ଚଳଚ୍ଚିତ୍ରରେ ଝିଅ ଚରିତ୍ରରେ ଅଭିନୟ କରି ସମସ୍ତଙ୍କ ହୃଦୟକୁ ଜିତି ସାରିଛନ୍ତି ବଲିଉଡ଼ର ଏହି ଅଭିନେତାଗଣ, ଦେଖନ୍ତୁ କିଏ କିଏ ଅଛନ୍ତି ସାମିଲ ?

ବଲିଉଡ଼ ଅଭିନେତା ମାନଙ୍କୁ ଚଳଚ୍ଚିତ୍ରରେ ଏକ୍ସନ, ରୋମାନ୍ସ, ଡ୍ରାମା କିମ୍ବା କମେଡ଼ି କରୁଥିବାର ଦେଖିଥିବେ । ଦର୍ଶକ ମାନଙ୍କୁ ମନୋରଞ୍ଜନ କରିବା ପାଇଁ କଳାକାର କିଛି ମଧ୍ୟ କରନ୍ତି । ଏପରି କିଛି ଅଭିନେତା ମଧ୍ୟ ଅଛନ୍ତି ଯେଉଁମାନେ ପରଦାରେ ଝିଅ ହେବା ପାଇଁ ବାରଣ କରିଛନ୍ତି । ଏବଂ ଏହି କଳାକାର ମାନେ ପରଦା ଆଗରେ ଝିଅ ଭାବେ ଅଭିନୟ କରି ଖୁବ୍ ଚର୍ଚ୍ଚିତ ହୋଇଥିଲେ ।

ଅକ୍ଷୟ କୁମାର –

ବଲିଉଡ଼ ଅଭିନେତା ଅକ୍ଷୟ କୁମାର ନିଜର ଆଗାମୀ ଚଳଚ୍ଚିତ୍ର “ଲକ୍ଷ୍ମୀ ବମ୍”ରେ ଟ୍ରାନ୍ସଜେଣ୍ଡର ବା କିନ୍ନର ହୋଇଥିବାର ନଜର ଆସିବେ । ଚଳଚ୍ଚିତ୍ରରେ ଅକ୍ଷୟଙ୍କ ଶାଢ଼ୀ ପିନ୍ଧିଥିବା ପୋଷ୍ଟର ରିଲିଜ୍ ହୋଇ ସାରିଛି । ଚଳଚ୍ଚିତ୍ର ସାଉଥର ସୁପରହିଟ୍ ଚଳଚ୍ଚିତ୍ର କଞ୍ଚନାର ରିମେକ୍ ଅଟେ । ଚଳଚ୍ଚିତ୍ରରେ ଅକ୍ଷୟଙ୍କ ସହିତ କିୟାରା ଆଡ଼ଭାନୀ ନଜର ଆସିବେ ।

ରାଜକୁମାର ରାଓ –

ନିକଟରେ ରାଜକୁମାର ରାଓ ନିଜର ଆଗାମୀ ଚଳଚ୍ଚିତ୍ର ଲୁଡୋ ଠାରୁ ନିଜ ଚରିତ୍ରର ଫଟୋ ସେୟାର କରିଥିଲେ । ଏହି ଫଟୋରେ ରାଜକୁମାର ଝିଅ ରୂପ ଧାରଣ କରିଥିଲେ । କୁହାଯାଉଛି ଯେ ଅନୁରାଗ ବସୁଙ୍କ ଆଗାମୀ ଚଳଚ୍ଚିତ୍ର ଲୁଡୋରେ ରାଜକୁମାର ରାଓଙ୍କ ଏପରି ସିନ୍ ରହିବ ଯେଉଁଥିରେ ସେ ଝିଅ ଭାବେ ନଜର ଆସିବେ ।

ଆୟୁଷମାନ ଖୁରାନା –

ବଲିଉଡ଼ର ଭର୍ସାଟାଇଲ ଅଭିନେତା ଆୟୁଷମାନ ଖୁରାନାଙ୍କୁ ମଧ୍ୟ ମହିଳା ହୋଇଥିବାର ଆପଣ ଦେଖିଥିବେ । ଡ୍ରିମ୍ ଗାର୍ଲରେ ଆୟୁଷମାନ ଝିଅର ସ୍ୱର ବାହାର କରିଥିଲେ କିନ୍ତୁ ଚଳଚ୍ଚିତ୍ରର ଗୋଟିଏ ଗୀତ ପାଇଁ ଆୟୁଷମାନ ମହିଳା ଚରିତ୍ରରେ ଅଭିନୟ କରୁଥିବାର ନଜର ଆସିଥିଲେ ।

ରିତେଶ ଦେଶମୁଖ –

୨୦୦୬ ମସିହାରେ ଆସିଥିବା ଚଳଚ୍ଚିତ୍ର ଅପନା “ସପନା ମନୀ ମନୀ”ରେ ଅଭିନେତା ରିତେଶ ଦେଶମୁଖ ମଧ୍ୟ ମହିଳା ଚରିତ୍ରରେ ନଜର ଆସିଥିଲେ । ମଲ୍ଟି ଷ୍ଟାରର ଚଳଚ୍ଚିତ୍ରକୁ ଖୁବ୍ ପସନ୍ଦ କରାଯାଇଥିଲା କିନ୍ତୁ ରିତେଶଙ୍କ ମହିଳା ରୂପେ ନଜର ଆସିବା ସେ ଖୁବ୍ ଚର୍ଚ୍ଚିତ ହେଲେ ।

ଅମିତାଭ ବଚ୍ଚନ –

ଯୁଗର ମହାନାୟକ ଅମିତାଭ ବଚ୍ଚନ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ଖୁବ୍ ଚର୍ଚ୍ଚିତ ହୋଇଥିଲେ । ୧୯୮୧ରେ ଆସିଥିବା ଚଳଚ୍ଚିତ୍ର ଲାବାରୀସରେ ବିଗ୍ ବି ଗୋଟିଏ ଗୀତ ପାଇଁ ମହିଳାଙ୍କ ଗେଟ୍ ଅପ୍ ନେଇଥିଲେ । ‘ମେରେ ଅଙ୍ଗନେ ମେ ତୁମହାରା କ୍ୟା କାମ୍ ହେ’ରେ ବିଗ ବିଙ୍କୁ ଝିଅ ଭାବରେ ଦେଖି ଥିଏଟରରେ ବସିଥିବା ଦର୍ଶକ ମାନେ ଖୁବ୍ ସିଟି ବଜାଇଥିଲେ ।

ଗୋବିନ୍ଦା –

ଗୋବିନ୍ଦା ନିଜ ଫିଲ୍ମୀ କ୍ୟାରିୟରରେ ଗୋଟିଏରୁ ବଡ଼ ଗୋଟିଏ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଏଥି ମଧ୍ୟରୁ ଅଧିକାଂଶ ଚଳଚ୍ଚିତ୍ର କମେଡ଼ି ଅଟେ । ଗୋବିନ୍ଦାଙ୍କୁ ୧୯୯୮ରେ ଆସିଥିବା ତାଙ୍କର ଚଳଚ୍ଚିତ୍ର ଆଣ୍ଟି ନମ୍ବର ୱାନ ପାଇଁ ଖୁବ୍ ମନେ ପକାଯାଏ । ଆପଣଙ୍କୁ ମନେଥିବ ଯେ ଚଳଚ୍ଚିତ୍ରରେ ଗୋବିନ୍ଦା ମହିଳା ଓ ପୁରୁଷ ଉଭୟଙ୍କ ଚରିତ୍ରରେ ଅଭିନୟ କରିଥିଲେ ।

ଆମୀର ଖାନ୍ –

ବଲିଉଡ଼ର ମିଷ୍ଟର ପରର୍ଫେକ୍ସନିଷ୍ଟ ମଧ୍ୟ ଏହି ସୂଚୀରେ ପଛରେ ନଥିଲେ । ଆମୀର ଖାନ୍ ମଧ୍ୟ ଝିଅ ଭାବରେ ଦର୍ଶକଙ୍କ ହୃଦୟ ଜିଣି ସାରିଛନ୍ତି । ୧୯୯୫ରେ ଆସିଥିବା ଚଳଚ୍ଚିତ୍ର “ବାଜି”ର ଏକ ଅଂଶ ପାଇଁ ଆମୀର ଏକ ଝିଅ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ଆମୀର ଜୁଲି ହୋଇ ଶତ୍ରୁ ମାନଙ୍କ ସହ ଲଢ଼ୁଥିବାର ନଜର ଆସିଥିଲେ । ଭାରି ମେକପ୍ ଓ ଝିଅର କସଟ୍ୟୁମ୍ ପିନ୍ଧି ଆମୀର ଖୁବ୍ ଚର୍ଚ୍ଚିତ ହୋଇଥିଲେ । ଆମୀର ବିଜ୍ଞାପନରେ ମଧ୍ୟ ସ୍ତ୍ରୀ ଲୋକ ଭାବରେ ନଜର ଆସିଛନ୍ତି ।

ସଲମାନ ଖାନ୍ –

୨୦୦୬ ରେ ପ୍ରିତୀ ଜିଣ୍ଟା ଓ ଅକ୍ଷୟ କୁମାରଙ୍କ ସହିତ ଆସିଥିବା ସଲମାନ ଖାନଙ୍କ ଚଳଚ୍ଚିତ୍ର ଜାନେମନରେ ସେ କିଛି ସମୟ ପାଇଁ ମହିଳା ଭାବରେ ନଜର ଆସିଥିଲେ । ଝିଅ ରୂପେ ସଲମାନ ଖାନ୍ ଖୁବ୍ ସୁନ୍ଦର ଦେଖାଯାଉଥିଲେ । ତାଙ୍କ ହେୟାର ଷ୍ଟାଇଲ ଓ ଲୁକ୍ ଖୁବ୍ ଭଲ ଥିଲା ।

କମଳ ହାସନ –

ଚାଚି ୪୨୦ ଚଳଚିତ୍ରରେ ମହିଳାଙ୍କ ଚରିତ୍ରରେ ଅଭିନୟ କରୁଥିବା କମଳ ହାସନଙ୍କୁ କିଏ ବା ନଜାଣେ । ଏହି ଚଳଚ୍ଚିତ୍ରରେ କମଳ ହାସନ ମହିଳା ଓ ପୁରୁଷ ଉଭୟଙ୍କ ଚରିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ବ୍ଲକବଷ୍ଟର ସାବ୍ୟସ୍ତ ହେଲା । ୧୯୯୭ରେ ଆସିଥିବା ଚଳଚ୍ଚିତ୍ରକୁ ଆଜି ମଧ୍ୟ ଦର୍ଶକଙ୍କୁ ଖୁବ୍ ପ୍ରେମ ମିଳିଥିଲା ।

Be the first to comment

Leave a Reply

Your email address will not be published.


*