ଶେଷ ହେଲା ହାଥରସ ମାମଲାର ଶୁଣାଣି ! ଜାଣନ୍ତୁ କ’ଣ ସବୁ ଆଲୋଚନା ଓ ଚର୍ଚ୍ଚା ହୋଇଥିଲା ?

ଆଜିକାଲି ସାରା ଦେଶରେ ହାଥରସ ମାମଲା (Hathras Case)ର ଚର୍ଚ୍ଚା ଜୋରଜାର ଚାଲିଛି । ୧୨ ଅକ୍ଟୋବର, ଲକ୍ଷ୍ନୌ (Lucknow) ବେଞ୍ଚର ଆହ୍ଲାବାଦ ହାଇକୋର୍ଟରେ ଶୁଣାଣି ହୋଇଥିଲା । ଏହି ଶୁଣାଣିରେ ପୀଡିତାଙ୍କ ସମ୍ପର୍କୀୟମାନେ ମଧ୍ୟ କୋର୍ଟରେ ଉପସ୍ଥିତ ଥିଲେ । ଏହା ବ୍ୟତୀତ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଗୃହ ବିଭାଗ) ଅବନୀଶ, ଡିଜିପି ଏଚସି ଅଵସ୍ତି ଏବଂ ସ୍ଥାନୀୟ ପ୍ରଶାସନ, ଡିଏମ୍ ଏବଂ ଏସପିଙ୍କ ସମେତ ବହୁ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।

ସିବିଆଇର ୧୫ ଜଣିଆ ଟିମ୍ କରିବେ ଯାଞ୍ଚ :

ଏହି ମାମଲା ସିବିଆଇ ହାତକୁ ଆସିବା ମାତ୍ରେ ତାଙ୍କ ୧୫ ଜଣିଆ ଟିମ୍ ବୁଲଗଡୀ ଗ୍ରାମକୁ ଯାଇ ଘଟଣାସ୍ଥଳର ଯାଞ୍ଚ କରିବେ । ମିଳିଥିବା ଖବର ଅନୁଯାୟୀ, ଏହି ସିବିଆଇ ଟିମ୍ ସହିତ ଫୋରେନସିକ୍ ଟିମ୍ ମଧ୍ୟ ଉପସ୍ଥିତ ରହିବେ । ଘଟଣାସ୍ଥଳର ଯାଞ୍ଚ ସମୟରେ ଅନେକ ପ୍ରମାଣ ସଂଗ୍ରହ କରାଯିବ । ଏହା ବ୍ୟତୀତ ସିବିଆଇ ଏସଆଇଟିରୁ ଅନୁସନ୍ଧାନ ସହ ଜଡିତ ଦଲିଲ ନେଇ ମାମଲାର ତଦନ୍ତ କରିବ । ଏହି ଅନୁସନ୍ଧାନ ସହ ଜଡିତ ଥିବା ସମସ୍ତ ଅଧିକାରୀଙ୍କ ସହ ମଧ୍ୟ କଥା ହୋଇପାରନ୍ତି ।

ଦୁଇଟାରେ ଆରମ୍ଭ ହୋଇଥିଲା ଶୁଣାଣି :

ଏହି ସମୟ ମଧ୍ୟରେ ସିବିଆଇ ପୋଷ୍ଟ ମୋର୍ଟମ ରିପୋର୍ଟ, ଫୋରେନସିକ ଦଳର ଅନୁସନ୍ଧାନରେ ମିଳିଥିବା ନମୁନା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ପ୍ରମାଣ ସଂଗ୍ରହ କରିବ । ଏହି ପ୍ରକ୍ରିୟାରେ ମାମଲାର ତଦନ୍ତ ଅଧିକାରୀ, ଡେପୁଟି ଏସପି ସିବିଆଇ ସୀମା ପାହୁଜା ମଧ୍ୟ ଦଳ ସହିତ ପୁରା ସମୟ ସିବିଆଇ ଟିମ୍ ସହିତ ରହିବେ । ପୀଡିତାଙ୍କ ନ୍ୟାୟ ପାଇବା ନିମନ୍ତେ ଲକ୍ଷ୍ନୌ ଆସିଥିଲେ । ସେମାନେ ଦୁଇଟା ବେଳେ ହାଇକୋର୍ଟରେ ହାଜର ହୋଇଥିଲେ । ହାଥରସ ମାମଲାର ଶୁଣାଣି ଶେଷ ହେବା ମାତ୍ରେ ପୀଡିତାଙ୍କ ପରିବାର ଏବଂ ଅଧିକାରୀମାନେ କୋର୍ଟରୁ ବାହାରକୁ ଆସିଥିଲେ । ନଭେମ୍ବର ୨ ତାରିଖରେ କୋର୍ଟ ଏହାର ପରବର୍ତ୍ତୀ ଶୁଣାଣି ଘୋଷଣା କରିବେ ।

ପିଡ଼ିତାଙ୍କ ପରିବାର ମାଗୁଛନ୍ତି ସୁରକ୍ଷା :

ଶୁଣାଣି ଶେଷ ହେବା ପରେ ପୀଡିତାଙ୍କ ପରିବାର ଓକିଲ ସୀମା କୁଶୱା ମଧ୍ୟ ଗଣମାଧ୍ୟମଙ୍କ ସହ କଥା ହୋଇଥିଲେ । ସେ କହିଛନ୍ତି ଯେ, ପୀଡିତାଙ୍କ ପରିବାର ଚାହୁଁଛନ୍ତି; ସିବିଆଇ ରିପୋର୍ଟକୁ ସାର୍ବଜନୀନ କରାନଯାଉ । ଏହା ବ୍ୟତୀତ ସେ ପରିବାରର ସୁରକ୍ଷା ପାଇଁ ମଧ୍ୟ ଦାବି କରିଛନ୍ତି ।

Be the first to comment

Leave a Reply

Your email address will not be published.


*