ରାଷ୍ଟ୍ରପତି ପୁତିନଙ୍କ ଘୋଷଣା- ପ୍ରାରମ୍ଭିକ ପରିକ୍ଷଣ ପରେ ଦ୍ଵିତୀୟ କୋଭିଡ ଭ୍ୟାକ୍ସିନକୁ ଦେଇଛନ୍ତି ମଞ୍ଜୁରୀ !

Covid-19 Vaccine: ରାଜ୍ୟ ଟିଭିରେ ପ୍ରସାରିତ ହୋଇଥିବା ନିଷ୍ପତ୍ତିକ୍ରମେ ରାଷ୍ଟ୍ରପତି ବ୍ଲାଦିମୀର ପୁତିନ କହିଛନ୍ତି, “ଆମକୁ ପ୍ରଥମ ଏବଂ ଦ୍ୱିତୀୟ ଟିକାର ଉତ୍ପାଦନକୁ ବୃଦ୍ଧି କରିବାକୁ ପଡିବ । ଆମେ ଆମର ବିଦେଶୀ ସହଭାଗୀ ମାନଙ୍କ ସହିତ ସହଯୋଗ କରିବା ଜାରି ରଖିଛୁ ଏବଂ ବିଦେଶରେ ଆମର ଟିକାକୁ ପ୍ରୋତ୍ସାହିତ କରିବୁ ।”

ମସ୍କୋ: ଋଷ କୋଭିଡ-୧୯ର ଦ୍ଵିତୀୟ ଭ୍ୟାକ୍ସିନକୁ ପ୍ରାରମ୍ଭିକ ପରୀକ୍ଷଣ ପରେ ଅନୁମୋଦନ କରିଦେଇଛି । ରାଷ୍ଟ୍ରପତି ବ୍ଲାଦିମୀର ପୁତିନ (President Valdimir Putin) ବୁଧବାର ଦିନ ଗୋଟିଏ ସରକାରୀ ସଭାରେ ଏହି ଖବର ଘୋଷଣା କରିଛନ୍ତି । ଏହି ଟିକାକୁ ସାଇବରିଆର ଭେକ୍ଟର ସଂସ୍ଥା ଦ୍ୱାରା ବିକଶିତ କରାଯାଇଥିଲା ଏବଂ ବିଗତ ମାସରେ ଏହାର ପ୍ରାରମ୍ଭିକ ମାନବ ପରୀକ୍ଷା ସମ୍ପୂର୍ଣ୍ଣ ହୋଇଛି । ତଥାପି, ଏହାର ପରିଣାମ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ ଏବଂ ବଡ଼ ଧରଣର ପରୀକ୍ଷଣ ଯାହା ତୃତୀୟ ପର୍ଯ୍ୟାୟ ନାମରେ ଜଣାଶୁଣା ଅଟେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ ।

ରାଜ୍ୟ ଟିଭିରେ ପ୍ରସାରିତ ହୋଇଥିବା ଟିପ୍ପଣୀ ମାନଙ୍କ ବିଷୟରେ ପୁତିନ କହିଛନ୍ତି, “ଆମକୁ ପ୍ରଥମ ଏବଂ ଦ୍ୱିତୀୟ ଟିକାର ଉତ୍ପାଦନକୁ ବୃଦ୍ଧି କରିବାକୁ ପଡିବ । ଆମେ ଆମର ବିଦେଶୀ ସହଭାଗୀ ମାନଙ୍କ ସହିତ ସହଯୋଗ କରିବା ଜାରି ରଖିଛୁ ଏବଂ ବିଦେଶରେ ଆମର ଟିକାକୁ ପ୍ରୋତ୍ସାହିତ କରିବୁ ।” ପେପ୍ଟାଇଡ-ଆଧାରିତ ଏପିଭାକକୋରୋନା (EpiVacCorona) ନାମକ ଗୋଟିଏ ଭ୍ୟାକ୍ସିନ୍ ରହିଛି, ଯାହା ଋଷରେ ବ୍ୟବହାର ପାଇଁ ଲାଇସେନ୍ସ ପ୍ରାପ୍ତ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ରହିଛି । ଭ୍ୟାକ୍ସିନର ନୋଵୋସିବିରସ୍କ ସହରରେ ୧୮ ରୁ ୬୦ ବର୍ଷ ବୟସର ୧୦୦ ଜଣ ସ୍ବେଚ୍ଛାସେବୀଙ୍କ ଉପରେ ପ୍ଲେସେବୋ-ନିୟନ୍ତ୍ରିତ ପରୀକ୍ଷଣ କରାଯାଇଛି ।

ମସ୍କୋର ଗୈମାଲେୟା ସଂସ୍ଥା ଦ୍ୱାରା ବିକଶିତ ହୋଇଥିବା ଭ୍ୟାକ୍ସିନ୍ “ସ୍ପୁତନିକ ବୀ” କୁ ଅଗଷ୍ଟ ମାସରେ ଘରୋଇ ବ୍ୟବହାର ପାଇଁ ଲାଇସେନ୍ସ ଦିଆଯାଇଥିଲା । ଏଡ଼େନୋଭାଇରସ୍ ଭେକ୍ଟର ଉପରେ ଆଧାରିତ ଏହି ଭ୍ୟାକ୍ସିନ୍ ମଧ୍ୟ ତୃତୀୟ ପର୍ଯ୍ୟାୟ ପରିକ୍ଷଣ ପୂର୍ବରୁ ପଞ୍ଜିକୃତ ହୋଇଥିଲା । ମସ୍କୋରେ ବର୍ତ୍ତମାନ ୪୦,୦୦୦ ଜଣ ଅଂଶଗ୍ରହଣକାରୀଙ୍କ ଉପରେ ଏହାର ପରିକ୍ଷଣ ଚାଲିଛି ।

ନଭେମ୍ବର କିମ୍ବା ଡିସେମ୍ବରରେ ଆରମ୍ଭ ହୋଇପାରେ ମାନବ ପରିକ୍ଷଣ

TASS ସମାଚାର ଏଜେନ୍ସି କହିଛନ୍ତି କି, ଅନୁଷ୍ଠାନର ତଦାରଖ କରୁଥିବା ଉପଭୋକ୍ତା ମାନଙ୍କ ସୁରକ୍ଷା ପାଇଁ ରୋସପୋଟ୍ରେବନାଡଜୋର Rospotrebnadzor ସଂସ୍ଥା ପକ୍ଷରୁ କୁହାଯାଇଛି କି, ଏପୀଭାକକୋରୋନାର ଏକ ବୃହତ ମାନବ ପରୀକ୍ଷା ନଭେମ୍ବର କିମ୍ବା ଡିସେମ୍ବରରେ ଆରମ୍ଭ ହେବାର ସମ୍ଭାବନା ରହିଛି ।

ଇଣ୍ଟରଫ୍ୟାକ୍ସ ସମାଚାର ଏଜେନ୍ସି ଅନୁସାରେ, ଏହି ପରୀକ୍ଷଣରେ ୩୦,୦୦୦ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି, ଯେଉଁ ମାନଙ୍କ ମଧ୍ୟରୀ ପ୍ରଥମ ୫୦୦୦ ସାଇବରିଆର ବାସିନ୍ଦା ହେବେ ।

ଦୁନିଆର ପ୍ରଭାବିତ ଦେଶ ମାନଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ଋଷ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ମାତ୍ରାଧିକ ବ୍ୟକ୍ତି ବିଶେଷ ଯେଉଁ ମାନେ ନିଜ ବୃତ୍ତି ହେତୁ କରୋନା ଭାଇରସ୍ ଦ୍ୱାରା ସଂକ୍ରମଣ ହେବାର ଆଶଙ୍କା ଅତ୍ୟଧିକ ରହିଛି, ସେମାନଙ୍କୁ “ସ୍ପୁତନିକ ବୀ” ଦିଆଯାଇଛି, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଭ୍ୟାକ୍ସିନ୍ ସାଧାରଣ ବ୍ୟବହାରରେ ଆସି ପାରି ନାହିଁ।

ମହାମାରୀ ଆରମ୍ଭ ହେବା ପର ଠାରୁ ଅଧିକ ପ୍ରଭାବିତ ଦେଶ ମାନଙ୍କ ତାଲିକାରେ ରୁଷ, ଯୁକ୍ତରାଷ୍ଟ୍ର ଆମେରିକା, ଭାରତ ଏବଂ ବ୍ରାଜିଲ ପରେ ଚତୁର୍ଥ ସ୍ଥାନରେ ରହିଛି । ଯେଉଁଠାରେ ବର୍ତ୍ତମାନ ସୁଦ୍ଧା ୧,୩୪୦,୦୦୦ରୁ ଅଧିକ ସଂକ୍ରମଣ ମାମଲା ପଞ୍ଜିକୃତ ହୋଇଛି ।

କୋଭିଡ-୧୯ ବିରୋଧରେ ଅନ୍ୟ ଏକ ଭ୍ୟାକ୍ସିନ୍ ସେଣ୍ଟ ପିଟର୍ସବର୍ଗ ଠାରେ ଚୁମାକୋବ ସଂସ୍ଥା ଦ୍ୱାରା ବିକଶିତ କରାଯାଉଛି । ବର୍ତ୍ତମାନ ପରିସ୍ଥିତିରେ ଏହାର ପ୍ରାରମ୍ଭିକ ପର୍ଯ୍ୟାୟ କ୍ଲିନିକାଲ ପରିକ୍ଷଣ ଆରମ୍ଭ କରିବାକୁ ଯୋଜନା କରାଯାଇଛି ଯେଉଁଥିରେ ଅକ୍ଟୋବର ମାସ ୧୯ ତାରିଖରେ ପ୍ରାୟ ୩୦୦ ଲୋକ ସାମିଲ ହେବାକୁ ଯାଉଛନ୍ତି ।

Be the first to comment

Leave a Reply

Your email address will not be published.


*