ମୟୁରର ପର ଘରେ ରଖିବା ଦ୍ଵାରା ଭାଗ୍ୟ ବଦଳିଯାଇଥାଏ । ଆସନ୍ତୁ ଜାଣିବା ମୟୂରର ପର (ପିଞ୍ଛ) ସହ ଜଡିତ କିଛି ଆଶ୍ଚର୍ଯ୍ୟଜନକ ଲାଭ ବିଷୟରେ ।

ମୟୁର ପର କେବଳ ଭଗବାନ କୃଷ୍ଣଙ୍କ ପାଇଁ ନୁହେଁ ବରଂ ମାଆ ଲକ୍ଷ୍ମୀ, ଦେବୀ ସରସ୍ୱତୀ ଓ ଭଗବାନ ଇନ୍ଦ୍ର ଦେବଙ୍କ ମଧ୍ୟ ଅତି ପ୍ରିୟ ଅଟେ । ହିନ୍ଦୁ ଧର୍ମ ଓ ହିନ୍ଦୁ କଳା-ସ୍ଥାପତ୍ୟରେ ମୟୂରର ପଶୁପକ୍ଷୀଙ୍କ ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ । ବିଶ୍ଵାସ କରାଯାଏ ଯେ ଘରେ, ଦୋକାନରେ ଓ କାର୍ଯ୍ୟାଳୟରେ ମୟୂର ପର ରଖିବା ସୁଖ ଶାନ୍ତି ବୃଦ୍ଧି ପାଇଥାଏ ଓ ଅର୍ଥର ଅଭାବ ହୋଇନଥାଏ । ମୟୂର ପିଞ୍ଛକୁ ଘରେ ରଖିବା ଦ୍ୱାରା ଘରର ସମସ୍ତ ନକରାତ୍ମକ ଉର୍ଜା ସମାପ୍ତ ହୋଇଥାଏ ଏବଂ କୌଣସି ବି ଖରାପ ଉର୍ଜା ଘରକୁ ପ୍ରବେଶ କରିପାରେ ନାହିଁ । ତେଣୁ ଯଦି ଆପଣଙ୍କ ଘରେ କୌଣସି ନକାରତ୍ମକ ଉର୍ଜାର ଅନୁଭବ ହେଉଛି; ତେବେ ଆପଣ ଘରେ ମୟୂର ପର ରଖିନ୍ତୁ । ମୟୂର ଏକ ଗୃହପାଳିତ ପକ୍ଷୀ ହେବା ସତ୍ତ୍ୱେ ମଧ୍ୟ ପରିବାରରେ ସୁଖ ଓ ସୁଖଦ ବାତାବରଣ ସୃଷ୍ଟି କରିଥାଏ, ତେଣୁ ଆଜି ଆମେ ଏହି ଅନୁଛେଦରେ ମୟୂର ପର ସହିତ ଜଡିତ କିଛି ଏପରି କିଛି ବିଷୟରେ ଚର୍ଚ୍ଚା କରିବା ଯାହା ପ୍ରତ୍ୟେକ ବ୍ୟକ୍ତି ଜାଣିବା ନିହାତି ଜରୁରୀ ଅଟେ ।

ବିଦ୍ୟାପ୍ରାପ୍ତି ନିମନ୍ତେ :

ବିଦ୍ୟାର୍ଥୀମାନେ ନିଜ କକ୍ଷରେ ଏକ ମୟୂର ପର ନିଶ୍ଚୟ ରଖନ୍ତୁ । ଏପରି କରିବା ଦ୍ୱାରା ବିଦ୍ୟାପ୍ରାପ୍ତି ହୋଇଥାଏ । ଯେଉଁ ବ୍ୟକ୍ତି ବା ଛାତ୍ରଛାତ୍ରୀମାନେ କୌଣସି ପରୀକ୍ଷାର ପ୍ରସ୍ତୁତି କରୁଛନ୍ତି; ନିଜ କକ୍ଷରେ ମୟୂର ପର ରଖନ୍ତୁ । କାରଣ ମୟୂର ପରରେ ମାତା ସରସ୍ଵତୀଙ୍କର ବାସ ରହିଥାନ୍ତି ।

ଧନପ୍ରାପ୍ତି ନିମନ୍ତେ :

ଧନପ୍ରାପ୍ତି ବୃଦ୍ଧିରେ ବାଧା ସୃଷ୍ଟି ହେଉଥିଲେ ଆପଣ ନିଜ ଘରର ଆଲମାରୀ ଭିତରେ ଏକ ମୟୂର ପର ରଖନ୍ତୁ କିମ୍ବା ଆପଣ ନିଜ ଦୋକାନରେ ମଧ୍ୟ ଏହି ମୟୂର ପର ରଖିପାରିବେ । ଆର୍ଥିକ ସମ୍ବନ୍ଧୀୟ ସମସ୍ୟାରେ ସୁଧାର ଆସେ ଓ ଧନ ଲାଭ ପ୍ରାପ୍ତି ହୋଇଥାଏ । ଏହି ମୟୂର ପରକୁ ୪୦ ଦିନ ନିଜ ଆଲମାରୀରେ ରଖନ୍ତୁ, ଧନପ୍ରାପ୍ତିର ବିଶେଷ ଯୋଗ ଦେଖିବାକୁ ମିଳିବ ।

ସମ୍ପର୍କରେ ମଧୁରତା ଆସେ :

ପରିବାର ସଦସ୍ୟଙ୍କ ମଧ୍ୟରେ ତିକ୍ତତା ମନୋଭାବ ବା ଖରାପ ସମ୍ପର୍କ ସୃଷ୍ଟି ହେଲେ ଓ ପରିବାରରେ ପ୍ରାୟତଃ ବିବାଦୀୟ ପରିସ୍ଥିତି ଲାଗି ରହୁଥିଲେ, ଘରେ ବଂଶୀ ରଖନ୍ତୁ । ସେହି ବଂଶୀ ସହିତ ମୟୂର ପର ମଧ୍ୟ ରଖିପାରିବେ । ଏପରି କରିବା ଦ୍ଵାରା ସମ୍ପର୍କରେ ଧୀରେ ଧୀରେ ମଧୁରତା ଆସେ ।

ଗ୍ରହଦୋଷ ଦୂର ହୁଏ :

ଗ୍ରହଦୋଷ ଦୂର କରିବା ପାଇଁ ମୟୂର ପର ଘରେ ରଖନ୍ତୁ । ମୟୂରର ଏକ ପର ଆଣି ୨୧ଥର ପାଣି ଛିଞ୍ଚିନ୍ତୁ । ଏଥିରେ ପାଣି ଛିଞ୍ଚିବା ପୂର୍ବରୁ ଗ୍ରହମାନଙ୍କର ନାମ ଜପ କରନ୍ତୁ । ଏହାପରେ ସେହି ମୟୂର ପରକୁ ଏପରି ଏକ ସ୍ଥାନରେ ରଖନ୍ତୁ, ଯେପରି କି ଆପଣଙ୍କର ନଜର ସର୍ବଦା ତା’ଉପରେ ପଡୁଥିବା ।

ନକରାତ୍ମକ ଶକ୍ତିରୁ ରକ୍ଷା ମିଳେ :

କୌଣସି ପିଲାଙ୍କ ପ୍ରତି କାହାର ଖରାପ ନଜର ଲାଗିଥିଲେ, ଆପଣ ଏକ ରୂପାର ଡେଉଁରିଆ (ତାବିଜ) ପିଲାକୁ ପିନ୍ଧେଇ ଦିଅନ୍ତୁ । ସେଠାରେ ଏକ ଛୋଟ ମୟୂର ଚୂଳ (ପର) ମଧ୍ୟ ଲଗାଇ ପାରିବେ । ଏପରି କରିବା ଦ୍ୱାର ପିଲାଙ୍କ ପ୍ରତି ଲାଗିଥିବ ନକରାତ୍ମକ ଶକ୍ତିର ପ୍ରଭାବ ଆପେ ଦୂର ହୋଇଯିବ । ଅନେକ ସମୟରେ ଛୋଟ ପିଲାମାନେ ଖୁବ ଅଧିକ କାନ୍ଦିଥାନ୍ତି । ତେଣୁ ମୟୂର ପରକୁ ସେହି ପିଲାଙ୍କ କକ୍ଷରେ ଲଗାଇ ଦିଅନ୍ତୁ ।

ଶତ୍ରୁଙ୍କ ଠାରୁ ରକ୍ଷା ମିଳେ:

କୌଣସି ଶତ୍ରୁଙ୍କ ଠାରୁ ରକ୍ଷା ପାଇବାକୁ ହେଲେ ମଙ୍ଗଳବାର ଦିନ କିମ୍ବା ଶନିବାର ଦିନ ଏକ ମୟୂରର ପର ହନୁମାନ ମନ୍ଦିରକୁ ନେଇଯାଆନ୍ତୁ । ହନୁମାନଙ୍କ ସିନ୍ଦୂର ଏହି ପରରେ ଲଗାନ୍ତୁ ଏବଂ ନିଜ ଶତ୍ରୁଙ୍କ ନାମ ସ୍ମରଣ କରନ୍ତୁ । ଏହାପରେ ତା’ପରଦିନ ସେହି ମୟୂରପରକୁ ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ । ଏପରି କାରିବା ଦ୍ୱାରା ଶତ୍ରୁଙ୍କ ଠାରୁ ରକ୍ଷା ପାଇପାଇପାରିବେ ।

ଗୃହ ପାଇଁ ଶୁଭଦାୟକ ହୋଇଥାଏ :

ଘରର ମୁଖ୍ୟ ଦ୍ୱାରରେ ମୟୂରପର ଲଗାଇବା ଖୁବ ଶୁଭଦାୟକ ହୋଇଥାଏ । ଏହି ମୟୂରପର ଲଗାଇବା ଦ୍ୱାରା ଘରରେ କୌଣସି ନକାରତ୍ମକ ଉର୍ଜା ରହିନଥାଏ । କୌଣସି ବିଷାକ୍ତ ଜୀବଜନ୍ତୁ ଘରକୁ ପ୍ରବେଶ କରବେ ନାହିଁ । ଆପଣ ୩ଟି ମୟୂରପର ନେଇ ତା’ଉପରେ ଟିକେ ସିନ୍ଦୂର ଲଗାଇ ଏହି ମୟୂରପରକୁ ଘରର ମୁଖ୍ୟ ଦ୍ୱାରରେ ଥିବା ହନୁମାନ ପ୍ରତିମୂର୍ତ୍ତି ପାଖରେ ଲଗାଇ ଦିଅନ୍ତୁ । ଦେଖିବେ, ଘରେ କୌଣସି ବିଷାକ୍ତ ଜୀବନଜନ୍ତୁ ତ ଦୂର କଥା ପୋକଜକ ମଧ୍ୟ ପ୍ରବେଶ କରିପାରିବେ ନାହିଁ ।

Be the first to comment

Leave a Reply

Your email address will not be published.


*