ଶାଶୁ ମାଆଙ୍କ ସହିତ ଏପରି ବ୍ୟବହାର କରନ୍ତି ରବିନା ଟଣ୍ଡନ !

ବୋଲିଉଡ଼ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ଠାରୁ ରବୀନ ଟେଣ୍ଡନ ଅନ୍ୟତମ । ବହୁତ ନାମ ଅର୍ଜନ କରିଥିବା ଅଭିନେତ୍ରୀ ରବିନା ଟଣ୍ଡନ ଆଜି ପର୍ଯ୍ୟନ୍ତ ବୋଲିଉଡ଼ ଇଣ୍ଡଷ୍ଟ୍ରିର ଏକ ଖାସ୍ ସଦସ୍ୟ ଅଟନ୍ତି । ସେ ନିଜ ସୁନ୍ଦରତା ଓ ଦମଦାର୍ ଅଭିନୟ ଦ୍ୱାରା ଲୋକଙ୍କୁ ଆକର୍ଷିତ କରିଥିଲେ ଓ ଲୋକ ହୃଦୟକୁ ଜିତି ପାରିଥିଲେ । ସେ ଆଜି ମଧ୍ୟ ଅନେକ ଲୋକଙ୍କ ହୃଦୟରେ ରାଜ୍ କରୁଛନ୍ତି । ସେ ଏଭଳି ଅନେକ ହିଟ୍ ଚଳଚିତ୍ରରେ ଅଭିନୟ କରିଛନ୍ତି, ଯାହାକୁ ଲୋକମାନେ ଆଜି ପର୍ଯ୍ୟନ୍ତ ଭୁଲିପାରୁ ନାହାଁନ୍ତି । ଆପଣ ନିଶ୍ଚୟ ରୂପେ ରବିନା ଟଣ୍ଡନଙ୍କ ବିଷୟରେ ଜାଣିଥିବେ କିନ୍ତୁ ତାଙ୍କ ଶାଶୁଙ୍କୁ ଜାଣିଛନ୍ତି କି ? ସେ କିଏ ଅଟନ୍ତି ଓ କଣ କରନ୍ତି ଓ କିପରି ଦେଖାଯାନ୍ତି ? ତେବେ ଚାଲନ୍ତୁ ରବିନା ଟଣ୍ଡନଙ୍କ ଶାଶୁଙ୍କ ବିଷୟରେ ଆଜି ଆମେ ଜାଣିବା ।

ରବିନା ଟଣ୍ଡନଙ୍କ ଜନ୍ମ ୨୬ ଅକ୍ଟୋବର ୧୯୭୪ରେ ଫିଲ୍ମ ମୁମ୍ବାଇ ସହରରେ ହୋଇଥିଲା । ସେ ନିଜ ସମ୍ପୂର୍ଣ୍ଣ ପାଠପଢା ଏଠାରେ ହିଁ ପୂରଣ କରିଥିଲେ । ସେହିଭଳି ତାଙ୍କ ଏକ୍ଟିଙ୍ଗ (ଅଭିନୟ) କ୍ୟାରିଅର ବିଷୟରେ କହିବାକୁ ଗଲେ ୧୯୯୧ରେ ଆସିଥିବା ଚଳଚିତ୍ର “ପାଥର୍ କେ ଫୁଲ୍” ଚଳଚିତ୍ରରୁ ବଲିଉଡ ଜଗତକୁ ଡ୍ୟୁବେ ହୋଇଥିଲା । ଏହାପରେ ପରେ, ରବିନା ମୋହରା, ଦିଲୱାଲେ, ଦୁଲ୍ହେ ରାଜା ଭଳି ଅନେକ ସୁପରହିଟ୍ ଚଳଚିତ୍ରରେ ଅଭିନୟ କରିଥିଲେ । ସେ ଏବେ ମଧ୍ୟ ନିଜ ଏକ୍ଟିଙ୍ଗ (ଅଭିନୟ) କ୍ୟାରିଅରକୁ ଚାଲୁ ରଖିଛନ୍ତି ଓ ତାଙ୍କୁ ତାଙ୍କ ପ୍ରଶଂସକ ଆଜିମଧ୍ୟ ସେହିଭଳି ଭଲ ପାଉଛନ୍ତି, ଯେଉଁଭଳି ପୂର୍ବରୁ ଭଲପାଇ ଆସୁଥିଲେ ।

ତାଙ୍କ ଜୀବନ ବିଷୟରେ କହିବାକୁ ଗଲେ ସେ ୨୦୦୪ରେ ଫିଲ୍ମ ଡ଼ିଷ୍ଟ୍ରିବ୍ୟୁଟର୍ ଅନୀଲ ଥାରାନେ ସହିତ ବିବାହ ହୋଇଥିଲେ । ବର୍ତ୍ତମାନ ସେ ଦୁଇଟି ସନ୍ତାନର ମାଆ ଅଟନ୍ତି । ତାଙ୍କର ସନ୍ତାନ ଦୁହେଁଙ୍କ ନାମ ରଣବିର ଓ ଆଶା ଟଣ୍ଡନ ଅଟେ । ଯାହାଙ୍କ ସହିତ ସେ ଖୁସିରେ ଜୀବନ ବିତାଉଛନ୍ତି ।

ଏହି ଦମଦାର୍ ଅଭିନେତ୍ରୀଙ୍କ, ଶାଶୁଙ୍କ ବିଷୟରେ କହିବାକୁଗଲେ ସେ ବହୁତ ବୃଦ୍ଧ ଅଟନ୍ତି; ଯାହାଙ୍କୁ ଆପଣ ଅନେକ ଥର ରବିନା ଟଣ୍ଡନଙ୍କ ସହିତ ଦେଖିଥିବେ । ସେ ନିଜ ଶାଶୁଙ୍କୁ ବହୁତ ସମ୍ମାନ ଦିଅନ୍ତି ଓ ତାଙ୍କ ସହିତ ବହୁତ ଥର ପାର୍ଟିଗୁଡିକରେ ମିଶିକରି ଯିବା ଦୃଶ୍ୟ ଦେଖିବାକୁ ମିଳିଥାଏ । ରବିନା ଟଣ୍ଡନ ନିଜ ଶାଶୁଙ୍କୁ ମାଆଙ୍କ ଭଳି ସମ୍ମାନ ଦିଅନ୍ତି ଓ ତାଙ୍କ ଶାଶୁ ମଧ୍ୟ ରବିନା ଟଣ୍ଡନଙ୍କୁ ବହୁତ ଭଲ ପାଆନ୍ତି ।

Be the first to comment

Leave a Reply

Your email address will not be published.


*