୩୦ ବର୍ଷର ଜସଲୀନଙ୍କୁ ୬୭ ବର୍ଷୀୟ ଅନୁପ ଜଲୋଟା କଲେ ବିବାହ ? ଭାଇରଲ ହେଲା ଫଟୋ !

ଭଜନ ସମ୍ରାଟ ଅନୁପ ଜଲୋଟା ଓ ଅଭିନେତ୍ରୀ ଜସଲୀନ୍ ମଥାରୁ ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ବାସ୍ତବରେ ଜସଲୀନ ଗୁରୁବାର ଦିନ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟର କିଛି ଫଟୋ ସେୟାର କରିଛନ୍ତି , ଯେଉଁଥିରେ ତାଙ୍କ ସହିତ ଅନୁପ ଜଲୋଟା ନଜର ଆସିଛନ୍ତି । ଏହି ଫଟୋ ଗୁଡ଼ିକୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ଅନୁମାନ କରିଛନ୍ତି ଯେ ଦୁହେଁ ବିବାହ କରି ନେଇଛନ୍ତି । ଆସନ୍ତୁ ଜାଣିବା, କଣ ଅଟେ ସମ୍ପୂର୍ଣ୍ଣ ମାମଲା……

କଣ ଜସଲୀନ୍ ଅନୁପଙ୍କ ସହ କରିଛନ୍ତି ବିବାହ ?

ଅନୁପ ଜଲୋଟା ଓ ଜସଲୀନ୍ ମଥାରୁ

ବାସ୍ତବରେ ଜସଲୀନ୍ ମଥାରୁ ଯେଉଁ ଫଟୋ ସେୟାର କରିଛନ୍ତି, ସେଥିରେ ସେ ବଧୂ ବେଶରେ ସଜ୍ଜିତ ନଜର ଆସୁଛନ୍ତି । ସେପକ୍ଷରେ ଅନୁପ ଜଲୋଟା ମଧ୍ୟ ଶେରବାନୀ ଓ ମୁଣ୍ଡରେ ପଗଡ଼ିରେ ବର ବେଶରେ ସଜ୍ଜିତ ହୋଇଛନ୍ତି । ଫଟୋର ବେକଗ୍ରାଉଣ୍ଡ ଦେଖିଲେ ଲାଗୁଛି ଯେ ଘରେ ହିଁ କେଉଁଠାରେ ଫଟୋ ଉଠାଯାଇଛି । ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ଦୁହିଁଙ୍କ ପକ୍ଷରୁ କୌଣସି ଅଫିସିଆଲ ଅନାଉସମେଣ୍ଟ ବା ଘୋଷଣା କରାଯାଇ ନାହିଁ ଏବଂ ଜସଲୀନ୍ ମଧ୍ୟ ଫଟୋ ସେୟାର କରି କୌଣସି କେପସନ ଦେଇ ନାହାଁନ୍ତି, କିନ୍ତୁ ଫଟୋ ସହିତ ଏହି ଖବର ଜୋର ଧରିଛି ଯେ ଦୁହେଁ ବିବାହ କରି ନେଇଛନ୍ତି ।

ବୋଧୂ ବେଶ ଫଟୋରେ ଦୁହେଁ ବର୍ତ୍ତମାନ ପର୍ଯ୍ୟନ୍ତ ଚୁପ୍ ରହିଛନ୍ତି । ଅନୁପଙ୍କ ପକ୍ଷରୁ କୌଣସି ବୟାନ ସାମନାକୁ ଆସି ନାହିଁ ଏବଂ ଜସଲୀନ୍ ମଧ୍ୟ କିଛି କହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ନାହିଁ ଯେ କଣ ସତରେ ଅନୁପ ଓ ଜସଲୀନ୍ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି କିମ୍ବା ଜସଲୀନ୍ ପବ୍ଲିସିଟି ପାଇବା ପାଇଁ ଏହି ଫଟୋ ସେୟାର କରିଛନ୍ତି ।

ବିଗ୍ ବୋସ୍ ସିଜନ ୧୨ ଠାରୁ ଆରମ୍ଭ ହୋଇଥିଲା ପ୍ରେମ କାହାଣୀ

ଆପଣଙ୍କ ସୂଚନା ପାଇଁ ଜଣାଇଦେଉଛୁ ଯେ ଜସଲୀନ୍ ଓ ଅନୁପଙ୍କ ପ୍ରେମର ଚର୍ଚ୍ଚା ବିଗ୍ ବୋସର ୧୨ତମ ସିଜନରୁ ଆରମ୍ଭ ହୋଇଥିଲା । ଏହି ଶୋ’ରେ ଦୁହେଁ ଜୀବନସାଥୀ ଭାବେ ନଜର ଆସିଥିଲେ ଏବଂ ସେହି ଦିନ ଗୁଡ଼ିକରେ ଦୁହିଁଙ୍କ ପ୍ରେମ କାହାଣୀର ଖୁବ୍ ଚର୍ଚ୍ଚା ହୋଇଥିଲା । ଯଦିଓ ବିଗ୍ ବୋସ୍ ଘରୁ ବାହାରକୁ ଆସିବା ପରେ ଦୁହେଁ ନିଜ ସହିତ ସମ୍ପର୍କକୁ ଖାରଜ କରି ଦେଇଥିଲେ । ଅନୁପ ଜଲୋଟା କହିଥିଲେ ଯେ ଜସଲୀନଙ୍କ ସହିତ ତାଙ୍କ ସମ୍ପର୍କ ଗୁରୁ ଶିଷ୍ୟ ସମ୍ପର୍କ ଭଳି ଅଟେ, ଏହା ବ୍ୟତୀତ ଆଉ କିଛି ନୁହେଁ ।

ଜାଣନ୍ତୁ ପ୍ରେମ ମିଯାଜ ଅନୁପ ଜଲୋଟାଙ୍କ ପ୍ରେମ ଜୀବନୀ ବିଷୟରେ……

ଅନୁପ ଜଲୋଟା ଓ ସୋନାଲି ସେଠ

ଅନୁପ ଜଲୋଟା ଓ ମେଧା ଗୁଜରାଲ

ଆପଣଙ୍କୁ ସୂଚୀତ କରିଦେଉଛୁ ଯେ ଅନୁପ ଜଲୋଟା ନିଜ ଜୀବନରେ ୩ଟି ବିବାହ କରିଛନ୍ତି । ତାଙ୍କ ପ୍ରଥମ ସ୍ତ୍ରୀଙ୍କ ନାମ ସୋନାଲି ସେଠ ଅଟେ, ଯିଏ ଜୀବିକାରେ ଗାୟିକା ଥିଲେ । ଅନୁପ ଓ ସୋନାଲି ଅଧିକାଂଶ ଲାଇଭ ପରଫରମେନ୍ସ ମଧ୍ୟ ଦେଉଥିଲେ । ଯଦିଓ ପରେ ଦୁହିଁଙ୍କ ଛାଡ଼ପତ୍ର ହୋଇଗଲା କାରଣ ଅନୁପ ପରିବାରର ସହମତି ବିନା ସୋନାଲିଙ୍କୁ ବିବାହ କରିଥିଲେ । ଏହା ପରେ ବିନା ଭାଟିୟାଙ୍କୁ ଅନୁପ ଦ୍ୱିତୀୟ ବିବାହ କରିଥିଲେ ଯଦିଓ ଏହା ଅଧିକ ଦିନ ଧରି ଚାଲିପାରିନଥିଲା । ଦ୍ୱିତୀୟ ବିବାହ ଭାଙ୍ଗିବା ପରେ ଅନୁପ ମେଧା ଗୁଜରାଲଙ୍କ ସହିତ ତୃତୀୟ ବିବାହ କଲେ । ସୁଚାଇଦେଉଛୁ ଯେ ମେଧା ଗୁଜରାଲ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶେଖର କପୂରଙ୍କ ପ୍ରଥମ ସ୍ତ୍ରୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଭାଣଜୀ ଥିଲେ ।

ଅନୁପ ଜଲୋଟା ଓ ରୀନା ଗୋଲନ

ଜଣାଇଦେଉଛୁ ଯେ ଅନୁପ ଜଲୋଟା ଇଜରାଇଲି ମଡେଲ ରୀନା ଗୋଲନଙ୍କୁ ମଧ୍ୟ ଡେଟ୍ କରିଛନ୍ତି । ରୀନା ଗୋଲନ ଡିୟର ମିଷ୍ଟର ନାମରେ ଏକ ପୁସ୍ତକ ଲେଖିଥିଲେ, ଏହି ପୁସ୍ତକରେ ସେ ଅନୁପ ଜଲୋଟାଙ୍କ ସହ ହୋଇଥିବା ପ୍ରଥମ ଦେଖା ବିଷୟରେ ବିସ୍ତାର ପୂର୍ବକ ଚର୍ଚ୍ଚା କରିଛନ୍ତି ।

Be the first to comment

Leave a Reply

Your email address will not be published.


*