ନିଜ ଠାରୁ ୨୧ ବର୍ଷୀୟ ଛୋଟ ହିନା ଖାନଙ୍କୁ ବିବାହ କରିବେ ୫୪ ବର୍ଷୀୟ ସଲମାନ ଖାନ୍ ! ଅଭିନେତା କହିଛନ୍ତି ‘ଆପଣଙ୍କର କିଛି ଆପତ୍ତି ଅଛି’ ।

ସଲମାନ ଖାନଙ୍କର ବୟସ ୫୪ ବର୍ଷ ହୋଇଗଲାଣି, ତଥାପି ସେ ଘରେ କୁଆଁରା ବସିଛନ୍ତି । ତାଙ୍କର କୋଟି କୋଟି ପ୍ରଶଂସକ ଜାଣିବାକୁ ଚାହାଁନ୍ତି ଯେ ସଲମାନ ଖାନଙ୍କର ବିବାହ କେବେ ହେବ । ଯେତେବେଳେ ବି ସଲମାନଙ୍କୁ ବିବାହ ବିଷୟରେ ପଚରାଯାଏ, ସେ ଗୋଳ ମାଳ କରି କଥାକୁ ଏଡାଇ ଦିଅନ୍ତି । ଆଜିକାଲି ସଲମାନ ବିଗ୍ ବୋସ୍ ୧୪କୁ ହୋଷ୍ଟ କରୁଛନ୍ତି ଏବଂ ତାଙ୍କୁ ଏହି ଶୋ’ରେ ମଧ୍ୟ ଏପରି କିଛି ପ୍ରଶ୍ନ ପଚରାଯାଇଥିଲା ।

ବିଗ୍ ବୋସ୍”ରେ ହେଲା ସଲମାନଙ୍କର ବିବାହ ଉପରେ ଚର୍ଚ୍ଚା:-

ବାସ୍ତବରେ ସଲମାନ ଖାନ୍ ଏବଂ ହିନା ଖାନଙ୍କ ବିବାହର ଆଲୋଚନା ରବିବାର ଦିନ ପ୍ରସାରିତ ‘ୱିକେଣ୍ଡ କା ୱାର’ର ଏପିସୋଡରେ ହୋଇଥିଲା । କହିରଖୁଛୁ ଯେ ହିନା ୩୩ ବର୍ଷର ଅଟନ୍ତି ଏବଂ ସଲମାନଙ୍କ ଠାରୁ ୨୧ ବର୍ଷର ସାନ ଅଟନ୍ତି । ଶୋ’ରେ ଏକ ମୁହୂର୍ତ୍ତ ଏପରି ମଧ୍ୟ ଅଛି, ଯେତେବେଳେ ହିନା ସଲମାନଙ୍କୁ ନିଜକୁ ବିବାହ କରିବାକୁ କୁହନ୍ତି । ଏହା ପରେ ସଲମାନଙ୍କ ଉତ୍ତର ଶୁଣି ସମସ୍ତେ ହସିବା ଆରମ୍ଭ କରିଦିଅନ୍ତି ।

ବାସ୍ତବରେ ସଲମାନ ଖାନ୍, ହିନା ଖାନ୍ ଏବଂ ସିଦ୍ଧାର୍ଥ ଶୁକ୍ଲା ଶୋ’ରେ ବିବାହ ବିଷୟକୁ ନେଇ ମଜାମସ୍ତି କରୁଥିବାର ଦେଖିବାକୁ ମିଳିଛନ୍ତି । ସର୍ବପ୍ରଥମେ ସଲମାନ, ସିଦ୍ଧାର୍ଥଙ୍କୁ ଥଟ୍ଟା କରି କହିଛନ୍ତି ଯେ ‘ସିଦ୍ଧାର୍ଥଙ୍କ ବିବାହ ତାରିଖ ସ୍ଥିର ହୋଇଯାଇଛି’ । ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଏହା ପରେ ହିନା ପଚାରିଛନ୍ତି, ‘ସେହି ଝିଅ କିଏ?’ । ସଲମାନ ଏହାପରେ ସ୍ପଷ୍ଟ କରି କହିଛନ୍ତି ଯେ ଶୋ ”ବାଲିକା ବଧୂ”ରେ ସିଦ୍ଧାର୍ଥ ବିବାହ କରିବାକୁ ଯାଉଛନ୍ତି ।

ହିନାଙ୍କ ପ୍ରସ୍ତାବରେ ସଲମାନ ଏହି ଉତ୍ତର ଦେଇଥିଲେ:-

ଏହା ପରେ ହିନା କହିଛନ୍ତି ଯେ ‘ମୁଁ ପ୍ରକୃତରେ ଉତ୍ସାହିତ ହୋଇ ଯାଇଥିଲି ଯେ ପ୍ରକୃତରେ ବିବାହ ଅଛି । ତା’ପରେ ନୂଆଁ ପୋଷାକ ପିନ୍ଧିବାକୁ ଏବଂ ମଜା କରିବା ପାଇଁ ମିଳିଥାନ୍ତା । ସଲମାନ ଏହା ପରେ କହିଛନ୍ତି ଯେ ତେବେ ତୁମେ ବିବାହ କରନିଅ । ଏହା ପରେ ହିନା ସଲମାନଙ୍କୁ କୁହନ୍ତି, ସାର୍ ଆପଣ ବିବାହ କରିନିଅନ୍ତୁ । ହିନାଙ୍କ ଏହି ବିବାହ ପ୍ରସ୍ତାବରେ ସଲମାନ ଉତ୍ତର ଦେଇ କହନ୍ତି –

ମୋର ବିବାହ ହୋଇଯାଇଛି । ମୋର ବିବାହ କରିବାର ବୟସ ହୋଇଯାଇଛି । ଅର୍ଥାତ ବୟସ ହୋଇ ପାର ହୋଇଗଲାଣି । ମୋର ଆଉ ବିବାହ କରିବାର ନାହିଁ । ଆପଣଙ୍କର କୌଣସି ଆପତ୍ତି ଅଛି ? ଯେକୌଣସି ବ୍ୟକ୍ତିଙ୍କର ବିବାହ କଥା କହିଲେ ସିଧାସଳଖ ମୋ ଉପରକୁ ଆସି ଯାଆନ୍ତି ।

ସଲମାନଙ୍କ ଠାରୁ ଏହି ଉତ୍ତର ଶୁଣି ସେଠାରେ ଥିବା ସମସ୍ତ ଲୋକ ଜୋରରେ ହସିବାକୁ ଲାଗନ୍ତି । ବର୍ତ୍ତମାନ ଭାଇଜାନ୍ କେବେ ବିବାହ କରିବେ ତାହା କେହି ମଧ୍ୟ ଜାଣନ୍ତି ନାହିଁ । କିନ୍ତୁ ଏହା ନିଶ୍ଚିତ ଯେ ଆଗାମୀ ସମୟରେ ମଧ୍ୟ ତାଙ୍କ ବିବାହକୁ ନେଇ ଥଟ୍ଟା ମଜା ଜାରି ରହିବ । ଉଲ୍ଲେଖଥାଉ ଯେ, ସଲମାନଙ୍କ ଜୀବନରେ ଅନେକ ଝିଅ ଆସି ସାରିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ମାମଲା ବିବାହ ପର୍ଯ୍ୟନ୍ତ ପହଞ୍ଚି ପାରି ନାହିଁ ।

Be the first to comment

Leave a Reply

Your email address will not be published.


*