୧୪ ବର୍ଷ ବୟସରେ ହୋଇଥିଲା ରାମଭିଳାସ ପାସୱାନଙ୍କର ପ୍ରଥମ ବିବାହ, ତା’ପରେ ଯାତ୍ରା ସମୟରେ ପୁଣିଥରେ ଏୟାର ହୋଷ୍ଟେସଙ୍କ ଉପରେ ଆସିଥିଲା ହୃଦୟ !

କେନ୍ଦ୍ର ମନ୍ତ୍ରୀ ରାମଭିଳାସ ପାସୱାନଙ୍କର ୭୪ ବର୍ଷ ବୟସରେ ଦେହାନ୍ତ ହୋଇଛି । ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ । ରାଜନୀତିର ପାଣିପାଗ ବିଜ୍ଞାନୀ କୁହାଯାଉଥିବା ରାମଭିଳାସ ପାସୱାନ ରାଜନୀତିକୁ ନିଜର ଏକ ବହୁତ ବଡ଼ ସମୟ ଦେଇଥିଲେ । ପାସୱାନ ଦେଶର ୬ ଜଣ ପ୍ରଧାନମନ୍ତ୍ରୀଙ୍କ ସହ କାମ କରିଥିଲେ । ତାଙ୍କ କାର୍ଯ୍ୟ ସହିତ ତାଙ୍କର ବ୍ୟକ୍ତିଗତ ଜୀବନ ମଧ୍ୟ ଆକର୍ଷଣୀୟ ରହିଥିଲା । ସେ ଦୁଇଟି ବିବାହ କରିଥିଲେ । ୫ ଜୁଲାଇ ୧୯୪୬ ମସିହାରେ ଜନ୍ମ ହୋଇଥିବା ପାସୱାନଙ୍କର ପ୍ରଥମ ବିବାହ ମାତ୍ର ୧୪ ବର୍ଷ ବୟସରେ ରାଜକୁମାରୀ ଦେବୀଙ୍କ ସହିତ ହୋଇଥିଲା । ତେବେ ୧୯୮୧ ମସିହାରେ ରାଜକୁମାରୀ ଦେବୀଙ୍କୁ ଛାଡପତ୍ର ଦେଇଥିଲେ । ଏହାର କାରଣ ତାଙ୍କର ଦ୍ୱିତୀୟ ପତ୍ନୀ ରୀନା ଶର୍ମା ଥିଲେ । ନିଜର ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇ ୧୯୮୩ ମସିହାରେ ସେ ରୀନା ଶର୍ମାଙ୍କୁ ବିବାହ କରିଥିଲେ । କୌଣସି ଚଳଚ୍ଚିତ୍ରର କାହାଣୀ ପରି ରୀନା ଶର୍ମାଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିଲା ।

ଯାତ୍ରା ସମୟରେ ହୋଇଥିଲା ରୀନାଙ୍କ ସହିତ ତାଙ୍କର ସାକ୍ଷାତ:-

ରିପୋର୍ଟ ଅନୁଯାୟୀ, ରୀନା ଶର୍ମା ଜଣେ ଏୟାରହୋଷ୍ଟେସ୍ ଥିଲେ । ଏକ ବିମାନ ଯାତ୍ରା ସମୟରେ ରାମଭିଳାସ ରୀନା ଶର୍ମାଙ୍କୁ ଭେଟିଥିଲେ । ପ୍ରଥମ ଦେଖାରେ ହିଁ ରୀନାଙ୍କ ଦ୍ୱାରା ପାସୱାନ ପ୍ରଭାବିତ ହୋଇ ଯାଇଥିଲେ । ପ୍ରଥମେ ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ହୋଇଥିଲା ଏବଂ ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଗଭୀର ହୋଇ ଯାଇଥିଲା । ୧୯୮୩ ମସିହାରେ ସେମାନଙ୍କର ବିବାହ ହୋଇଥିଲା । ଦୀର୍ଘ ଦିନ ଧରି ପାସୱାନ ନିଜର ଦ୍ୱିତୀୟ ବିବାହ ବିଷୟରେ କାହାକୁ କହି ନ ଥିବା ବିଷୟରେ କୁହାଯାଏ ।

ଆପଣଙ୍କୁ କହିରଖୁଛୁ ଯେ ପାସୱାନ ବିହାରୀ ଥିବା ବେଳେ ରୀନା ଶର୍ମା ଜଣେ ପଞ୍ଜାବୀ ଝିଅ ଥିଲେ । ପାସୱାନ ମଧ୍ୟ ସର୍ବସାଧାରଣରେ ନିଜର ପ୍ରେମ କାହାଣୀ ଏବଂ ପରିବାର ବିଷୟରେ ପ୍ରକାଶ କରିନଥିଲେ । ରୀନା ଏବଂ ତାଙ୍କର ଗୋଟିଏ ପୁଅ ଚିରାଗ ପାସୱାନ ଏବଂ ଝିଅ ମଧ୍ୟ ରହିଛି । ରୀନା ଶର୍ମା ଦିଲ୍ଲୀରେ ବାସ କରନ୍ତି ।

ପ୍ରଥମ ପତ୍ନୀଙ୍କ ସହିତ ଛାଡପତ୍ରକୁ ନେଇ ହୋଇଥିଲା ରାଜନୈତିକ ବିବାଦ:-

ରୀନା ଶର୍ମାଙ୍କୁ ବିବାହ କରିବା ପାଇଁ ପାସୱାନଙ୍କୁ ନିଜର ପ୍ରଥମ ପତ୍ନୀ ରାଜକୁମାରୀ ଦେବୀଙ୍କୁ ଛାଡପତ୍ର ଦେଇଥିଲେ । ତଥାପି ବହୁତ କମ୍ ଲୋକ ଏହି ବିଷୟରେ ଜାଣିଥିଲେ । ଏହି କାରଣରୁ ରାଜକୁମାରୀ ଦେବୀଙ୍କୁ ଛାଡପତ୍ର ପ୍ରସଙ୍ଗ ରାଜନୀତିକ ସ୍ତରରେ ବିବାଦ ଭିତରକୁ ଆସିଥିଲା । ଯାହା ପରେ ପାସୱାନ ପ୍ରଥମ ଥର ପାଇଁ ପ୍ରକାଶ କରିଥିଲେ ଯେ ସେ ୧୯୮୧ ମସିହାରେ ରାଜକୁମାରୀ ଦେବୀଙ୍କୁ ଛାଡପତ୍ର ଦେଇ ଦେଇଥିଲେ । ଆପଣଙ୍କୁ କହିରଖୁଛୁ ଯେ ୨୦୧୪ ମସିହାର ଲୋକସଭା ନିର୍ବାଚନରେ ​​ମହାଗଠବନ୍ଧନରେ ଶାମିଲ ହୋଇଥିବା ଜେଡିୟୁ ସେମାନଙ୍କ ବୈବାହିକ ସ୍ଥିତି ପାଇଁ ନାମାଙ୍କନକୁ ଚ୍ୟାଲେଞ୍ଜ ଦେଇଥିଲା । ଏହି ଆଫିଡେଭିଟରେ ପ୍ରଥମ ପତ୍ନୀ ରାଜକୁମାରୀ ଦେବୀଙ୍କ ବିଷୟରେ ଉଲ୍ଲେଖ କରାଯାଇ ନଥିଲା । ଯାହା ପରେ ବିବାଦକୁ ଶେଷ କରିବାପାଇଁ ପାସୱାନ ନିଜର ଛାଡପତ୍ର କଥା ପ୍ରକାଶ କରିଥିଲେ ।

ରାଜକୁମାରୀ ଦେବୀ ଆଜି ମଧ୍ୟ ରାମଭିଳାସ ପାସୱାନଙ୍କର ପୈତୃକ ଗ୍ରାମରେ ରହୁଛନ୍ତି । ସେମାନଙ୍କର ଦୁଇଟି ଝିଅ ଅଛନ୍ତି ଏବଂ ଦୁହିଁଙ୍କର ବିବାହ ହୋଇ ସାରିଛି । ଶେଷ ସମୟରେ ମଧ୍ୟ ପାସୱାନ ସେମାନଙ୍କ ବିଷୟରେ ଚିନ୍ତା କରୁଥିଲେ । ଯେତେବେଳେ ସାମ୍ବାଦିକମାନେ ତାଙ୍କ ସହ ରାମଭିଳାସ ପାସୱାନଙ୍କ ସ୍ୱାସ୍ଥ୍ୟ ବିଷୟରେ କଥା ହୋଇଥିଲେ ସେତେବେଳେ ସେ କହିଥିଲେ ଯେ ସେ ବହୁତ ପରିଶ୍ରମ କରନ୍ତି, ଯେଉଁଥିପାଇଁ ତାଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପଡୁଅଛି । ଖବର ରହିଛି ଯେ ପାସୱାନଙ୍କ ମୃତ୍ୟୁ ଖବର ମିଳିବା ପରଠାରୁ ତାଙ୍କର ଅବସ୍ଥା ଖରାପ ହୋଇ ଯାଇଛି ।

ଝିଅ ବାପାଙ୍କ ବିରୁଦ୍ଧରେ ସାମ୍ମୁଖ୍ୟ ଖୋଲିଥିଲେ:-

ଗତ କିଛି ବର୍ଷ ମଧ୍ୟରେ ତାଙ୍କର ପ୍ରଥମ ପତ୍ନୀଙ୍କ ଠାରୁ ରହିଥିବା ଝିଅ ଏବଂ ଜ୍ବାଇଁଙ୍କ ସହିତ ବିଶେଷ ଭାବରେ ଭଲ ସମ୍ପର୍କ ନଥିଲା । ତାଙ୍କ ଝିଅମାନେ ତାଙ୍କ ବିରୁଦ୍ଧରେ ଏକ ସାମ୍ମୁଖ୍ୟ ଖୋଲିଥିଲେ । ଏପରିକି ତାଙ୍କ ବଡ଼ ଝିଅ ଆଶା ସର୍ବସାଧାରଣ ମଞ୍ଚରେ ଲୋକଙ୍କ ବିରୋଧରେ ଅଭିଯୋଗ କରିଥିଲେ ଯେ ତାଙ୍କ ମାଁ ଅଶିକ୍ଷିତ ଥିଲେ ବୋଲି ପାସୱାନ ତାଙ୍କୁ ଛାଡି ଦ୍ଵିତୀୟ ବିବାହ କରିଥିଲେ ।

ଝିଅମାନେ ନିଜ ପିତାଙ୍କ ବିରୋଧରେ ଦ୍ୱିତୀୟ ପତ୍ନୀଙ୍କ ପିଲାମାନଙ୍କୁ ଅଧିକ ପ୍ରେମ, ରାଜନୈତିକ ଐତିହ୍ୟ ଏବଂ ଧନ ସମ୍ପତ୍ତି ପ୍ରଦାନ କରିଥିବା ଅଭିଯୋଗ କରିଥିଲେ ।

Be the first to comment

Leave a Reply

Your email address will not be published.


*