ଥାଇରଏଡରେ ପୀଡିତା ରୋଗୀମାନେ ଭୁଲରେ ମଧ୍ୟ ଏହି ଜିନିଷ ଉପରେ ବିଶ୍ୱାସ କରିବା ଉଚିତ ନୁହେଁ ! ଲାଭ ବଦଳରେ ହେବ କ୍ଷତି ।

ଥାଇରଏଡରେ ପୀଡିତା ରୋଗୀମାନେ ଭୁଲରେ ମଧ୍ୟ ଏହି ଜିନିଷ ଉପରେ ବିଶ୍ୱାସ କରିବା ଉଚିତ ନୁହେଁ ! ଲାଭ ବଦଳରେ ହେବ କ୍ଷତି ।

ସାଂପ୍ରତିକ ପରିସ୍ଥିତିରେ ଅଧିକାଂଶ ଲୋକ ନିଜ ନିଜର ସ୍ୱାସ୍ଥ୍ୟ ପାଇଁ ବହୁତ ଚିନ୍ତିତ ଅଟନ୍ତି । କାରଣ ଏହି ପରିବର୍ତ୍ତନଶୀଳ ଜୀବନଶୈଳୀ ଓ ବ୍ୟସ୍ତବହୁଳ ଜୀବନ ମଧ୍ୟରେ ବ୍ୟକ୍ତି ଖାଦ୍ୟ ଖାଇବା ତ ଦୂରର କଥା ଶାନ୍ତିରେ ନିଃଶ୍ୱାସ ନେବା ମଧ୍ୟ କଷ୍ଟକର ହୋଇଗଲାଣି । ଆଜି ଆମେ ଆପଣଙ୍କୁ ଏକ ଏମିତି ରୋଗ ବିଷୟରେ କହିବୁ ଯେଉଁଥିରେ ପ୍ରାୟତଃ ଅଧିକାଂଶ ଲୋକ ପ୍ରଭାବିତ ହୋଇଥାନ୍ତି । ଯଦିଓ ଲୋକମାନେ ଏହି ରୋଗକୁ ଏକ ସାଧାରଣ ରୋଗ ବୋଲି ଭାବନ୍ତି, ତଥାପି ଏହାର ଠିକ୍ ଭାବରେ ଯତ୍ନ ନିଅନ୍ତି ନାହିଁ, ତେବେ ଏହା ଅନେକ ସମସ୍ୟା ସୃଷ୍ଟି କରିଥାଏ ।

ଥାଇରଏଡ (Thyroid)ର ସମସ୍ୟା ହେଲେ, ଆପଣଙ୍କୁ ନିଜର ଯତ୍ନ ନେବାକୁ ପଡିଥାଏ । ଏପରି ପରିସ୍ଥିତିରେ ଆପଣ ନିଜର ଉତ୍କୃଷ୍ଟ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବା ଉଚିତ । ଆଜି ଆମେ ଏହି ଅନୁଛେଦରେ ଏପରି କିଛି କାରକ ବିଷୟରେ ଜଣାଇବୁ ଯେଉଁଥିରେ ଜଣେ ବ୍ୟକ୍ତି ଥାଇରଏଡରେ ପୀଡିତ ଥିଲେ କେବେ ମଧ୍ୟ ଏହି ୭ଟି କାମ କରିବା ଉଚିତ ନୁହେଁ । ଆସନ୍ତୁ ଜାଣିବା ସେହି ୭ଟି କାରଣ ବିଷୟରେ :

ଅଜଣା ତଥ୍ୟକୁ ବିଶ୍ଵାସ କରନ୍ତୁ ନାହିଁ :

ଆପଣଙ୍କୁ ଜଣାଇଦେଉଛୁ ଯେ, ସମଗ୍ର ବିଶ୍ୱରେ ବହୁତ ଲୋକ ଅଛନ୍ତି ଯେଉଁମାନେ ଥାଇରଏଡ଼ ପରି ସମସ୍ୟା ସହ ସଂଘର୍ଷ କରୁଛନ୍ତି ଏବଂ ନିଜକୁ ସୁସ୍ଥ ରଖିବା ଓ ଥାଇରଏଡ ବିଷୟରେ ବୁଝିବା ପାଇଁ ଚେଷ୍ଟା କରୁଛନ୍ତି । ଆମ୍ଭମାନଙ୍କ ମଧ୍ୟରୁ ଅନେକ ଇଣ୍ଟରନେଟର ବ୍ୟବହାର କରୁଛନ୍ତି କିନ୍ତୁ ଏହି ଅଧ୍ୟୟନ ଉପରେ ସମ୍ପୂର୍ଣ୍ଣ ରୂପେ ବିଶ୍ୱାସ କରିବା ଠିକ ନୁହେଁ ।

ଡାକ୍ତରଙ୍କ ଠାରୁ ହିଁ ଉପଯୁକ୍ତ ପରାମର୍ଶ ନିଅନ୍ତୁ :-

ଥାଇରଏଡରେ ପୀଡ଼ିତା ରୋଗୀମାନେ, ଥାଇରଏଡ ବିଷୟରେ ଅଧିକ ସୂଚନା ଏଠାରୁ ସେଠାରୁ ପାଇବାକୁ ଚେଷ୍ଟା କରନ୍ତି, ଯେଉଁଥି କାରଣରୁ ସେମାନେ ବେଳେବେଳେ ଭୁଲ୍ ତଥ୍ୟ ପାଇଁ ଅସୁବିଧାରେ ପଡ଼ନ୍ତି । କ’ଣ ଆପଣ ଜାଣନ୍ତି; ଥାଇରଏଡ ରୋଗୀଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଡାକ୍ତରଙ୍କୁ ହିଁ ତାଙ୍କର ସର୍ବୋତ୍ତମ ବନ୍ଧୁ ବିଚାର କରିବା ଉଚିତ ଓ ଏହି ବିଷୟରେ କୌଣସି ବି ସୂଚନା କେବଳ ତାଙ୍କ ଡାକ୍ତରଙ୍କ ଠାରୁ ହିଁ ନେବା ଉଚିତ ।

ଶାରୀରିକ ଅସୁସ୍ଥାତାକୁ ଥାଇରଏଡ ସହ ତୁଳନା କରିବା ଭୁଲ୍ ଅଟେ :

ଥାଇରଏଡ ସମସ୍ୟାରେ ଆକ୍ରାନ୍ତ ହେବା ପରେ, ଆମ୍ଭମାନଙ୍କ ମଧ୍ୟରୁ ଅନେକ ଏପରି ଅଛନ୍ତି ଯେଉଁମାନେ ଯେକୌଣସି ପ୍ରକାରର ଯନ୍ତ୍ରଣା କିମ୍ବା ଅନ୍ୟାନ୍ୟ ଲକ୍ଷଣକୁ ଥାଇରଏଡ ସହିତ କଳ୍ପନା କରିବା ଆରମ୍ଭ କରୁଛନ୍ତି ଏବଂ ସେମାନେ ଅନୁଭବ କରୁଛନ୍ତି ଯେ ଏହି ସବୁ ଲକ୍ଷଣ ଥାଇରଏଡ ପାଇଁ ହିଁ ଘଟୁଛି କିନ୍ତୁ ସେମାନେ ଏମିତି କରିବା ଉଚିତ ନୁହେଁ ।

ଧୂମପାନ ଠାରୁ ଦୂରେଇ ରୁହନ୍ତୁ :

ସୂଚନାଯୋଗ୍ୟ ଯେ ସିଗାରେଟରେ ଏପରି ଅନେକ ଉପାଦାନ ଅଛି ଯାହା ଥାଇରଏଡ ପାଇଁ ବିଶେଷ କ୍ଷତିକାରକ । ଧୂମପାନ ଥାଇରଏଡରେ ଆକ୍ରାନ୍ତ ବ୍ୟକ୍ତି ଯଦି ଧୂମପାନ କରନ୍ତି ତେବେ ଚକ୍ଷୁ ଜନିତ ରୋଗର ଆକ୍ରାନ୍ତ ହୋଇଥାନ୍ତି । ଏହା ବ୍ୟତୀତ, ଅନେକ ଲୋକ କୁହନ୍ତି ଯେ ମୋର ଥାଇରଏଡ ରିପୋର୍ଟ ସ୍ୱାଭାବିକ କିନ୍ତୁ ମୁଁ ତଥାପି ଅନୁଭବ କରୁଛି ଯେ ମୋର ଥାଇରଏଡ ସମସ୍ୟା ରହିଛି ।

ପ୍ରାୟତ ଥାଇରଏଡ ରୋଗୀମାନଙ୍କର ରିପୋର୍ଟ ସଠିକ ହେଲେ ମଧ୍ୟ ସେମାନେ ଅନୁଭବ କରନ୍ତି ଯେ ସେମାନେ ଅସୁସ୍ଥ ଅଟନ୍ତି ଯାହା ଠିକ ନୁହେଁ । ପ୍ରାୟ ଥାଇରଏଡ଼ ରୋଗୀମାନେ ଅନୁଭବ କରନ୍ତି ଯେ ସମସ୍ତ ପ୍ରକାରର ପ୍ରାକୃତିକ ଏବଂ ଉପଲବ୍ଧ “ଓଭର-ଦି-କାଉଣ୍ଟର ଲେବଲ” ଉତ୍ପାଦଗୁଡ଼ିକ ସେମାନଙ୍କ ପାଇଁ ଭଲ । କିନ୍ତୁ ଥାଇରଏଡ ରୋଗୀଙ୍କ ପାଇଁ ଏହା ଠିକ ନୁହେଁ । ଅନେକ ପ୍ରକାରର “ଥାଇରଏଡ ସପୋର୍ଟ” ସପ୍ଲିମେଣ୍ଟଗୁଡିକ ଆୟୋଡିନରେ ଭରପୂର ହୋଇଥାଏ ।

Leave a Reply

Your email address will not be published. Required fields are marked *