କରୋନାର ଏହି ସମୟରେ ସରକାର ଦେଉଛନ୍ତି ବିନା ଗ୍ୟାରେଣ୍ଟିରେ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ, ଆପଣ ମଧ୍ୟ ଉଠାନ୍ତୁ ଏହାର ଲାଭ !

PM Mudra Yojana: ଯଦି ଆପଣ ମଧ୍ୟ ନିଜ ବ୍ୟବସାୟ ( Business Opportunities ) ଆରମ୍ଭ କରିବା ପାଇଁ ଚାହଁନ୍ତି, କିନ୍ତୁ ଟଙ୍କାର ଅଭାବ ଯୋଗୁଁ କରିପାରୁ ନାହାଁନ୍ତି ତେବେ ବର୍ତ୍ତମାନ ମୋଦି ସରକାର ଆପଣଙ୍କୁ ସାହାଯ୍ୟ କରିବେ । ବାସ୍ତବରେ, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ( PMMY ) ଅନୁଯାୟୀ ଆପଣଙ୍କୁ ବ୍ୟବସାୟ ଆରମ୍ଭ କରିବା ପାଇଁ ବିନା ଗ୍ୟାରେଣ୍ଟିରେ ଋଣ ମିଳିପାରେ । ଜଣାଇଦେଉଛୁ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୨୦୧୫ ରେ ମୁଦ୍ରା ଯୋଜନାର ଆରମ୍ଭ କରିଥିଲେ । ଏହି ଯୋଜନା ଅନୁଯାୟୀ ଆପଣ ନିଜର ଛୋଟ ବଡ଼ କାମ ଆରମ୍ଭ କରିବା ପାଇଁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ନେଇ ପାରିବେ ।

ବିନା ଗ୍ୟାରେଣ୍ଟିରେ ମିଳିବ ଋଣ

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ( Pradhan Mantri Mudra Yojana ) ଅନ୍ତର୍ଗତ ଆପଣଙ୍କୁ ନିଜର ବ୍ୟବସାୟ ଆରମ୍ଭ କରିବା ପାଇଁ ଋଣ ଦିଆଯାଏ । ଏହି ଯୋଜନା ଅନୁଯାୟୀ ଆପଣ ବିନା କୌଣସି ଗ୍ୟାରେଣ୍ଟିରେ ଋଣ( Loan Without Guarantee ନେଇପାରିବେ । ଏହି ଯୋଜନାର ଲକ୍ଷ୍ୟ ଲୋକଙ୍କୁ ସ୍ୱରୋଜଗାର ପ୍ରତି ପ୍ରେରିତ କରିବା ଅଟେ । ଏହି ଯୋଜନାକୁ ସେହି ଲୋକଙ୍କ ପାଇଁ ଆରମ୍ଭ କରାଯାଇଛି, ଯାହା ନିଜର ବ୍ୟବସାୟ ସ୍ଥାପିତ କରିବା ପାଇଁ ଚାହଁନ୍ତି ।

୧୦ ଲକ୍ଷ ଟଙ୍କାର ମିଳିବ ଋଣ

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ତିନି ପ୍ରକାର ଋଣ ଦିଆଯାଏ । ଛୋଟ ଛୋଟ ବ୍ୟବସାୟୀ ମାନଙ୍କ ପାଇଁ ଶିଶୁ ମୁଦ୍ରା ଋଣ ରହିଛି, ଯେଉଁଥିରେ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ ନିଆଯାଇପାରେ । ସେପକ୍ଷରେ, କିଶୋର ମୁଦ୍ରା ଋଣରେ ୫୦,୦୦୦ ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଏ ଏବଂ ତରୁଣ ମୁଦ୍ରା ଋଣରେ ୫ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳେ ।

ବିନା ଗ୍ୟାରେଣ୍ଟିରେ ମିଳିବ ଋଣ

Business and finance concept

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ସବୁଠାରୁ ବିଶେଷ କଥାଟି ଏହା ଯେ ଏଥିରେ ବିନା ଗ୍ୟାରେଣ୍ଟିରେ ଋଣ ମିଳେ । ଏହା ବ୍ୟତୀତ ଋଣ ପାଇଁ କୌଣସି ପ୍ରୋସେସିଂ ଚାର୍ଜ ମଧ୍ୟ ନିଆଯାଏ ନାହିଁ । ମୁଦ୍ରା ଯୋଜନାରେ ଋଣ ପରିଶୋଧ ଅବଧିକୁ ୫ ବର୍ଷ ପର୍ଯ୍ୟନ୍ତ ବଢାଯାଇପାରେ ।

ଏପରି କରନ୍ତୁ ଆବେଦନ

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅନୁଯାୟୀ କୌଣସି ନିଶ୍ଚିତ ସୁଧ ଦର ନାହିଁ । ବିଶେଷ ଭାବେ ନ୍ୟୁନତମ ସୁଧ ଦର ୧୨% ଅଟେ । ମୁଦ୍ରା ଯୋଜନା ଅନୁଯାୟୀ ଋଣ ପାଇଁ ଆପଣଙ୍କୁ ସରକାରୀ କିମ୍ବା ବ୍ୟାଙ୍କ ଶାଖାରେ ଆବେଦନ କରିବାକୁ ପଡ଼ିବ । ଏଥିପାଇଁ ଆପଣଙ୍କୁ ଘର ମାଲିକାନା କିମ୍ବା ଭଡ଼ା ଘରେ ରହୁଥିବା ଦସ୍ତାବିଜ, କାମ ସହ ଜଡ଼ିତ ସୂଚନା, ଆଧାର, ପ୍ୟାନ୍ ନମ୍ବର ସହିତ ଆହୁରି ଅନେକ ଦସ୍ତାବିଜ ଦେବାକୁ ପଡ଼ିବ ।

Be the first to comment

Leave a Reply

Your email address will not be published.


*