ଅମ୍ବାନୀଙ୍କ ଅଧିନସ୍ଥ ଚାକରଙ୍କ ସନ୍ତାନମାନେ ଆମେରିକାରେ କରୁଛନ୍ତି ଅଧ୍ୟୟନ ! ଜାଣନ୍ତୁ ନିଜ ଚାକରଙ୍କୁ କେତେ ଟଙ୍କା ଦରମା ଦିଅନ୍ତି ମୁକେଶ ଅମ୍ବାନୀ

ରିଏଲାନ୍ସ ଇଣ୍ଡଷ୍ଟ୍ରିର ସିଏମଡ଼ି ମୁକେଶ ଅମ୍ବାନୀ ବିଶ୍ୱର ୫ମ ସବୁଠାରୁ ଧନୀ ବ୍ୟକ୍ତି ଅଟନ୍ତି । ଭାରତ ସମେତ ସମ୍ପୂର୍ଣ୍ଣ ଏସିଆରେ ତାଙ୍କ ଠାରୁ ଅଧିକ ଟଙ୍କା କାହା ନିକଟରେ ନାହିଁ । ସେ ପୃଥିବୀର ସବୁଠାରୁ ଅଧିକ ମହଙ୍ଗା ଘର ମଧ୍ୟରୁ ଏକ ଘରେ ରୁହନ୍ତି । ମୁମ୍ବାଇ ସ୍ଥିତ ଏଣ୍ଟିଲିଆ ନାମର ଏହି ଘରେ ସମସ୍ତ ବ୍ୟବସ୍ଥା ରହିଛି ଯାହା ଆମେ କଳ୍ପନା କରିପାରିବା । ଅମ୍ବାନୀ ପରିବାରର ଜୀବନ ଶୈଳୀର ଚର୍ଚ୍ଚାର ସବୁବେଳେ ହୁଏ, କିନ୍ତୁ କଣ ଆପଣ ଜାଣନ୍ତି ଯେ ମୁକେଶ ଅମ୍ବାନୀଙ୍କ ରୋଷେୟାକୁ କେତେ ଟଙ୍କା ଦରମା ମିଳେ ? ଆସନ୍ତୁ ଜାଣିବା :

ଏଣ୍ଟିଲିୟାରେ ପାଖାପାଖି ୬୦୦ଜଣ କର୍ମଚାରୀ କାର୍ଯ୍ୟ କରନ୍ତି । କୁହାଯାଏ ଯେ ନିଜ ଚାକର ଓ କର୍ମଚାରୀଙ୍କୁ ମୁକେଶ ଓ ନିତା ଅମ୍ବାନୀ ନିଜ ପରିବାର ସଦସ୍ୟ ଭଳି ବ୍ୟବହାର କରନ୍ତି ।

ଏହା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ ଯେ ମୁକେଶ ଅମ୍ବାନୀଙ୍କ ଅଧିନସ୍ଥ କାର୍ଯ୍ୟ କରୁଥିବା ଚାକରଙ୍କ ଦୁଇଟି ସନ୍ତାନ ଆମେରିକାରେ ଅଧ୍ୟୟନ କରୁଛନ୍ତି ।

ଏଣ୍ଟିଲିୟାରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ ଦରମା ୨ଲକ୍ଷ ଟଙ୍କାରୁ କମ୍ ନୁହେଁ । ଏହାର ଅର୍ଥ ଅମ୍ବାନୀଙ୍କ ରୋଷେୟାଙ୍କୁ ମଧ୍ୟ ପ୍ରତି ମାସରେ ୨ ଲକ୍ଷ ଟଙ୍କା ଦରମା ମିଳେ ।

କର୍ମଚାରୀଙ୍କ ଦରମାରେ ଏଜୁକେସନ ଅଲାଉନ୍ସ ଓ ଜୀବନ ବୀମା ମଧ୍ୟ ସାମିଲ ରହିଛି ।

ଯଦି ଆପଣ ଚିନ୍ତା କରୁଛନ୍ତି ଯେ ୨ ଲକ୍ଷ ଟଙ୍କା ଦରମାରେ ରୋଷେୟା ବିଶ୍ଵର ସ୍ଵାଦିଷ୍ଟ ଭୋଜନ ସବୁ ତିଆରି କରୁଥିବେ ତେବେ ଆପଣ ଭୁଲ୍ ଭାବୁଛନ୍ତି । ମୁକେଶ ଅମ୍ବାନୀଙ୍କୁ ସରଳ ଭୋଜନ ଭଲ ଲାଗେ ।

ମୁକେଶ ଅମ୍ବାନୀଙ୍କ ପାଇଁ ଅଧିକାଂଶ ସମୟରେ ପାରମ୍ପରିକ ଗୁଜୁରାତି ଭୋଜନ ହିଁ ତିଆରି କରାଯାଏ । ମୁକେଶ ଅମ୍ବାନୀଙ୍କୁ ଇଡ଼ଲି ଓ ସାମ୍ବର ଖୁବ୍ ଭଲ ଲାଗେ ।

ମୁକେଶ ଅମ୍ବାନୀ ନିଜେ ମଧ୍ୟ ରୋଷେଇ ଜାଣନ୍ତି । ନିତା ଅମ୍ବାନୀ କହିଛନ୍ତି ଯେ ତାଙ୍କ ଘରେ ତାଙ୍କ ଝିଅ ସବୁଠାରୁ ଭଲ ଭୋଜନ ତିଆରି କରନ୍ତି ।

Be the first to comment

Leave a Reply

Your email address will not be published.


*