ଡ୍ରାଇଭିଂ ଲାଇସେନ୍ସକୁ ନେଇ ପୁଣିଥରେ ବଦଳିବାକୁ ଯାଉଛି ନିୟମ ! କେନ୍ଦ୍ର ଜାରି କଲା ଡ୍ରାଫ୍ଟ ନୋଟିଫିକେସନ

ସଡ଼କ ପରିବହନ କିମ୍ବା ରାଜମାର୍ଗ ମନ୍ତ୍ରାଳୟ ମୋଟର ବାହାନ ନିୟମ ୧୯୮୯ରେ କିଛି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ସଂଶୋଧନରେ ବିଦେଶରେ ଫଶି ରହିଥିବା ସେହି ଭାରତୀୟ ମାନଙ୍କୁ ସନ୍ତୋଷ ମିଳିବ, ଯେଉଁମାନଙ୍କ ଇଣ୍ଟରନ୍ୟାସନାଲ ଡ୍ରାଇଭିଂ ପରମିଟ୍ ଭେଲିଡ଼ିଟି ଶେଷ ହେବାକୁ ଯାଉଛି ।

ଡ୍ରାଇଭିଂ ଲାଇସେନ୍ସକୁ ନେଇ ପୁଣିଥରେ ବଦଳିବାକୁ ଯାଉଛି ନିୟମ ! କେନ୍ଦ୍ର ଜାରି କଲା ଡ୍ରାଫ୍ଟ ନୋଟିଫିକେସନ

ନୂଆଦିଲ୍ଲୀ । କରୋନା କାଳରେ ବିଦେଶରେ ଫଶି ରହିଥିବା ଭାରତୀୟ ମାନଙ୍କୁ ସନ୍ତୋଷ ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ଅନୁଯାୟୀ ବିଦେଶରେ ଫଶି ରହିଥିବା ସେହି ଭାରତୀୟ ମାନଙ୍କୁ ସନ୍ତୋଷ ମିଳିବ, ଯେଉଁମାନଙ୍କ ଇଣ୍ଟରନ୍ୟାସନଲ ବା ଆନ୍ତର୍ଜାତିକ ଲାଇସେନ୍ସ ପରମିଟର ଭେଲିଡିଟି ଶେଷ ହୋଇ ଯାଇଛି । କେନ୍ଦ୍ର ତାଙ୍କ ପାଇଁ ଯାନବାହାନ ନିୟମ, ୧୯୮୯ରେ ସଂଶୋଧନ କରିବାକୁ ଯାଉଛନ୍ତି । କିଛି ମାମଲାରେ ଦେଖାଯାଇଛି ପରମିଟର ନବୀକରଣର କୌଣସି ମେକାନିଜମ ନାହିଁ । ଏହିପରି ନିୟମ ଗୁଡ଼ିକରେ କରାଯାଉଥିବା ସଂଶୋଧନରେ ବିଦେଶରେ ଫଶି ରହିଥିବା ଭାରତୀୟ ମାନଙ୍କୁ ବଡ଼ ସୁଯୋଗ ମିଳିବ । ସଡ଼କ ପରିବହନ ବା ରାଜମାର୍ଗ ମନ୍ତ୍ରାଳୟ ସଂଶୋଧନ ସମ୍ବନ୍ଧୀୟ ଡ୍ରାଫ୍ଟ ନୋଟିଫିକେସନ ଜାରି କରି ଦେଇଛନ୍ତି ।

ଭାରତୀୟ ଦୂତବାସ ପୋର୍ଟଲରେ କରିପାରନ୍ତି ଅନଲାଇନ ଆବେଦନ

ଡ୍ରାଫ୍ଟ ନୋଟିଫିକେସନ ଅନୁଯାୟୀ, ଭାରତର ଏପରି ନାଗରିକ ଯେଉଁ ମାନଙ୍କ ଇଣ୍ଟରନେସନଲ ଡ୍ରାଇଭିଂ ଲାଇସେନ୍ସ ପରମିଟର ଭେଲିଡିଟି ଶେଷ ହେବାକୁ ବସିଛି, ସେ ଭାରତୀୟ ଦୂତବାସ ପୋର୍ଟଲରେ ଅନଲାଇନ ଆବେଦନ କରିପାରନ୍ତି । ଏହି ଆବେଦନକୁ ବାହାନ ପ୍ଲେଟଫର୍ମରେ ପକେଇ ଦିଆଯିବ । ଏଥି ସହ ସମ୍ବନ୍ଧୀୟ ଆରଟିଓ ନିକଟରେ ଏହି ଆବେଦନ ପହଞ୍ଚିଯିବ । ଇଣ୍ଟରନ୍ୟାସନଲ ଡ୍ରାଇଭିଂ ଲାଇସେନ୍ସ ପରମିଟ ପାଇଁ ବର୍ତ୍ତମାନ ନିୟମ ଅନୁଯାୟୀ ମେଡ଼ିକାଲ ସାର୍ଟିଫିକେଟ ଓ ବୈଧ ବୀଜା ଦେଖାଇବାକୁ ପଡ଼ିବ । ନୂତନ ସଂଶୋଧନରେ ବ୍ୟବସ୍ଥା କରାଯିବ ଯେ ଯାହାଙ୍କ ନିକଟରେ ବୈଧ ଡ୍ରାଇଭିଂ ଲାଇସେନ୍ସ ରହିଛି, ତାଙ୍କୁ ବର୍ତ୍ତମାନ ମେଡ଼ିକାଲ ସାର୍ଟିଫିକେଟ ଦେବାକୁ ପଡ଼ିବ ନାହିଁ ।

ଷ୍ଟେକ ହୋଲ୍ଡରକୁ ୩୦ ଦିନ ମଧ୍ୟରେ ଦେବାକୁ ପଡ଼ିବ ନୋରିଫିକେସନ ଉପରେ ପରାମର୍ଶ

କିଛି ଦେଶରେ ବୀଜା ଅନ ଅରାଇଭଲ ଅର୍ଥାତ ଏୟାରପୋର୍ଟରେ ପହଞ୍ଚିବା ପରେ ବୀଜା ଉପଲବ୍ଧ କରାଇବା ବ୍ୟବସ୍ଥା ହୋଇଥାଏ । ଏହି ସ୍ଥିତିରେ ମଧ୍ୟ ଆଇପିଡ଼ି ରିନ୍ୟୁଏବଲ ପାଇଁ ବୀଜା ଦେଖାଇବାକୁ ପଡ଼ିବ । ମନ୍ତ୍ରାଳୟ ଏହି ଡ୍ରାଫ୍ଟ ନୋଟଫିକେସନରେ ୩୦ ଦିନ ଭିତରେ ଅର୍ଥାତ ୬ ନଭେମ୍ବର ପର୍ଯ୍ୟନ୍ତ ସମସ୍ତ ହିତଧାରକଙ୍କୁ ସେ ନିଜ ଟିପ୍ପଣୀ ଓ ପରାମର୍ଶ ମାଗିଛନ୍ତି । ହିତଧାରକ ନିଜ ପରାମର୍ଶ ସଡ଼କ ପରିବହନ କିମ୍ବା ରାଜମାର୍ଗ ମନ୍ତ୍ରାଳୟର ସଂଯୁକ୍ତ ସଚିବକୁ ମେଲ୍ କିମ୍ବା ଠିକଣାରେ ପଠାଇ ପାରନ୍ତି ।

Be the first to comment

Leave a Reply

Your email address will not be published.


*