ଜନ୍ମଦିନ ପାଳନ ପାଇଁ ବାଲ ଠାକରେଙ୍କ ନାତି ଦୁବାଇରେ ପହଞ୍ଚିଛନ୍ତି, ଏହି ଅଭିନେତ୍ରୀଙ୍କ ସହିତ କରୁଛନ୍ତି ମସ୍ତି….ଦେଖନ୍ତୁ ଫୋଟୋ

ମୁମ୍ବାଇ: ବର୍ତ୍ତମାନ ଦିନ ମାନଙ୍କରେ ମହାରାଷ୍ଟ୍ର ଏବଂ ଶିବସେନାର ହେଭିୱଟ ନେତା ବାଲ ଠାକରେଙ୍କ ନାତି ଐଶ୍ବର୍ଯ୍ୟ ଠାକରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ତାହା ପୁଣି ନିଜ ଜନ୍ମ ଦିନକୁ ନେଇ, ଯେଉଁଠାରେ ସେ ନିଜ ଜନ୍ମ ଦିନ ପାଳନ କରିବା ପାଇଁ ଦୁବାଇରେ ପହଞ୍ଚି ଥିଲେ । ତାଙ୍କ ସହିତ ବଲିଉଡ ଅଭିନେତ୍ରୀ ଅଲାୟା ଫର୍ଣ୍ଣିଚରଵାଲା ମଧ୍ୟ ପହଞ୍ଚିଥିଲେ । ଏହି ସମୟରେ ଦୁହେଁ ପାର୍ଟିକୁ ଉପଭୋଗ କରୁଥିବା ନଜରରେ ଆସିଛନ୍ତି । ଐଶ୍ବର୍ଯ୍ୟ ଠାକରେଙ୍କ ମାଁ ସ୍ମିତା ଠାକରେ ପାର୍ଟିର ଫୋଟୋ ଏବଂ ଭିଡ଼ିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଭାଇରାଲ ହୋଇଥିବା ଏହି ଭିଡ଼ିଓରେ ଐଶ୍ବର୍ଯ୍ୟ ଠାକରେ ଏବଂ ଅଲାୟା ପରସ୍ପରଙ୍କ ବହୁତ ନିକଟତର ଥିବା ନଜର ଆସୁଛନ୍ତି । ସେମାନେ ଗୋଟିଏ ସାଥିରେ କେକ୍ କାଟିଥିଲେ । ବାଲ୍ ଠାକରେଙ୍କ ବୋହୂ ସ୍ମିତା ଠାକରେ ଭିଡ଼ିଓ ସେୟାର କରିବା ସହିତ ଅଲାୟା ଫର୍ଣ୍ଣିଚରଵାଲାଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି ।

କହିରଖୁଛୁ କି ବାଲା ସାହେବ ଠାକରେଙ୍କ ବୋହୂ ସ୍ମିତା ଠାକରେ ଗ୍ଲାମର ୱାର୍ଲଡ଼ର ଜଣେ ବହୁତ ଜଣାଶୁଣା ହସ୍ତୀ ଅଟନ୍ତି । ସେ ବିବାହ ପୂର୍ବରୁ ନିଜ ଅଧ୍ୟୟନ ସମାପ୍ତ କରି ଏକ ପାସପୋର୍ଟ କାର୍ଯ୍ୟାଳୟରେ ଅଭ୍ୟର୍ଥନାକାରୀ ଭାବେ କାମ କରୁଥିଲେ । ଏହା ସହିତ ସେ ଗୋଟିଏ ବ୍ୟୁଟି ପାର୍ଲର ମଧ୍ୟ ଚଳାଉଥିଲେ । ଯେଉଁଠାକୁ ଅଧିକାଂଶ ସମୟରେ ବାଲ୍ ଠାକରେଙ୍କ ପୁତ୍ର ଜୟଦେବ ତାଙ୍କ ପତ୍ନୀଙ୍କୁ ଛାଡିବା ପାଇଁଯାଉଥିଲେ । ଏହି ସମୟ ମଧ୍ୟରେ ସ୍ମିତାଙ୍କର ମାତୋଶ୍ରୀଙ୍କ ଘରକୁ ଯିବା ଆସିବା ଆରମ୍ଭ ହୋଇଗଲା । ଧିରେ ଧିରେ ସ୍ମିତା ଜୟଦେବଙ୍କ ନିକଟତର ହେବାକୁ ଆରମ୍ଭ କରିଲେ । ଏହା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହିପରି ଭାବେ ୧୯୮୭ ମସିହାରେ ସ୍ମିତା ଜୟଦେବଙ୍କ ଦ୍ଵିତୀୟ ପତ୍ନୀ ହୋଇଥିଲେ ।

ସ୍ମିତା ଠାକରେ ପାର୍ଟିର ଏହି ଭିଡ଼ିଓ ଏଵଂ ଫୋଟୋର କ୍ୟାପଶନରେ ଅଲାୟା ଫର୍ଣ୍ଣିଚରଵାଲାଙ୍କୁ ମଧ୍ୟ ଉଲ୍ଲେଖ କରିଥିଲେ । ଅପର ପକ୍ଷରେ ଐଶ୍ବର୍ଯ୍ୟ ମଧ୍ୟ ଫୋଟୋ ସେୟାର କରିବା ସହିତ ଅଲାୟା ଏବଂ ନିଜ ମାଁଙ୍କୁ ଯୋଡିବା ବ୍ୟତୀତ ଗୋଟିଏ ଇମୋଜୀ ଲଗାଇଛନ୍ତି ।

କୁହାଯାଉଅଛି କି ଦୁହେଁ ଜନ୍ମଦିନ ଉତ୍ସବ ପାଳନ ପୂର୍ବରୁ ଦୁବାଇରେ ଅନେକ ଗୁଡାଏ ଫୋଟୋ ମଧ୍ୟ ଉଠାଇଛନ୍ତି ।

ଜନ୍ମ ଦିନ ଉତ୍ସବ ପାଳନ ସମୟରେ ଦୁହେଁ ପରସ୍ପର ସହିତ ନାଚିବା ସହିତ ଆଲିଙ୍ଗନ କରିବାର ମଧ୍ୟ ନଜର ଆସିଛନ୍ତି ।

କହିରଖୁଛୁ କି ଅଲାୟା ପୂଜା ବେଦୀଙ୍କ ଝିଅ ଅଟନ୍ତି ଏବଂ ସୈଫ ଅଲ୍ଲୀ ଖାନଙ୍କ ସହିତ ଚଳଚ୍ଚିତ୍ର “ଜବାନୀ ଜାନେମନ” ଠାରୁ ବଲିଉଡରେ ପ୍ରବେଶ କରିଥିଲେ ।

ଏହା ପୂର୍ବରୁ ଅଲାୟା ଏବଂ ଐଶ୍ବର୍ଯ୍ୟ ଅନେକ ଥର ଗୋଟିଏ ସାଥିରେ ନଜର ଆସିଛନ୍ତି । ଦୁହିଁଙ୍କ ମଧ୍ୟରେ ସମ୍ପର୍କକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।

ଜନ୍ମଦିନ ପାଳନ କରିବା ସମୟରେ ଅଲାୟା ଏବଂ ଐଶ୍ବର୍ଯ୍ୟ ଠାକରେ

Be the first to comment

Leave a Reply

Your email address will not be published.


*