂ ସୋସାଇଟିରେ ସେ ଘର ନେଇଛନ୍ତି । ସ୍ୱାମୀ ଧର୍ମେନ୍ଦ୍ରଙ୍କ ସହ ନିଜ ନୂଆଁ ଘରକୁ ପୂଜାର୍ଚ୍ଚନା କରିବା ପାଇଁ ମଧ୍ୟ ଯାଇଥିଲେ ।

ହେମା ମାଳିନୀ ବିଜେପି ସାଂସଦ ଅଟନ୍ତି । ତାଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ଗୋଟିଏ ଘର ମଧ୍ୟ ମିଳିଛି । ସଂସଦ ଅଧିବେଶନ ସମୟରେ ସେ ସେଠାକୁ ଯାଇ ରୁହନ୍ତି ।

Be the first to comment

Leave a Reply

Your email address will not be published.


*