ୟୁଜଭେନ୍ଦ୍ର ଚହଲଙ୍କ ରହସ୍ୟମୟ ବିଲିଙ୍ଗରେ ଦ୍ଵନ୍ଦରେ ପଡିଲେ ବ୍ୟାଟ୍ସମ୍ୟାନ୍, ଯୁବରାଜ ସିଂ ଦେଇଛନ୍ତି ଏହି ମଜାଳିଆ ମନ୍ତବ୍ୟ !

ଆଇପିଏଲ ୨୦୨୦ର ଏହି ସିଜନରେ ଅନେକ ରୋମାଞ୍ଚକ ଖେଳ ଦେଖିବାକୁ ମିଳୁଛି । ସମସ୍ତ ଦଳ ନିଜ ତରଫରୁ ଭଲ ପ୍ରଦର୍ଶନ କରିବାକୁ ଯଥାସମ୍ଭବ ଉଦ୍ୟମ କରୁଛନ୍ତି । ଏହି ସମୟରେ , ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ହୋଇଥିବା ମ୍ୟାଚରେ ବିରାଟଙ୍କ ସେନା ସହଜରେ ୮୨ରନରେ ଜିତିଥିଲା । ଏହି ସିଜନ ବାଙ୍ଗାଲୋର ପାଇଁ ଏହା ଏକ ବଡ଼ ବିଜୟ ବୋଲି ପ୍ରମାଣିତ ହୋଇଛି । ଏହି ମ୍ୟାଚର ପ୍ରକୃତ ହିରୋ ହେଉଛନ୍ତି ଏବି ଡି ଭିଲିୟର୍ସ । ଆପଣଙ୍କୁ କହିଦଉଛୁ ଯେ ସେ ୩୩ ବଲରୁ ୭୩ ରନର ଚମତ୍କାର ଇନିଂସ୍ ଖେଳିଥିଲେ । ଏହା ବ୍ୟତୀତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବୋଲରମାନେ ମଧ୍ୟ ବୋଲିଂରେ କୌଣସି ଭୁଲ୍ କରିନାହାଁନ୍ତି । ଆଇପିଏଲର ଏହି ସିଜନରେ ୟୁଜଭେନ୍ଦ୍ର ଚହଲ ଅତ୍ୟନ୍ତ ଭଲ ପ୍ରଦର୍ଶନ କରୁଛନ୍ତି ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ବିଜୟ ଦେବାରେ ସବୁଠାରୁ ବଡ ଯୋଗଦାନ ଏବି ଡି ଭିଲିୟର୍ସଙ୍କ ରହିଅଛି । ସେ ତାଙ୍କ ଭଲ ବ୍ୟାଟିଂ ଦ୍ଵାରା କୋଲକାତା ନାଇଟ୍ ରାଇଡର୍ସର ସମସ୍ତ ବୋଲରଙ୍କ ହୋଶ୍ ଉଡେଇ ଦେଇଥିଲେ । ଆପଣଙ୍କୁ କହିଦଉଛୁ ଯେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ୟୁଜଭେନ୍ଦ୍ର ଚହଲ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । କେକେଆର ବିପକ୍ଷରେ ୟୁଜଭେନ୍ଦ୍ର ଚହଲ ଅଧିନାୟକ ଦୀନେଶ କାର୍ତ୍ତିକଙ୍କ ୱିକେଟ୍ ନେଇ ନିଜ ଦଳକୁ ମ୍ୟାଚ୍ ଆଡକୁ ନେଇଥିଲେ । ନିଜ ଦଳର ଚମତ୍କାର ବିଜୟ ପରେ ୟୁଜଭେନ୍ଦ୍ର ଚହଲ ଟ୍ୱିଟର ମାଧ୍ୟମରେ ଅଭିନନ୍ଦନ ଜଣାଇଥିଲେ । ୟୁଜଭେନ୍ଦ୍ର ଚହଲଙ୍କ ଟ୍ୱିଟରେ ପୂର୍ବତନ କ୍ରିକେଟର ଯୁବରାଜ ସିଂ ମଜାଳିଆ ମନ୍ତବ୍ୟ ଦେଇଛନ୍ତି, ଯାହା ଇଣ୍ଟରନେଟରେ ଖୁବ୍ ଶୀଘ୍ର ଭାଇରାଲ ହୋଇଛି ।

* ଯୁବରାଜ ସିଂ ୟୁଜଭେନ୍ଦ୍ର ଚହଲଙ୍କ ମଜା କରି ଏକ ମଜାଳିଆ ମନ୍ତବ୍ୟ ଦେଇଥିଲେ

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିଜୟରେ ବୋଲରମାନେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ । କୋଲକାତାକୁ ୧୧୨ ରନରେ ଅଟକାଇ ମ୍ୟାଚକୁ ସହଜ କରିଦେଇଥିଲେ । ଏହି ସିଜନରେ ବାଙ୍ଗାଲୋର ବୋଲରଙ୍କ ମଧ୍ୟରେ ମୁଖ୍ୟ ଭୂମିକା ୟୁଜବେନ୍ଦ୍ର ଚହଲଙ୍କ ପ୍ରଦର୍ଶନ ରହିଛି । ଆପଣଙ୍କୁ କହିଦଉଛୁ ଯେ ସେ ଶାରଜାହ ପରି ଏକ ଛୋଟ ଗ୍ରାଉଣ୍ଡରେ ୪ ଓଭରରେ ମାତ୍ର ୧୨ ରନ୍ ଦେଇଥିଲେ ଏବଂ ୧ ୱିକେଟ୍ ନେଇଥିଲେ । ୟୁଜଭେନ୍ଦ୍ର ଚହଲ ମ୍ୟାଚ୍ ଜିତିବା ପରେ ଦଳର ପ୍ରଦର୍ଶନ ବିଷୟରେ ଏକ ଟ୍ଵିଟ୍ କରି କହିଥିଲେ ଯେ, “କେହି ଏକୁଟିଆ କିଛି କରିପାରିବେ ନାହିଁ, ସେମାନଙ୍କ ପାଇଁ ଏକ ଦଳ ରହିବା ଅତ୍ୟନ୍ତ ଜରୁରୀ ଅଟେ ।ଆଜିର ମ୍ୟାଚରେ ଆମେ ଏକ ମହାନ ଦଳ ଭଳି ଖେଳିଲୁ ।” ୟୁଜଭେନ୍ଦ୍ର ଚହଲଙ୍କ ଏହି ଟୁଇଟରେ ଯୁବରାଜ ସିଂ ମଜାଳିଆ ମନ୍ତବ୍ୟ ଦେଇଛନ୍ତି ଯେ, “ତୁ କାହାକୁ ରନ୍ କରିବାକୁ ଦେଉନାହୁଁ, ଲାଗୁଛି ପଡିଆକୁ ଫେରିବାକୁ ପଡିବ । ଚମତ୍କାର ବୋଲିଂ ୟୁଜି ।”

ଆପଣଙ୍କୁ କହିଦଉଛୁ ଯେ ଯୁବରାଜ ସିଂ ଟି-୨୦ରେ ୬ଟି ଛକା ମାରିଥିଲେ । ସେ ୟୁଜଭେନ୍ଦ୍ର ଚହଲଙ୍କ ଉନ୍ନତ ପ୍ରଦର୍ଶନକୁ ପ୍ରଶଂସା କରିବା ସହ ମଜାଳିଆ ମନ୍ତବ୍ୟ ମଧ୍ୟ ଦେଇଥିଲେ । ୟୁଜଭେନ୍ଦ୍ର ଚହଲ ଏହି ମନ୍ତବ୍ୟ ଉପରେ ମନ୍ତବ୍ୟ ଦେଇ କହିଛନ୍ତି ଯେ, “ମତେ ବର୍ତ୍ତମାନ ମଧ୍ୟ ୩ଟି ବଲରୁ ଲାଗିଥିବା ୩ଟି ଛକା ମନେ ଅଛି ଭାଇ ।” ଆଇପିଏଲର ଶେଷ ସିଜନରେ ଯୁବରାଜ ସିଂ ଯଜୁଭେନ୍ଦ୍ର ଚହଲଙ୍କ ଓଭରରେ ତିନୋଟି ଛକା ମାରିଥିଲେ, କିନ୍ତୁ ଚତୁର୍ଥ ବଲରେ ୟୁଜବେନ୍ଦ୍ର ଚହଲ ଯୁବରାଜ ସିଂଙ୍କୁ ପ୍ୟାଭିଲିୟନକୁ ପଠାଇଥିଲେ । ଏହି ସିଜନରେ ଲୋକମାନେ ୟୁଜଭେନ୍ଦ୍ର ଚହଲଙ୍କ ଉତ୍କୃଷ୍ଟ ବୋଲିଂକୁ ପ୍ରଶଂସା କରୁଛନ୍ତି ।

କହିଦଉଛୁ ଯେ ଏହି ମ୍ୟାଚ୍ ଜିତିବା ପରେ ଆରସିବି ଆଇପିଏଲ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନ ଅଧିକାର କରିଛି । ବର୍ତ୍ତମାନ ସେମାନଙ୍କର ପରବର୍ତ୍ତୀ ମ୍ୟାଚ ୧୫ ଅକ୍ଟୋବରରେ କିଂଗ୍ସ ଇଲେଭେନ୍ ପଞ୍ଜାବ ବିପକ୍ଷରେ ଶାରଜାହ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ । ପ୍ରଶଂସକମାନେ ପରବର୍ତ୍ତୀ ମ୍ୟାଚ୍ ପାଇଁ ବର୍ତ୍ତମାନ ବହୁତ ଆଗ୍ରହୀ ଅଛନ୍ତି । ବର୍ତ୍ତମାନ ଦେଖିବାକୁ ବାକି ରହିଲା କି ପରବର୍ତ୍ତୀ ମ୍ୟାଚରେ କେଉଁ ଦଳ ଚମତ୍କାର କରିବାକୁ ଯାଉଛି ।

Be the first to comment

Leave a Reply

Your email address will not be published.


*