KBCରେ ରାଜସ୍ଥାନ ଝିଅର ଦୁଃଖଭରା କାହାଣୀ ଶୁଣି କାନ୍ଦି ପକାଇଲେ ଅମିତାଭ, କହିଲେ ମୋ ସୌଭାଗ୍ୟ ଯେ ତୁମ ସହିତ ଦେଖା ହେଲି !

କୌନ୍ ବନେଗା କରୋଡ଼ପତି ଏଭଳି ଏକ ଶୋ ଅଟେ, ଯେଉଁଠାକୁ ଆସି ସାଧାରଣ ଲୋକଙ୍କର ମଧ୍ୟ ଜୀବନ ପରିବର୍ତ୍ତନ ହୋଇଯାଏ । ଏହା ମାଧ୍ୟମରେ ପ୍ରତିଯୋଗୀ ଲକ୍ଷ ଲକ୍ଷ ଟଙ୍କା ଜିତନ୍ତି । କିନ୍ତୁ ଏମାନଙ୍କର ଏପରି କିଛି କାହାଣୀ ମଧ୍ୟ ସାମ୍ନାକୁ ଆସିଥାଏ, ଯାହାକୁ ଜାଣି ପ୍ରତ୍ୟେକ ଲୋକ ଆଶ୍ଚର୍ଯ୍ୟଚକିତ ହୋଇଯାଆନ୍ତି । ଏହିପରି ଏକ ଭାବୁକ କାହାଣୀ ସୋମବାର ଏପିସଡ଼ରେ ଆସିଥିଲା । ଯେଉଁଠାରେ ଅମିତାଭ ବଚ୍ଚନଙ୍କ ଆଗ ସିଟରେ ବସିଥିଲେ ରାଜସ୍ଥାନ ଝିଅ କୋମଲ ଟୁକଡିୟା । ଯେତେବେଳେ କୋମଲ ନିଜର ଦୁଖଃଭରା କାହାଣୀ ବିଗ ବିଙ୍କୁ କହିଥିଲେ, ସେତେବେଳେ ବିଗ ବିଙ୍କ ଆଖିରେ ମଧ୍ୟ ଲୁହ ଆସି ଯାଇଥିଲା । କହିଥିଲେ ଯେ ଆଜି ମୋର ସୌଭାଗ୍ୟ ଯେ ତୁମ ଭଳି ଜଣେ ସାହସୀ ଝିଅକୁ ଭେଟିଲି ।

ବାସ୍ତବରେ କୋମଲ ଟୁକଡିୟା ଗୁଜୁରାଟର ବାସିନ୍ଦା ଅଟନ୍ତି, କିନ୍ତୁ ତାଙ୍କ ପିତା ବେଜା ଭାଇ ଟୁକଡିୟା ବ୍ୟବସାୟ କରନ୍ତି, ସେଥିପାଇଁ ସେ ଗତ ୧୫ ବର୍ଷ ଧରି ଜୋଧପୁର ସହରରେ ରହୁଛନ୍ତି । କୋମଲ KBCରେ ୧୨ ଲକ୍ଷ ୫୦ ହଜାର ପର୍ଯ୍ୟନ୍ତ ଯାତ୍ରା ସ୍ଥିର କରିଥିଲେ । ଯେତେବେଳେ ଅମିତାଭ ବଚ୍ଚନ ତାଙ୍କୁ ୨୫ ଲକ୍ଷ ଟଙ୍କା ପାଇଁ କାର୍ଗିଲ ସହିତ ଜଡିତ ପ୍ରଶ୍ନ ପଚାରିଥିଲେ , ସେ ଏହାର ଉତ୍ତର ଦେଇ ପାରି ନଥିଲେ ଓ ଖେଳରୁ ବାହାରି ଯାଇଥିଲେ ।

କହିରଖୁଛୁ ଯେ କୋମଲ ଜଣେ ଛାତ୍ରୀ ଅଟନ୍ତି, ଯାହାଙ୍କର ଘରଲୋକ ୧୩ ବର୍ଷ ବୟସରେ ନିର୍ବନ୍ଧ କରି ଦେଇଥିଲେ । କେବେଳ ଏତିକି ନୁହେଁ, ୧୮ ବର୍ଷ ପୁରା ହେଉ ହେଉ ବିବାହ କରିବାପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ କୋମଲ ଏପରି ହେବାକୁ ଦେଇ ନଥିଲେ ଓ ନିଜ ସମ୍ପର୍କୀୟ ଓ ବୟସ୍କ ମାନଙ୍କୁ ବିରୋଧ କରିଥିଲେ । କୋମଲ କମ୍ ବର୍ଷ ବୟସରେ ନିର୍ବନ୍ଧ ଏବଂ ୧୮ ବର୍ଷରେ ବିବାହ କରିବାର ବିରୋଧରେ ସ୍ୱର ଉତ୍ତୋଳନ କରନ୍ତି । ସେ ସେହି ପରିବାର ଲୋକଙ୍କୁ ବୁଝାନ୍ତି ଯେ ଆପଣଙ୍କ ଝିଅ ଛୋଟ ଅଛି, ବିବାହ କରନ୍ତୁ ନାହିଁ ।

କୋମଲ ନିଜର କମ୍ ବୟସରେ ନିର୍ବନ୍ଧ କଥା ଓ ଅନ୍ୟ ନାବାଳିକା ମାନଙ୍କର ବିବାହ କଥା KBCରେ ଅମିତାଭଙ୍କୁ କହିଥିଲେ । ସେ କହିଥିଲେ ସାର୍ ଆଜି ମଧ୍ୟ ଅନେକ ଲୋକ ଅଛନ୍ତି, ଯେଉଁମାନେ ୧୮ ବର୍ଷ ହେଉ ହେଉ ନିଜ ଝିଅଙ୍କର ବିବାହ କରିଦେଉଛନ୍ତି । ଏହି ବୟସ ଝିଅ ମାନଙ୍କର ପଢିବା ସମୟ ହୋଇଥାଏ, କିନ୍ତୁ ଘରଲୋକ ସେମାନଙ୍କର ବିବାହ କରି ଦେଉଛନ୍ତି । ଯେତେବେଳେ ସେ ନିଜ ଶାଶୁଘରକୁ ଯାଏ, ସେତେବେଳେ ଏତେ କିଛି ସହନ କରି ନ ପାରି, ଶେଷରେ ଆତ୍ମହତ୍ୟା କରିଦିଏ । ଯେଉଁପରି ଭାବରେ କୋମଲ ଏହି କଥା ବିଗ ବିଙ୍କୁ କହିଥିଲେ, ତାଙ୍କ ଆଖିରୁ ଲୁହ ଆସି ଯାଇଥିଲା ।

କୋମଲ ଜଣେ ନ୍ୟୁଜ୍ ଆଙ୍କର ହେବାକୁ ଚାହୁଁଛନ୍ତି । ସେ ନିଜର ଲକ୍ଷ୍ୟକୁ ଅମିତାଭଙ୍କ ଆଗରେ ସେୟାର କରିଥିଲେ । କୋମଲ କହିଛନ୍ତି ମୁଁ ନ୍ୟୁଜ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବାକୁ ଚାହୁଁଛି ଯେ କମ୍ ବୟସରେ ନିଜ ଝିଅର ବିବାହ କରନ୍ତୁ ନାହିଁ । ମୁଁ ଚାହୁଁ ନାହିଁ ଯେ ଖେଳକୁଦ କରିବା ବୟସରେ ଝିଅ ମାନେ ଚାପର ଶିକାର ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହୁଅନ୍ତୁ ।

ଯେତେବେଳେ ଅମିତାଭ ବଚ୍ଚନ କୋମଲଙ୍କୁ ୨୫ ଲକ୍ଷ ଟଙ୍କା ପାଇଁ କାର୍ଗିଲ ସହିତ ଜଡିତ ପ୍ରଶ୍ନ ପଚାରିଥିଲେ । ୧୯୯୦ ମସିହାରେ କାର୍ଗିଲ ଯୁଦ୍ଧ ସମୟରେ ଭାରତୀୟ ନୌସେନା ଦ୍ୱାରା ଚଲା ଯାଇଥିବା ଅପରେସନର କୋଡ୍ ନାମ କଣ ଥିଲା ? ଏଥିପାଇଁ ୪ଟି ଅପ୍ସନ ଦିଆ ଯାଇଥିଲା, A ଅପରେସନ ତଲୱାର, B ଅପରେସନ କଟାର, C ଅପରେସନ କୃପାଣ, D ଅପରେସନ ଢାଲ । କୋମଲ ଏହି ପ୍ରଶ୍ନର ଉତ୍ତର ଦେଇ ପାରି ନଥିଲେ । ସେ କୌଣସି ରିସ୍କ ନ ନେଇ ଖେଳରୁ ବାହାରି ଯାଇଥିଲେ । ପରେ ବିଗ ବି କହିଥିଲେ ଯେ ଏହାର ସଠିକ ଉତ୍ତର ଅପ୍ସନ A ଅପରେସନ ତଲୱାର ଅଟେ ।

କୋମଲ ବଲିଉଡ ଚଳଚ୍ଚିତ୍ର ଦେଖିବାକୁ ବହୁତ ପସନ୍ଦ କରନ୍ତି । ଶୋ ମାଧ୍ୟମରେ ସେ ଅମିତାଭଙ୍କୁ କହିଥିଲେ ଯେ ଆପଣ ମୋ ବାପାଙ୍କୁ କୁହନ୍ତୁ ସେ ମୋତେ ସିନେମା ଦେଖିବାପାଇଁ ଯିବାକୁ ଦେଉନାହାଁନ୍ତି । ହସି ହସି କୋମଲଙ୍କ ପିତାଙ୍କୁ ବିଗ ବି କହିଥିଲେ ଭାଇ ଆପଣ କୋମଲକୁ ସିନେମା ହଲ୍ ଯିବାକୁ ଦିଅନ୍ତୁ ଏବଂ ଆମର ରୋଟି ଆସିବାକୁ ଦିଅନ୍ତୁ ।

Be the first to comment

Leave a Reply

Your email address will not be published.


*