କୋଭିଡ-୧୯ ସଙ୍କଟ ମଧ୍ୟରେ ସମଗ୍ର ଦେଶରେ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯିବ ଭାରତୀୟ ରେଳବାଇର ଚକ !

କୋଭିଡ-୧୯ ସଙ୍କଟ ମଧ୍ୟରେ ଚାଲୁଥିବା ଭାରତୀୟ ରେଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇପାରେ । ବାସ୍ତବରେ, ନିଜର ବିଚାରାଧୀନ ଦାବିକୁ ନେଇ ରେଳ କର୍ମଚାରୀ (ଭାରତୀୟ ରେଳ କର୍ମଚାରୀ) ଦେଶବ୍ୟାପୀ ରେଳ ଧର୍ମଘଟ କରିବାର ଘୋଷଣା କରିଛନ୍ତି । ଭାରତୀୟ ରେଳ କର୍ମଚାରୀଙ୍କ ଏକ ପ୍ରମୁଖ ୟୁନିଅନ ନ୍ୟାସନାଲ ଫେଡେରେସନ ଅଫ ଇଣ୍ଡିଆନ ରେଲୱେମ୍ୟାନ୍ (ଏନଏଫଆଇଆର) ମଙ୍ଗଳବାର ଦିନ ଏହାର ଘୋଷଣା କରିଛି ।

ଏନଏଫଆଇଆର ସାଧାରଣ ସମ୍ପାଦକ ଡ଼ ଏମ ରଘୁବଇୟା ମଙ୍ଗଳବାର ଦିନ କହିଛନ୍ତି ଯେ କରୋନା ସଙ୍କଟ ସତ୍ତ୍ୱେ ୧୩ ଲକ୍ଷ ରେଳ କର୍ମଚାରୀ ନିଜ ଜୀବନ ବାଜି ଲଗାଇ ଦିନରାତି ପରିଶ୍ରମ କରି ଭାରତୀୟ ରେଳକୁ ଚଲାଉଛନ୍ତି, କିନ୍ତୁ ଏହା ସତ୍ତ୍ୱେ ଭାରତ ସରକାର ରେଳ କର୍ମଚାରୀଙ୍କ ବିଚାରାଧୀନ ଦାବି ପୂରଣ କରୁନାହିଁ ।

ତାଙ୍କ କହିବାନୁସାରେ, ସାରା ଦେଶରେ ରେଳ କର୍ମଚାରୀଙ୍କ ପ୍ରାୟ ୨୦୦୦କୋଟି ଟଙ୍କା ବୋନସ୍ ବିଚାରଧୀନ ଅଛି, ଯାହାକି ରେଳ କର୍ମଚାରୀଙ୍କୁ ସରକାର ଏପର୍ଯ୍ୟନ୍ତ ପ୍ରଦାନ କରିନାହାଁନ୍ତି । ଏପରିକି କରୋନା ଅବଧିରେ ମଧ୍ୟ ରେଳ ଚଳାଚଳକୁ ସୁଗମ ରଖିବା ପାଇଁ ରେଳ କର୍ମଚାରୀମାନେ କାର୍ଯ୍ୟ କରୁଛନ୍ତି, ଯେଉଁ କାରଣରୁ କୋଭିଡ-୧୯ ସଂକ୍ରମଣ ହେତୁ ଏପର୍ଯ୍ୟନ୍ତ ପ୍ରାୟ ୩୦୦ରେଳ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଏହି ରେଳବାଇର ପରିବାରବର୍ଗଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯିବା ଉଚିତ ।

ରଘୁବଇୟା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣାସୀରେ କହିଥିଲେ କି ଭାରତୀୟ ରେଳ ନବରତ୍ନ ଅଟେ, କିନ୍ତୁ ଆଜି ଏହି ନବରତ୍ନର ଘରୋଇକରଣର କାର୍ଯ୍ୟ ଚାଲିଛି । ରେଳ ଚଳାଚଳକୁ ବ୍ୟକ୍ତିଗତ ହାତରେ ଦିଆଯାଉଛି । ଏନଏଫଆଇଆର ଏହାକୁ ଆଦୌ ଗ୍ରହଣ କରିବ ନାହିଁ ।

ସେ କହିଛନ୍ତି ଯେ ଦଶହରା ପୂର୍ବରୁ ରେଳ କର୍ମଚାରୀଙ୍କ ବୋନସ୍ ପ୍ରଦାନ କରାଯିବା ଉଚିତ । ରଘୁବଇୟା କହିଛନ୍ତି ଯେ ଅକ୍ଟୋବର ୧୧ରେ ରେଳ ମନ୍ତ୍ରୀଙ୍କ ସହ ଆମର ଏକ ବୈଠକ ହୋଇଥିଲା ଯେଉଁଥିରେ ରେଳ କର୍ମଚାରୀଙ୍କ ସମସ୍ତ କଥା ରଖାଯାଇଥିଲା .. କିନ୍ତୁ ଯଦି ଆମର ଦାବି ପୂରଣ ନହୁଏ ତେବେ ଶୀଘ୍ର ଦେଶର ରେଳ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରିବାକୁ ବାଧ୍ୟ ହେବେ ।

Be the first to comment

Leave a Reply

Your email address will not be published.


*