ସମୟ ଥାଉ ଥାଉ ଜାଣି ନିଅନ୍ତୁ : ହୃଦଘାତ ହେବାର ଏକ ମାସ ପୂର୍ବରୁ ଶରୀରରେ ଦେଖାଦେଇଥାଏ ଏହିସବୁ ଲକ୍ଷଣ !

ଏମିତି ତ ଆପଣ ସମସ୍ତେ ହୃଦଘାତର ଖବର ଅନେକ ଥର ଶୁଣିଥିବେ । ଏତିକି ହିଁ ନୁହେଁ, ଏହା ଏକ ଏମିତି ରୋଗ ଯହିଁରେ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଯାଏ । ଏହାଛଡା ଆପଣଙ୍କୁ ଏହା ବୋଧେ ଜାଣି ନଥିବେ ଯେ, ଏହି ସଂସାରରେ ଯେତେ ଜଣଙ୍କ ମୃତ୍ୟୁ ହେଉଛି ସେଥିରୁ ଏକ ଚତୁର୍ଥାଂଶରୁ ଅଧିକ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି । ପ୍ରକୃତରେ ଆପଣଙ୍କୁ କହି ରଖୁଚୁ ଯେ, ଅଧିକାଂଶ ଲୋକଙ୍କୁ ଜଣା ନଥାଏ ଯେ, ସେମାନଙ୍କୁ ଏହି ରୋଗ (ହୃଦଘାତ) ଅଛି ବୋଲି ।ଯେତେବେଳେ ଜାଣନ୍ତି ସେତେବେଳେକୁ ବହୁତ ବିଳମ୍ବ ହୋଇଯାଇଥାଏ ଏବଂ ସେତେବେଳେ ପୀଡିତା ମୃତ୍ୟୁ ସହ ସଂଘର୍ଷରତ କିମ୍ବା ମୃତ୍ୟୁ ମୁଖରେ ପହଞ୍ଚି ଯାଇଥାଆନ୍ତି । କୁହାଯାଏ କି ହୃଦୟ ଶରୀରର ଏପରି ଏକ ଅଂଶ ଯାହା ଅନ୍ୟ ଅଂଶଗୁଡିକୁ ରକ୍ତ ଏବଂ ଅମ୍ଳଜାନ ପହଞ୍ଚାଇ ଥାଏ ।

ସାମାନ୍ୟ ଅର୍ଥରେ କହିବାକୁ ଗଲେ ହୃତପିଣ୍ଡ ମାଧ୍ୟମରେ ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ଏବଂ ଅମ୍ଳଜାନ ପହଞ୍ଚିଥାଏ । ପୁଣି ଯେତେବେଳେ ଏହି ପମ୍ପଟି (ଦୃଦୟ) ଠିକ ରୂପେ କାମ କରେନାହିଁ, ତେବେ ରକ୍ତ ଏବଂ ଅମ୍ଳଜାନ ଶରୀରର ଅନ୍ୟ ଅଂଶରେ ପହଞ୍ଚିବାରେ ଅନେକ ସମସ୍ୟା ହୁଏ ଏବଂ ଏପରି ଅବସ୍ଥାରେ ରକ୍ତପ୍ରବାହ ବନ୍ଦ ହୋଇଯାଏ ଓ ହୃଦଘାତ ହେବାର ସମ୍ଭାବନା ବଢ଼ିଯାଏ । ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଅନ୍ୟାନ୍ୟ ଦେଶ ତୁଳନାରେ ଏସିଆ ମହାଦେଶର ଲୋକମାନଙ୍କୁ ହୃଦଘାତ ହେବାର ସମ୍ଭାବନା ଅଧିକ ରହିଥାଏ ହେଲେ ଏହାର କାରଣ ଆଜି ପର୍ଯ୍ୟନ୍ତ ଜଣା ପଡୁନାହିଁ । ଆଜି ଆମେ ହୃଦଘାତ ହେବାର କିଛି ମୁଖ୍ୟ କାରଣ କହିବୁ ।

ହୃଦଘାତ ହେବାର ଏକମାସ ପୂର୍ବରୁ ଶରୀରରେ ଦେଖାଯାଏ ଏହି ସବୁ ସଂକେତ :

ଥକ୍କାପଣ :

ଯଦି ଆପଣ ବିନା କିଛି କାରଣରୁ ହାଲିଆ ବା ଥକ୍କାପଣ ଅନୁଭବ କରନ୍ତି, ତେବେ ଆପଣକୁ ସତର୍କ ରହିବକୁ ପଡିବ । କାହିଁକି ନା ଏପରି ସମସ୍ୟା ଦେଖାଦେଲେ ହୃଦଘାତ ହେବାର ସମ୍ଭାବନା ରହିଥାଏ । ଏପରି ଲକ୍ଷଣଗୁଡିକ ବିଶେଷ କରି ମହିଳାମାନଙ୍କ କ୍ଷେତ୍ରରେ ଅଧିକ ଦେଖିବାକୁ ମିଳିଥାଏ । ଅସାମାନ୍ୟ ହାଲିଆ ବା ଥକ୍କାପଣ ଅର୍ଥ ଛୋଟ ଛୋଟ କାମ ଯେପରି ଖଟରେ ବେଡ଼ସିଟ ଠିକ କରିବା, ଗାଧୋଇବା ପରି କାମ କରିଲେ ମଧ୍ୟ ଥକ୍କାପଣ ଅନୁଭବ କରିବା ।

ପେଟ ବ୍ୟଥା :

ଅନ୍ୟ ଏକ ଲକ୍ଷଣ ପେଟରେ ଦରଜ ବା ବ୍ୟଥା ହେବା । ଏହା ଏକ ସାଧାରଣ ସମସ୍ୟା କିନ୍ତୁ ଯଦି ଆପଣ ପ୍ରାୟତଃ ପେଟରେ ଯନ୍ତ୍ରଣା, ଜଳିବା, ପେଟ ଖରାପ ହେବା ପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଏହାକୁ ଅନାଦେଖା କରନ୍ତୁ ନାହିଁ । ଏହି ଲକ୍ଷଣ ଉଭୟ ମହିଳା ଓ ପୁରୁଷମାନଙ୍କ କ୍ଷେତ୍ରରେ ଦେଖାଯାଏ ।

ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା :

ଯଦି ଆପଣଙ୍କୁ ପ୍ରଶ୍ୱାସ ନେବାର ଅସୁବିଧା ହେଲା ଭଳି ଅନୁଭବ କରୁଛନ୍ତି ଅବା ଆପଣଙ୍କୁ ଲାଗୁଛି ଯେ ଆପଣ ବହୁତ ସମୟ ହେଲା ଆବଶ୍ୟକ ମାତ୍ରରେ ପବନ ଅର୍ଥାତ ଅମ୍ଳଜାନ ପାଇ ପାରୁନାହାନ୍ତି ଓ ମୁଣ୍ଡ ବୁଲେଇବା ଏବଂ ନିଶ୍ଵାସ ପ୍ରଶ୍ୱାସରେ ଅସୁବିଧା ହୁଏ, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଅନିଦ୍ରା :

ଏହା ମଧ୍ୟ ହୃଦଘାତର ଏକ ଲକ୍ଷଣ ଅଟେ । କାରଣ ଅନିଦ୍ରା ହୃଦଘାତର ବିପଦକୁ ନିମନ୍ତ୍ରଣ ଦେଇଥାଏ । ଏହି ଲକ୍ଷଣ ମହିଳା ମାନଙ୍କ ଠାରେ ବେଶି ଦେଖାଯାଏ । ସାଂପ୍ରତିକ ପରିସ୍ଥିତିରେ ପ୍ରତ୍ୟେକ ବ୍ୟକ୍ତି ବ୍ୟସ୍ତମୟ ଜୀବନ ଅତିବାହିତ କରୁଥିବା ଯୋଗୁଁ କାର୍ଯ୍ୟର ଚାପର ବଶବର୍ତ୍ତୀ ହୋଇ ଅନିଦ୍ରା ରହିବାକୁ ବାଧ୍ୟ ହୋଇଯାଉଛନ୍ତି । ଯାହାଫଳରେ ସମସ୍ତଙ୍କୁ ଅର୍ଥାତ ଉଭୟ ପୁରୁଷ ଓ ମହିଳାଙ୍କୁ ହୃଦଘାତ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।

ଛାତିରେ ଯନ୍ତ୍ରଣା :

ଛାତିରେ ଯନ୍ତ୍ରଣା ବିଭିନ୍ନ କାରଣରୁ ହୋଇଥାଏ କିନ୍ତୁ ଏହି ଯନ୍ତ୍ରଣା ଯଦି ପ୍ରାୟତଃ ଅଧିକାଂଶ ସମୟରେ ହୁଏ, ତେବେ ଆପଣ ବୁଝି ଯାଆନ୍ତୁ ଯେ ଆପଣ ହୃଦଘାତ ପରି ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛନ୍ତି । ତେଣୁ ବିଳମ୍ବ ନ କରି ଯଥା ଶୀଘ୍ର ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ ।

ଆଶା କରୁଛୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏହି ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ । ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ମଧ୍ୟରେ ସେୟାର କରନ୍ତୁ ।

Be the first to comment

Leave a Reply

Your email address will not be published.


*