30 ମାର୍ଚ୍ଚ 2020, ସୋମବାର- ମହାଦେବଙ୍କ ଅପର କୃପାରୁ ଏହି ପାଞ୍ଚଟି ରାଶିର ବ୍ୟକ୍ତିଙ୍କ ଅଟକିଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ପରିବାରରେ

30 ମାର୍ଚ୍ଚ 2020, ସୋମବାର- ମହାଦେବଙ୍କ ଅପର କୃପାରୁ ଏହି ପାଞ୍ଚଟି ରାଶିର ବ୍ୟକ୍ତିଙ୍କ ଅଟକିଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ପରିବାରରେ ହସଖୁସିର ମହୋଲ ରହିବ ।

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ପରିବର୍ତ୍ତନ ସର୍ବଦା ଲାଗି ରହିଥାଏ । ଯାହାଫଳରେ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଦେଖା ଯାଇଥାଏ । ଗ୍ରହର ସ୍ଥିତି ଠିକ ଥିଲେ ବ୍ୟକ୍ତିର ଜୀବନ ଠିକ ଚାଲିଥାଏ କିନ୍ତୁ ଗ୍ରହ ସ୍ଥିତି ଠିକ ନ ଥିଲେ, ବ୍ୟକ୍ତିର ଜୀବନରେ ସମସ୍ୟା ଲାଗି ରହିଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବା । ଆଜି ରାଶ୍ୟାଧିପତି ସହ ଅନ୍ୟ ଦୁଇଟି ଗ୍ରହଙ୍କ ସମାବେଶ କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରନ୍ତି । ନିକଟ ସମ୍ପର୍କୀୟମାନଙ୍କ ସହାୟତାରେ ବିଭିନ୍ନ ପ୍ରକାରର ଯୋଜନା କରି ପରିସ୍ଥିତିକୁ ସୁଧାରି ନେବାର ପ୍ରଯତ୍ନ କରି ପାରନ୍ତି । ଉତ୍ତର ଭାଦ୍ରପଦ୍‌ ନକ୍ଷତ୍ର କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ଵନ୍ଦରେ ପଡିପାରନ୍ତି । ଆର୍ଥିକ ସ୍ଥିତି ଅତି ଶୋଚନୀୟ ହୋଇପାରେ । ଶାରୀରିକ ସୁସ୍ଥତାରେ ବ୍ୟାହତ ଯୋଗୁଁ ମାନସିକ ଦୁଶ୍ଚିତ ବଢିଯିବ । ପରିବାର ସଦସ୍ୟ ଓ ସହଧର୍ମୀଙ୍କ ସାହାଯ୍ୟ ସହଯୋଗ ପାଇ ମନକୁ ସମ୍ୟକ ଶାନ୍ତି ମିଳିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ପ୍ରଭୁ ହନୁମାନ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

କେତେକ କ୍ଷେତ୍ରରେ ମନ ଭଲ ରହିବ ନାହିଁ । ସ୍ଵଗୃହୀ ଶୁକ୍ର ପ୍ରଭାବରେ ଆରୋଗ୍ୟ ଲାଭ କରିବେ ଏବଂ ବନ୍ଧୁଙ୍କ ପରାମର୍ଶରୁ ଆଶ୍ୱସ୍ତି ଲାଭ କରିପାରନ୍ତି । ବିଭିନ୍ନ କ୍ଷେତ୍ରରୁ ସମସ୍ୟା ଓ ଅଭିଯୋଗ ପାଇବେ କିନ୍ତୁ ଷଷ୍ଠସ୍ଥ ଗ୍ରହ ପ୍ରଭାବରୁ ଡରିବାର କିଛି କାରଣ ନାହିଁ । ଚାକିରୀରେ ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ମିଳିବାର ଯଥେଷ୍ଟ ସମ୍ଭବନା ରହିଛି । ଗଠନମୂଳକ ପରାମର୍ଶ ଦେଇ ବନ୍ଧୁ ଗହଣରେ ପ୍ରଶଂସିତ ହୋଇପାରନ୍ତି । ସମାଜ ସେବାରେ କରିବା ପାଇଁ ବନ୍ଧୁଙ୍କ ସହ ଫୋନ ମଧ୍ୟମରେ ଯୋଗାଯୋଗ କରିବେ । ପତିପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଦୁର୍ଗା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ରାଶିରେ ବଳବାନ୍‌ ରାହୁ ଏବଂ ଭାଗ୍ୟସ୍ଥ ବୁଧ ଯୋଗୁଁ ପରିବାରରେ ସୁସ୍ଥ ବାତାବରଣ ରହିବ ଓ ମନରେ ଶାନ୍ତି ଅନୁଭବ କରିବେ । ପରିବାରିକ କ୍ଷେତ୍ରରେ କାମରେ ହାତକୁ ନିଅନ୍ତୁ ନା କାହିଁକି, ଆପଣଙ୍କ ଚେଷ୍ଟା ନିଷ୍ଫଳ ହେବ ନାହିଁ । ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । କର୍ମକ୍ଷେତ୍ରରେ ହଠାତ୍‌ କାୈଣସି ଘଟଣା ମନକୁ ବିବ୍ରତ କରିପାରେ । ସ୍ଵାସ୍ଥ୍ୟରେ ଉନ୍ନତି ହେବାରୁ ମନ ଭଲ ରହିବ । ବନ୍ଧୁ ସମ୍ପର୍କ ଓ ପାରିବାରିକ ଦିଗରୁ ଅନୁକୂଳ ଫଳ ପାଇବେ । ଭାଇ, ବନ୍ଧୁ କିମ୍ବା ପଡୋଶୀମାନଙ୍କ ସହ ଆଲୋଚନା ଫଳପ୍ରଦ ହେବ । ଶୁଭରଙ୍ଗ: ନୀଳ । ଆରାଧନା: ହର ପାର୍ବତୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ । ଚନ୍ଦ୍ର ଓ ମଙ୍ଗଳଙ୍କ ଉଚ୍ଚାବସ୍ଥାନ ଯୋଗୁଁ ଆର୍ଥିକ କ୍ଷେତ୍ରରେ କୌଣସି ପରିବର୍ତ୍ତନ ଆସିବା ନାହିଁ କିନ୍ତୁ ଫୋନ ମାଧ୍ୟମରେ ବନ୍ଧୁସମ୍ପର୍କକୁ ଦୃଢ଼ୀଭୂତ କରିବେ । କର୍ମକ୍ଷେତ୍ରରେ ନିଷ୍ଠର ସହ କାର୍ଯ୍ୟ କରିବେ ଓ କର୍ତ୍ତୃପକ୍ଷ ମଧ୍ୟ ଆପଣଙ୍କ କାମକୁ ପ୍ରଶଂସା କରିବେ । ପରିବାରରେ ଆଗାମୀ ଭବିଷ୍ୟତ ପାଇଁ ସଙ୍ଗବୋଦ୍ଦ ହୋଇ କୌଣସି ଶୁଭ କାମ ବିଷୟରେ ଆଲୋଚନା କରିବେ । ମହିଳାମାନେ ପିଲାମାନଙ୍କ କାର୍ଯ୍ୟରେ ଖୁସି ହେବେ । ଜୀବନସାଥୀଙ୍କ ଠାରୁ ଖୁବ୍‌ ସୁନ୍ଦର ଉପହାର ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ସାମାନ୍ୟ ଅସ୍ଥିରତା ଲାଗି ରହିଲେ ମଧ୍ୟ ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିଥିବାରୁ ଆଶ୍ୱସ୍ତି ଅନୁଭବ କରିବେ । ଅଷ୍ଟମସ୍ଥ ରାହୁଯୁକ୍ତ ଚନ୍ଦ୍ର ଯୋଗୁଁ ଖର୍ଚ୍ଚାନ୍ତ ଅଧିକ ହେବ, ବିନା କାରଣରେ କଳହ କିମ୍ବା ମାନସିକ ଶାନ୍ତିକୁ ଭଙ୍ଗ କରିବ । ଅତୀତର ଘଟଣାଗୁଡିକର ସମୀକ୍ଷା କରି ଚିନ୍ତିତ ରହିପାରନ୍ତି । ଅର୍ଥଲାଭ କରିବା ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି । କର୍ମକ୍ଷେତ୍ରରେ ସହକର୍ମୀଙ୍କୁ ମନେଇ କାର୍ଯ୍ୟ ହାସଲ କରିବାରେ ସମର୍ଥ ହେବେ । କୌଣସି ମହିଳାଙ୍କ ତରଫରୁ ସମସ୍ୟା ଆସିପାରେ । ଦାମ୍ପତ୍ୟ ଜୀବନ ପ୍ରେମମୟ ରହିବ । ଶୁଭରଙ୍ଗ: ଧୂସର। ଆରାଧନା: ମାଆ ମାଣିକେଶ୍ବରୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ଭଗବାନଙ୍କ ଉପରେ ବିଶ୍ଵାସ ରଖନ୍ତୁ ଓ ନକରାତ୍ମକ ଚିନ୍ତାଧାରା ଠାରୁ ଦୂରେଇ ରୁହନ୍ତି । ମୁଖ ଭାବରେ ମଙ୍ଗଳ ଯୋଗୁଁ ହଠାତ୍‌ ଅର୍ଥ ସମ୍ପର୍କକୁ ନେଇ ଭାତୃବିବାଦ ଦେଖାଦେଇପାରେ । ଋଣ ସୂତ୍ରରେ ଅର୍ଥଲାଭ ପାଇଁ ପ୍ରଯନତ୍ କରିବେ ଓ ଏଥିପାଇଁ ବନ୍ଧୁଙ୍କୁ ନେହୁରା ହେବାକୁ ପଡ଼ିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହୋଇପାରେ । ଅଫିସରେ ଭାବପ୍ରବଣବଶତଃ ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରିବା ଠିକ୍‌ ହେବନାହିଁ । ସ୍ତ୍ରୀ ସହ ଯୁକ୍ତିତର୍କ, ଆର୍ଥିକ ସ୍ଥିତି ମାନ୍ଦା, ଯୋଗୁଁ ମନରେ ସରସତା ରହିବ ନାହିଁ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନଦେଇ କାର୍ଯ୍ୟ କରନ୍ତୁ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ବିରଜା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ସକାରାତ୍ମକ ଚିନ୍ତାଧାରାରେ ଦିନଚର୍ଯ୍ୟା ଆରମ୍ଭ କରନ୍ତୁ । ପାପଗ୍ରହଯୁକ୍ତ ତୃତୀୟଭାବ ପ୍ରଭାବରେ ବନ୍ଧୁଙ୍କ ଉପରେ ଅଯଥା ରାଗ କିମ୍ବା ଅଭିମାନ ପ୍ରକାଶ କରିବେ କିନ୍ତୁ କୌଣସି ମତେ ବନ୍ଧୁକୁ ବୁଝାଇବାକୁ ପଡିବ ନଚେତ କ୍ଷତିରେ ପଡିବେ । ପୈତୃକ ସମ୍ପତ୍ତି ପାଇଁ ପାରିବାରିକ ଦ୍ଵନ୍ଦର ସମାଧାନ ହେବ । ଅଫିସରେ ଆପଣଙ୍କର ସ୍ଥିତି ମଜଭୁତ ହେବ । ଚିତ୍ରା ନକ୍ଷତ୍ର ପାଇଁ କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ । ବିଶିଷ୍ଟ ବ୍ୟକ୍ତିମାନଙ୍କ ଅନୁରୋଧରେ ସାମାଜିକ କାର୍ଯ୍ୟରେ ଯୋଗଦେଇପାରନ୍ତି । ପାରିବାରିକ ସମସ୍ୟାର ସ୍ଥାୟୀ ସମାଧାନ ହୋଇଯିବା ଯୋଗୁଁ ମନରେ ଖୁସି ଅନୁଭବ କରିବେ । ପ୍ରେମରେ ସଫଳତା ପାଇବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ତାରିଣୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ନିଜ ଉପରେ ବିଶ୍ବାସ ରଖନ୍ତୁ ଏବଂ ନିଜ କର୍ତ୍ତବ୍ୟ ମୁତବକ କାର୍ଯ୍ୟ କରିଚାଳନ୍ତୁ । ଧନାଧିପ ବ୍ୟୟଭାବସ୍ଥ ହେତୁ ଅଭାବନୀୟ ପରିସ୍ଥିତି ସଙ୍ଗକୁ କେତେକ ଆକସ୍ମିକ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡିପାରେ । ଅଫିସରେ କିମ୍ବା କାମରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ, ଫଳରେ କୈାଣସି କାମ ଉତ୍ସାହପ୍ରଦ ହେବ ନାହିଁ । ବନ୍ଧୁମାନଙ୍କ ଜରିଆରେ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି । ମଘା ନକ୍ଷତ୍ର ସକାଶେ ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ମହିଳାମାନେ ଅନେକ କାର୍ଯ୍ୟ ନିଜେ ସମାଧାନ କରିବାକୁ ସାହସ ବାନ୍ଧିବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ସୁଖ ସମୃଦ୍ଧି ବୃଦ୍ଧି ସହ ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ । ରାଶିରେ ପାପଗ୍ରହମାନେ ଅବସ୍ଥାନ କରିଥିବା ଯୋଗୁଁ କୌଣସି ବ୍ୟକ୍ତିକୁ ବିଶ୍ଵାସ କରି ଯେକୌଣସି କାର୍ଯ୍ୟ କରିବେ ହଇରାଣରେ ପଡ଼ିପାରନ୍ତି । ମାନସିକ ଏକାଗ୍ରତାର ଅଭାବ ରହିପାରେ । ଅଶ୍ଳେଷା ନକ୍ଷତ୍ର ସକାଶେ ସାମୟିକ ଭାବରେ ପ୍ରିୟଜନଙ୍କ ଅନୁପସ୍ଥିତି କିମ୍ବା ଭାଇଙ୍କ ଅଭାବ ଅସୁବିଧାକୁ କେନ୍ଦ୍ରକରି ମନ ସାମୟିକ ଅଶାନ୍ତ ରହିପାରେ । ପାଖ ପଡ଼ୋଶୀଙ୍କ ସହାୟତାରେ ପାରିବାରିକ ଅସ୍ଥିରତା ଦୂର ହେବା ସାଙ୍ଗକୁ ମନବଳ ଖୁବ୍‌ ଟାଣ କରିବ । ଶାରୀରିକ ସୁସ୍ଥତା ସହ ରୋଗପୀଡ଼ାରୁ ଉପଶମ ପାଇବେ । ଲେଖାପଢ଼ା ତଥା ପ୍ରକାଶନ, ପ୍ରଶାସନ, ଯୋଗାଯୋଗ କ୍ଷେତ୍ରରେ ଶୁଭଫଳ ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

କୌଣସି ପ୍ରିୟଜନଙ୍କ ସମ୍ପର୍କରେ ଚିନ୍ତା ବୃଦ୍ଧି ପାଇପାରେ । ଏକାଧିକ ଗ୍ରହ ରାଶିରେ ଅବସ୍ଥାନ ଯୋଗୁଁ ଆର୍ଥିକ ଅଭିବୃଦ୍ଧି କରିବା ସହ ଅନେକ ସମସ୍ୟାର ମଧ୍ୟ ସମ୍ମୁଖୀନ ହେବାକୁ ପଡିବ । ପ୍ରଶାସନ, କଳା ,ସାହିତ୍ୟ ଚର୍ଚ୍ଚା, ସଙ୍ଗୀତ ଆସରରେ ନିଜକୁ ହଜାଇ ଦେଇ ପାରନ୍ତି । ବନ୍ଧୁଙ୍କ ମାଧ୍ୟମରେ କୌଣସି ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟ ପୂରା ହେବ । ନିଜସ୍ଵ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ । ପାରିବାରିକ ସ୍ତରରେ ଭୁଲ ବୁଝାମଣାର ସମାଧାନ ହେବ ସହ ଉନ୍ନତି ମୂଳକ ପଦକ୍ଷେପ ନେବେ । କିନ୍ତୁ ଭୁଲ୍‌ ବୁଝାମଣା କାରଣରୁ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେଇପାରେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ସାମଲେଶ୍ୱରୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ । ନିଜର ବ୍ୟବହାର ପ୍ରତି ଟିକେ ସତର୍କ ରହନ୍ତୁ । ଦେବଗୁରୁ ବୃହସ୍ପତିଙ୍କ ଅନୁକମ୍ପାରୁ କୌଣସି ନୂତନ ଯୋଜନା ବିଷୟରେ ପରିକଳ୍ପନା କରିବେ, ଯାହା ଭବିଷ୍ୟତରେ ବିଶେଷ ଫଳପ୍ରଦ ସାବ୍ୟସ୍ଥ ହେବ । କର୍ମକ୍ଷେତ୍ରରେ ଈର୍ଷାାପରାୟଣ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । କୃତିକା ନକ୍ଷତ୍ରର ପାରିବାରକି କ୍ଷେତ୍ରରେ କୌଣସି ଅଭାବ ନଥିଲେ ମଧ୍ୟ ମନରେ ଶାନ୍ତି ଅନୁଭବ କରିପାରିବେ ନାହିଁ । ଦାମ୍ପତ୍ୟ ଜୀବନରେ ପ୍ରେମ ସଂପର୍କ ନିବିଡ଼ ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଅମ୍ବିକା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ପୁରାତନ ରୋଗର ଉପଶମ ଯୋଗୁଁ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହେବ । ଉଚ୍ଚାରୋହୀ ରବି ଓ ମଙ୍ଗଳ ପ୍ରଭାବରେ ସରକାରୀ ସ୍ତରରୁ ଆର୍ଥିକ ସାହଯ୍ୟ ଲାଭକରି କେତେକାଂଶରେ ଖୁସି ରହିବେ । ସାଧାରଣ କଥାକୁ କେନ୍ଦ୍ରକରି ପରିବାର ମଧ୍ୟରେ ମଧ୍ୟାହ୍ନେ ବିରକ୍ତିଭାବ ସୃଷ୍ଟି ହୋଇପାରେ । ଅଶ୍ୱିନୀ ନକ୍ଷତ୍ର ଅତୀତ ଘଟଣାକୁ ନେଇ ଅସ୍ଥିରତା ପ୍ରକାଶ କରିବେ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ । ରାଜନୀତିରେ ସମାଲୋଚିତ ହୋଇ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେବ । ଗୁରୁତ୍ବପୂର୍ଣ୍ଣ ମାମଲାରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

Leave a Reply

Your email address will not be published. Required fields are marked *