ନିଜ ମୃତ୍ୟୁକୁ ନେଇ KRK ହେଲେ ଭୟଭୀତ ! ଟ୍ୱିଟ୍ କରି କହିଲେ, ମୋତେ କିଛି ହେଲେ ସଲମାନ, କରନ୍ ଜୋହାର, ସାଜିଦ୍ ହେବେ ଦାୟୀ ।

ବଲିଉଡ଼ ଅଭିନେତା ଓ ଫିଲ୍ମ ମେକର କମାଲ ଆର୍ ଖାନ୍ ଆଜି ଏକ ଟ୍ୱିଟ୍ କରି ଦାବି କରିଛନ୍ତି ଯେ ତାଙ୍କ ଜୀବନକୁ ବିପଦ ରହିଛି । କମାଲ ଆର୍ ଖାନଙ୍କ ଅନୁଯାୟୀ ବଲିଉଡ଼ର କିଛି ଲୋକ ତାଙ୍କୁ ମାରିବାକୁ ଚାହଁନ୍ତି ଓ ତାଙ୍କ ହତ୍ୟାର ଷଡ଼ଯନ୍ତ୍ର କରୁଛନ୍ତି । ଏତିକିନୁହେଁ କମାଲ ଆର୍ ଖାନ୍ ଅନେକଗୁଡ଼ିଏ କଳାକାରଙ୍କ ନାମ ମଧ୍ୟ ଟ୍ୱିଟରେ ଲେଖିଛନ୍ତି । ଯାହା ଉପରେ ତାଙ୍କୁ ସନ୍ଦେହ ରହିଛି ଯେ ତାଙ୍କୁ ମାରିବା ପାଇଁ ଷଡ଼ଯନ୍ତ୍ର କରିଛନ୍ତି ।

ମୋଦିଙ୍କୁ ମଧ୍ୟ କଲେ ଟ୍ୟାଗ୍

କମାଲ ଆର୍ ଖାନ୍ ପକ୍ଷରୁ କରାଯାଇଥିବା ଟ୍ୱିଟରେ ସେ ଲେଖିଛନ୍ତି ଯେ “ମୁଁ ଆପଣ ସମସ୍ତଙ୍କୁ କହିବାକୁ ଯାଉଛି ଯେ ଯଦି ମୋତେ କିଛି ହେଲା ତେବେ ଏହାର ଦାୟୀ କରନ୍ ଜୋହାର, ସଲମାନ ଖାନ୍, ଅକ୍ଷୟ କୁମାର, ଆଦିତ୍ୟ ଚୋପଡ଼ା, ସାଜିଦ୍ ନାଡ଼ିୟାଡ଼ବାଲା ହେବେ । ଏହି ଲୋକମାନେ ମୋତେ ଶେଷ କରିଦେବା ପାଇଁ ଯୋଜନା କରି ନେଇଛନ୍ତି ।” ଏତିକିନୁହେଁ ନିଜର ଏହି ଟ୍ୱିଟକୁ KRK ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ ଓ କିଛି ନ୍ୟୁଜ୍ ଚ୍ୟାନେଲଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି ।

ଲୋକମାନେ କରୁଛନ୍ତି ଥଟ୍ଟା

କମାଲ ଆର୍ ଖାନଙ୍କ ଏହି ଟ୍ୱିଟକୁ ଲୋକମାନେ ଖୁବ୍ ସହଜରେ ଏବଂ ଏହାକୁ ଖୁବ୍ ଥଟ୍ଟା କରୁଛନ୍ତି । ସୋସିଆଲ ମିଡ଼ିଆରେ ଏହି ଟ୍ୱିଟକୁ ନେଇ ଅନେକଗୁଡ଼ିଏ ପ୍ରତିକ୍ରିୟା ସାମ୍ନାକୁ ଆସୁଛି । ଜଣେ ୟୁଜର ଲେଖିଛନ୍ତି ଯେ ଏତିକିରେ ଅଟକିଗଲ କାହିଁକି, Y ଶ୍ରେଣୀର ସୁରକ୍ଷା ଦାବି ମଧ୍ୟ କରିଥାନ୍ତ ।

କମାଲ ଆର୍ ଖାନ୍ ଅଧିକାଂଶ ସମୟରେ ନିଜ ବୟାନ ଓ ଏହି ପ୍ରକାର ଟ୍ୱିଟକୁ ନେଇ ଖବରରେ ରୁହନ୍ତି । ଏହା ପ୍ରଥମ ଥର ପାଇଁ ନୁହେଁ ଯେତେବେଳେ କି ସେ ଏପ୍ରକାର ଟ୍ୱିଟ୍ କରିଛନ୍ତି । ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ କମାଲ ଆର୍ ଖାନ୍ ଅନେକଗୁଡ଼ିଏ ଟ୍ୱିଟ୍ କରିଥିଲେ ଏବଂ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ବଲିଉଡ଼ର ଲୋକଙ୍କୁ ଦାୟୀ ବୋଲି କହିଥିଲେ । ଏହା ବ୍ୟତୀତ ବଲିଉଡ଼ ଡ୍ରଗ୍ସ କନେକ୍ସନ ଉପରେ ମଧ୍ୟ ଏମାନେ ଅନେକଗୁଡ଼ିଏ ଟ୍ୱିଟ୍ କରିଛନ୍ତି । ସେପକ୍ଷରେ କମାଲ ଆର୍ ଖାନ୍ ନିଜ ମୃତ୍ୟୁ ସହ ଜଡ଼ିତ ଟ୍ୱିଟ୍ କରିଛନ୍ତି ।

Be the first to comment

Leave a Reply

Your email address will not be published.


*