ସମ୍ପତ୍ତି କ୍ଷେତ୍ରରେ ପିତାଙ୍କ ଠାରୁ ବହୁତ ଆଗରେ ଥିଲେ ଚିରାଗ ପାସୱାନ, ଜାଣନ୍ତୁ କେତେ ସମ୍ପତ୍ତି ଛାଡି ଯାଇଛନ୍ତି ରାମଭିଳାସ ପାସୱାନ !

ସମ୍ପତ୍ତି କ୍ଷେତ୍ରରେ ପିତାଙ୍କ ଠାରୁ ବହୁତ ଆଗରେ ଥିଲେ ଚିରାଗ ପାସୱାନ, ଜାଣନ୍ତୁ କେତେ ସମ୍ପତ୍ତି ଛାଡି ଯାଇଛନ୍ତି ରାମଭିଳାସ ପାସୱାନ !

ଅକ୍ଟୋବର ୮ ତାରିଖରେ କେନ୍ଦ୍ର ମନ୍ତ୍ରୀ ରାମଭିଳାସ ପାସୱାନଙ୍କ ଦେହାନ୍ତ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ରୋଗରେ ପୀଡିତ ଥିଲେ, ଚାରି ଦିନ ପୂର୍ବରୁ ଦିଲ୍ଲୀର ଏକ ହସ୍ପିଟାଲରରେ ତାଙ୍କର ହାର୍ଟ ସର୍ଜରୀ କରଯାଇଥିଲା । ତାଙ୍କ ମୃତ୍ୟୁ ଯୋଗୁଁ ରାଜନୈତିକ କ୍ଷେତ୍ରରେ ଶୋକର ଲହରୀ ଖେଳିଯାଇଛି । ପାସୱାନ ଲୋଜପାର ସଂସ୍ଥାପକ ଥିଲେ । ସେ ତାଙ୍କ ଜୀବନର ଦୀର୍ଘ ୫୦ ବର୍ଷ ରାଜନୀତିରେ ସମୟ ଅତିବାହିତ କରି ଦେଇଛନ୍ତି । ସେ ୬ ଥର କ୍ୟାବିନେଟ ମନ୍ତ୍ରୀ ରହିଛନ୍ତି । ଏହା ବ୍ୟତୀତ ସେ ବିହାର ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ପର୍ଯ୍ୟନ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ସମୟ ମଧ୍ୟରେ ସେ ରାଜ୍ୟସଭାର ସଦସ୍ୟ ଥିଲେ । ଏକ ସାଧାରଣ ଦଳିତ ପରିବାରରେ ଜନ୍ମଗ୍ରହଣ କରିଥିବା ରାମଭିଳାସ ପାସୱାନ ନିଜର କଠିନ ପରିଶ୍ରମ ଏବଂ ଚେଷ୍ଟା ଦ୍ୱାରା ଖ୍ୟାତି ଓ ଧନସମ୍ପତ୍ତି ହାସଲ କରିଥିଲେ । ତାଙ୍କର ସମ୍ପତ୍ତି ୧.୪୨ କୋଟି ବୋଲି କୁହାଯାଏ । ଏଥିସହିତ ସମ୍ପତ୍ତି ମାମଲାରେ ତାଙ୍କ ପୁଅ ଚିରାଗ ପାସୱାନ ପିତାଙ୍କ ଠାରୁ ଆଗରେ ଅଛନ୍ତି ।

ରାଜ୍ୟସଭା ନାମାଙ୍କନ ସମୟରେ ୧.୪୨ କୋଟି ସମ୍ପତ୍ତି ସମ୍ପର୍କରେ ଆଫିଡେଭିଟ ଦେଇଥିଲେ :-

ରାମଭିଳାସ ପାସୱାନ ୫୦ ବର୍ଷ ଧରି ରାଜନୀତିରେ ସକ୍ରିୟ ଥିଲେ । ପାଟନା ବିଶ୍ୱବିଦ୍ୟାଳୟରୁ ସେ ଆଇନ ଅଧ୍ୟୟନ କରିଥିଲେ, ଏହାପରେ ସେ ଏମଏ (MA) ମଧ୍ୟ କରିଥିଲେ । ରାଜ୍ୟସଭା ନିର୍ବାଚନରେ ​​ନାମାଙ୍କନ ସମୟରେ ସେ ତାଙ୍କ ସମ୍ପତ୍ତି ସମ୍ପର୍କରେ ଏକ ଆଫିଡେଭିଟ ଦାଖଲ କରିଥିଲେ । ଏହି ରିପୋର୍ଟ ଅନୁଯାୟୀ ତାଙ୍କର ମୋଟ ସମ୍ପତ୍ତି ସେତେବେଳେ ୧.୪୨ କୋଟି ଥିଲା । ସେଥିମଧ୍ୟରୁ ୧.୦୬ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଚଳନଶୀଳ ହୋଇଥିବା ବେଳେ ୨୧.୩୦ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ରହିଛି । ଏହା ବ୍ୟତୀତ ପ୍ରାୟତଃ ୮୨ ଲକ୍ଷ ଟଙ୍କା ତାଙ୍କ ନାମରେ ବ୍ୟାଙ୍କରେ ଜମା ହୋଇ ରହିଛି ।

ଆଫିଡେଭିଟ ଅନୁଯାୟୀ ପାସୱାନଙ୍କ ନିକଟରେ ୨୨ ଲକ୍ଷ ଟଙ୍କା ମୂଲ୍ୟର କୃଷି ଜମି ଥିବାବେଳେ ତାଙ୍କ ନାମରେ ରହିଥିବା ଅଣକୃଷି ଜମିର ମୂଲ୍ୟ ପ୍ରାୟତଃ ୧୩ ଲକ୍ଷ ଟଙ୍କା ଅଟେ । ରାଜ୍ୟସଭା ନିର୍ବାଚନ ପର୍ଯ୍ୟନ୍ତ ସେ ସେୟାର ବଜାର, ଏଲଆଇସି ଆଦିରେ କୌଣସି ବିନିଯୋଗ କରିନଥିଲେ ।

ଚିରାଗ ପାସୱାନ ୬ଟି କମ୍ପାନୀର ମାଲିକ ଅଟନ୍ତି :-

ଚିରାଗ ପାସୱାନଙ୍କ ଠାରେ ନିଜ ପିତାଙ୍କ ଠାରୁ ଅଧିକ ସମ୍ପତ୍ତି ରହିଛି । ଜମୁଇ ସାଂସଦ ଚିରାଗ ପାସୱାନ ମଧ୍ୟ ୬ଟି କମ୍ପାନୀର ମାଲିକ ଅଟନ୍ତି । ସେ ନିଜ ଚେଷ୍ଟା ବଳରେ ଏସମସ୍ତ ସମ୍ପତ୍ତିର ମାଲିକ ହୋଇପାରିଥିଲେ । ୨୦୧୯ ମସିହାରେ ସେ ଯେତେବେଳେ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ସେତେବେଳେ ସେ ନାମାଙ୍କନ ସମୟରେ ସମ୍ପତ୍ତି ସହିତ ସଂଲଗ୍ନ ଆଫିଡେଭିଟ ମଧ୍ୟ ଦେଇଥିଲେ । ଏହି ରିପୋର୍ଟ ଅନୁଯାୟୀ ତାଙ୍କ ପାଖରେ ୧.୮୫ କୋଟିର ସମ୍ପତ୍ତି ରହିଥିଲା । ଏହା ବ୍ୟତୀତ ପ୍ରାୟତଃ ୩୫ ଲକ୍ଷ ସେୟାର ଅନେକ କମ୍ପାନୀରେ ଅଛି ।

ଚିରାଗଙ୍କର ୯୦ ଲକ୍ଷ ଟଙ୍କାର ଏକ ଘର ମଧ୍ୟ ରହିଛି । ପାଟଣାର ଶ୍ରୀକୃଷ୍ଣ ପୁରୀରେ କିଣାଯାଇଥିବା ଘରଜମିର କ୍ଷେତ୍ରଫଳ ପାଖାପାଖି ୫୫୧୨ ବର୍ଗଫୁଟ ଅଟେ । କିନ୍ତୁ ଘରଟି ୩୩୦୭ ବର୍ଗ ଫୁଟରେ ନିର୍ମିତ ହୋଇଛି । ଚିରାଗଙ୍କର ଦୁଇଟି ଗାଡି ରହିଛି, ଯେଉଁଥିରୁ ଗୋଟିଏ ଜିପ୍ସୀ ଓ ଅନ୍ୟଟି ଟୟୋଟା ଫର୍ଚୁନର ଅଟେ । ଯାହାର ମୂଲ୍ୟ ପ୍ରାୟତଃ ୩୦ ଲକ୍ଷ ଟଙ୍କା ଅଟେ । ଏହା ବ୍ୟତୀତ ତାଙ୍କ ଆକାଉଣ୍ଟରେ ୨୩.୪୦ ଲକ୍ଷ ଟଙ୍କା ଜମା ରହିଛି ।

ଚିରାଗ ପାସୱାନ ଟ୍ୱିଟ କରି ମୃତ୍ୟୁ ଖବର ଦେଇଥିଲେ :-

ରାମଭିଳାସ ପାସୱାନ ଦୀର୍ଘ ସମୟ ଧରି ରୋଗରେ ପୀଡିତ ଥିଲେ । ଗୁରୁବାର ସନ୍ଧ୍ୟାରେ ତାଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଚିରାଗ ପାସୱାନ ସୋସିଆଲ ମିଡିଆରେ ନିଜ ପିତାଙ୍କ ମୃତ୍ୟୁ ଖବର ଦେଇଥିଲେ । ଚିରାଗ ଟ୍ୱିଟ କରି ଲେଖିଛନ୍ତି, “ପାପା.. ଆପଣ ଆଉ ଏହି ଦୁନିଆରେ ନାହାଁନ୍ତି କିନ୍ତୁ ମୁଁ ଜାଣେ ଆପଣ ଯେଉଁଠାରେ ଅଛନ୍ତି, ସବୁବେଳେ ମୋ ସହିତ ଅଛନ୍ତି ।” ପାସୱାନଙ୍କ ମୃତ୍ୟୁ ପରେ ବର୍ତ୍ତମାନ ପରିବାର ଏବଂ ଦଳର ଦାୟିତ୍ୱ ଚିରାଗଙ୍କ କାନ୍ଧ ଉପରକୁ ଆସିଯାଇଛି ।

Leave a Reply

Your email address will not be published. Required fields are marked *