କେବଳ ଗୋଟିଏ ରାତି ପାଇଁ ସଧବା ହୋଇଥାନ୍ତି କନ୍ୟା, ବିବାହର ପରଦିନ ବିଧବା ହୋଇଯାଆନ୍ତି ! ଜାଣନ୍ତୁ କାରଣ

ଆମ ଦେଶରେ ଏହିପରି ଅନେକ ପ୍ରଥା ରହିଛି ଯାହା ଆଜି ମଧ୍ୟ ଦୀର୍ଘ ବର୍ଷ ଧରି ପ୍ରଚଳିତ ହୋଇ ଆସୁଅଛି । ଏହି ପ୍ରଥା ଗୁଡ଼ିକୁ ଆଜି ମଧ୍ୟ କିଛି ସମାଜ ଗ୍ରହଣ କରାଯାଇଥାଏ । ବାସ୍ତବରେ ଆମେ କିନ୍ନର ମାନଙ୍କ ବିଷୟରେ ଚର୍ଚ୍ଚା କରିବାକୁ ଯାଉଛୁ, ଯେଉଁ ମାନେ କେବଳ ନିଜ ଭଗବାନଙ୍କ ସହିତ ହିଁ ବିବାହ କରିଥାନ୍ତି । ଅଜ୍ଞା ହଁ, କୁହାଯାଇଥାଏ କି ଯେଉଁ ଭଗବାନଙ୍କୁ ସେମାନେ ବିବାହ କରିଥାନ୍ତି ଏବଂ ସେମାନଙ୍କୁ ମାନ୍ୟତା ଦେଇଥାନ୍ତି, ସେ ହେଉଛନ୍ତି ଅର୍ଜୁନ ଏବଂ ନାଗକନ୍ୟା ଉଲୂପୀଙ୍କ ସନ୍ତାନ ଇରବାନ । ଇରାବାନଙ୍କୁ ଅରବାନ ନାମରେ ମଧ୍ୟ ଲୋକମାନେ ଜାଣିଥାନ୍ତି । କହିରଖୁଛୁ କି କିନ୍ନର ମାନଙ୍କ ସମସ୍ତ ରୀତିନୀତି ସାଧାରଣ ଲୋକମାନଙ୍କ ଘର ଠାରୁ ସମ୍ପୂର୍ଣ୍ଣ ରୂପେ ଭିନ୍ନ ଅଟେ । ସୂଚନା ଅନୁଯାୟୀ ତାମିଲନାଡୁ ରାଜ୍ୟର ବିଲ୍ଲୀପୁରାମର କୂବାଗମ ଗ୍ରାମରେ ଥିବା କିନ୍ନର ମାନେ ଭଗବାନ ଅରବାନଙ୍କ ଗୋଟିଏ ବିଶେଷ ପର୍ବ ପାଳନ କରିଥାନ୍ତି । ଏହି ପର୍ବ ସମୟରେ ସମସ୍ତ କିନ୍ନର ମାନେ ଗୋଟିଏ ଦିନ ପାଇଁ ଭଗବାନ ଅରବାନଙ୍କ ସହିତ ବିବାହ କରିଥାନ୍ତି ଏବଂ ପର ଦିନ ବିଧବା ପରି ବିଳାପ କରିଥାନ୍ତି ।

ବିଧବାଙ୍କ ପରି ବିଳାପ କରିଥାନ୍ତି

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ସମସ୍ତ କିନ୍ନର ମାନେ ସେହି ଜଣେ ଭଗବାନଙ୍କୁ ବିବାହ କରିଥାନ୍ତି । କୁହାଯାଇଥାଏ କି ଭଗବାନ ଅରବାନଙ୍କୁ ବିବାହ କରିବା ପରଦିନ ସମସ୍ତ କିନ୍ନର ମାନେ ତାଙ୍କର ପ୍ରତିମୂର୍ତ୍ତିକୁ ନେଇ ସମଗ୍ର ସହରକୁ ପରିକ୍ରମଣ କରିଥାନ୍ତି । ସର୍ବା ଶେଷରେ ସମସ୍ତ କିନ୍ନର ମାନଙ୍କ ଉପସ୍ଥିତିରେ ଏହି ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଥାଏ । ମୂର୍ତ୍ତି ଭାଙ୍ଗିବା ପରେ ସମସ୍ତ କିନ୍ନର ମାନେ ବିବାହ ବେଶଭୁଷାକୁ ଅପସାରଣ କରିଦେଇଥାନ୍ତି ଏବଂ ଜଣେ ବିଧବାଙ୍କ ପରି ବିଳାପ କରିଥାନ୍ତି ।

ଏହି କାହାଣୀଟିକୁ ଶୁଣିବା ପରେ ଆପଣଙ୍କ ମନରେ ନିଶ୍ଚିତ ଭାବେ ଏହି ପ୍ରଶ୍ନ ଉଙ୍କି ମାରୁଥିବ କି, କିନ୍ନର ମାନେ ଏହିପରି କାହିଁକି କରିଥାନ୍ତି? କିନ୍ତୁ ଏହିପରି କରିବା ଦ୍ୱାରା କିନ୍ନର ମାନଙ୍କର ଗୋଟିଏ ହିଁ ଉଦ୍ଦେଶ୍ୟ ଥାଏ । ଯାହା ଆମେ ଆପଣଙ୍କୁ ଏହି ବିଷୟରେ କହିବୁ ।

କୁହାଯାଏ କି ଯେଉଁ ସମୟରେ ମହାଭାରତ ଯୁଦ୍ଧ ଆରମ୍ଭ ହୋଇଥିଲା ସେହି ସମୟରେ ପାଣ୍ଡବମାନେ ମାତା କାଳୀଙ୍କୁ ପୂଜା କରିଥିଲେ କିନ୍ତୁ ଏହି ପୂଜାକୁ ସମ୍ପନ୍ନ କରିବା ପାଇଁ ପାଣ୍ଡବ ମାନଙ୍କୁ ଜଣେ ରାଜକୁମାରଙ୍କ ବଳି ଦେବାକୁ ପଡିଥିଲା କିନ୍ତୁ ସେହି ସମୟରେ କୌଣସି ମଧ୍ୟ ରାଜକୁମାର ଏହି ବଳି ପାଇଁ ପ୍ରସ୍ତୁତ ନଥିଲେ ।

କିନ୍ତୁ ସେହି ସମୟରେ, କେବଳ ଇରବାନ ହିଁ ଥିଲେ, ଯିଏକି ଏହି ବିଦ୍ଧି ପାଇଁ ରାଜି ହୋଇଯାଇଥିଲେ, କିନ୍ତୁ ଏହି ବଳିଦାନ ପୂର୍ବରୁ ସେ ପାଣ୍ଡବଙ୍କ ସମ୍ମୁଖରେ ଗୋଟିଏ ସର୍ତ୍ତ ରଖି ଦେଇଥିଲେ । ସେ କହିଥିଲେ କି ସେ ସେତେବେଳେ ବଳିଦାନ କରିବେ ଯେତେବେଳେ ତାଙ୍କର ବିବାହ କରାଯିବ ।

ଇରବାନଙ୍କ ଏହି କଥା ଶୁଣିବା ପରେ ସମସ୍ତ ପାଣ୍ଡବ ବହୁତ ଦ୍ୱନ୍ଦ୍ୱରେ ପଡ଼ିଗଲେ । କେହି ମଧ୍ୟ ଏହି କଥାକୁ ବୁଝିପାରିଲେ ନାହିଁ କି, କେବଳ ଗୋଟିଏ ଦିନ ପାଇଁ ରାଜକୁମାର ଇରବାନଙ୍କୁ ବିବାହ କରିବା ପାଇଁ କିଏ ପ୍ରସ୍ତୁତ ହେବ । ଯାହାକୁ ପରଦିନ ବିଧବା ହିଁ ହେବାକୁ ପଡ଼ିବ । ଏହି ସଙ୍କଟ ସମୟରେ ଭଗବାନ ଶ୍ରୀକୃଷ୍ଣ ମୋହିନୀଙ୍କ ରୂପ ଧାରଣ କରି ଇରବାନଙ୍କ ସହିତ ବିବାହ କରିଥିଲେ ।

କିନ୍ତୁ ପରଦିନ ଯେତେବେଳେ ଇରବାନଙ୍କୁ ବଳି ଦିଆଗଲା, ଜଣେ ବିଧବାଙ୍କ ପରି ଶ୍ରୀକୃଷ୍ଣ ବିଳାପ କରିଥିଲେ । ଏହି ଘଟଣା ପର ଠାରୁ ହିଁ କିନ୍ନର ମାନେ ଇରବାନଙ୍କୁ ନିଜ ଭଗବାନ ଭାବରେ ଗ୍ରହଣ କରିବା ଆରମ୍ଭ କରିଥିଲେ । ଏହି କାରଣ ହେତୁ ହିଁ କିନ୍ନର ମାନେ କେବଳ ଗୋଟିଏ ଦିନ ପାଇଁ ବିବାହ କରିଥାନ୍ତି ଏବଂ ପରଦିନ ବିଧବା ହୋଇଯାଇଥାନ୍ତି ।

Be the first to comment

Leave a Reply

Your email address will not be published.


*