୨୭ ବର୍ଷ ପୂର୍ବରୁ ହୋଇଥିଲା ଦିବ୍ୟା ଭାରତୀଙ୍କର ରହସ୍ୟମୟ ମୃତ୍ୟୁ, ବର୍ତ୍ତମାନ ତାଙ୍କ ସ୍ୱାମୀଙ୍କର ଦ୍ଵିତୀୟ ପତ୍ନୀ କରିଛନ୍ତି ଆଶ୍ଚର୍ଯ୍ୟ ଜନକ ଖୁଲାସା !

ଦିବ୍ୟା ଭାରତୀ ବଲିଉଡର ବହୁତ ସୁନ୍ଦର ଅଭିନେତ୍ରୀ ଥିଲେ । ଦୁର୍ଭାଗ୍ୟବଶତଃ ମାତ୍ର ୧୯ ବର୍ଷ ବୟସରେ ତାଙ୍କର ଏକ ରହସ୍ୟମୟ ମୃତ୍ୟୁ ହୋଇଥିଲା । ତାଙ୍କର ମୃତ୍ୟୁର ଗୁମର ଆଜି ପର୍ଯ୍ୟନ୍ତ ଖୋଲିନାହିଁ । ସେ ନିର୍ଦ୍ଦେଶକ, ପ୍ରଯୋଜକ ସାଜିଡ୍ ନଡିୟାଡୱାଲାଙ୍କ ପ୍ରଥମ ପତ୍ନୀ ଥିଲେ । ପତ୍ନୀଙ୍କ ମୃତ୍ୟୁ ପରେ ସାଜିଦ୍ ୱାର୍ଦ୍ଧା ଖାନଙ୍କୁ ଦ୍ଵିତୀୟ ବିବାହ କରିଥିଲେ । ଏପରି ପରିସ୍ଥିତିରେ, ଦିବ୍ୟାଙ୍କ ମୃତ୍ୟୁ ପରେ ୱାର୍ଦ୍ଧା ଏବଂ ସାଜିଦଙ୍କ ବିବାହ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଥିଲା । ଅନେକ ଲୋକ ଆଜି ମଧ୍ୟ ୱାର୍ଦ୍ଧାଙ୍କୁ, ସାଜିଦଙ୍କୁ ଦ୍ଵିତୀୟ ବିବାହ କରିବା ପାଇଁ ଟ୍ରୋଲ୍ କରନ୍ତି ।

ଦିବ୍ୟା ଭାରତୀଙ୍କ ମୃତ୍ୟୁକୁ ୨୭ ବର୍ଷ ବିତିଗଲାଣି । ଏତେ ବର୍ଷ ପରେ ୱାର୍ଦ୍ଧା ତାଙ୍କ ବିଷୟରେ ଏକ ବିଶେଷ ବିବୃତ୍ତି ଦେଇଛନ୍ତି । ଏକ ମିଡିଆ ହାଉସ ସହିତ ବାର୍ତ୍ତାଳାପ ସମୟରେ ସେ କହିଥିଲେ ଯେ ମୁଁ ଦିବ୍ୟା ଭାରତୀଙ୍କ ସ୍ଥାନ ନେବାକୁ ଚେଷ୍ଟା କରି ନାହିଁ । ଆଜି ମଧ୍ୟ ଦିବ୍ୟା ଭାରତୀଙ୍କ ପରିବାର ଆମ ନିଜ ପରିବାର ଭଳି ଅଟେ ।

ଦିବ୍ୟାଙ୍କ ପିତା ଏବଂ ଭାଇ କୁନାଲ ଘରର ପ୍ରତ୍ୟେକ କାର୍ଯ୍ୟରେ ଯୋଗ ଦିଅନ୍ତି । ଆମେ ଦିବ୍ୟାଙ୍କ ଜନ୍ମଦିନ ଏବଂ ବାର୍ଷିକୀ ଅବସରରେ ତାଙ୍କ ବିଷୟରେ କଥାବାର୍ତ୍ତା କରୁ । ମୋ ପିଲାମାନେ ମଧ୍ୟ ତାଙ୍କର ଚଳଚ୍ଚିତ୍ର ଦେଖନ୍ତି । ସେମାନେ ଦିବ୍ୟାଙ୍କୁ ବଡ଼ ମାଁ ବୋଲି କୁହନ୍ତି ।

ୱାର୍ଦ୍ଧା ଆହୁରି ମଧ୍ୟ କହିଛନ୍ତି ଯେ ସାଜିଦ୍ ଏବଂ ଦିବ୍ୟାଙ୍କ ପିତାଙ୍କ ମଧ୍ୟରେ ଭଲ ସମ୍ପର୍କ ଅଛି । ସେ ସାଜିଦଙ୍କୁ ନିଜ ପୁଅ ପରି ଭାବନ୍ତି । ଏଥିସହିତ କୁନାଲ ସାଜିଦଙ୍କୁ ଭାଇ ବୋଲି ଭାବନ୍ତି । ମୁଁ କେବେ ମଧ୍ୟ ଦିବ୍ୟାଙ୍କ ସ୍ଥାନକୁ ନେବାକୁ ଚେଷ୍ଟା କରି ନାହିଁ । ବରଂ ସେ ଆମ ଜୀବନର ଏକ ଅଂଶ ଅଟନ୍ତି ।

ଯେତେବେଳେ ଦିବ୍ୟାଙ୍କ ମାଁ ଏବଂ ବାପା ଘରକୁ ଆସନ୍ତି, ସାଜିଦଙ୍କୁ ସେମାନେ ପୁଅ ପରି ଭେଟନ୍ତି । ବର୍ତ୍ତମାନ ଆପଣ ମାନେ ଅନୁମାନ କରିପାରୁଥିବେ ଯେ ଏମାନଙ୍କ ସମ୍ପର୍କ କେତେ ଗଭୀର ଅଟେ । ମୁଁ କେବେ ମଧ୍ୟ ଦିବ୍ୟାଙ୍କ ସ୍ଥାନ ନେଇ ନାହିଁ, ବରଂ ମୁଁ ମୋର ଏକ ପୃଥକ ସ୍ଥାନ ସୃଷ୍ଟି କରିଛି । ତେଣୁ ଆପଣ ମାନେ ସମସ୍ତେ ମୋତେ ଟ୍ରୋଲ୍ କରିବା ବନ୍ଦ କରନ୍ତୁ । ଦିବ୍ୟା ମଧ୍ୟ ମୋ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟନ୍ତି । ଲୋକମାନେ କହନ୍ତି ଯେ ଦିବ୍ୟା ବହୁତ ଭଲ ଥିଲେ । ହଁ ସେ ପ୍ରକୃତରେ ଭଲ ଥିଲେ । ଆମେ ସମସ୍ତେ ତାଙ୍କୁ ବହୁତ ଭଲ ପାଉ ।

ଉଲ୍ଲେଖନୀୟ କଥା ହେଉଛି, ଏପ୍ରିଲ ୫ ତାରିଖ ୧୯୯୩ ମସିହାରେ ଦିବ୍ୟା ଭାରତୀ ବାଲକୋନିରୁ ଖସି ପଡ଼ିବା ଦ୍ୱାରା ରହସ୍ୟମୟ ଭାବରେ ମୃତ୍ୟୁବରଣ କରିଥିଲେ । ସେହି ସମୟ ମଧ୍ୟରେ ତାଙ୍କର ଦୁଇ ଜଣ ସାଙ୍ଗ ଏବଂ ଜଣେ ଚାକର ଘରେ ଥିଲେ । ମୃତ୍ୟୁ ବେଳକୁ ସେ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପ୍ରମୁଖ ଅଭିନେତ୍ରୀ ହୋଇ ସାରିଥିଲେ । ଅଳ୍ପ ବୟସରେ ସେ ବହୁତ ବଡ ଅଭିନେତ୍ରୀମାନଙ୍କୁ ଟକ୍କର ଦେଇଥିଲେ । ତାଙ୍କର ତିନି ବର୍ଷର ଚଳଚ୍ଚିତ୍ର କ୍ୟାରିୟର ମଧ୍ୟରେ (୧୯୯୦ ଠାରୁ ୧୯୯୩) ପର୍ଯ୍ୟନ୍ତ ସେ ମୋଟ ୧୮ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏଥି ମଧ୍ୟରେ ତିନୋଟି ତେଲୁଗୁ ଚଳଚ୍ଚିତ୍ର ମଧ୍ୟ ରହିଥିଲା ।

Be the first to comment

Leave a Reply

Your email address will not be published.


*