ଯେତେବେଳେ ଅମିତାଭ ଏବଂ ରେଖାଙ୍କ ପ୍ରେମ ଦୃଶ୍ୟ ଦେଖି କାନ୍ଦିଥିଲେ ଜୟା, ଶୁଣାଇ ଦେଇଥିଲେ ଏହି ନିଷ୍ପତ୍ତି !

ବଲିଉଡ ଅଭିନେତ୍ରୀ ରେଖାଙ୍କୁ ୬୬ ବର୍ଷ ବୟସ ହୋଇ ଯାଇଛି । ରେଖା ୧୦ ଅକ୍ଟୋବରରେ ମାଡ୍ରାସରେ ଜନ୍ମଗ୍ରହଣ କରିଥିଲେ । ଚଳଚ୍ଚିତ୍ରରେ ବହୁତ ସଫଳ ହୋଇଥିବା ରେଖାଙ୍କ ବ୍ୟକ୍ତିଗତ ଜୀବନ ବହୁତ ସଂଘର୍ଷପୂର୍ଣ୍ଣ ଅଟେ । ପିଲାଦିନରେ ପିତାମାତା ଗ୍ରହଣ କରିନଥିଲେ ଏବଂ ଯୌବନରେ ନିଜ ପ୍ରେମ ଠାରୁ ଦୂରେଇବାକୁ ପଡିଲା ।

ବୟସର ଏହି ମୋଡ଼ରେ ମଧ୍ୟ ରେଖା ଅବିବାହିତ ଅଛନ୍ତି । ଏକ ସମୟ ଥିଲା ଯେତେବେଳେ ରେଖା ଏବଂ ଅମିତାଭଙ୍କ ସମ୍ପର୍କ ବିଷୟରେ ବଲିଉଡରେ ବହୁତ ଚର୍ଚ୍ଚା ହେଉଥିଲା । ସେମାନଙ୍କର ପ୍ରେମ କାହାଣୀ ସମସ୍ତଙ୍କ ଜିଭ ଆଗରେ ଥିଲା । ରେଖା ଏବଂ ଅମିତାଭ ପରସ୍ପରକୁ ଏତେ ଭଲ ପାଉଥିଲେ ଯେ ଅମିତାଭଙ୍କ ବିବାହିତ ଜୀବନରେ ମଧ୍ୟ ଅଶାନ୍ତି ସୃଷ୍ଟି ହୋଇ ଯାଇଥିଲା ।

ଅମିତାଭ ଏବଂ ଜୟାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବାକୁ ଲାଗିଥିଲା । ପରିସ୍ଥିତି ଏତେ ଖରାପ ହୋଇ ଯାଇଥିଲା ଯେ ଜୟା ଅମିତାଭଙ୍କୁ ରେଖାଙ୍କ ସହ ଫିଲ୍ମରେ କାମ କରିବାକୁ ମନା କରିଦେଇଥିଲେ । ରେଖାଙ୍କର କିଛି ବିବୃତି ମାଧ୍ୟମରୁ ଅମିତାଭ ଏବଂ ରେଖାଙ୍କ ମଧ୍ୟରେ ଥିବା ପ୍ରେମର ଗଭୀରତାକୁ ଆକଳନ କରାଯାଇପାରେ ।

ନଭେମ୍ବର ୧୯୮୪ ମସିହାରେ ରେଖା ଫିଲ୍ମଫେୟାରକୁ ଦେଇଥିବା ଏକ ସାକ୍ଷାତକାରରେ ନିଜ ଭାବନା ବିଷୟରେ କହିଥିଲେ ଯେ ମୋର ପ୍ରେମ ତାଙ୍କ ପାଇଁ କଣ ଥିଲା କିମ୍ବା ତାଙ୍କ ପ୍ରେମ ମୋ ପ୍ରତି କିପରି ଥିଲା, ତାହା ଜନସାଧାରଣ ଜାଣିବାକୁ ଚାହାଁନ୍ତି । ମୁଁ ତାଙ୍କୁ ଭଲ ପାଏ, ସେ ମୋତେ ଭଲ ପାଆନ୍ତି । ଅନ୍ୟମାନେ କଣ ଭାବୁଛନ୍ତି, ସେଥିରେ ମୋର କିଛି ଫରକ ପଡୁ ନାହିଁ ।

ଏହା ପରେ ୨୦୦୪ ମସିହାରେ, ସିମି ଗ୍ରେୱାଲଙ୍କ ଶୋ’ରେ ରେଖା କହିଥିଲେ ଯେ ମୁଁ କାହାର ଘର ଭାଙ୍ଗିବା ପାଇଁ ଏହି କଥା କହୁ ନାହିଁ, ମୁଁ ଏହା କହୁଛି ଯେ ତାଙ୍କ ଉପସ୍ଥିତି ଦ୍ୱାରା ମୋତେ ଖୁସି ଅନୁଭବ ହୋଇଥାଏ । ରେଖା କହିଛନ୍ତି ଯେ ଅମିତାଭ ବଚ୍ଚନଙ୍କ ଭଲଗୁଣ ମୋତେ ପ୍ରଭାବିତ କରିଥାଏ ।

ସେ କୁହନ୍ତି ଯେ ‘ମୁଁ ତାଙ୍କଠାରୁ ବହୁତ କିଛି ଶିଖିଛି, ସେ ମୋତେ ନିଜ ଉପରେ ବିଶ୍ୱାସ କରିବାକୁ ଶିଖାଇଛନ୍ତି, ଯେତେବେଳେ ବି ମୁଁ ତାଙ୍କ ସାମ୍ନାରେ ଠିଆ ହୁଏ, ତାହା ମୋ ପାଇଁ ବହୁତ କଷ୍ଟଦାୟକ ସମୟ ହୋଇଥାଏ । ରେଖା କହିଛନ୍ତି ଯେ ଜୟା ବଚ୍ଚନଙ୍କ କାରଣରୁ ସେ ମୋ ସହ ଫିଲ୍ମ କରିବା ବନ୍ଦ କରିଦେଇଛନ୍ତି ।

ସେ କହିଥାନ୍ତି ଯେ ‘ମୁକଦ୍ଦର କା ସିକନ୍ଦର’ ଫିଲ୍ମର ସ୍କ୍ରିନିଂ ସମୟରେ ସମସ୍ତେ ଯେତେବେଳେ ଉପସ୍ଥାପନା ରୁମରେ ବସିଥିଲେ । ପୁରା ଚଳଚ୍ଚିତ୍ରଟି ଭଲ ଥିଲା କିନ୍ତୁ ମୋର ଏବଂ ତାଙ୍କର (ଅମିତାଭ) ପ୍ରେମ ଦୃଶ୍ୟ ଆସିବା ମାତ୍ରେ ଜୟା ସ୍କ୍ରିନିଂ ରୁମରେ କାନ୍ଦିବାକୁ ଲାଗିଲେ ।

ଏହା ପରେ ଜୟା ଅଧିକାଂଶ ନିର୍ମାତା-ନିର୍ଦ୍ଦେଶକଙ୍କୁ ଅମିତାଭଙ୍କ ସହ ରେଖାଙ୍କୁ ନେବାକୁ ମନା କରିଦେଇଥିଲେ । ଯେହେତୁ ଜୟାଙ୍କର ପ୍ରସିଦ୍ଧି ଥିଲା, ସେଥିପାଇଁ ସେ ଏଥିରେ ଉପକୃତ ହୋଇଥିଲେ । ରେଖା କହିଛନ୍ତି ଯେ ଫିଲ୍ମ ‘ରାମ ବଳରାମ’ ପାଇଁ ନିର୍ମାତା ଟିଟୋ ଟନି ଅମିତାଭ ବଚ୍ଚନଙ୍କ ସହ ତାଙ୍କୁ କାଷ୍ଟ କରିବାକୁ ଚାହୁଁଥିଲେ, କିନ୍ତୁ ଜୟା ଏଭଳି କରିବାକୁ ଚାହୁଁନଥିଲେ ।

ଏଭଳି ପରିସ୍ଥିତିରେ ଜୟା, ରେଖାଙ୍କ ପରିବର୍ତ୍ତେ ଜିତନ ଅମାନଙ୍କୁ ଚଳଚ୍ଚିତ୍ରରେ କାଷ୍ଟ କରିବାପାଇଁ ମନାଇ ନେଇଥିଲେ । ଯେତେବେଳେ ରେଖା ଏହା ବିଷୟରେ ଜାଣିଲେ, ସେ ନିର୍ମାତାଙ୍କୁ ଫୋନ କରି କହିଥିଲେ ଯେ ତାଙ୍କୁ ଏହି ଚଳଚ୍ଚିତ୍ରରେ କାମ କରିବାର ସୁଯୋଗ ଦିଆଯାଉ, ଏଥିପାଇଁ ସେ କୌଣସି ଟଙ୍କା ନେବେ ନାହିଁ । ରେଖାଙ୍କ ଏଭଳି ଅଫର ଶୁଣି ନିର୍ମାତା ତାଙ୍କୁ ମନା କରି ପାରିନଥିଲେ ଓ ଫିଲ୍ମରେ କାଷ୍ଟ କରିଥିଲେ ।

Be the first to comment

Leave a Reply

Your email address will not be published.


*