ଚାଣକ୍ୟ ନୀତି : ଜୀବନରେ ଏହି ୪ଜଣଙ୍କୁ ହଠାତ୍ ବିଶ୍ଵାସ କରନ୍ତୁ ନାହିଁ, ନଚେତ୍ ଧୋକ୍କା ପାଇବା ସଙ୍ଗେ ସଙ୍ଗେ ପଶ୍ଚାତାପ କରିବାକୁ ପଡିପାରେ ।

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ସମୟର ଜଣେ ସର୍ବଶ୍ରେଷ୍ଠ ବିଦ୍ୱାନ ଥିଲେ । ସେ ତାଙ୍କ ଜୀବନର ଅନୁଭୂତି ଏବଂ ଚିନ୍ତାଧାରା ଉପରେ ଆଧାର କରି ଚାଣକ୍ୟ ନୀତି ପ୍ରସ୍ତୁତ କରିଥିଲେ ଯାହା ଆଦୃତ ବର୍ତ୍ତମାନ ମଧ୍ୟ ରହିଛି । କିଛି ଲୋକ ଏହି ଚାଣକ୍ୟ ନୀତିକୁ ଟିକେ କଠୋର ମନେ କରିପାରନ୍ତି କିନ୍ତୁ କଳିଯୁଗରେ ଏହି ନୀତିଗୁଡିକୁ ବ୍ୟବହାରିକ ଭିତ୍ତିରେ ଅଣଦେଖା କରିବା କଷ୍ଟକର । କାରଣ ଏହା କୌଣସି ନା କୌଣସି ସ୍ଥାନରେ ଏହା ନିଶ୍ଚିତ ସାହାଯ୍ୟ କରିଥାଏ ।

ଏଭଳି ପରିସ୍ଥିତିରେ, ଆଜି ଆମେ ଆପଣଙ୍କୁ ଚାଣକ୍ୟନୀତିର ଏକ ବିଶେଷ ବିବୃତ୍ତି ବିଷୟରେ କହିବାକୁ ଯାଉଛୁ । ଏହି ବିବୃତ୍ତିରେ ଆଚାର୍ଯ୍ୟ ଚାଣକ୍ୟ, ଜଣେ ବ୍ୟକ୍ତି ନିଜ ଜୀବନରେ କେଉଁ ଚାରି ଜଣଙ୍କୁ ହଠାତ୍ ବିଶ୍ଵାସ କରିବା ଉଚିତ୍ ନୁହେଁ ଓ ବ୍ୟକ୍ତିଟିକୁ ବିଶ୍ଵାସ କରିବା ପୂର୍ବରୁ ଭଲ ଭାବରେ ପରଖିବା ଉଚିତ୍ । କିନ୍ତୁ କିପରି ଓ କେଉଁ ପରିସ୍ଥିତିରେ ବ୍ୟକ୍ତିଟିକୁ ପରଖିବା ସେ ବିଷୟରେ ବର୍ଣ୍ଣନା କରିଛନ୍ତି । ଆସନ୍ତୁ ଜାଣିବା :-

ଆଚାର୍ଯ୍ୟ ଚାଣକ୍ୟଙ୍କ କହିବାନୁଯାୟୀ, “ସେବକକୁ ସେତେବେଳେ ପରଖନ୍ତୁ ଯେତେବେଳେ ସେ କାମ କରୁନଥିବ, ସମ୍ପର୍କୀୟଙ୍କୁ ଅସୁବିଧାରେ ଥିବା ସମୟରେ, ବନ୍ଧୁକୁ ସଙ୍କଟ ସମୟରେ ଏବଂ ପତ୍ନୀକୁ ଘୋର ବିପଦ ସମୟରେ ପରଖନ୍ତୁ ।”

ଆଚାର୍ଯ୍ୟ ଚାଣକ୍ୟ ବିଶ୍ୱାସ କରନ୍ତି ଯେ ଜଣେ ସେବକର ପ୍ରକୃତ ପରୀକ୍ଷା ସେତେବେଳେ କରାଯିବା ଉଚିତ୍ ଯେତେବେଳେ ସେ କାମ କରୁନଥିବ । ଏହି ସମୟରେ ମନ ଶାନ୍ତ ରହିଥାଏ ଏବଂ ଆପଣ ତାଙ୍କର ପ୍ରକୃତ ଚେହେରା ଦେଖିପାରିବେ । ଆଜିକାଲି ଅନେକ ଲୋକ ଚାକରକୁ ଘରର ସଦସ୍ୟ ଭାବରେ ବିବେଚନା କରନ୍ତି ଓ ସେମାନଙ୍କୁ ପୂର୍ଣ୍ଣ ସମ୍ମାନ ଦିଅନ୍ତି ଏବଂ ଅନ୍ଧ ଭାବରେ ସେମାନଙ୍କୁ ବିଶ୍ୱାସ କରନ୍ତି କିନ୍ତୁ ଏହି ସମୟରେ, ସେବକକୁ ପରଖି ନେବା ଉଚିତ ଅଟେ ।

ସମ୍ପର୍କୀୟମାନଙ୍କର ପ୍ରକୃତ ପରୀକ୍ଷା ସେତେବେଳେ କର ଯେତେବେଳେ ତୁମେ ଅସୁବିଧାରେ ପଡ଼ିଛ । ତୁମର ଭଲ ଦିନରେ ସାମିଲ ହେବା ପାଇଁ ସମ୍ପର୍କୀୟମାନେ ଖୁସିରେ ରାଜି ହୋଇଯାନ୍ତି । କିନ୍ତୁ ଯେତେବେଳେ ତୁମେ ଅସୁବିଧାର ସମ୍ମୁଖୀନ ହେଉଥାଅ ଏବଂ କୌଣସି ସମ୍ପର୍କୀୟ ତୁମକୁ ସାହାଯ୍ୟ କରିବାକୁ ଆସନ୍ତି, ତେବେ ତାହା ତାଙ୍କର ପ୍ରକୃତ ପରୀକ୍ଷା ଅଟେ ।

ଯେତେବେଳେ ତୁମେ ଖୁସିରେ ଥାଅ, ତୁମ ସହିତ କିଛି ଭଲ ଘଟଣା ଘଟୁଥାଏ, ଅନେକ ବନ୍ଧୁ ସେହି ସୁଖରେ ଯୋଗଦେବାକୁ ଆସନ୍ତି । କିନ୍ତୁ ପ୍ରକୃତ ବନ୍ଧୁ ସିଏ, ଯିଏ ସଙ୍କଟ ସମୟରେ ଆପଣଙ୍କୁ ସାହାଯ୍ୟ କରନ୍ତି ।

ବିବାହ ସମୟରେ ସାତ ଜନ୍ମ ପାଇଁ ପତ୍ନୀଙ୍କ ସହ ରହିବାକୁ ଆମେ ଶପଥ କରିଥାଉ । ପ୍ରତ୍ୟେକ ସୁଖ ଦୁଃଖରେ ପରସ୍ପରକୁ ସମର୍ଥନ କରିବା ପାଇଁ ପ୍ରତିଜ୍ଞା କରୁ । ଆଚାର୍ଯ୍ୟ ଚାଣକ୍ୟଙ୍କ କହିବାନୁଯାୟୀ, ଯେତେବେଳେ ଆପଣ ଗଭୀର ଅସୁବିଧାରେ ପଡିଥାନ୍ତି, ସେତେବେଳେ ପତ୍ନୀଙ୍କୁ ପ୍ରକୃତ ପରଖିବା ନେବା ଉଚିତ । କାରଣ ଯେକୌଣସି ପତ୍ନୀ ଜଣେ ସୁଖୀ, ଧନୀ ଏବଂ ଭଲ ସ୍ୱାମୀଙ୍କୁ ସମର୍ଥନ କରିବେ, କିନ୍ତୁ ତୁମର ଗଭୀର ସଙ୍କଟରେ କେବଳ ଜଣେ ପତିବ୍ରତା ଓ ସତୀ ସ୍ତ୍ରୀ ହିଁ ତୁମକୁ ସମର୍ଥନ କରିବ ।

ଆଶା କରୁଛୁ, ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଗ୍ରନ୍ଥରୁ ସଂଗ୍ରହିତ ଲେଖାଟି ଆପଣଙ୍କୁ ନିଶ୍ଚୟ ପସନ୍ଦ ଆସିବ । ପସନ୍ଦ ଆସିଲେ ନିଜ ବନ୍ଧୁ ଓ ପରିବରବର୍ଗଙ୍କ ମଧ୍ୟରେ ସେୟାର କରନ୍ତୁ ।

Be the first to comment

Leave a Reply

Your email address will not be published.


*