ଏହି ଦୁଇ ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଭାଗ୍ୟରେଖା ହୋଇଥାଏ ସବୁଠାରୁ ଭଲ ! ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶିଟି ଆପଣ ନୁହଁନ୍ତି ତ ?

କୁହାଯାଏ ଯେ, ମଣିଷର ହାତରେ ତା’ର ଭାଗ୍ୟ ଲେଖା ହୋଇଥାଏ । ଆପଣ ନିଶ୍ଚୟ ଦେଖିଥିବେ ଯେ ଯେତେବେଳେ କୌଣସି ବ୍ୟକ୍ତି ଜ୍ୟୋତିଷଙ୍କ ନିକଟକୁ ଯାଆ’ନ୍ତି, ସେତେବେଳେ ଜ୍ୟୋତିଷ ପ୍ରଥମେ ସେହି ବ୍ୟକ୍ତିଙ୍କ ହାତ ଦେଖିଥା’ନ୍ତି । ଏହାର କାରଣ ହେଉଛି ବ୍ୟକ୍ତିଙ୍କ ହାତରେ ହିଁ ତା’ର ଭାଗ୍ୟ ରେଖା ରହିଥାଏ । ଆପଣଙ୍କ ସୂଚନା ପାଇଁ ଜଣାଇ ରଖୁଛୁ ଯେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମଣିଷ ଜାତିରେ ମୋଟ ବାରୋଟି ରାଶି ରହିଛି । ଏଭଳି ପରିସ୍ଥିତିରେ ଯେଉଁ ରାଶି ଉପରେ ଶନିଙ୍କ ପ୍ରଭାବ ସବୁଠାରୁ ଶକ୍ତିଶାଳୀ ହୋଇଥାଏ ଏବଂ ଚନ୍ଦ୍ର ଓ ସୂର୍ଯ୍ୟ ଏମାନଙ୍କର ମଧ୍ୟ ଭାଗରେ ରହିଥାନ୍ତି, ଏହିପରି ରାଶିର ଲୋକଙ୍କର ଭାଗ୍ୟ ରେଖା ବହୁତ ଭଲ ହୋଇଥାଏ ।

ଆପଣଙ୍କର ସୂଚନା ପାଇଁ କହିରଖୁଛୁ ଯେ ଏହି ରାଶିର ଲୋକମାନେ ସେମାନଙ୍କ ଜୀବନରେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହିପରି ଲୋକମାନେ ସେମାନଙ୍କର ଭଲ ଭାଗ୍ୟବଳରେ ସବୁକିଛି ହାସଲ କରିବାରେ ସଫଳ ହୋଇଥାନ୍ତି । ଆଜି ଆମେ ଆପଣଙ୍କୁ ସେହି ଦୁଇଟି ରାଶି ବିଷୟରେ କହିବାକୁ ଯାଉଛୁ, ଯେଉଁମାନଙ୍କର ଭାଗ୍ୟ ସବୁଠାରୁ ଭଲ ହୋଇଥାଏ । ବୋଧହୁଏ ଏହି ରାଶି ମଧ୍ୟରୁ ଗୋଟିଏ ଆପଣଙ୍କର ହୋଇଥାଇପାରେ । ନିଶ୍ଚିତ ଭାବରେ ଆପଣ ମଧ୍ୟ ଏହି ଦୁଇଟି ଭାଗ୍ୟଶାଳୀ ରାଶି ବିଷୟରେ ଜାଣିବାକୁ ଇଚ୍ଛା କରୁଥିବେ । ତେବେ ଆସନ୍ତୁ ବର୍ତ୍ତମାନ ଆପଣଙ୍କୁ ଏହି ଭାଗ୍ୟଶାଳୀ ରାଶି ବିଷୟରେ ବିସ୍ତୃତ ଭାବରେ ଜଣାଇବା ।

୧) ତୁଳା ରାଶି:-

ଉଲ୍ଲେଖନୀୟ କଥା ହେଉଛି, ଏହି ତାଲିକାରେ ସର୍ବପ୍ରଥମ ନାମ ତୁଳା ରାଶିର ଅନ୍ତର୍ଭୁକ୍ତ ରହିଛି । ଆପଣଙ୍କର ସୂଚନା ପାଇଁ କହିରଖୁଛୁ ଯେ, ଏହି ରାଶିର ଭାଗ୍ୟରେଖା ବହୁତ ଭଲ ହୋଇଥାଏ । ଏହି ରାଶିର ଲୋକଙ୍କ ଜୀବନ ଉପରେ ଶନିଙ୍କ ପ୍ରଭାବ ବହୁତ ଶକ୍ତିଶାଳୀ ହୋଇଥାଏ । ଏହା ବ୍ୟତୀତ ଏହି ଲୋକମାନଙ୍କର ଜାତକରେ ଚନ୍ଦ୍ର ଓ ସୂର୍ଯ୍ୟ ମଝି ଭାଗରେ ରହିଥାନ୍ତି । ଏହି କାରଣରୁ ଏହି ରାଶିର ଲୋକମାନେ ନିଜ ଜୀବନରେ ଯାହା ହାସଲ କରିବାକୁ ଚାହାଁନ୍ତି, ତାହା ସହଜରେ ହାସଲ କରିପରିପାରନ୍ତି ।

ଅନ୍ୟ ଅର୍ଥ କହିବାକୁ ଗଲେ, ଏହି ଲୋକମାନଙ୍କର ଭାଗ୍ୟ ପ୍ରତ୍ୟେକ କ୍ଷେତ୍ରରେ ଏମାନଙ୍କୁ ସହଯୋଗ କରିଥାଏ । ଏହି ଲୋକମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି । ଏମାନଙ୍କର ସଚ୍ଚୋଟତା ହିଁ ଏମାନଙ୍କର ପରିଚୟ ହୋଇଥାଏ । ଯଦି ଆପଣ ଶନି ଦେବଙ୍କୁ ପୂଜା କରିବେ, ତେବେ ଆପଣଙ୍କର ଭାଗ୍ୟରେଖା ସର୍ବଦା ଦୃଢ଼ ରହିବ । ଏହା ସହିତ ଆପଣଙ୍କୁ ଜୀବନରେ ମଧ୍ୟ ଅନେକ ସଫଳତା ମିଳିବ ।

୨) କୁମ୍ଭ ରାଶି:-

ଏହି ତାଲିକାରେ ଦ୍ଵିତୀୟ ସ୍ଥାନରେ କୁମ୍ଭ ରାଶିର ଅନ୍ତର୍ଭୁକ୍ତ । ଆସନ୍ତୁ ଜାଣିବା କୁମ୍ଭ ରାଶି ବିଷୟରେ । ଉଲ୍ଲେଖନୀୟ କଥା ହେଉଛି, ଏହି ରାଶି ଉପରେ ମଧ୍ୟ ଶନି ଦେବଙ୍କର କୃପା ସର୍ବଦା ରହିଥାଏ । ଏହି ରାଶିର ଲୋକମାନେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିଥାନ୍ତି । ତାହା ପ୍ରେମ ହେଉ କିମ୍ବା କ୍ୟାରିୟରର ବିଷୟରେ ହେଉ, କିନ୍ତୁ ଏମାନଙ୍କୁ ନିଶ୍ଚିତ ଭାବରେ ସବୁକ୍ଷେତ୍ରରେ ସଫଳତା ମିଳିଥାଏ । ଏହା ସହିତ ଆପଣଙ୍କ ବିବାହିତ ଜୀବନ ମଧ୍ୟ ସର୍ବଦା ଖୁସି ରହିବ । ଅର୍ଥାତ ଶନିଦେବଙ୍କ କୃପା ଦ୍ୱାରା ଆପଣଙ୍କ ଭାଗ୍ୟ ଆପଣଙ୍କୁ ସର୍ବଦା ଆପଣଙ୍କୁ ସହଯୋଗ କରିଥାଏ । ଏହା ବ୍ୟତୀତ ଯଦି ଆପଣ ଶନିଦେବଙ୍କୁ ପୂଜାର୍ଚ୍ଚନା କରିବେ, ତେବେ ଆପଣଙ୍କ ଜୀବନରେ କେବେ ମଧ୍ୟ କୌଣସି ସମସ୍ୟା ଆସିବ ନାହିଁ ଏବଂ ଆପଣଙ୍କ ଭାଗ୍ୟ ମଧ୍ୟ ସର୍ବଦା ଭଲ ରହିବ ।

Be the first to comment

Leave a Reply

Your email address will not be published.


*