ଡିପ୍ରେସନ୍‌ର ରୂପ ନେଲା ଲଘୁଚାପ । ଆଜିଠାରୁ ଲାଗିରହିବ ପ୍ରବଳ ବର୍ଷା !

ଭୁବନେଶ୍ୱର : ଗତକାଲି ପୂର୍ବ କେନ୍ଦ୍ରୀୟ ଓ ଏହାର ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ୱେଲ୍‌ମାର୍କଡ୍‌ରେ ପରିଣତ ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ସକାଳ ୫ଟା ୩୦ରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ (ଡିପ୍ରେସନ୍‌)ର ରୂପ ନେଇଛି । ଯାହାଫଳରେ ଆଜି ଠାରୁ ଅର୍ଥାତ ୧୧ ତାରିଖ ଠାରୁ ଓଡ଼ିଶାର ପ୍ରାୟତଃ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୧୧ଟି ଜିଲ୍ଲା ପାଇଁ ରହିଛି ଓରେଞ୍ଜ ଜନ୍ । ଭୁବନେଶ୍ଵର ପାଣିପାଗ ତରଫରୁ କୁହାଯାଇଛି ଯେ, ଏହି ଅବପାତ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଅଧିକ ଅବପାତର ରୂପ ନେବ । ତେବେ ଆସନ୍ତୁ ଜାଣିବା ପାଣିପାଗ ସମ୍ଭାନ୍ଧୀୟ ରିପୋର୍ଟ ବିଷୟରେ ।

ଉତ୍ତର ଆଣ୍ଡାମାନ ସାଗର ଓ ସଲଘ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଅବପାତ (ଡିପ୍ରେସେନ୍)ର ରୂପ ନେଇଛି । ଏହାର ପ୍ରଭାବରେ ୧୧ ତାରିଖରୁ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିବ । ଉପକୂଳ ଓଡ଼ିଶାରେ ଘଣ୍ଟାପ୍ରତି ୪୫ ରୁ ୫୫ କି.ମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ମତ୍ସଜୀବିମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଯେଉଁମାନେ ଗଭୀର ସମୁଦ୍ର ମଧ୍ୟକୁ ଯେଉଛନ୍ତି; ସେମାନେ ଫେରି ଆସିବା ପାଇଁ ପୂର୍ବରୁ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ପରାମର୍ଶ ଦିଆଯାଇଛି । ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି, ୧୧ଟି ଜିଲ୍ଲା ପାଇଁ ଅରେଞ୍ଜ ଜନ୍ ଜାରି କରାଯାଇଛି ।

ଭୁବନେଶ୍ଵର ପାଣିପାଗ ବିଭାଗ ତରଫରୁ ୧୧ ତାରିଖ ଅପରାହ୍ନ କିମ୍ବା ୫ଟା ୩୦ରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଓଡ଼ିଶାରେ ଅବପାତ ରୂପ ନେଇ ସ୍ଥଳଭାଗକୁ ଛୁଇଁବ । ଏହାର ପ୍ରଭାବରେ ରାଜ୍ୟର ଅନେକ ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିବ । ୧୨ ତାରିଖରେ ରାୟଗଡ଼ା, କୋରାପୁଟ, ଗଜପତି, ମାଲକାନଗିରି ଓ ଗଞ୍ଜାମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ଏବଂ ପୁରୀ, କନ୍ଧମାଳ, ଜଗତସିଂପୁର, ଖୋର୍ଦ୍ଧା, କଳାହାଣ୍ଡି, ନବରଙ୍ଗପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଉତ୍ତର ଆଣ୍ଡାମାନରେ ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ପରେ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ଆଡ଼କୁ ମୁହାଁଇବା ସହ ଅଧିକ ଘନୀଭୂତ ହେବ । ଏହାଦ୍ୱାରା ଓଡ଼ିଶାରେ ଅପେକ୍ଷାକୃତ ଅଧିକ ବର୍ଷା ହେବର ସମ୍ଭାବନା ରହିଛି ଏବଂ ଏହି ଲଘୁଚାପ ସ୍ଥଳଭାଗକୁ ଛୁଇଁବା ପରେ ଏହାର ଗତିପଥ ଓ ପ୍ରଭାବ ସମ୍ପର୍କରେ ଅଧିକ କିଛି କୁହାଯାଇପାରିବ ।

Be the first to comment

Leave a Reply

Your email address will not be published.


*