ଟିଭି ସିରିଏଲ ଏବଂ ରିୟାଲିଟି ଶୋ ସହିତ ଜଡିତ ୧୦ଟି ବଡ଼ ଖବର !

୧. ନବୀନ ସିଂ ଭରଦ୍ବାଜ କରୋନା ପ୍ରକୋପରେ ଆସିବା ପରେ ଅଭିନେତା ଶରଦ ମାଲହୋତ୍ରା ସିରିଏଲ ନାଗିନରେ କିଛି ଦିନ ପାଇଁ ଧୀରଜ ଧୂପରଙ୍କ ସ୍ଥାନ ନେବେ ।

ଶରଦଙ୍କ ବ୍ୟତୀତ ଏହି ଶୋ’ର ନିର୍ଦ୍ଦେଶକ ରଂଜନ କୁମାର ସିଂ ଏବଂ ଅଭିନେତା ଆକାଶ ତଲୱାର ମଧ୍ୟ କରୋନା ପ୍ରକୋପରେ ଆସିଯାଇଛନ୍ତି । ଏହିପରି ପରିସ୍ଥିତିରେ ‘ନାଗିନ-୫’ ‘ର ସୁଟିଂ ପ୍ରଭାବିତ ହେଉଛି ।

୨. “ବିଗ୍ ବୋସ୍ ୧୨”ର ପ୍ରତିଯୋଗୀ ଭଜନ ସମ୍ରାଟ ଅନୂପ ଜଲୋଟା ଏବଂ ଗାୟିକା ଜସଲୀନ ମଥାରୁ ଏକାଠି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବେ। ବିଗ୍ ବୋସ୍ ସମୟରେ ଦୁହିଁଙ୍କ ସମ୍ପର୍କ ଶିରୋନାମାରେ ପହଞ୍ଚିଥିଲା । ତେବେ ଶୋ’ରୁ ବାହାରକୁ ଆସିବା ପରେ ଉଭୟେ ଏହାକୁ ଭିତ୍ତିହୀନ ବୋଲି କହିଥିଲେ ।

୩. ବିଗ୍ ବୋସର ଆଜିର ଏହି ଏପିସୋଡରେ ଦୁଇ ସାଙ୍ଗଙ୍କ ମଧ୍ୟରେ ଝଗଡା ହେବ । ରାହୁଲ ଵୈଦ୍ୟା ଏବଂ ପବିତ୍ରା ପୁନିୟା ଘର କାମ ସମ୍ପର୍କରେ ମୁହାଁମୁହିଁ ହେବେ । ଏପରିକି ରାହୁଲଙ୍କୁ ଚାପୁଡ଼ା ମାରିବାକୁ ମଧ୍ୟ ପବିତ୍ରା କହିଥିଲେ ।

୪. ନିଜ ଶରୀରରେ ପାକିସ୍ତାନର ପତାକା ଚିତ୍ରିତ ହୋଇଥିବା ଭାଇରାଲ ଫୋଟୋ ବିଷୟରେ ବିଗ୍ ବୋସ୍-୧୧ର ଅର୍ଶୀ ଖାନ୍ କହିଛନ୍ତି କି, ଏହା ଗୋଟିଏ ଛୋଟ ବଜେଟ୍ ଚଳଚ୍ଚିତ୍ରର ଦୃଶ୍ୟ ଥିଲା ଯାହା ମୁକ୍ତିଲାଭ ହୋଇନାହିଁ । କହିରଖୁଛୁ କି ଅର୍ଶୀ ଖାନ୍ ବହୁତ ଶୀଘ୍ର ୱେବ୍ ଶୋ’ରେ ମଧ୍ୟ ନଜର ଆସିବେ ।

୫. କାମ୍ୟା ପଞ୍ଜାବୀ ତାଙ୍କ ସିରିଏଲ ଶକ୍ତି କୋଷ୍ଟର ରୁବିନା ଦିଲୈକଙ୍କ ଟ୍ୱିଟକୁ ସମର୍ଥନ କରିବା ସହିତ ଲେଖିଛନ୍ତି, ରୁବିନା ତୁମ ପାଇଁ ମୁଁ ଗର୍ବିତ । ଏହି ଝିଅ ବହୁତ ଆଗକୁ ଯିବ । ବର୍ତ୍ତମାନ ଦିନ ମାନଙ୍କରେ ରୁବିନା ସ୍ୱାମୀଙ୍କ ସହ ବିଗ୍ ବୋସ୍ ଶୋ ୧୪ରେ ନଜର ଆସୁଛନ୍ତି ।

୬. “ବିଗ୍ ବୋସ୍ ୧୪”ରେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନିକ୍କୀ ତାମ୍ବୋଲି ସିଦ୍ଧାର୍ଥ ଶୁକ୍ଲାଙ୍କ ସହିତ ପ୍ରତାରଣାକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଯେଉଁଠାରେ କିଛି ଲୋକ ସିଦ୍ଧାର୍ଥ ଏବଂ ନିକ୍କୀଙ୍କ ବନ୍ଧନକୁ ପସନ୍ଦ କରୁଥିବାବେଳେ କିଛି ଲୋକ ଏହାକୁ ପସନ୍ଦ କରୁ ନାହାଁନ୍ତି । ଏହି ସମୟରେ ନିକ୍କୀଙ୍କ ସିଦ୍ଧାର୍ଥଙ୍କ ସହ ନିକଟତର ବଢୁଥିବାକୁ ନେଇ ଅଭିନେତା ଅଲୀ ଗୋନୀ ଅସନ୍ତୋଷ ପରିବ୍ୟକ୍ତ କରିଛନ୍ତି । ସେ ଗୋଟିଏ ଟ୍ୱିଟରେ ଲେଖିଛନ୍ତି କି, ସାରା ବିଶ୍ୱ ଜାଣନ୍ତି କି ଶାହନାଜ ସିଦ୍ଧାର୍ଥଙ୍କୁ ଭଲ ପାଆନ୍ତି ।

୭. କରୋନାରୁ ସୁସ୍ଥ ହେବା ପରେ ଶ୍ୱେତା ତିୱାରୀ ତାଙ୍କ ସିରିଏଲ “ମେରେ ଡୈଡ୍ କି ଦୁଲହନ”ର ସୁଟିଂ ଆରମ୍ଭ କରିଛନ୍ତି । ଶୋ’ରେ ଗୁନୀତଙ୍କ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ନିକଟ ଅତୀତରେ ଉଭୟଙ୍କ ମଧ୍ୟରେ ହଳଦୀ ସମାରୋହର ସୁଟିଂ ହୋଇଥିଲା, ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।


 
୮. ଇଣ୍ଡିଆନ ଆଇଡଲ ୧୦ର ବିଜେତା ସଲମାନ ଅଲୀ ବହୁତ ଶୀଘ୍ର କପିଲ ଶର୍ମା ଶୋ’ରେ ନଜର ଆସିବେ । ସୋନୀ ଟିଭିର ରୌପ୍ୟ ଜୟନ୍ତୀ ଉତ୍ସବ ଅର୍ଥାତ ୨୫ ତମ ବାର୍ଷିକୀ ଅବସରରେ ସଲମାନ କପିଲ ଶର୍ମାଙ୍କ ଶୋ’ରେ ଗୀତ ଗାଇବେ ।


 
୯. “ନାଗିନ-୩”ର ଅଭିନେତ୍ରୀ ପଲ୍ଲବୀ ବହୁତ ଶୀଘ୍ର ସିରିଏଲ ”ବ୍ରହ୍ମରାକ୍ଷସ-୨”ରେ ନଜର ଆସିବେ । ଏଥି ସହିତ ଖବର ଆସୁଛି କି ଅଭିନେତା ନୀଲ୍ ମୋଟୱାନୀ ମଧ୍ୟ ବହୁତ ଶୀଘ୍ର ଏହି ଶୋ’ରେ ଦେଖିବାକୁ ମିଳିବେ ।

୧୦. ଅଭିନେତ୍ରୀ ତାରକ୍ ମେହେଟ୍ଟାଙ୍କ ସିରିଏଲ “ଉଲଟା ଚସ୍ମା”ର ପ୍ରଶଂସକ ମାନଙ୍କ ପାଇଁ ଗୋଟିଏ ବଡ଼ ଆଶ୍ବସ୍ତିକର ଖବର । ଏହି ଶୋ’ର ଦୟା ବେନ୍ ଅର୍ଥାତ ଦିଶା ବକନୀ ପୁଣିଥରେ ଶୋ’କୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ସିରିଏଲରେ ନବରାତ୍ରୀର କ୍ରମାନ୍ୱୟରେ ସୁଟିଂ ହେବ ଯେଉଁଥିରେ ହେବ ଦିଶାଙ୍କ ପ୍ରତ୍ୟାବର୍ତ୍ତନ ।

Be the first to comment

Leave a Reply

Your email address will not be published.


*