ପାୟଲ ଘୋଷ ରାଷ୍ଟ୍ରପତିକୁ ମାଗିଲେ ସହାୟତା ! କହିଲେ– ଏପରି ଅପରାଧ ଯଦି କୌଣସି ଗରିବ ବ୍ୟକ୍ତି କରିଥା’ନ୍ତେ, ତେବେ…

ନିକଟରେ ବଲିଉଡ଼ର ପ୍ରସିଦ୍ଧ ନିର୍ମାତା ଓ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ବିରୁଦ୍ଧରେ ଅଭିନେତ୍ରୀ ପାୟଲ ଘୋଷ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ପାୟଲ ଘୋଷ ଏକ ଟ୍ୱିଟ ମାଧ୍ୟମରେ ସର୍ବସାଧାରଣଙ୍କୁ ଜଣାଇଥିଲେ ଯେ, ସେ ଅନୁରାଗ କଶ୍ୟପଙ୍କ ଦ୍ଵାରା ବଳାତ୍କାରର ଶିକାର ହୋଇଥିଲେ ବୋଲି ଅଭିଯୋଗ କରିଥିଲେ ଏବଂ ଟ୍ୱିଟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟ୍ୟେଗ୍ କରିଥିଲେ । ପାୟଲ ମୁମ୍ବାଇର ବରସୋବା ଥାନାରେ ଅନୁରାଗ କଶ୍ୟପ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ, ଏହା ପରେ ମୁମ୍ବାଇ ପୋଲିସ ଅନୁରାଗଙ୍କୁ ସମନ୍ ପଠାଇଲେ । ଏହି ମାମଲାକୁ ଭିତ୍ତି କରି ଅନୁରାଗଙ୍କୁ ପାଖାପାଖି ୮ ଘଣ୍ଟା ପର୍ଯ୍ୟନ୍ତ ପଚରାଉଚରା କରଯାଇଥିଲା ।

ଗତ କିଛି ଦିନରୁ ପାୟଲ ଘୋଷ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୟେଗ୍ କରି ଏକ ଟ୍ୱିଟ କରିଥିଲେ । ଏହି ଟ୍ୱିଟରେ ପାୟଲ କହିଥିଲେ; “ସେ ବର୍ତ୍ତମାନ ନିଜକୁ ଅସୁରକ୍ଷିତ ଅବସ୍ଥାରେ ଅଛନ୍ତି” । ନିଜର ଏହି ଟ୍ୱିଟରେ ପାୟଲ ଲେଖିଥିଲେ ଯେ, “ଏହି ମାଫିଆ ଗ୍ୟାଙ୍ଗ ମୋତେ ମାରିଦେବେ ସାର୍ ଓ ମୋ ମୃତ୍ୟୁକୁ ଆତ୍ମହତ୍ୟା କିମ୍ବା ଆଉ କିଛି ସାବ୍ୟସ୍ତ କରିଦେବେ ।”

ଏହା ପୂର୍ବରୁ ପାୟଲ ଘୋଷ ଟ୍ୱିଟ କରି ନିଜର ପ୍ରାଣ ସଂକଟରେ ଅଛି ବୋଲି କହିଛନ୍ତି । ଅଭିନେତ୍ରୀଙ୍କ କହିବା ଅନୁଯାୟୀ ସେ ଅନୁରାଗ କଶ୍ୟପଙ୍କ ଉପରେ ଯେଉଁ ଅଭିଯୋଗ କରିଛନ୍ତି, ଏହା ପରେ ତାଙ୍କ ପ୍ରାଣ ବିପଦରେ ରହିଛି ।

ରାଷ୍ଟ୍ରପତିକୁ ଲେଖିଲେ ପତ୍ର :

ଏପରି ପରିସ୍ଥିତିରେ ବର୍ତ୍ତମାନ ଅଭିନେତ୍ରୀ ନ୍ୟାୟ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଅନୁରୋଧର ଭିକ୍ଷା ମାଗିଛନ୍ତି । ଅଭିନେତ୍ରୀ ରାଷ୍ଟ୍ରପତିକୁ ଏକ ପତ୍ର ଲେଖି ତାଙ୍କ ଠାରୁ ସାହାଯ୍ୟର ଆଶା କରିଛନ୍ତି । ପାୟଲ ପତ୍ରରେ ଲେଖିଛନ୍ତି ଯେ, ମାମଲାରେ ଯାଞ୍ଚ ବହୁତ ଧୀର ଗତିରେ ଆଗକୁ ବଢୁଛି, ଏଥିପାଇଁ ତାଙ୍କୁ ରାଷ୍ଟ୍ରପତିଙ୍କ ଠାରୁ ସାହାଯ୍ୟ ମାଗିବାକୁ ପଡ଼ିଲା । ପାୟଲ ନିଜ ପତ୍ରରେ ଲେଖିଛନ୍ତି ଯେ,

“ଆଦରଣୀୟ ମହୋଦୟ, ମୁଁ ପୀଡ଼ିତ ଅଛି ଓ ମୁଁ ବରଶୋବା ପୋଲିସ ଷ୍ଟେସନରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ । ଅଭିଯୁକ୍ତ ମୋତେ ଫିଲ୍ମ ଉଦ୍ୟୋଗରେ କାମ ଦେବା ପରିବର୍ତ୍ତେ ନିଜ ଘରକୁ ଡାକିଲେ ଓ ଏହାପରେ ସେ ମୋ ସହିତ ଜଘନ୍ୟ ଅପରାଧ କରିଥିଲେ । ମୁଁ ତା : ୨୨/୦୯/୨୦୨୦ ରିଖରେ ମାମଲା ରୁଜୁ କରିଥିଲି, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଯାଞ୍ଚରେ କୌଣସି ପ୍ରଗତି ହୋଇନାହିଁ ।”

ପାୟଲ ଆଗକୁ ଲେଖିଛନ୍ତି ଯେ, “ଅଭିଯୁକ୍ତ ଖୁବ ପ୍ରଭାବଶାଳୀ ବ୍ୟକ୍ତି ଅଟନ୍ତି ଓ ଏଥିପାଇଁ ପୋଲିସ କର୍ମୀ ଅଭିଯୁକ୍ତଙ୍କୁ ଗିରଫ କରି ନାହାଁନ୍ତି । ଯଦି ଏହି ଅପରାଧ କୌଣସି ଗରିବ ବ୍ୟକ୍ତିଙ୍କ ସହ ହୋଇଥା’ନ୍ତା, ତେବେ ତାକୁ ତୁରନ୍ତ ଗିରଫ କରି ନିଆଯାଇଥା’ନ୍ତା । ମୁଁ ନ୍ୟାୟ ପାଇବା ପାଇଁ ହାତ ଯୋଡ଼ି ସମସ୍ତଙ୍କ କବାଟ ବାଡ଼େଇଲି । ଆପଣଙ୍କୁ ଅନୁରୋଧ କରୁଛି ଯେ, କୃପା କରି ମୋ ମାମଲାରେ ହସ୍ତକ୍ଷେପ କରନ୍ତୁ ଓ ମୋତେ ନ୍ୟାୟ ଦେବାରେ ସାହାଯ୍ୟ କରିବେ ବୋଲି ମନରେ ଦୃଢ ବିଶ୍ଵାସ ରହିଛି ।”

ଅଭିନେତ୍ରୀ ଏହି ପତ୍ରକୁ ନିଜ ଟ୍ୱିଟର ଆକାଉଣ୍ଟରେ ମଧ୍ୟ ସେୟାର କରିଛନ୍ତି । ଏଥିସହିତ ସେ ଲେଖିଛନ୍ତି ଯେ, “ଏହା ଭାରତର ମାନନୀୟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲେଖାଯାଇଥିବା ମୋର ପତ୍ର ଅଟେ ।”

ସମସ୍ତ ଅଭିଯୋଗକୁ କହିଲେ ମିଛ :

ନିକଟରେ ପାୟଲ ଏହି ମାମଲାରେ ଗୃହ ରାଜ୍ୟମନ୍ତ୍ରୀ ଜି.କିଶନ ରେଡ୍ଡୀଙ୍କୁ ଦେଖା କରିଥିଲେ । ରାଷ୍ଟ୍ରୀୟ ମହିଳା ଆୟୋଗ ନିକଟରେ ମଧ୍ୟ ମାମଲାକୁ ନେଇ ଉପସ୍ଥାପନ କରିଛନ୍ତି । ଅନ୍ୟପଟେ, ମୁମ୍ବାଇ ପୋଲିସଙ୍କ ସହିତ ପଚରାଉଚରା କରିବା ସମୟରେ ବଳାତ୍କାରର ଅଭିଯୁକ୍ତ ଅନୁରାଗ କଶ୍ୟପ ନିଜ ଉପରେ ଲାଗିଥିବା ବଳାତ୍କାର ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି । ଅନୁରାଗଙ୍କ ଅନୁଯାୟୀ ୨୦୧୩ ଅଗଷ୍ଟ ମାସରେ ସେ ଭାରତରେ ନଥିଲେ । ସେ ନିଜର କୌଣସି ଚଳଚ୍ଚିତ୍ରର ଶୁଟିଂ ପାଇଁ ସେହି ସମୟରେ ଶ୍ରୀଲଙ୍କାରେ ଉପସ୍ଥିତ ଥିଲେ । କିନ୍ତୁ ପାୟଲ ଘୋଷଙ୍କ ଅନୁଯାୟୀ ଅନୁରାଗ ଘରକୁ ଡାକି ତାଙ୍କ ସହିତ ବଳାତ୍କାର କରିଥିଲେ ।

Be the first to comment

Leave a Reply

Your email address will not be published.


*