30 ଜୁନ୍ 2020, ମଙ୍ଗଳବାର- ମାଆ ଦୁର୍ଗାଙ୍କ କୃପାରୁ ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କ ସମାଜରେ ମାନସମ୍ମାନ ବୃଦ୍ଧି ପାଇବା

30 ଜୁନ୍ 2020, ମଙ୍ଗଳବାର- ମାଆ ଦୁର୍ଗାଙ୍କ କୃପାରୁ ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କ ସମାଜରେ ମାନସମ୍ମାନ ବୃଦ୍ଧି ପାଇବା । ଦୁଃସାଧ୍ୟ କାର୍ଯ୍ୟକୁ ମଧ୍ୟ ଅତି ସହଜରେ ସମ୍ପାଦନ କରିପାରିବେ ।

ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ମନୁଷ୍ୟ ଜୀବନ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ପରିବର୍ତ୍ତନ ସର୍ବଦା ଲାଗି ରହିଥାଏ । ଯାହାଫଳରେ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଦେଖା ଯାଇଥାଏ । ଗ୍ରହର ସ୍ଥିତି ଠିକ ଥିଲେ ବ୍ୟକ୍ତିର ଜୀବନ ଠିକ ଚାଲିଥାଏ କିନ୍ତୁ ଗ୍ରହ ସ୍ଥିତି ଠିକ ନ ଥିଲେ, ବ୍ୟକ୍ତିର ଜୀବନରେ ସମସ୍ୟା ଲାଗି ରହିଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ଆଜିର ରାଶିଫଳରେ ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ । ଆଜିର ଏକାଦଶ ଚନ୍ଦ୍ର ପ୍ରଭାବରେ ପ୍ରତ୍ୟୁଷ ଯାତ୍ରା ସାଙ୍ଗକୁ ମନେ ମନେ ଭାବୁଥିବା କାମରେ ସଫଳତା ପାଇବେ । ବୟୋଜ୍ୟେଷ୍ଟ ଓ ବରିଷ୍ଠ ବ୍ୟକ୍ତିଙ୍କ ସହଯୋଗ ପାଇ ଅସାଧ୍ୟ କାର୍ଯ୍ୟକୁ ମଧ୍ୟ ଅତି ସହଜରେ ସମ୍ପାଦନ କରିପାରିବେ । କାର୍ଯ୍ୟକୁଶଳତା କାରଣରୁ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ କରିବାର ଯୋଗ ରହିଛି । ସାମାଜିକ ସମାରୋହରେ ସହଭାଗିତା କରିବାରେ ସୁଯୋଗ ମିଳିବ । ପ୍ରତିଦ୍ଵନ୍ଦୀଙ୍କୁ ପଛରେ ପକାଇବାରେ ସଫଳ ପାଇବେ । ନୂଆ ସମ୍ପର୍କରୁ ଆପଣଙ୍କୁ ଫାଇଦା ହେବ । ଦାଂପତ୍ୟ ଜୀବନରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳିଜାଇ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ଜରୁରୀ କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ । ଶନି କ୍ଷେତ୍ରରେ ଶୁକ୍ର ହେତୁ ଅଟକି ରହିଯାଇଥିବା କାମଗୁଡିକ ସଂପୂର୍ଣ୍ଣ କରିବା ସକାଶେ ବ୍ୟସ୍ତତା ରହିବେ । ଅର୍ଥ ସମ୍ବନ୍ଧୀୟ ଆଲୋଚନା ସହ ବାଣିଜ୍ୟ, ବ୍ୟବସାୟ ଓ ପ୍ରତିଦ୍ୱନ୍ଦ୍ୱିତାରୁ ସଫଳତା ପ୍ରାପ୍ତ ହେବେ । ଅନୁଗତଙ୍କ ଉପରେ ନଜର ରଖନ୍ତୁ । ତୁରନ୍ତ ନିର୍ଣ୍ଣୟ ନେବାର ଶକ୍ତି କିଛି ମାତ୍ରାରେ ଅଭାବ ରହିବ । ସରକାରୀ ଚାକିରିଆଙ୍କୁ ସହଯୋଗୀଙ୍କ ସାହାଯ୍ୟ ମିଳିବ । ପାରିବାରିକ ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁଁ ମନରେ ସରସତା ରହିବ ନାହିଁ । ବନ୍ଧୁଙ୍କ ଠାରୁ ଆକସ୍ମିକ କୌଣସି ଖବର ଶୁଣି ମନ ବିଭ୍ରାନ୍ତ ହୋଇ ଉଠିବ । ଶୁଭରଙ୍ଗ: ଆକାଶୀ ନୀଳ । ଆରାଧନା: ବାବା ଲିଙ୍ଗରାଜ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ଦିନଟି ମିଶ୍ରଣ ଫଳ ପ୍ରଦାନ କରିବା । ମୁଖଭାବସ୍ଥ ରାହୁ ପ୍ରଭାବରୁ ଯୁକ୍ତିତର୍କକୁ କେନ୍ଦ୍ରକରି ସକାଳୁ ସକାଳୁ ମନଟା ବିଗିଡି ଯାଇପାରେ । ଅନ୍ୟମାନଙ୍କ ଫୁସୁଲା ଫୁସୁଲି କଥାରେ ଭାସିଯାଇ ଯେଉଁ କାମ କରିବେ ପରେ ସେଥି ସକାଶେ ଅନୁତାପ କରିବାକୁ ପଡ଼ିପାରେ । ଅଫିସ୍‌ରେ ଆପଣଙ୍କ କାମର ପ୍ରଶ˚ସା ହେବ । ଆର୍ଥିକ ସ୍ଥିତି ମାନ୍ଦା ରହିବ କିନ୍ତୁ ଆକସ୍ମିକ ଖର୍ଚ୍ଚଭାର ବୃଦ୍ଧି କାରଣରୁ ମନରେ ସରସତା ରହିବ ନାହିଁ । ସାମାଜିକ ସ୍ତରରେ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ । ପାରିବାରିକ ଓ ଦାମ୍ପତ୍ୟ ସୁଖରେ ସଫଳତା ପାଇବେ ଏବଂ ଲୋକ ସମ୍ପର୍କରେ ଆତ୍ମସନ୍ତୋଷ ବୃଦ୍ଧି ପାଇବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ । ପାପଗ୍ରହ ମଧ୍ୟ ଚନ୍ଦ୍ର ଯୋଗୁଁ କର୍ମକ୍ଷେତ୍ରରେ ବାଧାବିଘ୍ନ ମଧ୍ୟ ଦେଇ ଗତି କରିବାକୁ ପଡିବ । କୌଣସି ନୂତନ କର୍ମାରମ୍ଭ କରିବା ନିମନ୍ତେ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବେ । କର୍ମକ୍ଷେତ୍ରରେ ଯେତେ ଭଲ କାମ କରିଲେ ମଧ୍ୟ ମଧ୍ୟ ପ୍ରଶଂସାସୂଚକ ପଦୁଟିଏ କଥା ମଧ୍ୟ ଶୁଣିବାକୁ ମିଳିବ ନାହିଁ । କୌଣସି ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ଫଳରେ ମାନସିକ ସ୍ଥିତି ମଜଭୁତ୍ ରହିବ । ଆଶା କରିଥିବା ଦିଗରୁ ଅର୍ଥପ୍ରାପ୍ତି ହେବ । ସହଧର୍ମୀ ଠାରୁ ପୂର୍ଣ୍ଣ ସହଯୋଗ ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ଆପଣ ଟିକେ ବିଷାଦଗ୍ରସ୍ତ ରହିବେ । ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମଧ୍ୟ ବାଧ୍ୟବାଧକତାରେ ଦୂରସ୍ଥାନକୁ ଯିବାକୁ ପଡ଼ିବ । ଜୀବନସାଥୀଙ୍କ ପରାମର୍ଶ ନେଇ କାମ କରନ୍ତୁ ଲାଭ ହେବ । ଆର୍ଥିକ ସ୍ଥିତି ମାନ୍ଦା ରହିବ । ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ଠାରୁ ଧାରା କରଜ କରିବାକୁ ବାଧ୍ୟ ହେବେ । ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ମନରେ ଶ୍ରଦ୍ଧା ରହିବ ନାହିଁ । ଆନୁଷ୍ଠାନିକ କ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । କୌଣସି ଲୋକର ଚାପ ପ୍ରଭାବ ଯୋଗୁଁ ଇଚ୍ଛା ନଥିଲେ ମଧ୍ୟ କାମ କରିବାକୁ ବାଧ୍ୟ ହେବେ । ଶୁଭରଙ୍ଗ: କମଳାରଙ୍ଗ । ଆରାଧନା: ମହାଲକ୍ଷ୍ମୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ । ଧର୍ମ ଚର୍ଚ୍ଚାରେ ଅଂଶ ଗ୍ରହଣ କରିବେ । ବୟୋଜ୍ୟେଷ୍ଠଙ୍କ ସହିତ ସମ୍ପର୍କ ଘନିଷ୍ଠ ହେବ । କାର୍ଯ୍ୟରେ ସଫଳତା ଏବଂ ସମାଜରେ ଯଶ କୀର୍ତ୍ତି ପ୍ରାପ୍ତ ପାଇଁ ଆଜିର ଦିନଟି ଅତ୍ୟନ୍ତ ଶୁଭଦାୟକ ଅଟେ । ବ୍ୟବସାୟିକ ସ୍ଥିତି ସୁଦୃଢ଼ ରହିବ । କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିର ପରିବେଶ ସୃଷ୍ଟି ହେବାର ସୂଚନା ରହିଛି । ଆକସ୍ମିକ ଭାବରେ ପଡ଼ୋଶୀଙ୍କ ସହ ଭୁଲ ବୁଝାମୁଣାରୁ କଳହ ସୃଷ୍ଟି ହୋଇପାରେ । ପାରିବାରିକ ଓ ଦାମ୍ପତ୍ୟ ସୁଖରେ ସଫଳତା ଏବଂ ଲୋକ ସମ୍ପର୍କରେ ଆତ୍ମସନ୍ତୋଷ ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ତାରିଣୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ବ୍ୟବସାୟରେ ନୂଆ ସମ୍ଭାବନା ଅନ୍ଵେଷଣ କରିବେ । ବହୁତ ଯୁକ୍ତିତର୍କ ପରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ବ୍ୟବସାୟରେ ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ । ଅଫିସରେ ସୁସ୍ଥ ବାତାବରଣ ମନକୁ ଆନନ୍ଦ କରିବ । ଅଧସ୍ତନ କର୍ମଚାରୀଙ୍କ ମନମୁଖିଆ ଚିନ୍ତାଧାରା କେତେ ନୂତନ ସମସ୍ୟା ସୃଷ୍ଟି କରିପାରେ । ବନ୍ଧୁମାନଙ୍କ ସହିତ ବସି ଭବିଷ୍ୟତ ବିଷୟରେ ଚିନ୍ତା କରିବେ । ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ମତପାର୍ଥକ୍ୟ କାରଣରୁ ମନ ଉତେଜନାପୂର୍ଣ୍ଣ ହୋଇପାରେ । ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ତାରିଣୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । ଭଲ ସମ୍ପର୍କ ଥିବା ବନ୍ଧୁମାନେ କ୍ରମଶଃ ଦୂରେଇ ରହୁଥିବାର ଅନୁଭବ କରିବେ । ଫଳରେ ମନ ଭଲ ରହିବ ନାହିଁ । ଅଫିସରେ ସିନିୟରଙ୍କ ସହଯୋଗରେ ସ୍ଥଗିତ ଥିବା କାମ ପୂରା କରିପାରିବେ । ବ୍ୟବସାୟରେ ଆର୍ଥିକ ସ୍ଥିତି ପୂର୍ବଭଳି ରହିବ । ଆନୁଷ୍ଠାନିକ କାମରେ ସଫଳତା ହାସଲ କରିବେ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି । ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ । ବିଳାସବ୍ୟସନ ଖାଦ୍ୟପେୟ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ । ଶୁଭରଙ୍ଗ: ସବୁଜ । ଆରାଧନା: ମହାଲକ୍ଷ୍ମୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ଇଷ୍ଟ ଦେବୀଙ୍କ କୃପାରୁ ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ରହିବ । କାହାରିକୁ ସହଜରେ ବିଶ୍ଵାସ କରନ୍ତୁ ନାହିଁ । କୌଣସି ଗୁରୁତ୍ବପୂର୍ଣ୍ଣ କାଗଜପତ୍ରକୁ ନେଇ କାମ ଅଧାରେ ଅଟକିବ । ଅନ୍ୟମାନଙ୍କ କଥାକୁ ପ୍ରାଧାନ୍ୟ ନ ଦେଇ କେତେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରନ୍ତି । ସହକର୍ମୀମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗ ଯୋଗୁଁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଏବଂ ସୁନାମ ଅର୍ଜନ କରିବେ । ବ୍ୟବସାୟରେ ଆକସ୍ମିକ ଧନ ପ୍ରାପ୍ତି ହେବ । ଦୀର୍ଘ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବାରେ ପଡୋଶୀ ସାହାଯ୍ୟ କରିବେ । ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି । ସ୍ଵାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ନାରାୟଣୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ଦିନଟି ଆପଣଙ୍କ ପାଇଁ ସୌଭାଗ୍ୟପୂର୍ଣ୍ଣ ରହିବ । କାର୍ଯ୍ୟଦକ୍ଷତାଜନିତ ଅଭିଳାଷ ପୂରଣ କରି ପ୍ରଶଂସା ଓ ପ୍ରୋତ୍ସାହନ ପାଇବେ । ବ୍ୟବସାୟରେ ଆକସ୍ମିକ ଲାଭ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ । ଚାକିରିଆଙ୍କ ଲାଗି ସୁବର୍ଣ୍ଣ ସୁଯୋଗ ଆସିବ । କାର୍ଯ୍ୟ ହାସଲ କରିବା ପରିପ୍ରେକ୍ଷୀରେ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖା ଦେଇପାରେ । ପରିବାରରେ ଦ୍ୱନ୍ଦ୍ୱ ଦୂର ହେବ କିନ୍ତୁ ଦୁଃଖକଷ୍ଟ ସହ୍ୟ କରିବାକୁ ପଡିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଆକାଶିନୀଳ । ଆରାଧନା: ମାଆ ଦୁର୍ଗା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଆପଣଙ୍କ ସ୍ନେହର ଆଭାସ ଅନ୍ୟକୁ ପ୍ରଭାବିତ କରିବ । କାର୍ଯ୍ୟ କ୍ଷେତ୍ରରେ ଆଗକୁ ବଢ଼ିବା ଲାଗି ନୂଆ ଅବସର ମିଳିବ । ପ୍ରିୟଜନଙ୍କ ପ୍ରେରଣାରେ ଉଦ୍‌ବୁଧ ହୋଇ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ । କର୍ମକ୍ଷେତ୍ରରେ, ମାଙ୍ଗଳିକ କାମରେ ସମ୍ମାନ୍‌ନୀୟ ବ୍ୟକ୍ତିବିଶେଷ ସହାୟତା କରିବାର ସୂଚନା ରହିଛି । ଶାରୀରିକ ଅସୁସ୍ଥତା ମଧ୍ୟ ଏହାର ଏକ କାରଣ ହୋଇପାରେ । ପାରିବାରିକ ଜୀବନ ସୁଖମୟ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କିଚକେଶ୍ବରୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ଆପଣଙ୍କ ଆଖପାଖରେ ସୁଖ ଓ ଆନନ୍ଦଦାୟକ ପରିସ୍ଥିତି ରହିବ । କର୍ମକ୍ଷେତ୍ରରେ ବିଭିନ୍ନ ମାନସିକ ଚାପର ସମ୍ମୁଖୀନ ହୋଇ ଅଶାନ୍ତ ରହିପାରନ୍ତି । କର୍ମକ୍ଷେତ୍ରରେ ଏକ ମାମୁଲି ଘଟଣାରେ ମଧ୍ୟାହ୍ନରେ ଉଚ୍ଚବାଚ ଘଟିବାର ଆଶଙ୍କା ରହିଛି । ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ମନୋଭାବ ତ୍ୟାଗ କରନ୍ତୁ । ପରିବାରରେ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବ, ଯାହାକି ଦୁଃଶ୍ଚିନ୍ତାର କାରଣ ହୋଇପାରେ । କଳା, ସାହିତ୍ୟ, ନୃତ୍ୟ, ସଙ୍ଗୀତ ଲେଖାପଢା,ଗବେଷଣା, କ୍ଷେତ୍ରରେ ବେଶ୍‌ ଆଦୃତ ହେବେ । ସ୍ଵାସ୍ଥ୍ୟ ସମସ୍ୟା ପୂର୍ବପରି ରହିଥିବାରୁ ବ୍ୟସ୍ତ ବୃଦ୍ଧି ପାଇବ । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମାଆ ଦୁର୍ଗା ।

Leave a Reply

Your email address will not be published. Required fields are marked *