କେବଳ ଏହି କଥା କହିଥିଲେ ଜୟା, ଏବଂ ଅମିତାଭଙ୍କ ଜୀବନରୁ ଦୂରେଇ ଯାଇଥିଲେ ରେଖା, ଜାଣନ୍ତୁ କଣ ?

ବଲିଉଡରେ ଅନେକ ଚଳଚ୍ଚିତ୍ର ଅଛି, କେତେକ ଇମୋସନରେ ପରିପୂର୍ଣ୍ଣ ଓ କେତେକ ବହୁତ ଡ୍ରାମା ଓ ଟୁଇଷ୍ଟରେ ପରିପୂର୍ଣ କିନ୍ତୁ ଆପଣ ଜାଣନ୍ତି କି କିଛି ଏହିପରି କାହାଣୀ ଅଛି ଯାହା ବଲିଉଡ କଳାକାରଙ୍କ ପ୍ରକୃତ କାହାଣୀ ଉପରେ ନିର୍ଭର ହୋଇଛି । ଏଗୁଡ଼ିକ ହେଉଛନ୍ତି ଏପରି କାହାଣୀ ଯାହାକୁ ଦର୍ଶକମାନେ ଉତ୍ସାହର ସହିତ ଶୁଣନ୍ତି ଏବଂ ଏହା ବିଷୟରେ ଅଧିକ ଜାଣିବାକୁ ଆଗ୍ରହୀ ମଧ୍ୟ ରୁହନ୍ତି ।

କିଛି ଏହିପରି ହୋଇଥିଲା ଯେବେ ବଲିଉଡ଼ରେ ଏକ ଏପରି କାହାଣୀକୁ ନେଇ ଫିଲ୍ମ ଆସିଥିଲା । ଆଜ୍ଞା ହଁ ଏହି ଫିଲ୍ମ ଇମୋସନ୍ ଓ ଡ୍ରାମାରେ ପରିପୂର୍ଣ୍ଣ ଥିଲା, ଯାହା କି ଜୟା, ଜୟା – ଅମିତାଭ ଏବଂ ରେଖାଙ୍କ ଜୀବନ ଉପରେ ଆଧାରିତ ଥିଲା ଯାହା କେବେ ସମାଧାନ ହୋଇପାରିଲା ନାହିଁ । ଆଜି ଆମେ ଆପଣଙ୍କୁ ଏହି କାହାଣୀ ସହିତ ଜଡିତ ଏପରି ସୂଚନା ଦେବାକୁ ଯାଉଛୁ, ଯାହା ବିଷୟରେ ହୁଏତ ଆପଣ ଜାଣିନଥିବେ ।

ଆପଣ ସମସ୍ତେ ଜାଣିଥିବେ ଯେ ଜୟାଙ୍କୁ ବିବାହ କରିବା ସତ୍ୱେ ରେଖାଙ୍କ ସହ ଅମିତାଭଙ୍କ ସମ୍ପର୍କର ଖବର ବହୁତ ଚର୍ଚ୍ଚିତ ହୋଇଛି । ଏହା ପ୍ରାୟ ୧୯୭୭ ମସିହାର ଖବର ଅଟେ, ଯେତେବେଳେ ରିଷି କପୁରଙ୍କ ବିବାହରେ ରେଖା ସିନ୍ଦୁର ଲଗାଇ ପହଞ୍ଚିଲେ ସେତେବେଳେ ରେଖା – ଅମିତାଭଙ୍କ ସମ୍ପର୍କର ଚର୍ଚ୍ଚା ଆହୁରି ବୃଦ୍ଧି ପାଇଲା । ସେହି ଦିନ ରେଖା ଜଣେ ମାଁ ହେବାକୁ ଯାଉଛନ୍ତି ବୋଲି ମଧ୍ୟ ଖବର ଆସିଥିଲା ।

ଏହି ଖବର ଗୁଡିକ ଜୟା ଏବଂ ଅମିତାଭଙ୍କ ସମ୍ପର୍କ ଉପରେ ଅନେକ ପ୍ରଶ୍ନ ଉଠାଇଥିଲା । ଏହି ସବୁ ଘଟଣା ପରେ ଜୟା ଫୋନ କରି ରେଖାଙ୍କ ସହ କଥା ହେଲେ ଏବଂ ତାଙ୍କୁ ଡିନର୍ କରିବାକୁ ଡାକିଲେ, ଏହି ସମୟରେ ରେଖା ଭାବିଲେ ଯେ ଜୟା ତାଙ୍କୁ ଘରକୁ ଡାକି ଅପମାନ କରିବାକୁ ଚାହୁଁଛନ୍ତି ।

ରେଖା ସଜବାଜ ହୋଇ ଜୟାଙ୍କ ଘରେ ପହଞ୍ଚିବା ପରେ ଦେଖିଲେ ଯେ ଜୟା ଥିଲେ ଏବଂ ବିଲ୍ କୁଲ୍ ସାଦା ପୋଷାକରେ ଥିଲେ । ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା, କିନ୍ତୁ ଆଶ୍ଚର୍ଯ୍ୟଜନକ ଏହାଥିଲା ଯେ ଏହି ସମୟ ମଧ୍ୟରେ ଜୟା ଥରେ ମଧ୍ୟ ରେଖାଙ୍କ ଆଗରେ ଅମିତାଭଙ୍କ ବିଷୟରେ କହିନଥିଲେ ।

ଜୟା ରେଖାଙ୍କୁ ତାଙ୍କ ଘର ଦେଖାଇଲେ, ବଗିଚା ଦେଖାଇଲେ ଏବଂ ଏସବୁ କରିବା ପରେ ସେ ରେଖାଙ୍କ ସହ ରାତ୍ରୀ ଭୋଜନ କଲେ ଏବଂ ଏସବୁ ପରେ ରେଖା ଯିବାକଥା କହିଥିଲେ । ଜୟା ରେଖାଙ୍କୁ ଦ୍ୱାର ପାଖକୁ ଛାଡିବାକୁ ଗଲେ ଏବଂ ତା’ପରେ ଏହିପରି କିଛି କହିଲେ ଯାହା ଶୁଣି ରେଖା ଆଶ୍ଚର୍ଯ୍ୟ ହୋଇଗଲେ ।

ବାସ୍ତବରେ ଜୟା କହିଲେ, ” ଯେ ଯାହା ହେଉନା କାହିଁକି, ମୁଁ ଅମିତାଭଙ୍କୁ ଛାଡିବି ନାହିଁ ” ଏହା ଶୁଣି ରେଖା ବହୁତ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ସେ ତାଙ୍କ ଘରକୁ ଫେରିଯାଇଥିଲେ । କୁହାଯାଏ ଯେ ଏହା ପରେ ରେଖା ଅମିତାଭଙ୍କ ଜୀବନରୁ ବାଦ୍ ପଡିଥିଲେ ।

Be the first to comment

Leave a Reply

Your email address will not be published.


*