ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କରୁଛି #BoycottTanishq ! “ବ୍ରାଣ୍ଡ”ର ନୂତନ ବିଜ୍ଞାପନର ଭିଡ଼ିଓ ହେଲା ଭାଇରଲ…

Tanishq ଭାରତର ଏକ ପ୍ରସିଦ୍ଧ ଜ୍ଵଲେରୀ ବ୍ରାଣ୍ଡ ଅଟେ । କିଛି ବର୍ଷରୁ ନିଜର ସୁନ୍ଦର ଗହଣା ଡିଜାଇନରୁ ନିଜ ଗ୍ରାହକଙ୍କ ହୃଦୟ ଜିଣୁଥିବା Tanishq (ତନିଷ୍କ) ବର୍ତ୍ତମାନ ଏକ ବିଜ୍ଞାପନକୁ ନେଇ ବିବାଦରେ ରହିଥାଏ । ସୋସିଆଲ ମିଡ଼ିଆରେ ଲୋକେ ତନିଷ୍କ ବ୍ରାଣ୍ଡର ସେହି ବିଜ୍ଞାପନ ଏତେ ନିନ୍ଦା କରୁଛନ୍ତି ଯେ ଟ୍ୱିଟରରେ ବଏକଟ୍ ତନିଷ୍କ ଏବଂ ତନିଷ୍କ_କ୍ଷମା_ମଙ୍ଗନ୍ତୁ ଭଳି ହେସ ଟେଗସ୍ ଟ୍ରେଡଣ୍ଡ କରୁଛନ୍ତି । ହଙ୍ଗାମା ବଢିବା ପରେ କମ୍ପାନୀ ନିଜର ସମସ୍ତ ପ୍ଲାଟଫର୍ମ ମାଧ୍ୟମରୁ ଏହି ବିଜ୍ଞାପନ ହଟେଇ ନେଇଛନ୍ତି । କିନ୍ତୁ ସୋସିଆଲ ମିଡ଼ିଆରେ ମଧ୍ୟ ହଙ୍ଗାମା ଶାନ୍ତ ହୋଇନାହିଁ ଏବଂ ବର୍ତ୍ତମାନ ମଧ୍ୟ କିଛି ଲୋକ କମ୍ପାନୀ ଠାରୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କହୁଛନ୍ତି । ଆପଣଙ୍କୁ ଜଣାଇଦେଉଛୁ ଯେ ଭିଡ଼ିଓରେ ଏକ ହିନ୍ଦୁ ଝିଅର ବିବାହ ଏକ ମୁସଲମାନ ପୁଅ ସହିତ ଦେଖାଯାଇଛି ।

କିନ୍ତୁ ପର୍ବ ପର୍ବାଣି ଋତୁରେ ହିନ୍ଦୁ-ମୁସଲମାନ ଏକତାକୁ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ବ୍ରାଣ୍ଡକୁ ପ୍ରଚାରିତ କରୁଥିବା ବିଜ୍ଞାପନ ବିବାଦରେ ଆସିଛି । ସୂଚନାନୁଯାୟୀ ସୋସିଆଲ ମିଡ଼ିଆରେ କିଛି ଲୋକ ଏହି ବିଜ୍ଞାପନକୁ ଖୁବ ବିରୋଧ ପ୍ରଦର୍ଶନ କରୁଛନ୍ତି ଏବଂ ଏହା ‘ଧର୍ମଗତ ପ୍ରେମ ସମ୍ପର୍କକୁ ପ୍ରୋତ୍ସାହିତ କରେ’ ବୋଲି କହୁଛନ୍ତି । ଅନ୍ୟପଟେ କିଛି ଲୋକ ଏହି ଘଟଣାକୁ ବହିଷ୍କାର କରୁଥିବା ଲୋକଙ୍କୁ ସମାଲୋଚନା କରି ମତପ୍ରକାଶ କରିଛନ୍ତି ଯେ, ଏହି ବିଜ୍ଞାପନ ସାମ୍ପ୍ରଦାୟିକ ଏକତାର ଉଦାହରଣ ଦେଉଛି ।

ବିଜ୍ଞାପନର ଭିଡ଼ିଓରେ ଏପରି କଣ ରହିଛି ?

ଗୋଟିଏ ଘରେ ଜଣେ ମହିଳାଙ୍କ ପ୍ରସବ ପୂର୍ବରୁ ଆୟୋଜିତ ଉତ୍ସବର ପ୍ରସ୍ତୁତି ହେଉଛି, ଘରେ ଖୁସିର ବାତାବରଣ ସୃଷ୍ଟି ହୋଇଛି । ଏହି ମହିଳା ସହିତ ତାଙ୍କ ଶାଶୁଙ୍କ ସହ ନଜର ଆସୁଛନ୍ତି ଯିଏ ସଲୱାର ଓ ଓଢଣୀ ପିନ୍ଧିଥିବାର ନଜର ଆସୁଛନ୍ତି । ଘରର ବାତାବରଣରୁ ଏପରି ଲାଗୁଛି ଯେ, ଏକ ହିନ୍ଦୁ ଝିଅର ବିବାହ ଏକ ମୁସଲମାନ ପରିବାରରେ ହୋଇଛି ଏବଂ ମୁସଲମାନ ପରିବାର ନିଜ ବୋହୂ ପାଇଁ ହିନ୍ଦୁ ରୀତିନୀତି ଅନୁସାରେ ପ୍ରସବ ପୂର୍ବରୁ ଆୟୋଜିତ ଉତ୍ସବର ଆୟୋଜନ କରିଛନ୍ତି । ବିଜ୍ଞାପନ ଶେଷରେ ବୋହୂ ନିଜ ଶାଶୁକୁ କହୁଛନ୍ତି- “ଆପଣଙ୍କ ଘରେ ତ ଏପରି କିଛି ହୁଏ ନାହିଁ” ! ଏହା ଉତ୍ତରରେ ଶାଶୁ କୁହନ୍ତି- “ଝିଅକୁ ଖୁସି କରିବା ପାଇଁ ଆମେ ସବୁକିଛି କରିପାରିବୁ ।” ତା’ପରେ ବିଜ୍ଞାପନ ଶେଷ ହୋଇଯାଏ । ଏହି ଉତ୍ସବ ସମୟରେ ଗହଣାର ବିଜ୍ଞାପନ ଦେଖାଯାଉଛି ।

ତନିଷ୍କ ୟୁଟ୍ୟୁବରୁ ହତଇଲା ଏହି ବିଜ୍ଞାପନ :

ବିଜ୍ଞାପନକୁ ନେଇ ସୋସିଆଲ ମିଡ଼ିଆରେ ବିବାଦ ବଢୁଥିବା ଦେଖି ତନିଷ୍କ ନିଜର ସମସ୍ତ ସୋସିଆଲ ମିଡ଼ିଆ ପ୍ଲେଟଫର୍ମରୁ ସେହି ବିଜ୍ଞାପନ ହଟାଇ ଦେଇଛି । ଆପଣଙ୍କୁ ଜଣାଇ ଦେଉଛୁ ଯେ ସୋସିଆଲ ମିଡ଼ିଆରେ ଲୋକେ ତନିଷ୍କ ଗହଣାଗୁଡ଼ିକ ନ କିଣିବା ପାଇଁ କହୁଛନ୍ତି । ଲୋକଙ୍କ ଅନୁଯାୟୀ ତନିଷ୍କ ହିନ୍ଦୁ ବୋହୂ ହିଁ କାହିଁକି ଦେଖାଇଲେ । କେବେମଧ୍ୟ ହିନ୍ଦୁ ପରିବାରରେ ମୁସଲିମ ବୋହୂ ଦେଖାଯାଏ ନାହିଁ । ଲୋକଙ୍କ କହିବାନୁଯାୟୀ ତନିଷ୍କ ପ୍ରେମ ବିବାହକୁ ଉତ୍ସାହିତ କରୁଛି । ସେପଟେ କିଛି ଲୋକଙ୍କ ଅନୁଯାୟୀ ଆପଣ ଶାଶୁ ଓ ବୋହୂଙ୍କୁ ଏକାଠି ଖୁସିରେ ଦେଖିପାରନ୍ତି ନାହିଁ କାହିଁକି ? ତନିଷ୍କ ସାମ୍ପ୍ରଦାୟିକ ଏକତାକୁ ବୃଦ୍ଧି କରୁଛନ୍ତି ଏବଂ ଭାରତକୁ ଏପରି ହେବା ଉଚିତ । କିନ୍ତୁ କିଛି ଲୋକ ନିଜ ନିମ୍ନ ସ୍ତରୀୟ ବିଚାରଧାରା କାରଣରୁ ଏତେ ସୁନ୍ଦର ବିଜ୍ଞାପନକୁ ବିବାଦଗ୍ରସ୍ତରେ ବିଚାର କରୁଛନ୍ତି ।

Be the first to comment

Leave a Reply

Your email address will not be published.


*