ହାଥରସର “ରହସ୍ୟମୟ ଭାଉଜ” ଅଟନ୍ତି କଂଗ୍ରେସର ପରାମର୍ଶଦାତା ! ପିଡିତାଙ୍କ ପରିବାର ସହିତ ରହି ସେମାନଙ୍କୁ କରାଇଥିଲେ ଉତ୍ତେଜିତ ।

ହାଥରସ ମାମଲାର ଅନୁସନ୍ଧାନ କରୁଥିବା ଉତ୍ତରପ୍ରଦେଶ ପୋଲିସର ଏସଆଈଟୀ ଦଳ ବର୍ତ୍ତମାନ ବହୁତ ବଡ ଖୁଲାସା କରିଛି । ଏସଆଈଟୀ ଅନୁସାରେ, ହାଥରସ ମାମଲାର ଆବରଣ ଦ୍ୱାରା ଉତ୍ତରପ୍ରଦେଶ ରାଜ୍ୟର ମାହୋଲକୁ ନଷ୍ଟ କରିବା ପାଇଁ ଉଦ୍ୟମ କରାଯାଉଥିଲା ଏବଂ ଏହି ରାଜ୍ୟରେ ଜାତିଭିତ୍ତିକ ଦଙ୍ଗା ପାଇଁ ଷଡ଼ଯନ୍ତ୍ର କରାଯାଉଥିଲା । ଏହି ମାମଲାରେ ନକ୍ସଲ ସଂଯୋଗ ମଧ୍ୟ ସାମ୍ନାକୁ ଆସିଛି । କୁହାଯାଉ ଅଛି କି ଜଣେ ମହିଳା ହାଥରସ ଠାରେ ପୀଡିତାଙ୍କ ପରିବାରରେ ତାଙ୍କ ଭାଉଜଙ୍କ ପରିଚୟ ନେଇ ରହି ଆସୁଥିଲେ। ଏହି ମହିଳାଙ୍କ ନାମ ରାଜକୁମାରୀ ଵଂସଲ ଅଟେ, ଯିଏକି ଜବଲପୁରର ବାସିନ୍ଦା ଅଟନ୍ତି । ରାଜକୁମାରୀ ଵଂସଲ ବୃତ୍ତିରେ ଜଣେ ଡାକ୍ତର ଅଟନ୍ତି ।

ହାଥରସ ମାମଲାର ଏସଆଈଟୀର ଅନୁସନ୍ଧାନ ଅନୁଯାୟୀ ଜଣା ପଡ଼ିଛି କି ଉତ୍ତରପ୍ରଦେଶରେ ଜାତିଗତ ଦଙ୍ଗା ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର କରାଯାଉଥିଲା ଏବଂ ନକ୍ସଲ ମାନଙ୍କ ସହିତ ସମ୍ବନ୍ଧ ଥିବା ରାଜକୁମାରୀ ଵଂସଲ ପୀଡିତାଙ୍କ ପରିବାର ସହିତ ରହୁଥିଲେ । ରାଜକୁମାରୀ ଵଂସଲ ନିଜ ପରିଚୟ ଲୁଚାଇବା ପାଇଁ ମୃତକଙ୍କ ଭାଉଜ ବୋଲି କହିଥିଲେ । ରାଜକୁମାରୀ ଵଂସଲ ଜବଲପୁରର ବାସିନ୍ଦା ଅଟନ୍ତି ଏବଂ ୪ ଦିନ ପର୍ଯ୍ୟନ୍ତ ପୀଡିତାଙ୍କ ପରିବାରଵର୍ଗଙ୍କ ସହିତ ରହିଥିଲେ ।

ରାଜକୁମାରୀ ଵଂସଲ ସର୍ଵଦା ପୀଡିତାଙ୍କ ପରିବାର ସହିତ ହିଁ ରହୁଥିଲେ ଏବଂ ଯେଉଁ ଲୋକମାନେ ଆସୁଥିଲେ ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖୁଥିଲେ । ହାଥରସରେ ଯେବେ ମଧ୍ୟ ରାଜନୈତିକ କିମ୍ବା ସାମାଜିକ ପ୍ରତିନିଧୀ ଆସୁଥିଲେ, ସେତେବେଳେ ରାଜକୁମାରୀ ଵଂସଲ ସେମାନଙ୍କ ସହିତ କଥାବାର୍ତ୍ତା କରୁଥିଲେ ।

ସିସିଟିଭି ଲଗାଇବା ମାତ୍ରେ ଅଦୃଶ୍ୟ

ଜିଲ୍ଲା ପ୍ରଶାସନ ପୀଡିତାଙ୍କ ଘରେ ସିସିଟିଭି କ୍ୟାମେରା ଲଗାଇଛନ୍ତି ଏବଂ ପୀଡିତାଙ୍କ ଘରେ ରହୁଥିବା ଲୋକ ମାନଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି । ପ୍ରଶାସନର ଏହି ପଦକ୍ଷେପରେ ଭୟଭୀତ ହୋଇ ରାଜକୁମାରୀ ଵଂସଲ ସେଠାରୁ ଅଦୃଶ୍ୟ ହୋଇ ଯାଇଥିଲେ । ଏହା ପରେ ପ୍ରଶାସନ ତାଙ୍କ ବିଷୟରେ ଅନୁସନ୍ଧାନ କରିବା ପରେ ଜାଣିବାକୁ ପାଇଲା କି ସେ ଜବଲପୁରର ନିବାସୀ ଅଟନ୍ତି ଏବଂ ଜବଲପୁରର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମେଡିକାଲ କଲେଜର ଫରେନସିକ୍ ବିଭାଗରେ ସହକାରୀ ପ୍ରଫେସର ଅଟନ୍ତି ।

ଶିବରାଜ ସରକାରଙ୍କ ମନ୍ତ୍ରୀ ଭୁପେନ୍ଦ୍ର ସିଂଙ୍କ ଅନୁସାରେ ପୀଡିତାଙ୍କ ପରିବାର ସହିତ ରହୁଥିବା ଏହି ମହିଳାଙ୍କ ନକ୍ସଲ ସହିତ ସମ୍ପର୍କ ରହିଛି ଏବଂ ଦେଶକୁ ଭାଙ୍ଗିବା ପାଇଁ ଏକ ଷଡଯନ୍ତ୍ର ଚାଲିଛି ।

ନିଜର ବୟାନ ଦାଖଲ କରିଛନ୍ତି

ନକ୍ସଲଙ୍କ ସହିତ ସଂଯୋଗ ବିଷୟରେ ଡାକ୍ତର ଵଂସଲ ନିଜ ବୟାନ ଉପସ୍ଥାପନ କରିଛନ୍ତି ଏବଂ କହିଛନ୍ତି କି ମୁଁ ଅକ୍ଟୋବର ମାସ ୪ ତାରିଖରୁ ଅକ୍ଟୋବର ମାସ ୭ ତାରିଖ ପର୍ଯ୍ୟନ୍ତ ଛୁଟି ନେଇ ପୀଡିତାଙ୍କ ପରିବାର ସହିତ ରହିଥିଲି ଏବଂ ମୁଁ ସେମାନଙ୍କୁ ଆର୍ଥିକ ସାହାଯ୍ୟ ମଧ୍ୟ କରିଥିଲି। ମୁଁ କେବଳ ଆମ ସମାଜର ପିଡିତାଙ୍କ ଦୁଖଃଗ୍ରସ୍ତ ପରିବାରକୁ ସମ୍ଭାଳିବା ପାଇଁ ସେଠାକୁ ଯାଇଥିଲି । ଏଥି ସହିତ, ସେ ନକ୍ସଲଙ୍କ ସହିତ ସଂଯୋଗ କଥାବାର୍ତ୍ତାକୁ ସେ ସମ୍ପୂର୍ଣ୍ଣ ରୂପେ ଅସ୍ୱୀକାର କରିଥିଲେ। ଏଥି ସହିତ ଯାହାଙ୍କ ମାଧ୍ୟମରେ ଏହି ଅପପ୍ରଚାର ବିସ୍ତାର କରାଯାଇଛି ସେହି ବ୍ୟକ୍ତିଙ୍କ ବିରୁଦ୍ଧରେ ଅଭିଯୋଗ କରିବା ବିଷୟରେ ମଧ୍ୟ କହିଛନ୍ତି ।

ବାରମ୍ବାର ନିଜର ବୟାନ ବଦଳାଇଥିଲେ

ରାଜକୁମାରୀ ଵଂସଲ ଯେତେବେଳେ ହାଥରସରେ ଥିଲେ, ସେତେବେଳେ ସେ ଗଣମାଧ୍ୟମ ସହିତ ମଧ୍ୟ କଥାବାର୍ତ୍ତା କରିଥିଲେ । ସେ ଗଣମାଧ୍ୟମକୁ କହିଥିଲେ କି ସେ ପୀଡିତାଙ୍କ ଭଉଣୀ ଅଟନ୍ତି । ପରବର୍ତ୍ତୀ ସମୟରେ କିଛି ଲୋକଙ୍କ ସହିତ କଥାବାର୍ତ୍ତା ହେବା ସମୟରେ ସେ ନିଜକୁ ପୀଡିତାଙ୍କ ଭାଉଜ ବୋଲି ବ୍ୟାଖ୍ୟା କରିଥିଲେ। ଅପର ପକ୍ଷରେ ବର୍ତ୍ତମାନ ସେ ନିଜର ବୟାନକୁ ବଦଳାଇ ଦେଇଛନ୍ତି। ରାଜକୁମାରୀ ଵଂସଲ ଦାବି କରିଛନ୍ତି କି ପୀଡିତାଙ୍କ ସମ୍ପର୍କୀୟ ବୋଲି ସେ କେବେ ହେଲେ ମଧ୍ୟ କହିନଥିଲେ ।

ସୋସିଆଲ ମିଡିଆ ମାଧ୍ୟମରେ ରହସ୍ୟ ଖୋଲିଛି

ଏହି ସମୟ ମଧ୍ୟରେ ଦକ୍ଷିଣପନ୍ଥୀ ଲେଖିକା ଶେଫାଲୀ ଵୈଦ୍ୟ ଗୋଟିଏ ସ୍କ୍ରିନସଟ୍ ନିଜ ଟ୍ୱିଟରରେ ସେୟାର କରିଛନ୍ତି । ଯାହା ଡାକ୍ତର ଵଂସଲଙ୍କ ସହିତ ଜଡିତ ଅଟେ । ଯେଉଁଥିରୁ ସ୍ପଷ୍ଟ ପ୍ରମାଣିତ କି ସେ କଂଗ୍ରେସ ସହିତ ମଧ୍ୟ ଜଡିତ ଅଟନ୍ତି ।

Be the first to comment

Leave a Reply

Your email address will not be published.


*