ପ୍ରଭାସଙ୍କ ଚଳଚ୍ଚିତ୍ର ଆଦିପୁରୁଷରେ ଅଜୟ ଦେବନଙ୍କ ପ୍ରବେଶ, ମଲ୍ଟିଷ୍ଟାର ଭବ୍ୟ ଚଳଚ୍ଚିତ୍ର ହେବାକୁ ଯାଉଛି !

ଅଦିତି ତ୍ୟାଗୀ: କରୋନା ମହାମାରୀ ମଧ୍ୟରେ ଅନେକ ନୂଆଁ ନୂଆଁ ଚଳଚ୍ଚିତ୍ରର ନାମ ଘୋଷଣା କରାଯାଉଛି । ନିକଟ ଅତୀତରେ ପ୍ରଭାସଙ୍କ ଚଳଚ୍ଚିତ୍ର “ଆଦିପୁରୁଷ” ଘୋଷଣା କରାଯାଇଥିଲା । ଚଳଚ୍ଚିତ୍ର ନିର୍ମାତା ଓମ୍ ରାଉତଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ଆଦିପୁରୁଷ ମାୟାନାଗରୀରେ ସବୁଠାରୁ ଶୀର୍ଷରେ ରହିଛି । ଏହି ଚଳଚ୍ଚିତ୍ରରେ ବାହୁବଳୀ ପ୍ରଭାସ ଏବଂ ଏହା ପରେ ସୈଫ ଅଲୀ ଖାନଙ୍କ ପରେ ଅଜୟ ଦେବଗନଙ୍କ ମଧ୍ୟ ପ୍ରବେଶ ହୋଇଯାଇଛି । ଖବର ମୁତାବକ ଅଜୟ ଦେବଗନ ଆଦିପୁରୁଷରେ ଭଗବାନ ଶିବଙ୍କ ଭୂମିକାରେ ଅଭିନୟ କରିବେ । ଆଦିପୁରୁଷ ଏକ ମଲ୍ଟିଷ୍ଟାର ଭବ୍ୟ ଚଳଚ୍ଚିତ୍ର ହେବାକୁ ଯାଉଛି ।

ଗୋଟିଏ ରିପୋର୍ଟରୁ ଜଣା ପଡ଼ିଛି କି ଅଜୟ ଦେବଗନ ଏହି ଚଳଚ୍ଚିତ୍ରରେ ଭଗବାନ ଶିବଙ୍କ ଚରିତ୍ରରେ ଅଭିନୟ କରିବେ । କହିରଖୁଛୁ କି ବଲିଉଡ ଅଭିନେତା ଅଜୟ ଦେବଗନ ତାଙ୍କ ସାତୋଟି ଚଳଚ୍ଚିତ୍ର ଭୁଜ୍, ମୈଦାନ୍, କୈଥୀ ରିମେକ୍, ଥୈଙ୍କ ଗଡ଼ ଏବଂ ଚାଣକ୍ୟ ପ୍ରଡକ୍ସନ୍ସ ସହିତ ବ୍ୟସ୍ତ ଅଛନ୍ତି । ଯଦିଓ ଆଦିପୁରୁଷଙ୍କ ବିଷୟରେ କିଛି ନିଶ୍ଚିତ ହୋଇନାହିଁ, କିନ୍ତୁ ଖବର ଅଛି କି ଏହି ପ୍ରୋଜେକ୍ଟ ପାଇଁ ଓମ୍ ରାଉତ ଏବଂ ଅଜୟ ଦେବଗନ ପୁଣି ଏକାଠି କାମ କରିବେ । ଓମ୍ ଏବଂ ଅଜୟ ୨୦୨୦ ମସିହାର ଏକମାତ୍ର ବ୍ଲକବଷ୍ଟର ଚଳଚ୍ଚିତ୍ର ତହ୍ନାଜୀରେ କାମ କରିସାରିଛନ୍ତି । ତହ୍ନାଜୀ ପରେ ଅଜୟ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ”ଆଦିପୁରୁଷ”ର ଅଂଶ ବିଶେଷ ହେବେ । ଗୁରୁତ୍ୱପୂର୍ଣ୍ଣ କଥା ଏହିକି ଯେ ଚଳଚ୍ଚିତ୍ରରେ ବାହୁବଳୀ ଅଭିନେତା ପ୍ରଭାସ ମୁଖ୍ୟ ଭୂମିକାରେ ଅଛନ୍ତି ଏବଂ ସେ ଆଦିପୁରୁଷ ଭୂମିକାରେ ଅଭିନୟ କରିବେ ଏବଂ ତାଙ୍କ ସହିତ ସୈଫ ଏହି ଚଳଚ୍ଚିତ୍ରରେ ରାବଣ ଭୂମିକାରେ ଅଭିନୟ କରିବେ । ଆଦିପୁରୁଷ ହେଉଛି ହିନ୍ଦୁ ମହାକାବ୍ୟ ରାମାୟଣର ଏକ ଅଂଶବିଶେଷ ଅଟେ। ଚଳଚ୍ଚିତ୍ର ନିର୍ମାତା ବର୍ତ୍ତମାନ ପର୍ଯ୍ୟନ୍ତ ମହିଳା ଭୂମିକାରେ ଅଭିନୟ କରିବାକୁ ଥିବା ନାୟିକାଙ୍କ ନାମ ଘୋଷଣା କରିନାହାଁନ୍ତି । ଏହି ଚଳଚ୍ଚିତ୍ରରେ ବଲିଉଡର ଜଣେ ବଡ ଅଭିନେତ୍ରୀ କାମ କରିବେ ବୋଲି ଚର୍ଚ୍ଚା ଜୋର୍ ଧରିଛି ।

କହିରଖୁଛୁ କି ଏହି 3D ଆକ୍ସନ ଚଳଚ୍ଚିତ୍ରର ସୁଟିଂ ୨୦୨୧ ମସିହାରେ ଆରମ୍ଭ ହେବ, ଯାହାକୁ ହିନ୍ଦୀ ଏବଂ ତେଲୁଗୁ ଭାଷାରେ ସୁଟିଂ କରାଯିବ, ଯେତେବେଳେ କି ତାମିଲ, ମାଲାୟାଲମ ଏବଂ କନ୍ନଡ ଭାଷାରେ ଏହାକୁ ଡ଼ବିଂ କରି ୨୦୨୨ ମସିହାରେ ମୁକ୍ତିଲାଭ କରାଯିବ ।

Be the first to comment

Leave a Reply

Your email address will not be published.


*