ବାରମ୍ବାର ମୁଣ୍ଡବ୍ୟଥା ହେଉଛି କି ? ଅଣଦେଖା କରନ୍ତୁ ନାହିଁ, ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ !

ଆପଣ ପ୍ରାୟ ଅନୁଭବ କରିଥିବେ ଆମ ଶରୀରରେ, ଅନେକ ସମୟରେ ଭିନ୍ନ ଭିନ୍ନ ପ୍ରକାରର ରୋଗ ଦେଖାଯାଇଥାଏ । ଯେଉଁଥିରୁ କିଛି ରୋଗ କିଛି ଦିନରେ ହିଁ ଠିକ୍ ହୋଇଯାଇଥାଏ ଓ ଆଉ କିଛି ରୋଗ ଦୀର୍ଘ ଦିନ ପର୍ଯ୍ୟନ୍ତ ଲାଗିରହିଯାଏ । ଯେପରିକି ମୁଣ୍ଡବ୍ୟଥା । ଗୋଟିଏ ପକ୍ଷରୁ ଦେଖିବାକୁ ଗଲେ ଏହା କୌଣସି ରୋଗ ନୁହେଁ କିନ୍ତୁ ଏହା ଯଦି ଅଧିକ ସମୟ ପର୍ଯ୍ୟନ୍ତ ଲାଗିରହିଥାଏ, ତେବେ ଏକ ସାଙ୍ଘାତିକ ରୋଗର ରୂପ ଧାରଣ କରିପାରେ । ପ୍ରକୃତରେ ଆମେ ମୁଣ୍ଡବ୍ୟଥା ବିଷୟରେ କହୁଛୁ ଯାହା ସମୟ ସମୟରେ ହୋଇଥାଏ ଓ ଏହି ମୁଣ୍ଡ ବ୍ୟଥା କେତେବେଳେ ଖୁବ୍ କମ ଆଉ କେତେବେଳେ ଖୁବ ଜୋରରେ ବ୍ୟଥା ହୋଇଥାଏ ଏବଂ ପ୍ରାୟତଃ ଏପରି ସେତେବେଳେ ହୋଇଥାଏ ଯେତେବେଳେ ଆପଣ ହଠାତ ତୀକ୍ଷ୍ଣ ରଶ୍ମୀ ଦେଖନ୍ତି କିମ୍ବା କୌଣସି ତୀକ୍ଷ୍ଣ ଶବ୍ଦ ଶୁଣନ୍ତି; ସେତେବେଳେ ଆପଣଙ୍କର ମୁଣ୍ଡବ୍ୟଥା ହୋଇଥାଏ ।

ମାତ୍ର ସାଧାରଣତଃ ଆପଣ ଏପରି ମୁଣ୍ଡବ୍ୟଥାକୁ ଅଣଦେଖା କରନ୍ତି ଓ ଯେକୌଣସି ଛୋଟମୋଟ ପେନକିଲର (Painkiller) ଖାଇ ତାହାକୁ ବ୍ୟଥାରୁ ଆଶ୍ଵସ୍ତି ପାଇଥାନ୍ତି । କିନ୍ତୁ ଆପଣଙ୍କୁ କହି ରଖୁଛୁ ଯେ ଏହି ଲକ୍ଷଣ ବ୍ରେନ ଟ୍ୟୁମର ଭଳି ବଡ଼ ରୋଗର ସଙ୍କେତ ମଧ୍ୟ ହୋଇପାରେ । ଏହିଭଳି ରୋଗରୁ ବଂଚିବା ପାଇଁ ଆପଣଙ୍କୁ ଅଧିକ ସଚେତନ ହେବାକୁ ପଡ଼ିବ ।

ବ୍ରେନ ଟ୍ୟୁମର ମସ୍ତିଷ୍କରେ ହେଉଥିବା କୋଶିକା ଗୁଡ଼ିକର ଅତି ଅସାମାନ୍ୟ ପ୍ରକ୍ରିୟା କାରଣରୁ କିମ୍ବା ଅନିୟନ୍ତ୍ରିତ ବୃଦ୍ଧି କାରଣରୁ ହୋଇଥାଏ । ଅନେକ ସମୟରେ ଏପରି ମଧ୍ୟ ହୋଇଥାଏ ଯେ, କିଛି ଏପରି କୋଶିକା ସ୍ଵତଃ ବଢ଼ିବାରେ ଲାଗିଥାଏ । ଯାହା ଖୁବ୍ ଭୟଙ୍କର ହୋଇଥାଏ । ଏହି ପ୍ରକାରର କୋଶିକା ଗୁଡ଼ିକ ଯେତେବେଳେ ଶରୀରର ମଧ୍ୟରେ ବଢ଼ିଥାଏ, ତାହା ଟ୍ୟୁମର ଆକାର ଧାରଣ କରିଥାଏ । ଆପଣଙ୍କୁ ଏହା ନିଶ୍ଚିତ ଭାବରେ ଜାଣିବା ଉଚିତ ଯେ, ବ୍ରେନ ଟ୍ୟୁମର ମସ୍ତିଷ୍କ ଭିତରେ ସୃଷ୍ଟି ହୋଇଥାଏ ଏବଂ ପରେ ସମଗ୍ର ଶରୀରରେ ବ୍ୟାପି ଯାଇଥାଏ ।

ଆପଣଙ୍କ ଜାଣିବା ପାଇଁ କହିରଖୁଛୁ ଯେ, ବ୍ରେନ ଟ୍ୟୁମର ଭଳି ରୋଗ କୌଣସି ବୟସର କୌଣସି ଲୋକଙ୍କୁ ହୋଇପାରେ । ଅନେକ ବୈଜ୍ଞାନିକ ରିସର୍ଚ୍ଚ ପରେ ମଧ୍ୟ ଟ୍ୟୁମରର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । କିନ୍ତୁ ଏହି କଥା ସମ୍ନାକୁ ଆସିଛି ଯେ, ଜେନେଟିକ୍ ବ୍ରେନ୍ ଟ୍ୟୁମର ହେବାରେ ମୁଖ୍ୟ କାରଣ ଅଟେ । ମୁଣ୍ଡବ୍ୟଥା, ଚାଳିବାରେ ସନ୍ତୁଳନ ନ ହେବା କିମ୍ବା ସ୍ମରଣ ଶକ୍ତି ଦୁର୍ବଳ ହେବା ଆଦି ଏହାର ମୁଖ୍ୟ ଲକ୍ଷଣ ଅଟେ । ଆପଣଙ୍କୁ କହିରଖୁଛୁ ଯେ ଯେଉଁ ଲୋକମାନେ ଅଧିକ ମୋବାଇଲ ଫୋନ କିମ୍ବା ଅନ୍ୟ ପ୍ରକାରର ଇଲେକ୍ଟ୍ରନିକ ଜିନିଷର ବ୍ୟବହାର କରନ୍ତି; ସେଥିରୁ ନିର୍ଗତ ହେଉଥିବା ବିକିରଣ ଅନେକ ପ୍ରକାରର କ୍ୟାନ୍ସରର କାରଣ ହୋଇଥାଏ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରକାରର ତଥ୍ୟ ସମ୍ପୂର୍ଣ୍ଣ ଭାବରେ ପ୍ରମାଣ କରାଯାଇ ପାରିନାହିଁ । ଯଦି କୌଣସି ବ୍ୟକ୍ତି ଏପରି ରୋଗରେ ପୀଡ଼ିତ ହୁଅନ୍ତି; ତେବେ ସେଥିପାଇଁ ରେଡିୟଥେରାପି, କେମୋଥେରାପି, ସର୍ଜରୀ, ଔଷଧ ଆଦି ମାଧ୍ୟମରେ ଚିକିତ୍ସା କରାଯାଇ ପାରିବ ।

Be the first to comment

Leave a Reply

Your email address will not be published.


*