ବିଶେଷ କରି ମହିଳାମାନଙ୍କ ଏହି ୫ଟି ଭୁଲ୍ ଯୋଗୁଁ ଜନ୍ମ ହୋଇଥାଏ ଯାଆଁଳା ସନ୍ତାନ !

ଏପରି କେତେକ ଭୁଲ୍ କାମଗୁଡ଼ିକ ଯୋଗୁଁ ଜନ୍ମ ହୋଇଥାଏ ଯାଆଁଳା ସନ୍ତାନ । ତେବେ ଚାଲନ୍ତୁ ଏହି ବିଷୟକୁ ନେଇ ଆଜି ଆମେ ସମ୍ପୂର୍ଣ୍ଣ ରୂପେ ଜାଣିବା । ଦୁନିଆରେ ପ୍ରାୟତଃ ସମସ୍ତେ କେଉଁଠାରେ ନା କେଉଁଠାରେ ନିଶ୍ଚୟ ରୂପେ ଯାଆଁଳା ସନ୍ତାନମାନଙ୍କୁ ନିଶ୍ଚୟ ରୂପେ ଦେଖିଥିବେ । ବର୍ତ୍ତମାନ ସମୟରେ ଯାଆଁଳା ସନ୍ତାନ ଜନ୍ମ ହେବା ଏକ ସାଧାରଣ କଥା ହୋଇଗଲା । ଏହି ଯାଆଁଳା ସନ୍ତାନମାନେ କେତେକ କ୍ଷେତ୍ରରେ ଦେଖିବା ଚେହେରାର ସାଦୃଶ୍ୟତା ଏକ ଭଳି ଥିବା ବେଳେ ଆଉ କେତେକ କ୍ଷେତ୍ରରେ ଚେହେରାର ସାଦୃଶ୍ୟତା ଭିନ୍ନ ଭିନ୍ନ ଥିଲେ ମଧ୍ୟ ସ୍ଵଭାବ ଓ ବ୍ୟବହାରରେ ସମାନତା ପରିଲକ୍ଷିତ ହୋଇଥାଏ ।

ଆପଣ ଜାଣିଛନ୍ତି କି, କେଉଁ କାରଣରୁ ଯାଆଁଳା ସନ୍ତାନ ଜନ୍ମ ହୋଇଥାନ୍ତି ? ଆଜି ଆମେ ଏହି ଅନୁଛେଦରେ ଜାଣିବା ଯେ, ଗର୍ଭବତୀ ମହିଳାମାନେ ଗର୍ଭଧାରଣ ପୂର୍ବରୁ ଓ ଗର୍ଭଧାରଣ ସମୟରେ ଏପରି କେଉଁ ଭୁଲ୍ କରିଥାନ୍ତି ଯେ, ଯାହାଫଳରେ ସେମାନଙ୍କ ଗର୍ଭରେ ଥିବା ସନ୍ତାନ ଯାଆଁଳା ହୋଇଥାନ୍ତି । ତେବେ ଚାଲନ୍ତୁ ଜାଣିବା ସେହି କାରଣ ଗୁଡ଼ିକ ବିଷୟରେ ।

ମାନ୍ୟତା ଅଛି ଯେ, ଯଦି ମହିଳାମାନେ ଗର୍ଭବତୀ ସମୟରେ ବା ଗର୍ଭବତୀ ପୂର୍ବରୁ ଯାଆଁଳା ଫଳ ଖାଇଥାନ୍ତି, ତେବେ ସେହି ମହିଳାମାନଙ୍କ ଯାଆଁଳା ସନ୍ତାନ ଜନ୍ମ ଦେଇଥାନ୍ତି । କିନ୍ତୁ ବୈଜ୍ଞାନିକମାନେ ଏହାର ଗବେଷଣା ଦ୍ୱାରା ଏହାର କିଛି କାରଣ ବାହାର କରିଛନ୍ତି ଏବଂ ଗବେଷଣାରେ ପ୍ରଶ୍ନ ହୋଇଛି ଯେ, କାହିଁକି ଗୋଟିଏ ଶୁକ୍ରାଣୁ ଦୁଇ ଭାଗରେ ବିଭକ୍ତ ହୋଇ ଦୁଇଟି ଭ୍ରୁଣର ରୂପ ନେଇଥାଏ ଓ ଯାଆଁଳା ସନ୍ତାନର ଉତ୍ପତ୍ତି ହୋଇଥାଏ ? ତେବେ ଚାଲନ୍ତୁ ସେହି କାରଣ ଗୁଡ଼ିକ ବିଷୟରେ ସମ୍ପୂର୍ଣ୍ଣ ରୂପେ ଜାଣିବା ।

୧) ଯେଉଁ ମହିଳାମାନେ ଅଧିକ ଗର୍ଭନିରୋଧକ ଔଷଧ ସେବନ କରିଥାନ୍ତି କିମ୍ବା ଗର୍ଭପାତ ମଧ୍ୟ କରାଇଥାନ୍ତି; ସେହିପରି ମହିଳାମାନେ ପ୍ରସବ ସମୟରେ ଯାଆଁଳା ସନ୍ତାନ ଜନ୍ମ ହେବାର ଅଧିକ ସମ୍ଭାବନା ରହିଥାଏ । କାରଣ ଗର୍ଭନିରୋଧକ ଔଷଧ ସେବନ କରିବା ଦ୍ୱାରା ସେମାନଙ୍କ ମଧ୍ୟରେ ହଲିକାଲସିମଲାଇଟିଙ୍ଗ ହର୍ମୋନର ମାତ୍ରା କମି ଯାଇଥାଏ ଯାହାଫଳରେ ଶୁକ୍ରାଣୁ ଦୁଇ ଭାଗରେ ବିଭକ୍ତ ହୋଇଯାଇଥାଏ, ଯାହାର ଫଳସ୍ଵରୂପ ଯମଜ ବା ଯାଆଁଳା ସନ୍ତାନ ଜନ୍ମ ହୋଇଥାଏ ।

୨) ଯଦି କୌଣସି ପରିବାରରେ ପୂର୍ବରୁ କୌଣସି ମହିଳାଙ୍କ ଯାଆଁଳା ସନ୍ତାନ ଜନ୍ମ ହୋଇଥାଏ, ତେବେ ବଂଶାନୁଗତିକ ନିୟମ ଅନୁସାରେ ସେମାନଙ୍କ ଠାରେ ମଧ୍ୟ ଯାଆଁଳା ସନ୍ତାନ ହେବାର ବହୁତ ସମ୍ଭାବନା ରହିଥାଏ ।

୩) ଯେଉଁ ମହିଳାମାନେ ଅଧିକ ଆମିଷ ଖାଇଥାନ୍ତି, ଏହା ଯୋଗୁଁ ମୋଟାପଣ ହେବା ସହିତ ସେମାନଙ୍କ ଉଚ୍ଚତା ମଧ୍ୟ ଅଧିକ ହୋଇଥାଏ । ଏପରି କ୍ଷେତ୍ରରେ ଯାଆଁଳା ସନ୍ତାନ ହେବାର ଅଧିକ ସମ୍ଭାବନା ଥାଏ । କାରଣ ଏମାନଙ୍କ ହର୍ମୋନରେ ଅଧିକାଂଶ ପରିବର୍ତ୍ତନ ଦେଖିବାକୁ ମିଳିଥାଏ ।

୪) ଯେଉଁ ମହିଳାମାନେ ପୂର୍ବରୁ ୨ କିମ୍ବା ୩ଟି ସନ୍ତାନ ଜନ୍ମ କରିସାରିଛନ୍ତି, ସେମାନଙ୍କ କ୍ଷେତ୍ରରେ ମଧ୍ୟ ଯାଆଁଳା ସନ୍ତାନ ଜନ୍ମ ହେବାର ସମ୍ଭାବନ ଅଧିକ ଦେଖାଯାଇଥାଏ । କାରଣ ସେମାନଙ୍କ ଶରୀରରେ ଅଣ୍ଡକୋଷ ନିର୍ମିତ ହେବାର କ୍ଷମତା ବୃଦ୍ଧି ହୋଇଯାଇଥାଏ ଓ ଏହା ସୁରକ୍ଷିତ ମଧ୍ୟ ରହିଥାଏ । ତେଣୁ ଏମାନଙ୍କ କ୍ଷେତ୍ରରେ ଯାଆଁଳା ସନ୍ତାନ ଜନ୍ମ ହୋଇଥାଏ ।

୫) ବୈଜ୍ଞାନିକମାନଙ୍କ କହିବା ଅନୁସାରେ, କେତେକ କ୍ଷେତ୍ରରେ ସେଠାକାର ପରିବେଶ ଓ ପରିସ୍ଥିତି ଯାଆଁଳା ସନ୍ତାନ ହେବାର ସବୁଠାରୁ ମୁଖ୍ୟ କାରଣ ଅଟେ । ଯେପରି କି ଦୁନିଆରେ ସବୁଠାରୁ ଅଧିକ ଯାଆଁଳା ସନ୍ତାନ ଆଫ୍ରିକାରେ ଦେଖାଯାଇଥାଏ । ଯାହାର କାରଣ ସେଠାର ଜଳବାୟୁ ଓ ବାତାବରଣ ହୋଇଥାଏ ।

ଆଶା କରୁଛୁ ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ।

Be the first to comment

Leave a Reply

Your email address will not be published.


*