ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ ହେବା ପରେ ସମ୍ପତ୍ତିରେ ହୋଇଛି ଏତେ ମାତ୍ରାରେ ବୃଦ୍ଧି !

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ଦିନ ହେବ ଜନସାଧାରଣ ମାନଙ୍କ ପାଇଁ କିଛି ନା କିଛି ଘୋଷଣା ଜାରି ରଖିଛନ୍ତି । ନିଜ କାର୍ଯ୍ୟକାଳରେ ଗୋଟିଏ ଦିନ ମଧ୍ୟ ଛୁଟି ନେଇ ନଥିବା ପ୍ରଧାନମନ୍ତ୍ରୀ ମୋଦୀ ନିକଟ ଅତୀତରେ ସ୍ୱଚ୍ଛତା ଅନୁସରଣ କରିବା ସହିତ ନିଜ ସମ୍ପତ୍ତି ଏବଂ ଦାୟିତ୍ୱ ବିଷୟରେ ଘୋଷଣା କରିଛନ୍ତି । ବିଗତ ୧୫ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଚଳିତ ସମ୍ପତ୍ତିରେ ୨୬.୨୬ ପ୍ରତିଶତ ବୃଦ୍ଧି ପାଇଛି । ସ୍ପଷ୍ଟ ଭାବରେ କହିବାକୁ ଗଲେ ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତି ୩୬.୫୩ ଲକ୍ଷ ଟଙ୍କା ବୃଦ୍ଧି ପାଇଛି । କହିରଖୁଛୁ କି ପ୍ରଧାନମନ୍ତ୍ରୀ ନିଜର ଅଧିକାଂଶ ରୋଜଗାରକୁ ନିଜ ସଞ୍ଚୟ ଆକାଉଣ୍ଟରେ ଜମା କରିଥାନ୍ତି । ସର୍ଵଦା ମୋଦୀ ତାଙ୍କ ବେତନର ଗୋଟିଏ ଅଂଶ ସଞ୍ଚୟ କରିଆସୁଛନ୍ତି । ତାଙ୍କର ଏହି ସମସ୍ତ ସଞ୍ଚୟ ଆଜି ତାଙ୍କ ପାଇଁ ଏକ ସମ୍ପତ୍ତି ଭାବରେ ବିଦ୍ୟମାନ ଅଟେ ।

ଗୁଜୁରାଟରେ ୧.୧ କୋଟିର ଫ୍ଲେଟ୍ ଏବଂ ଘର

କହିରଖୁଛୁ କି ଅକ୍ଟୋବର ମାସ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସମ୍ପତ୍ତିର ବିବରଣୀ ଦେଇଛନ୍ତି, ଯାହା ଜୁନ୍ ମାସ ୩୦ ତାରିଖ ପର୍ଯ୍ୟନ୍ତ ରହିଛି । ଏହା ଅଧୀନରେ ୧୫ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତି ୧,୩୯,୧୦,୨୬୦ ଠାରୁ ବୃଦ୍ଧି ହୋଇ ୧,୭୫,୬୩,୬୧୮ ଟଙ୍କାରେ ପହଞ୍ଚିଛି । ଅର୍ଥାତ ତାଙ୍କର ସମ୍ପତ୍ତି ସର୍ଵମୋଟ ୩୬.୫୩ ଲକ୍ଷ ଟଙ୍କା ବୃଦ୍ଧି ପାଇଛି । ଏଥି ସହିତ ପ୍ରଧାନମନ୍ତ୍ରୀଙ୍କ ଅସ୍ଥାବର ସମ୍ପତ୍ତିରେ କୌଣସି ବୃଦ୍ଧି ହୋଇନାହିଁ । ପ୍ରଧାନମନ୍ତ୍ରୀ ମୋଦୀ ଗୁଜୁରାଟର ଗାନ୍ଧିନଗର ଠାରେ ଗୋଟିଏ ଘର ସହିତ ୧.୧ କୋଟି ଟଙ୍କାର ଫ୍ଲେଟ୍ ଥିବା ବିଷୟରେ ମଧ୍ୟ କହିଛନ୍ତି । ଏହା ଅଧୀନରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସମ୍ପୁର୍ଣ୍ଣ ପରିବାର ସହିତ ସେହି ସମ୍ପତ୍ତିରେ ଅଂଶୀଦାର ଅଛନ୍ତି । ଗୋଟିଏ ରିପୋର୍ଟରେ କୁହାଯାଇଛି କି ପ୍ରଧାନମନ୍ତ୍ରୀ ବୁନିୟାଦୀ ଢାଞ୍ଚା ବ୍ରାଣ୍ଡ, ଏନଏସସୀ ଏବଂ ଜୀବନ ବୀମା ଆକାରରେ ହିଁ ସଞ୍ଚୟ କରୁଛନ୍ତି । ରିପୋର୍ଟରେ ଏହା ମଧ୍ୟ ପ୍ରକାଶ ପାଇଛି କି ପିଏମ ମୋଦୀ ଗତ ୧ ବର୍ଷ ମଧ୍ୟରେ ଏନଏସସୀରେ ଅଧିକ ବିନିଯୋଗ କରିଛନ୍ତି । ଅପରପକ୍ଷରେ ତାଙ୍କର ବୀମା ପ୍ରିମିୟମ ହ୍ରାସ ପାଇଛି ।

ବେତନ ୩୦ ପ୍ରତିଶତ ହ୍ରାସ

କରୋନା ଭାଇରସ୍ ହେତୁ ଦେଶର ଅର୍ଥନୀତି ମଧ୍ୟ ବହୁତ ବିପର୍ଯ୍ୟସ୍ତ ହୋଇଛି । ଯେଉଁଥି ପାଇଁ ସରକାର ସମସ୍ତ ସାଂସଦ ମାନଙ୍କ ଦରମା ୩୦ ପ୍ରତିଶତ ହ୍ରାସ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହି କାରଣରୁ ପ୍ରଧାନମନ୍ତ୍ରୀଙ୍କ ଦରମାରେ ମଧ୍ୟ ହ୍ରାସ ହୋଇଛି । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି କି ଜୁନ୍ ମାସ ୩୦ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ସଞ୍ଚିତ ଆକାଉଣ୍ଟରେ ୩.୩୮ ଲକ୍ଷ ଟଙ୍କା ଅଛି । ଏଥି ସହିତ ଜୁନ୍ ମାସ ଶେଷରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସହିତ ୩୧୪୫୦ ଟଙ୍କା ନଗଦ ରଖିଥିଲେ ।

କେବଳ ଚାରୋଟି ସୁନା ମୁଦି

ଏଫଡ଼ି ବିଷୟରେ ଯଦି କୁହାଯାଏ ତେବେ ୨୦୨୦ ମସିହା ଜୁନ୍ ମାସ ୨୦ ତାରିଖ ସୁଦ୍ଧା, ଏହାର ମୂଲ୍ୟ ୧,୬୦,୨୮,୦୩୯ ଟଙ୍କା ହୋଇଯାଇଛି । ଯାହା ବିଗତ ବର୍ଷ ୧,୨୭,୮୧,୫୭୪ ଟଙ୍କା ଥିଲା । ଏଥି ସହିତ ପ୍ରଧାନମନ୍ତ୍ରୀଙ୍କ ପାଖରେ କୌଣସି ଋଣ ନାହିଁ । ପ୍ରଧାନମନ୍ତ୍ରୀଙ୍କ ପାଖରେ କୌଣସି ଋଣ କିମ୍ବା କୌଣସି କାର୍ ନାହିଁ । ପିଏମ ମୋଦୀଙ୍କର ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ କୌଣସି ଆଗ୍ରହ ନାହିଁ । ଅଳଙ୍କାର ବିଷୟରେ କହିବାକୁ ଗଲେ ତାଙ୍କ ପାଖରେ କେବଳ ଚାରୋଟି ସୁନା ମୁଦି ହିଁ ଅଛି । କହିରଖୁଛୁ କି ଏହି ଗୋଟିଏ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟରେ ଜାତୀୟ ସଞ୍ଚୟ ପ୍ରମାଣପତ୍ରର ୭,୬୧,୬୪୬ ଟଙ୍କା ଥିଲା ଏବଂ ଜୀବନ ବୀମା ପ୍ରିମିୟମ ଭାବରେ ୧,୯୦,୩୪୭ ଟଙ୍କା ମଧ୍ୟ ଦାଖଲ କରିଥିଲେ ।

କହିରଖୁଛୁ କି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ଅନ୍ୟ କେନ୍ଦ୍ରମନ୍ତ୍ରୀ ମାନେ ମଧ୍ୟ ନିଜ ସମ୍ପତ୍ତିର ବିବରଣୀ ଦେଇଛନ୍ତି । କହିରଖୁଛୁ କି, ନିଜ ସମ୍ପତ୍ତିର ସର୍ବସାଧାରଣ ବିବରଣୀ ଦେବା ୨୦୦୪ ମସିହାରେ ଅଟଳ ବିହାରୀ ବାଜପେୟୀ ସରକାର ଆରମ୍ଭ କରିଥିଲେ ।

Be the first to comment

Leave a Reply

Your email address will not be published.


*