ନେହା କକ୍କରଙ୍କ ବିବାହ ପରେ, ଆଦିତ୍ୟ କରିଲେ ଘୋଷଣା । ବର୍ଷଶେଷରେ ଏହି ଅଭିନେତ୍ରୀଙ୍କୁ କରିବେ ବିବାହ !

ଆଜିକାଲି ସୋସିଆଲ ମିଡିଆରେ ନେହା କକ୍କର ଏବଂ ରୋହନପ୍ରୀତଙ୍କ ବିବାହ ବିଷୟରେ ଅନେକ ଖବର ଆସୁଛି । କୁହାଯାଉଛି ଯେ ଅକ୍ଟୋବର ଶେଷରେ ଦୁହେଁ ବିବାହ କରିବାକୁ ଯାଉଛନ୍ତି । ଏଥି ସହିତ ନେହା କକ୍କର ମଧ୍ୟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ରୋହନପ୍ରୀତଙ୍କ ପ୍ରତି ନିଜର ପ୍ରେମ ବ୍ୟକ୍ତ କରିଛନ୍ତି । ଏଭଳି ପରିସ୍ଥିତିରେ ବର୍ତ୍ତମାନ ଖବର ଆସୁଛି ଯେ ବଲିଉଡ ଗାୟକ ତଥା ଉଦିତ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହି କଥା ଅନ୍ୟ କେହିନୁହେଁ ବରଂ ନିଜେ ଆଦିତ୍ୟ ପ୍ରକାଶ କରିଛନ୍ତି ।

ହଁ ବନ୍ଧୁଗଣ, ଆଦିତ୍ୟ ଘୋଷଣା କରିଛନ୍ତି ଯେ ସେ ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ତଥା ବଲିଉଡ ଅଭିନେତ୍ରୀ ଶ୍ୱେତା ଅଗ୍ରୱାଲଙ୍କୁ ବିବାହ କରିବାକୁ ଯାଉଛନ୍ତି । ସୂଚନାଯୋଗ୍ୟ ଯେ ଶ୍ୱେତା ଆଦିତ୍ୟଙ୍କ ସହ ” ଶାପିତ୍ ” ଫିଲ୍ମରେ ନଜର ଆସିଥିଲେ । ଦୁହେଁ ଫିଲ୍ମ ” ଶାପିତ୍ “ର ଶୁଟିଂସେଟରେ ଭେଟିଥିଲେ ଏବଂ ସେବେଠାରୁ ଦୁହେଁ ପରସ୍ପରକୁ ଡେଟିଂ ଆରମ୍ଭ କରିଥିଲେ । ଖବର ଅନୁଯାୟୀ, ୨୦୨୦ ଶେଷ ସୁଦ୍ଧା ଆଦିତ୍ୟ ଏବଂ ଶ୍ୱେତା ବିବାହର ପବିତ୍ର ବନ୍ଧନରେ ବାନ୍ଧିହେବେ ।

ନିକଟରେ ଆଦିତ୍ୟ ନାରାୟଣ ଏକ ସାକ୍ଷାତକାର ଦେଇଥିଲେ ଯେଉଁଥିରେ ସେ ତାଙ୍କ ବିବାହ ଏବଂ ଶ୍ୱେତାଙ୍କ ସହ ସମ୍ପର୍କ ବିଷୟରେ ଅନେକ ଖୁଲାସା କରିଥିଲେ । ଆଦିତ୍ୟ କହିଛନ୍ତି, ” ମୁଁ ମୋର ସମ୍ପର୍କକୁ କେବେ ମଧ୍ୟ ଗୁପ୍ତ ରଖି ନାହିଁ । କିନ୍ତୁ ଏକ ସମୟରେ ଏହା ବିଷୟରେ ଅନେକ ଆଲୋଚନା ହୋଇଥିଲା ଏବଂ ମିଡ଼ିଆରେ ବହୁତ କିଛିଲେଖା ଯାଉଥିଲା । ସେଥିପାଇଁ ମୁଁ ଚୁପ୍ ରହିବାକୁ ନିଷ୍ପତ୍ତି ନେଲି ଏବଂ ଲୋକମାନେ ମଧ୍ୟ ମୋତେ ଏକୁଟିଆ ଛାଡିଦେଲେ ” ।

ଆଦିତ୍ୟ ତାଙ୍କ ବାର୍ତ୍ତାଳାପ ଜାରି ରଖି ଆହୁରି ମଧ୍ୟ କହିଛନ୍ତି ଯେ, ” ମୁଁ ” ଶାପିତ୍ ” ସୁଟିଂସେଟରେ ଶ୍ୱେତାଙ୍କୁ ଭେଟିଥିଲି ଏବଂ ପ୍ରଥମ ସାକ୍ଷାତ ପରଠାରୁ ଆମର ଭଲ ବନ୍ଧନ ହୋଇଯାଇଥିଲା । ଧୀରେ ଧୀରେ ମୁଁ ଅନୁଭବ କଲି ଯେ, ମୁଁ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଶ୍ୱେତାଙ୍କ ପ୍ରେମରେ ବୁଡି ସାରିଛି । ମୁଁ ତାଙ୍କ ପ୍ରେମରେ ପଡିସାରିଥିଲି ସତ କିନ୍ତୁ, ସେ କେବଳ ମୋର ବନ୍ଧୁ ହେବାକୁ ଚାହୁଁଥିଲେ, କାରଣ ସେତେବେଳେ ଆମେ ବହୁତ ଛୋଟ ଥିଲୁ ଏବଂ ସେ ଓ ମୁଁ ଉଭୟ ଆମେ ଆମର ବୃତ୍ତି ଉପରେ ଧ୍ୟାନ ଦେବାକୁ ଚାହୁଁଥିଲୁ । ପ୍ରତ୍ୟେକ ସମ୍ପର୍କ ପରି, ଆମ ମଧ୍ୟରେ ଥିବା ସମ୍ପର୍କରେ ଅନେକ ଉତ୍ଥାନ-ପତନ ଘଟିଥିଲା, କିନ୍ତୁ ଅସୁବିଧା ମଧ୍ୟରେ ମଧ୍ୟ ଆମେ ସ୍ଥିର ହୋଇ ରହିଥିଲୁ ” ।

ଆଦିତ୍ୟ ଆହୁରି ମଧ୍ୟ କହିଛନ୍ତି, ” ତଥାପି ବିବାହ ବର୍ତ୍ତମାନ ଆମ ମଧ୍ୟରେ ଔପଚାରିକତା, ଯାହା ନଭେମ୍ବର କିମ୍ବା ଡିସେମ୍ବର ସୁଦ୍ଧା ହେବ ବୋଲି ଆଶା କରାଯାଉଛି । ମୋର ପିତାମାତା ଶ୍ୱେତାଙ୍କୁ ଜାଣନ୍ତି ଏବଂ ତାଙ୍କୁ ବହୁତ ପସନ୍ଦ ମଧ୍ୟ କରନ୍ତି ” ଏଥି ସହ ଯେତେବେଳେ ଆଦିତ୍ୟଙ୍କୁ ନେହା କକ୍କରଙ୍କ ବିବାହ ବିଷୟରେ ପଚରାଗଲା, ସେ କହିଥିଲେ ଯେ ନେହାଙ୍କ ବିବାହକୁ ନେଇ ସେ ବହୁତ ଖୁସି ଏବଂ ଭବିଷ୍ୟତ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ତେବେ କାନ୍ଧରେ ଆଘାତ ଲାଗିଥିବାରୁ ସେ ସେମାନଙ୍କ ବିବାହର ଅଂଶ ହୋଇପାରିବେ ନାହିଁ ।

ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବରୁ ନେହା ଏବଂ ଆଦିତ୍ୟ ସେମାନଙ୍କ ନକଲି ବିବାହକୁ ନେଇ ଚର୍ଚ୍ଚିତ ଥିଲେ । ଉଭୟ କେବଳ ସେମାନଙ୍କ ବିବାହର ନାଟକ ରଚନା କରିଥିଲେ । ବାସ୍ତବରେ, ତାଙ୍କର ଗୀତ ‘ଗୋଆ ୱାଲେ ବିଚ୍ ‘କୁ ପ୍ରଚାର ପ୍ରସାର କରିବାପାଇଁ ତାଙ୍କର ପବ୍ଲିସିଟି ଷ୍ଟଣ୍ଟ ଥିଲା ।

Be the first to comment

Leave a Reply

Your email address will not be published.


*