କାଜୋଲ ଲଗେଇଲେ ସୈଫଙ୍କ ଉପରେ ପ୍ରତାରଣା ଦେଇଥିବାର ଅଭିଯୋଗ, କହିଲେ – “ମତେ ପ୍ରତାରଣା ଦେବାକୁ ସାହସ କିପରି ହେଲା ?”

ଅଜୟ ଦେବଗନ, କାଜୋଲ ଏବଂ ସୈଫ ଅଲି ଖାନଙ୍କ ଭଳି ତାରକାଙ୍କ ଦ୍ୱାରା ସଜ୍ଜିତ ଏହି ଚଳଚ୍ଚିତ୍ର ତାନ୍ହାଜୀ ଚଳିତ ବର୍ଷ ଆରମ୍ଭରେ ବଡ ପରଦାରେ ମୁକ୍ତିଲାଭ କରିଥିଲା । ତାନ୍ହାଜୀ ଏକ ବୀର ଯୋଦ୍ଧା ଉପରେ ଆଧାରିତ ଏକ ଚଳଚ୍ଚିତ୍ର ଥିଲା, ଯେଉଁଥିରେ ଅଜୟ ଦେବଗନ ବୀର ଯୋଦ୍ଧା ତାନ୍ହାଜୀ ମାଲସୁରେର ଚରିତ୍ରରେ ଅଭିନୟ କରିଥିଲେ ଏବଂ ତାଙ୍କ ପତ୍ନୀ ସାବିତ୍ରୀ ମାଲସୁରେର ଚରିତ୍ର କାଜୋଲ ନିଜେ ଅଭିନୟ କରିଥିଲେ , ଯେତେବେଳେ କି ସୈଫ ଅଲି ଖାନ୍ ଏହି ଚଳଚ୍ଚିତ୍ରରେ ଭିଲେନ୍ ଚରିତ୍ରରେ ଅଭିନୟ କରିଥିଲେ । ଭିଲେନଙ୍କ ଚରିତ୍ର ପାଇଁ ସୈଫ ଅଲି ଖାନଙ୍କୁ ପ୍ରଶଂସା କରାଯାଇଥିଲା, କିନ୍ତୁ ଏହି ଚଳଚ୍ଚିତ୍ରରେ ତାନ୍ହାଜୀଙ୍କ ପତ୍ନୀ ଭୂମିକାରେ ଅଭିନୟ କରୁଥିବା କାଜୋଲ ସୈଫଙ୍କ ଉପରେ ଖୁସି ନଥିଲେ । ଆସନ୍ତୁ ଜାଣିବା, ସମଗ୍ର ବିଷୟ କ’ଣ ଥିଲା…

* କାଜୋଲ ଏହି କାରଣରୁ ସୈଫଙ୍କୁ ତାଗିଦ୍ କରିଥିଲେ

ବାସ୍ତବରେ, କାଜୋଲ ଏକ ଟ୍ଵିଟରେ ସୈଫଙ୍କୁ ଟ୍ୟାଗ୍ କରି କହିଥିଲେ ଯେ, ତମର ସାହସ କେମିତି ହେଲା ମୋତେ ପ୍ରତାରଣା ଦେବାକୁ । ତେବେ ଏହି ଟ୍ୱିଟ୍ କାଜୋଲ ଥଟ୍ଟା ଆକାରରେ କହିଥିଲେ । କହିଦଉଛୁ ଯେ, ତାନ୍ହାଜୀ: ଦ ଅନସଙ୍ଗ ୱାରିୟର ଚଳଚ୍ଚିତ୍ରର ସୁଟିଂ ଶେଷ ହେବା ମାତ୍ରେ ସୈଫ ତାଙ୍କ ପରିବାର ସହିତ ଛୁଟିରେ ସ୍ୱିଜରଲ୍ୟାଣ୍ଡ ଯାଇଥିଲେ । କାଜୋଲ ଏଥିରେ ରାଗିଯାଇ ଟ୍ୱିଟ୍ କରି କହିଥିଲେ ଯେ, “ସୈଫ ତୁମେ ଗୋଟିଏ ଦିନ ମଧ୍ୟ ଚଳଚ୍ଚିତ୍ରର ପ୍ରମୋସନ କରିନାହଁ, ଅର୍ଥାତ ଚଳଚ୍ଚିତ୍ରର ପ୍ରମୋସନ ପାଇଁ କାଜୋଲ ସୈଫଙ୍କ ଉପରେ ରାଗିଥିଲେ । ତେବେ ସେ ନିଜ କ୍ରୋଧକୁ ଅତି ମଜାଳିଆ ଢ଼ଙ୍ଗରେ ପ୍ରକାଶ କରିଥିଲେ ।

* କାଜୋଲ ଲଗାଇଥିଲେ ସୈଫଙ୍କ ଉପରେ ପ୍ରତାରଣା କରିଥିବା ଅଭିଯୋଗ

ନିଜର କ୍ରୋଧକୁ ମଜାଳିଆ ଢ଼ଙ୍ଗରେ ଉପସ୍ଥାପନ କରୁଥିବା ବେଳେ କାଜୋଲ ତାଙ୍କ ଟ୍ୱିଟରେ ଲେଖିଥିଲେ ଯେ, “ତୁମେ ମୋତେ ଚଳଚ୍ଚିତ୍ର ଓମକାରା ସମୟରେ ମଧ୍ୟ ପ୍ରତାରଣା କରିଥିଲ, ବର୍ତ୍ତମାନ ତୁମେ ପୁଣି ଥରେ ପ୍ରତାରଣା କରୁଛ । ମୁଁ ଆଶା କରୁଛି ମୋର ଏହି ଟ୍ଵିଟ୍ ତମେ ସ୍ୱିଜରଲ୍ୟାଣ୍ଡରେ ନିହାତି ପଢ଼ିବ ।

ଆପଣଙ୍କ ସୂଚନା ପାଇଁ ଆପଣଙ୍କୁ କହିଦଉଛୁ ଯେ ଚଳଚ୍ଚିତ୍ର ତାନ୍ହାଜୀ : ଦ ଅନସଙ୍ଗ ୱାରିୟର ମରାଠୀ ବୀର ଯୋଦ୍ଧା ତାନ୍ହାଜୀ ମାଲୁସରେଙ୍କ ଉପରେ ଆଧାରିତ ଥିଲା, ଯେଉଁଥିରେ ଅଜୟ ଦେବଗନ, କାଜୋଲ ଏବଂ ସୈଫ ଅଲି ଖାନଙ୍କ ସମେତ ଅନ୍ୟାନ୍ୟ କଳାକାର ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ସୈଫ ଉଦୟବନ ରାଠୋର ଚରିତ୍ରରେ ଅଭିନୟ କରିଥିଲେ ।

Be the first to comment

Leave a Reply

Your email address will not be published.


*