ବିଗ୍ ବୋସ୍ ଘରେ ହେବ ୱାଇଲ୍ଡ କାର୍ଡ଼ ଏଣ୍ଟ୍ରି, ନିକ୍କୀ ତଂବୋଲିଙ୍କୁ ଟକ୍କର ଦେବେ ଏହି ବୋଲ୍ଡ ଓ ଗ୍ଲେମରେସ୍ ଅଭିନେତ୍ରୀ !

ଛୋଟ ପରଦାର ବହୁଚର୍ଚ୍ଚିତ ରିୟାଲିଟି ଶୋ ବିଗ୍ ବୋସ୍ ୧୪ ଦ୍ୱିତୀୟ ସପ୍ତାହରୁ ଦର୍ଶକଙ୍କ ପାଇଁ ଟିକିଏ ରୁଚିକର ହୋଇଛି ଏବଂ ବର୍ତ୍ତମାନ ଖୁବଶୀଘ୍ର ଶୋ’ରେ ୱାଇଲ୍ଡ କାର୍ଡ଼ ପ୍ରତିଯୋଗୀଙ୍କ ଏଣ୍ଟ୍ରି ହେବାକୁ ଯାଉଛି । ଏହି ପ୍ରତିଯୋଗୀଙ୍କ ମଧ୍ୟରୁ ଜଣଙ୍କ ନାମର ଖୁଲାସା ହୋଇଯାଇଛି । କୁହାଯାଉଛି ଯେ, କୁମ୍ କୁମ୍ ଭାଗ୍ୟର ଅଭିନେତ୍ରୀ ନୈନା ସିଂହ ଖୁବଶୀଘ୍ର ଶୋ’ରେ ୱାଇଲ୍ଡ କାର୍ଡ଼ ଭାବରେ ଆସିବାକୁ ଯାଉଛନ୍ତି । ନୈନାଙ୍କ ଚରିତ୍ର ବିଷୟରେ କହିବା ତେବେ ସେ ଶୋ’ରେ ଅଭି-ପ୍ରଜ୍ଞାଙ୍କ ଝିଅ ରିୟା ମେହରା ଚରିତ୍ରରେ ଅଭିନୟ କରିଥିଲେ । କିନ୍ତୁ କିଛି ଦିନ ପୂର୍ବରୁ ସେ ଶୋ’କୁ ବିଦାୟ କହି ସାରିଛନ୍ତି ।

ନୈନା ବଦଳିବେ ଖେଳ

ଟିଭି ସିରିଏଲ ପରେ ବର୍ତ୍ତମାନ ନୈନା କ୍ୟାରିୟରର ଆରମ୍ଭ ବିଗ୍ ବୋସ୍ ଠାରୁ କରିବାକୁ ଯାଉଛନ୍ତି । ସେହିପରି ସେ ଆସିବେ ବୋଲି କୌଣସି ଅଧିକାରୀକ ଘୋଷଣା ହୋଇ ନାହିଁ । କିନ୍ତୁ କୁହାଯାଉଛି ଯେ ସେ ଶୋ’ରେ ଆସିବା ସ୍ଥିର ହୋଇସାରିଛି । ନୈନା ଜୀବିକାରେ ମଡେଲ ଓ ଅଭିନେତ୍ରୀ ଅଟନ୍ତି ଏବଂ ସେ ସ୍ପିଟ୍ସ ବିଲା ୧୦ର ବିଜେତା ମଧ୍ୟ ରହି ସାରିଛନ୍ତି । ଏକ ପକ୍ଷରେ ଦେଖିବାକୁ ଗଲେ ତାଙ୍କର ରିୟାଲିଟି ଶୋ ସହିତ ପୁରୁଣା ସମ୍ପର୍କ ରହିଛି ଏବଂ ସେ ଖେଳ ବଦଳିବା ଓ ଜିତିବା ଉପାୟ ଖୁବ୍ ଭଲ ଭାବରେ ଜାଣନ୍ତି । ଏହିପରି କୁହାଯାଇପାରେ କି ଯଦି ନୈନା ବିଗ୍ ବୋସ୍ ଘରକୁ ଆସିବେ ତେବେ ସେ ନିଶ୍ଚିତ ଭାବେ ସିନ୍ ବଦଳି ଦେବେ । ଏଥିସହ ଅନ୍ୟସବୁ ଟାସ୍କରେ ମଧ୍ୟ ଘର ଲୋକଙ୍କୁ ଟକ୍କର ଦେବେ ।

ଗ୍ଲେମରସ୍ ଓ ଷ୍ଟାଇଲିସ୍ ନୈନା

ବିଗ୍ ବୋସ୍ ଘରେ ୱାଇଲ୍ଡ କାର୍ଡ଼ ଏଣ୍ଟ୍ରି କରିବାକୁ ଯାଉଥିବା ନୈନା ସିଂହଙ୍କୁ ଖେଳରେ ଖୁବ୍ ରୁଚି ରହିଛି ଓ ସେ କାଶଟିଙ୍ଗ ଡ଼ାଇରେକ୍ଟର ମଧ୍ୟ ରହି ସାରିଛନ୍ତି । ୨୦୧୩ରେ ଫେମିନା ମୋଷ୍ଟ ଷ୍ଟାଇଲିସ୍ ଦିଭା ଭାବେ ନାମ ଅର୍ଜନ କରିଛନ୍ତି । ନୈନାଙ୍କୁ ଧାରାବାହିକ କୁମ୍ କୁମ୍ ଭାଗ୍ୟରୁ ସମସ୍ତେ ଜାଣିବାକୁ ଆରମ୍ଭ କଲେ କିନ୍ତୁ ଏହି ଶୋ ଜରିଆରେ ସେ ଦର୍ଶକଙ୍କ ହୃଦୟରେ ବିଶେଷ ସ୍ଥାନ ଅଧିକାର କରିଛନ୍ତି ଓ ଏହା ବିଗ୍ ବୋସ୍ ଘରେ ତାଙ୍କୁ ସାହାଯ୍ୟ କରିବ । ଯଦି ନୈନାଙ୍କ ଲୁକ୍ ବିଷୟରେ ଆଲୋଚନା କରିବା ତେବେ ସେ ଖୁବ ଷ୍ଟାଇଲିସ୍ ଓ ଗ୍ଲେମରେସ୍ ଦେଖାଯାଆନ୍ତି ।

ନିକ୍କୀ ତଂବୋଲିଙ୍କୁ ଦେବେ ଟକ୍କର

ବିଗ୍ ବୋସ୍ ସିଜନ ୧୪ ବର୍ତ୍ତମାନ କିଛି ଭଲ ଚାଲୁନାହିଁ ଏବଂ ବର୍ତ୍ତମାନ କେବଳ ନିକ୍କୀ ତଂବୋଲି ସବୁଠାରୁ ଦୃଢ଼ ପ୍ରତିଯୋଗୀ ଭାବେ ନଜର ଆସୁଛନ୍ତି । ଯଦି ବିଗ୍ ବୋସ୍ ଘରେ ନୈନାଙ୍କ ଆଗମନ ହୁଏ ତେବେ ସତରେ ତାଙ୍କ ଟକ୍କର ନିକ୍କୀ ତଂବୋଲି ସହିତ ହେବ ଏବଂ ନୈନା ଆସିବେ ମାତ୍ରେ ନିକ୍କୀ ଦୁର୍ବଳ ପଡିଯିବେ । ଏପରି ତେବେ ହେବ ଯେତେବେଳେ ନୈନାଙ୍କ ଏଣ୍ଟ୍ରି ହେବ ଓ ଯଦି ଏପରି ହେବ ତେବେ ଶୋ ଦେଖିବାକୁ ମଜା ଲାଗିବ ।

Be the first to comment

Leave a Reply

Your email address will not be published.


*