ମାଁ ହେବାକୁ ଯାଉଛନ୍ତି ଅମୃତା ରାଓ, କହିଲେ ସ୍ୱାମୀ ଅନମୋଲ ପ୍ରତିଦିନ ଶୁଣାନ୍ତି ଭାଗବତ ଗୀତା ପାଠ !

କରିନା କପୂର, ଅନୁଷ୍କା ଶର୍ମାଙ୍କ ପରେ ବର୍ତ୍ତମାନ ଅଭିନେତ୍ରୀ ମାନେ ଅମୃତା ରାଓଙ୍କ ଗର୍ଭ ଧାରଣ କରିଥିବା ଖବର ମଧ୍ୟ ସାମ୍ନାକୁ ଆସିଅଛି । ନିକଟରେ ଅଭିନେତ୍ରୀ ବେବି ବମ୍ପ ସହିତ ଏକ ମେଡ଼ିକାଲ ବାହାରେ ନଜର ଆସିଛନ୍ତି । ଏହି ସମୟରେ ତାଙ୍କ ସ୍ୱାମୀ ଆରଜେ ଅନମୋଲ ମଧ୍ୟ ତାଙ୍କ ସହିତ ନଜର ଆସିଛନ୍ତି । ଅମୃତାଙ୍କ ବେବି ବମ୍ପର ଏହି ଫଟୋଗୁଡିକ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି ।

ସେପକ୍ଷରେ ଅମୃତା ମଧ୍ୟ ନିଜ ଗର୍ଭବତୀ ହୋଇଥିବା ବିଷୟକୁ ନେଇ କଥାବାର୍ତ୍ତା କରିଛନ୍ତି ଓ କହିଛନ୍ତି ଯେ ଗର୍ଭ ଧାରଣ ସମୟରେ ତାଙ୍କ ସ୍ୱାମୀ ଆର ଜେ ଅନମୋଲ କିପରି ଭାବରେ ତାଙ୍କୁ ଧ୍ୟାନ ରଖିଛନ୍ତି । ଅମୃତା ଏକ ଇଣ୍ଟରଭ୍ୟୁ ସମୟରେ କହିଲେ ଯେ, “ମୋତେ ଯାହା ଭଲ ଲାଗେ ତାହା ହିଁ ମୁଁ ଖାଏ, ଏବଂ ମୋତେ ଲାଗେ ଯେ ବେବି ମଧ୍ୟ ଏଥିରୁ ଖୁବ୍ ଖୁସିରେ ଅଛି । ଅମୃତା ଆଗକୁ କହିଛନ୍ତି ଏହି ସମୟରେ ତାଙ୍କ ସ୍ୱାମୀ ଆର ଜେ ଅନମୋଲ ଘରେ ହିଁ ରହି କାମ କରୁଛନ୍ତି ତେବେ ସେ ବହୁତ ଭଲ ଭାବରେ ଯତ୍ନ ନିଅନ୍ତି । ସେ ତାଙ୍କ ସହିତ ଅଧିକ ସମୟ ଅତିବାହିତ କରନ୍ତି । ଅମୃତା ଏହା ମଧ୍ୟ କହିଛନ୍ତି ଯେ ଅନମୋଲ ମୋର ଓ ବେବି ପାଇଁ ପ୍ରତିଦିନ ରାତିରେ ଭାଗବତ ଗୀତା ପାଠ କରନ୍ତି । ”

ନିକଟରେ କହିଥିଲେ ଯେ ଅମୃତା ନିଜ ଜୀବନର ଏହି ସମୟକୁ ବହୁତ ମଜା ଉଠାଉଛନ୍ତି । ତାଙ୍କ ଗର୍ଭ ଧାରଣ ବିଷୟରେ ଅଧିକାଂଶ ଲୋକ ଜାଣନ୍ତି ନାହିଁ । ଅମୃତାଙ୍କ ସମ୍ପର୍କୀୟ ମାନେ ହିଁ ଏହା ବିଷୟରେ ଜାଣନ୍ତି । ସେ ଲକଡାଉନ ପୂର୍ବରୁ ଗର୍ଭବତୀ ହୋଇଥିଲେ ଏବଂ ସେ ବହୁତ ଖୁସିରେ ଅଛନ୍ତି । ଅମୃତା ଓ ଅନମୋଲ ଦୁହେଁ ନିଜ ଜୀବନକୁ ଖୁବ୍ ବ୍ୟକ୍ତିଗତ ଭାବରେ ବଞ୍ଚନ୍ତି । ସୁଚାଇଦେଉଛୁ ଯେ ଅମୃତା ଓ ଅନମୋଲ ୭ ବର୍ଷ ପରସ୍ପରକୁ ଡେଟ୍ କରିବା ପରେ ୧୫ ମେ ୨୦୧୬କୁ ମୁମ୍ବାଇରେ ବିବାହ କରିଥିଲେ । ତାଙ୍କ ବିବାହରେ ତାଙ୍କ ପରିବାର ଲୋକମାନେ ଓ ତାଙ୍କ ନିକଟ ସମ୍ପର୍କୀୟମାନେ ହିଁ ସାମିଲ ହୋଇଥିଲେ ।

ଅମୃତା ଶେଷ ଥର ପାଇଁ ବାଲା ସାହେବ ଠାକରେଙ୍କ ବାୟୋପିକରେ ନଜର ଆସିଥିଲେ । ଏହି ଚଳଚ୍ଚିତ୍ରରେ ସେ ବାଲ୍ ଠାକରେଙ୍କ ସ୍ତ୍ରୀ ମିନା ଠାକରେଙ୍କ ଭୂମିକାରେ ଅଭିନୟ କରିଥିଲେ । ଚଳଚ୍ଚିତ୍ରରେ ସେ ନବାଜୁଦ୍ଦୀନ ସିଦ୍ଧିକିଙ୍କ ସହିତ ସ୍କ୍ରିନ୍ ସେୟାର କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କ ଅଭିନୟକୁ ଖୁବ୍ ପସନ୍ଦ କରାଯାଇଥିଲା ।

Be the first to comment

Leave a Reply

Your email address will not be published.


*