ଦିନ ଥିଲା ଶିଶୁ ଚରିତ୍ରରେ ଅଭିନୟ କରି ଲୋକ ମାନଙ୍କ ହୃଦୟରେ ରାଜ୍ କରୁଥିଲେ କିନ୍ତୁ ଆଜି ବହୁତ ସୁନ୍ଦର ଏବଂ ଷ୍ଟାଇଲିସ୍ ହୋଇଯାଇଛନ୍ତି ଏହି କଳାକାର ମାନେ…..

ପ୍ରାୟତଃ ଟିଭି ସିରିଏଲ ମାନଙ୍କରେ ଆମେ ଜଣଙ୍କ ଠାରୁ ବଳି ଜଣେ ଶିଶୁ କଳାକାରଙ୍କୁ ଦେଖିବାକୁ ପାଇଥାଉ, ଯେଉଁ ମାନଙ୍କ ମଧ୍ୟରୁ ଅନେକେ ଆମ ସମସ୍ତଙ୍କ ହୃଦୟରେ ଚିର ଦିନ ପାଇଁ ରହି ଯାଇଥାନ୍ତି । ଆଜି ଏହିପରି ପରିସ୍ଥିତିରେ ଆମେ ଆପଣଙ୍କୁ କିଛି ଜଣାଶୁଣା ଶିଶୁ କଳାକାରଙ୍କ ବର୍ତ୍ତମାନ ସମୟର ଫୋଟୋ ଦେଖାଇବାକୁ ଯାଉଛୁ, ଯାହା ଆପଣଙ୍କୁ ଚିହ୍ନିବା ମଧ୍ୟ କଷ୍ଟକର ହୋଇଯିବ ।

ଅବିକା ଗୌର

୨୦୦୮ ମସିହାରୁ ଦୀର୍ଘ ଦିନ ଧରି ଟିଭି ଇଣ୍ଡଷ୍ଟ୍ରିରେ ନିଜ ଅଭିନୟ ଦ୍ୱାରା ସମସ୍ତଙ୍କ ମନ ମୋହିଥିବା ଜଣାଶୁଣା ସିରିଏଲ ”ବାଲିକା ବଧୁ” ଆଜି ମଧ୍ୟ ଲକ୍ଷ ଲକ୍ଷ ଲୋକଙ୍କ ମନରେ ବସି ରହିଛି । ଏହି ଶୋ’ରେ ଶିଶୁ କଳାକାର ଆନନ୍ଦୀ ଲକ୍ଷ ଲକ୍ଷ ଲୋକଙ୍କୁ ନିଜ ଅଭିନୟ ଦ୍ୱାରା ତାଙ୍କର ପ୍ରଶଂସକ କରାଇ ପାରିଥିଲେ । ଯଦିଓ ବର୍ତ୍ତମାନ ସମୟର କଥା କହିବା ତେବେ ଅନନ୍ଦୀ ଆଜି ବହୁତ ବଦଳି ଯାଇଛନ୍ତି ଏବଂ ପୂର୍ବ ଅପେକ୍ଷା ଅଧିକ ଷ୍ଟାଇଲିସ୍ ଏବଂ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି ।

ତନ୍ବୀ ହେଗଡେ

୯୦ ଦଶକର ଜଣାଶୁଣା ପ୍ରସିଦ୍ଧ ସିରିଏଲ ”ସୋନପରୀ”ରେ ଫ୍ରୁଟୀଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ତନ୍ବୀ ହେଗଡେଙ୍କ ଅଭିନୟ ଲୋକମାନଙ୍କୁ ବହୁତ ପସନ୍ଦ ଆସିଥିଲା । ବର୍ତ୍ତମାନ ସମୟର କଥା କହିବାକୁ ଗଲେ ତନ୍ବୀଙ୍କୁ ପାଖାପାଖି ୨୬ ବର୍ଷ ହୋଇଗଲାଣି । ତଥାପି ପୂର୍ଵ ଅପେକ୍ଷା ବହୁଗୁଣା ସୁନ୍ଦର ଏବଂ ଷ୍ଟାଇଲିସ୍ ହୋଇସାରିଥିବା ତନ୍ବୀ ବର୍ତ୍ତମାନ ପରଦା ଠାରୁ ଦୂରରେ ଅଛନ୍ତି ।

ସ୍ପର୍ଶ କଞ୍ଚନଦାନୀ

ଯଦି ଆପଣ ଜଣେ ସିରିଏଲ ପ୍ରେମୀ ଅଟନ୍ତି ତେବେ ଆପଣ କଲର୍ସ ଟିଭିର ପ୍ରସିଦ୍ଧ ସିରିଏଲ ”ଉତରନ୍” ନିଶ୍ଚିତ ଭାବେ ଦେଖିଥିବେ । ଏହି ସିରିଏଲରେ ଜଣେ ଇଚ୍ଛାର ଚରିତ୍ର ଥିଲେ ଯାହାକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଏହି ଚରିତ୍ରଟିକୁ ଅନ୍ୟ କେହି ନୁହଁନ୍ତି ବରଂ ଜଣାଶୁଣା ଶିଶୁ କଳାକାର ସ୍ପର୍ଶ କଞ୍ଚନଦାନୀ ହିଁ ଅଭିନୟ କରିଥିଲେ । ତେବେ,ମାତ୍ର ୮ ବର୍ଷ ବୟସରେ ଅଭିନୟ ଆରମ୍ଭ କରିଥିବା ଏହି ଶିଶୁ କଳାକାର ବହୁତ ବଦଳି ଯାଇଛନ୍ତି ଏବଂ ବହୁତ ସୁନ୍ଦର ଏବଂ ଷ୍ଟାଇଲିସ୍ ମଧ୍ୟ ହୋଇଯାଇଛନ୍ତି ।

କିଂଶୁକ୍

ଟେଲିଭିଜନର ବହୁତ ପ୍ରସିଦ୍ଧ ସିରିଏଲ “ଶାକା ଲାକା ବୁମ୍ ବୁମ୍”ରେ ସଞ୍ଜୁ ନାମକ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ଶିଶୁ କଳାକାରଙ୍କ ପ୍ରକୃତ ନାମ କିଂଶୁକ୍ ଅଟେ ଏବଂ ବର୍ତ୍ତମାନ ସମୟର କଥା କହିବାକୁ ଗଲେ କିଂଶୁକ ବହୁତ ବଦଳି ଯାଇଛନ୍ତି ଏବଂ ପୂର୍ବ ଅପେକ୍ଷା ବହୁତ ଷ୍ଟାଇଲିସ୍ ମଧ୍ୟ ହୋଇଯାଇଛନ୍ତି । ବିଗତ ଦିନରେ ତାଙ୍କୁ ଶେଷ ଥର ପାଇଁ ସିରିଏଲ ”ଏକ ରିସ୍ତା ସାନ୍ଜୋଦାରୀ”ରେ ଦେଖା ଯାଇଥିଲା ।

ସ୍ପନ୍ଦନ ଚତୁର୍ବେଦୀ

ଏଥିରେ କୌଣସି ହେଲେ ମଧ୍ୟ ସନ୍ଦେହ ନାହିଁ କି ”ଉଡାନ୍” ସିରିଏଲ ଦୁନିଆରେ ଗୋଟିଏ ବହୁତ ଜଣାଶୁଣା ନାମ ଅଟେ । ସମ୍ପୁର୍ଣ୍ଣ ସିରିଏଲ ଚକୋର ଉପରେ ଆଧାରିତ ଥିଲା ଯାହାଙ୍କ ଶିଶୁ ଅଭିନେତ୍ରୀ ଭୂମିକାରେ ସ୍ପନ୍ଦନ ଚତୁର୍ବେଦୀ ଅଭିନୟ କରିଥିଲେ । ଆଜି ସ୍ପନ୍ଦନଙ୍କ ମଧ୍ୟରେ ଅନେକ ପରିବର୍ତ୍ତନ ଆସିଯାଇଛି ଏବଂ ବର୍ତ୍ତମାନ ସମୟରେ ପ୍ରଥମ ଦେଖାରେ ତାଙ୍କୁ ଚିହ୍ନିବା ପ୍ରାୟତଃ ଅସମ୍ଭବ ଅଟେ ।

ଅଶନୂର କୌର

ବିଗତ ଦିନରେ ଟିକଟକରେ ନିଜର ସୌନ୍ଦର୍ଯ୍ୟ ପ୍ରଦର୍ଶନ କରିଥିବା ଅଭିନେତ୍ରୀ ଅଶନୂର କୌର ସର୍ଵ ପ୍ରଥମେ ପ୍ରସିଦ୍ଧ ଟିଭି ଧାରାବାହିକ “ଝାନସୀ କି ରାନୀ”ରେ ଶିଶୁ କଳାକାର ଭାବରେ ନଜର ଆସିଥିଲେ । ଏହି ସବୁ ସହିତ ସେ “ନା ବୋଲେ ତୁମ୍ ନା ମୈନେ କୁଛ କହା” ଏଵଂ “ମାଁ ଦୁର୍ଗା” ପରି ଅନେକ ସିରିଏଲରେ ଶିଶୁ ଅଭିନେତ୍ରୀ ପରି ଅଭିନୟ କରିଥିଲେ । ତେବେ ଆଜି ତାଙ୍କ ଫୋଟୋକୁ ଦେଖି କେହି ହେଲେ ମଧ୍ୟ ବିଶ୍ବାସ କରିପାରିବେ ନାହିଁ କି, ସେ ଜଣେ ପ୍ରସିଦ୍ଧ ଶିଶୁ କଳାକାର ଅଟନ୍ତି ।

ଜନ୍ନତ ଜୁଵୈର

ଟେଲିଭିଜନର ପ୍ରସିଦ୍ଧ ସିରିଏଲ ”ଫୁଲବା”ରେ ନଜର ଆସିଥିବା ଜଣାଶୁଣା ଅଭିନେତ୍ରୀ ଜନ୍ନତ ଜୁଵୈର ଆପଣଙ୍କ ମନେ ଥିବ । ଗୋଟିଏ ସମୟରେ ଜନ୍ନତ ନିଜ ସୌନ୍ଦର୍ଯ୍ୟ ପାଇଁ ସମସ୍ତଙ୍କ ହୃଦୟରେ ରାଜ୍ କରୁଥିଲେ । ଆଜି ମଧ୍ୟ ସେ ନିଜ ସୌନ୍ଦର୍ଯ୍ୟ ହେତୁ ସୋସିଆଲ ମିଡିଆରେ ବହୁତ ପ୍ରଭାବ ବିସ୍ତାର କରିପାରିଛନ୍ତି । ଏହି ଜନ୍ନତ ଜୁଵୈର ଅନ୍ୟ କେହି ନୁହଁନ୍ତି ବରଂ ଜଣାଶୁଣା ଟିକ୍ ଟକ୍ ଷ୍ଟାର ଅଟନ୍ତି ।

Be the first to comment

Leave a Reply

Your email address will not be published.


*