୨ଟି ବିବାହ ପରେ ଏହି ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ସହ ହୋଇଥିଲା ଅନୁରାଗ କଶ୍ୟପଙ୍କୁ ପ୍ରେମ, କହିଲେ – ୯୦ ବର୍ଷ ବୟସରେ ମଧ୍ୟ କରିବି ଖେଳ !

ବଲିଉଡ଼କୁ ଖୁବ୍ ଭଲ ଭଲ ଚଳଚ୍ଚିତ୍ର ଗୁଡ଼ିକ ଭେଟି ଦେଇଥିବା ଚର୍ଚ୍ଚିତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିବାଦ ସହ ଅତୁଟ ସମ୍ପର୍କ ରହିଛି । ନିଜ ଚଳଚ୍ଚିତ୍ର ସଙ୍ଗେ ସଙ୍ଗେ ଅନୁରାଗ କଶ୍ୟପ ଅଧିକ ବିବାଦରେ ମଧ୍ୟ ରୁହନ୍ତି । ନିଜ ଚଳଚ୍ଚିତ୍ରକୁ ନେଇ ଅନୁରାଗ କଶ୍ୟପ ଅଧିକାଂଶ ସମୟରେ ବିବାଦ ଯୋଗୁଁ ଚର୍ଚ୍ଚାରେ ରୁହନ୍ତି । ଜେଏନୟୁ ମାମଲା ସାମନାକୁ ଆସିବା ପରଠାରୁ ଫିଲ୍ମମେକର ନିଜ ବୟାନ କାରଣରୁ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚାରେ ରହୁଛନ୍ତି । ନିକଟରେ ଅଭିନେତ୍ରୀ କଙ୍ଗନା ରନାୱତଙ୍କ ସହିତ ବିବାଦ ପରେ ଅନୁରାଗ କଶ୍ୟପ ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ଖୁବ୍ ଟ୍ରୋଲ୍ ହୋଇଥିଲେ । ଯଦିଓ ଅର୍ଦ୍ଧେକ ମିଡ଼ିଆ ଇଣ୍ଡଷ୍ଟ୍ରି ତାଙ୍କ ସାଥିରେ ଠିଆ ହୋଇଛନ୍ତି, କିନ୍ତୁ ଅଭିନେତ୍ରୀ ପାୟଲ ଘୋଷଙ୍କ ତରଫରୁ ଲଗାଯାଇଥିବା ସମସ୍ତ ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି । ନିକଟରେ ପାୟଲ ଘୋଷ ଅନୁରାଗ କଶ୍ୟପଙ୍କ ଉପରେ ଜବରଦସ୍ତି ଯୌନ ଶୋଷଣ କରିବା ଅଭିଯୋଗ କରିଥିଲେ । ଏହି ଖବର ପରଠାରୁ ଅନୁରାଗ କଶ୍ୟପ ବାରମ୍ବାର ବିବାଦରେ ଘେରି ରହିଛନ୍ତି । ଆଶ୍ଚର୍ଯ୍ୟ ଜନକ ବିଷୟଟି ଏହାଯେ ପାୟଲ ଘୋଷ ଏହା ଦାବି କରିଛନ୍ତି ଯେ ଅନୁରାଗଙ୍କ ୨୦୦ରୁ ଅଧିକ ଝିଅଙ୍କ ସହିତ ସମ୍ବନ୍ଧ ରହିଛି । ଯେବେକି ଅନୁରାଗ ଏହି ସମସ୍ତ ଅଭିଯୋଗକୁ ଖାରଜ କରିଛନ୍ତି ।

ଯଦିଓ ଏଥିରେ କୌଣସି ସତ୍ୟତା ନାହିଁ ଯେ ଚଳଚ୍ଚିତ୍ର ସଙ୍ଗେ ସଙ୍ଗେ ଅନୁରାଗ କଶ୍ୟପ ଅନେକ ମହିଳାଙ୍କ ସହିତ ସମ୍ପର୍କକୁ ନେଇ ସମୟ ସମୟରେ ଚର୍ଚ୍ଚାରେ ରୁହନ୍ତି । ଦୁଇଟି ବିବାହ କରିବା ପରେ ମଧ୍ୟ ତାଙ୍କର ଆହୁରି ଅଫେୟାର ରହିଛି ଯାହାକୁ ସେ ସ୍ୱୀକାର ମଧ୍ୟ କରିଛନ୍ତି, ଏହି କାରଣ ଯୋଗୁଁ ତାଙ୍କୁ ଚଳଚ୍ଚିତ୍ର ଜଗତର ବେଡ଼ ବଏ ବୋଲି କୁହାଯାଏ । ବାସ୍ତବରେ ଫିଲ୍ମ ମେକର ସବୁଠାରୁ ପ୍ରଥମେ ୨୦୦୩ରେ ଆରତୀ ବଜାଜଙ୍କୁ ବିବାହ କରିଥିଲେ । ସୁଚାଇଦେଉଛୁ ଯେ ଆରତୀ ବଜାଜ ଜୀବିକାରେ ଜଣେ ଫିଲ୍ମ ଏଡିଟର ଅଟନ୍ତି, ଏବଂ ସେହି ସମୟରେ ଆରତୀ ଅନୁରାଗଙ୍କ ଚଳଚ୍ଚିତ୍ରରେ ଏଡିଟିଙ୍ଗ କରୁଥିଲେ । ଦୁହିଁଙ୍କ ଦେଖା ସାକ୍ଷାତ ଅଧିକାଂଶ ସମୟରେ ଚଳଚ୍ଚିତ୍ର ଯୋଗୁଁ ହେଉଥିଲା ଏବଂ ଏହାକୁ ନେଇ ଅନୁରାଗ ଆରତୀଙ୍କୁ ହୃଦୟ ଦେଇ ବସିଲେ । ପରେ ଦୁହିଁଙ୍କ ପ୍ରେମ କାହାଣୀ ଆରମ୍ଭ ହେଲା ଓ କିଛି ସମୟ ମଧ୍ୟରେ ଦୁହେଁ ଲିଭ୍ ଇନରେ ରହିବାକୁ ଲାଗିଲେ କିନ୍ତୁ ଏହା ପରେ ଏହି ସମ୍ପର୍କକୁ ଆଗକୁ ବଢ଼ାଇ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ ।

କିନ୍ତୁ ଏହି ବିବାହ ଏକ ବ୍ରେକପ୍ ଭଳି ସାବ୍ୟସ୍ତ ହେଲା । ବିବାହର ୬ ବର୍ଷ ପରେ ହିଁ ଦୁହେଁ ପରସ୍ପର ଠାରୁ ଅଲଗା ହୋଇଗଲେ ଓ ଛାଡ଼ପତ୍ର ନେଇଗଲେ । ପ୍ରଥମ ବିବାହରୁ ଅନୁରାଗଙ୍କ ଗୋଟିଏ ଝିଅ ଅଛନ୍ତି ଯାହାଙ୍କ ନାମ ଆଲିୟା ଅଟେ । ଆଲିୟା ଅନୁରାଗଙ୍କ ସହିତ ରୁହନ୍ତି । କୁହନ୍ତି ଯେ ଅନୁରାଗ ନିଜ ଝିଅକୁ ଖୁବ୍ ଭଲ ପାଆନ୍ତି । ଏଥିସହିତ ସୋସିଆଲ ମିଡ଼ିଆରେ ଝିଅ ସହିତ ସେ ନିଜର ଫଟୋଗୁଡିକ ସେୟାର କରନ୍ତି ।

ପ୍ରଥମ ବିବାହ ଭାଙ୍ଗିବା ପରେ ଅନୁରାଗଙ୍କ ଜୀବନରେ ୨୦୦୯ ଆସିଲା, ଯେତେବେଳେ ନିର୍ଦ୍ଦେଶକ ମହାଶୟଙ୍କୁ ପୁଣିଥରେ ପ୍ରେମ ହୋଇଗଲା । କିନ୍ତୁ ଦ୍ୱିତୀୟ ଥର ସେ ନିଜ ହୃଦୟ ବିଦେଶୀ ଅଭିନେତ୍ରୀ କଲ୍କି କୋଚଲୀନଙ୍କୁ ଦେଇ ବସିଲେ । ଆପଣଙ୍କୁ ମନେ ପକାଇ ଦେଉଛୁ ଯେ କଳ୍କୀ ଅନୁରାଗଙ୍କ ଚଳଚ୍ଚିତ୍ର ‘ଦେବ ଡ଼ି’ ଠାରୁ ହିଁ ନିଜର ପ୍ରଥମ ବଲିଉଡ଼ ଡେବ୍ୟୁ କରିଥିଲେ । କୁହାଯାଏ ଯେ କଲ୍କିଙ୍କ ଥିଏଟର ସହ ଅଧିକ ଜଡ଼ିତ ଏବଂ ଯେବେ ମଧ୍ୟ କଲ୍କି କୌଣସି କାର୍ଯ୍ୟ ପାଇଁ ଥିଏଟର ଯାଉଥିଲେ ଅନୁରାଗ ମଧ୍ୟ ତାଙ୍କୁ ଦେଖିବା ପାଇଁ ସେଠାକୁ ପହଞ୍ଚି ଯାଉଥିଲେ । ଏଥିପାଇଁ କଲ୍କି ମଧ୍ୟ ଅନୁରାଗଙ୍କ ପ୍ରେମରେ ପଡ଼ିଗଲେ ଓ ୨ ବର୍ଷ ପର୍ଯ୍ୟନ୍ତ ଲିଭ୍ ଇନରେ ରହିବା ପରେ ଦୁହେଁ ୨୦୧୧ ମସିହାରେ ବିବାହ କରିନେଲେ କିନ୍ତୁ ବିବାହ ପରେ ଦୁହିଁଙ୍କ ମଧ୍ୟରେ କଳହ ଆରମ୍ଭ ହୋଇଗଲା ଏବଂ ଏହି ବିବାହର ଅନ୍ତ ମଧ୍ୟ ପ୍ରଥମ ବିବାହ ଭଳି ହେଲା । ଦୁହେଁ ପରସ୍ପରକୁ ଆଇନଗତ ଭାବେ ଛାଡ଼ପତ୍ର ଦେଇ ଅଲଗା ହୋଇଗଲେ । ଯଦିଓ ଏହି ବିବାହ ଭାଙ୍ଗିବାର କାରଣ କଲ୍କି ଅନୁରାଗଙ୍କ କ୍ରୋଧ ବୋଲି କହିଥିଲେ ।

କଲ୍କି ପରେ ଆସିଷ୍ଟାଣ୍ଟ ଡ଼ାଇରେକ୍ଟରକୁ ଦେଇ ବସିଲେ ହୃଦୟ

ଦ୍ୱିତୀୟ ବିବାହ ଭାଙ୍ଗିଯିବା ପରେ ଅନୁରାଗଙ୍କ ଜୀବନରେ ଚଳଚ୍ଚିତ୍ର ‘ବମ୍ବେ ଭେଲବେଟ୍’ର ଆସିଷ୍ଟାଣ୍ଟ ଡ଼ାଇରେକ୍ଟର ସରବିନା ଖାନ୍ ଆସିଲେ, ଯାହାଙ୍କୁ ଅନୁରାଗ ପ୍ରେମ କରି ବସିଲେ । ଦୁହିଁଙ୍କ ଦେଖା ଏକ ପାର୍ଟି ସମୟରେ ହୋଇଥିଲା, ଏବଂ ଦେଖା ସାକ୍ଷାତ ପରେ ଦୁହିଁଙ୍କ ଡେଟିଂ ଆରମ୍ଭ ହୋଇଗଲା । ସେହି ସମୟରେ ଅନୁରାଗ ଏହି ଖବରକୁ ସୁଚାଇଲେ ମଧ୍ୟ ଯେ ତାଙ୍କର କାହା ସହିତ ଅଫେୟାର ଚାଲୁଛି । ଯାହାକୁ ସେ ପ୍ରେମରେ ସେବୀ ନାମରେ ଡାକୁଥିଲେ । ସେବୀଙ୍କୁ ସେ ପାଗଳ ଭଳି ଭଲ ପାଉଥିଲେ । ତା’ପରେ ଅନୁରାଗ ସବରୀନାଙ୍କ ସହିତ ପ୍ୟାରିସ୍ ଟୁର ଯାତ୍ରା କଲେ ଏକ କିଛି ସମୟ ପର6ଦୁହେଁ ଏକାଠି ସମୟ ଅତିବାହିତ କଲେ । ସେହି ସମୟରେ ଫିଲ୍ମ ମେକର କହିଥିଲେ ଯେ, ‘ମୁଁ ପ୍ରେମରେ ପଡିଯାଇଛି ଓ ଖୁସିରେ ଅଛି । ଏହି ସମୟ ମୋ ଜୀବନର ସବୁଠାରୁ ଭଲ ସମୟ ଅଟେ । ମୁଁ ଜଣକୁ ଡେଟ୍ କରୁଛି ଏବଂ ଏଥିରେ ଲୁଚାଇବା ଭଳି କୌଣସି କଥା ନାହିଁ । କିନ୍ତୁ ଦୁଃଖର ବିଷୟ ଏହିକିଯେ ଅନୁରାଗଙ୍କ ସମ୍ପର୍କ ମଧ୍ୟ ସବରୀନା ସହିତ କିଛି ଭଲ ଚାଲିପାରିଲା ନାହିଁ ଏବଂ ଖୁବଶୀଘ୍ର ଦୁହିଁଙ୍କ ମାର୍ଗ ଅଲଗା ହୋଇଗଲା ।

ସବରୀନା ପରେ ଅନୁରାଗଙ୍କ ନାମ ହୁମା କୁରେଶୀଙ୍କ ସହ ଯୋଡ଼ି ହୋଇଗଲା

ସବରୀନାଙ୍କ ସହିତ ବ୍ରେକପ୍ ହେବାପରେ ଅନୁରାଗ କଶ୍ୟପଙ୍କ ନାମ ଚଳଚ୍ଚିତ୍ର ଅଭିନେତ୍ରୀ ହୁମା କୁରେଶୀ ସହ ଜଡ଼ିତ ହେଲା । ସୂଚନାଥାଉକି ହୁମା କୁରେଶୀ ଚଳଚ୍ଚିତ୍ର ‘ ଗେଙ୍ଗ୍ସ ଅଫ ବାସେପୁର’ ଠାରୁ ନିଜର ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ପ୍ରଥମ ବ୍ରେକ୍ ଦେଇଥିଲେ ଅନୁରାଗ କଶ୍ୟପ । ଚଳଚ୍ଚିତ୍ର ପରେ ଅନୁରାଗ କଶ୍ୟପ ଓ ହୁମା କୁରେଶୀଙ୍କୁ ସାଥିରେ ଦେଖାଯାଇଥିଲା । ଦୁହିଁଙ୍କ ଅଫେୟାରର ଖବର ଖୁବ୍ ଖବରରେ ଥିଲା । କିନ୍ତୁ ଅଫେୟାର ଚର୍ଚ୍ଚା ସମୟରେ ହୁମା ଏପରି କୌଣସି ଖବର ବିଷୟରେ ବୟାନ ଦେଇ ନଥିଲେ ।

ନିଜ ଠାରୁ ଅଧା ବୟସର ଶୁଭ୍ରା ଶେଟ୍ଟୀଙ୍କ ସହିତ ଅନୁରାଗଙ୍କ ସମ୍ପର୍କ

ହୁମା କୁରେଶୀଙ୍କ ପରେ ଅନୁରାଗ କଶ୍ୟପଙ୍କ ହୃଦୟ ତାଙ୍କ ପ୍ରଡକ୍ସନ ହାଉସରେ କାମ କରୁଥିବା ଝିଅ ଶୁଭ୍ରା ଶେଟ୍ଟୀ ଉପରେ ଆସିଲା । ଯାହା ସହିତ ନିର୍ଦ୍ଦେଶକ ଡେଟ୍ କରିବା ଆରମ୍ଭ କରିଦେଲେ । କୁହାଯାଏ ଯେ ୨୦୧୫ ମସିହାରୁ ଦୁହେଁ ସମ୍ପର୍କରେ ଆସିଲେ । ଯେଉଁ ସମୟରେ ଅନୁରାଗ ଶୁଭ୍ରାଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲେ ସେହି ସମୟରେ ଶୁଭ୍ରା ୨୧ ବର୍ଷ ବୟସ୍କ ଥିଲେ । ଯଦିଓ ଦୁହିଁଙ୍କ ଏହି ସମ୍ପର୍କ ବର୍ଷ ବର୍ଷ ଧରି କେହି ଜାଣି ପାରିଲେ ନାହିଁ । କିନ୍ତୁ ୨୦୧୭ ମସିହାରେ ଅନୁରାଗ କଶ୍ୟପ ଶୁଭ୍ରାଙ୍କ ସହ ନିଜର ଏକ ଫଟୋ ସେୟାର କଲେ ଓ ଅଫିସିଆଲ ଭାବରେ ନିଜ ସମ୍ପର୍କକୁ ସ୍ୱୀକାର କଲେ । ଏହି ଫଟୋର କେପ୍ସନରେ ଅନୁରାଗ ଲେଖିଥିଲେ ‘ପ୍ରେମ’ । ଏତିକିନୁହେଁ ନିଜ ସମ୍ପର୍କ ବିଷୟରେ ଥରେ ଏକ ଇଣ୍ଟରଭ୍ୟୁ ସମୟରେ କଥାବାର୍ତ୍ତା କରୁଥିବା ସମୟରେ ଅନୁରାଗ କହିଥିଲେ ଯେ, ‘ସମସ୍ତଙ୍କୁ ପ୍ରେମ କରିବା ଅଧିକାର ଅଛି । ମୁଁ ଭଲ ପାଇବାକୁ ଖୁବ୍ ସମ୍ମାନ କରେ । ମୋତେ ୯୦ ବର୍ଷ ହୋଇଯାଉ ନା କାହିଁକି ? ମୁଁ ଭାଙ୍ଗି ଯାଇଥିବା ହୃଦୟକୁ ନେଇ ସମୟ ନଷ୍ଟ କରିବି ନାହିଁ ।’ ୯୦ ବର୍ଷ ବୟସରେ ମଧ୍ୟ ପ୍ରେମ କରିବି ।

Be the first to comment

Leave a Reply

Your email address will not be published.


*