ଶରୀରରେ ହୋଇଥିବା ଧଳା ଦାଗକୁ ସମୂଳେ ଦୂର କରେ : ଏହି ଘରୋଇ ଉପଚାର ! କେବଳ ପ୍ରସ୍ତୁତ କରିବାର ବିଧି ଜାଣିଥିବା ଦରକାର । ଆସନ୍ତୁ ଜାଣିବା :

ଅନେକ ଲୋକ ମୁଁହରେ ଧଳା ରଙ୍ଗ ହେବା ଦ୍ୱାରା ନିଜକୁ ଲଜ୍ଜିତ ଅନୁଭବ କରନ୍ତି । କୌଣସି ଶାରୀରିକ ଅଙ୍ଗରେ ଏହି ଧଳା ଦାଗ ସବୁଦିନ ପାଇଁ ରହିଯାଏ ଏବଂ ଏହାକୁ ହଟାଇବା ପାଇଁ ଲୋକମାନେ ଅନେକ ଡାକ୍ତରଙ୍କ ନିକଟକୁ ଯାଇଥାନ୍ତି କିନ୍ତୁ ଏହାର କୌଣସି ଔଷଧ ମିଳିପାରେ ନାହିଁ । ଆଜି ଆମେ ଆପଣଙ୍କୁ ଏହି ଅନୁଛେଦ ମାଧ୍ୟମରେ ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ, ଯାହାକୁ ଘରେ ଆପଣ ନିଜେ ପ୍ରସ୍ତୁତ କରିପାରିବେ ଏବଂ ଏହି ବିଧିକୁ ଆପଣାଇ ଧଳା ଦାଗକୁ ହଟାଇ ପାରିବେ ।

ଧଳା ଦାଗ ଚର୍ମରେ କାହିଁକି ହୋଇଥାଏ ? ଏହାର କୌଣସି ନିର୍ଦ୍ଦିଷ୍ଟ କାରଣ ସ୍ପଷ୍ଟ ଜଣା ପଡିନାହିଁ, ତଥାପି କିଛି କାରଣ ଅଛି ଯେଉଁଥିପାଇଁ ଧଳା ଦାଗ ହୋଇଥାଏ ଏବଂ ଶରୀରରେ ଶୀଘ୍ର ବିସ୍ତାର ମଧ୍ୟ ହୋଇଥାଏ, ଏହାର ମୁଖ୍ୟ କାରଣ ହେଉଛି ଆଣ୍ଟି ଖାଦ୍ୟ ଗ୍ରହଣ କରିବା ।

ସତର୍କତା ଅବଲମ୍ବନ କରନ୍ତୁ :

ଯଦି ଆପଣ କ୍ଷୀର କିମ୍ବା ଦହି ସହିତ କୌଣସି ଆମିଷ (ନନଭେଜ) ଖାଦ୍ୟ ଖାଆନ୍ତି; ତେବେ ଆପଣଙ୍କ ଶରୀରରେ ଏହି ଧଳା ଦାଗ ହୋଇପାରେ ।

ଶରୀର ଝାଳ ହୋଇଥିଲେ, କେବେ ମଧ୍ୟ ଡ଼ିଓ କିମ୍ବା କୌଣସି ପରଫିୟୁମ ବ୍ୟବହାର କରନ୍ତୁ ନାହିଁ ।

ମିଠା, କ୍ଷୀର, ଦହିର ବ୍ୟବହାର କେବେ ମଧ୍ୟ ଏକାସାଙ୍ଗରେ ଗ୍ରହଣ କରନ୍ତୁ ନାହିଁ ।

ଅଧିକ ଲୁଣର ବ୍ୟବହାର କରନ୍ତୁ ନାହିଁ, ଏହାର ପ୍ରଭାବ ଆପଣଙ୍କ ରକ୍ତଚାପ ଉପରେ ପଡିଥାଏ ଏବଂ ଆପଣଙ୍କ ଶରୀରରେ ଦାଗ ହେବାର ସମ୍ଭାବନା ବଢିଯାଏ ।

ଏହାର ସମାଧାନ କ’ଣ ?

ନିମ୍ବପତ୍ର :

ଧଳା ଦାଗ ପାଇଁ ନିମ୍ବପତ୍ର ଏକ ବରଦାନ ସଦୃଶ ଅଟେ । ଯଦି ଆପଣଙ୍କ ଶରୀରରେ ପ୍ରାୟତଃ ଧଳା ଦାଗ ଥାଏ, ତେବେ ଆପଣ ସର୍ବଦା ନିମ୍ବପତ୍ର କୌଣସି ଉପାୟରେ ମଧ୍ୟ ଖାଇବା ଉଚିତ । ନିମ୍ବ ରସ ପିଇବା ଉଚିତ ଓ ଏହା ସହିତ ନିମ୍ବପତ୍ରକୁ ବାଟି ନିଜ ଚର୍ମରେ ଲଗାନ୍ତୁ ଏବଂ ଅଧିକାଂଶ ନିମ୍ବର ବ୍ୟବହାର କରନ୍ତୁ । ଯଦିଓ ଏହା ଗାଧେଇବାରେ ହେଉ କିମ୍ବା ଖାଦ୍ୟରେ ହେଉ ।

ହଳଦୀ :

ଏହା ସଙ୍ଗେ ସଙ୍ଗେ ସୋରିଷ ତେଲ ସହିତ ହଳଦୀର ମିଶ୍ରଣରେ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଓ ନିଜ ଶରୀରରେ ଲଗାନ୍ତୁ, ଏହା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । ଏଥିପାଇଁ ଗୋଟିଏ କପ୍ କିମ୍ବା ପ୍ରାୟ ୨୫୦ ମିଲି ସୋରିଷ ତେଲରେ 5 ଚାମଚ ହଳଦୀ ପାଉଡର ମିଶାନ୍ତୁ ଏବଂ ଏହି ପେଷ୍ଟକୁ ଦିନକୁ ଦୁଇଥର ନିୟମିତ ଭାବରେ ନିଜ ଚର୍ମରେ ଲଗାନ୍ତୁ । ଦୀର୍ଘ ଏକ ବର୍ଷ ପର୍ଯ୍ୟନ୍ତ ଏହି ପେଷ୍ଟ ଲଗାଇବା ପରେ ଚର୍ମରେ ଥିବା ଧଳା ଦାଗ ମଧ୍ୟ କ୍ରମଶଃ ଦୂରେଇ ଯିବ । ଏହା ବ୍ୟତୀତ ଆପଣ ହଳଦୀ ପାଉଡର ଏବଂ ନିମ୍ ପତ୍ର ମଧ୍ୟ ଲଗାଇ ପାରିବେ ।

ନଡିଆ ତେଲ :

ଏହା ଚର୍ମକୁ ସତେଜ କରିବା ସହିତ ଚର୍ମ ପାଇଁ ଲାଭଦାୟକ ହୋଇଥାଏ । ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଇନଫେକ୍ସନ୍ ଗୁଣ ମଧ୍ୟ ରହିଛି । ଧଳା ଦାଗ ପ୍ରଭାବିତ ଚର୍ମକୁ ଦିନକୁ ୨ରୁ ୩ ଥର ନଡିଆ ତେଲରେ ମସାଜ କରିବା ଲାଭଦାୟକ ପ୍ରମାଣିତ ହୋଇପାରେ ।

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା Comment କରି ଜାଣନ୍ତୁ ! ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ମଧ୍ୟରେ ସେୟାର କରନ୍ତୁ ।

Be the first to comment

Leave a Reply

Your email address will not be published.


*