ଅସମ୍ପୂର୍ଣ୍ଣ ରହିଗଲା ରାବଣଙ୍କର ଏହି ୭ଟି ଇଚ୍ଛା : ଅନେକ ଶକ୍ତି ଆଧିପତ୍ୟ ଥିଲେ ତଥାପି ପୂରଣ କରିପାରିଲେ ନାହିଁ !

ଦଶହରା ପର୍ବ ବିଶେଷ କରି ଅସତ୍ୟ ଉପରେ ସତ୍ୟର ବିଜୟକୁ ସୂଚିତ କରିଥାଏ । ଚଳିତ ବର୍ଷ ୨୫ ଅକ୍ଟୋବରରେ ଦଶହରା ଅନୁଷ୍ଠିତ ହେବ । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଦଶହରା ପ୍ରତିବର୍ଷ ଅଶ୍ୱିନ ମାସ ଶୁକ୍ଲ ପକ୍ଷର ଦଶମୀ ତିଥିରେ ପାଳନ କରାଯାଏ । ରାବଣର ଦୁଷ୍ଟ ପ୍ରବୃତ୍ତି ବିଷୟରେ ସମସ୍ତେ ଜାଣନ୍ତି । ପ୍ରତିବର୍ଷ ଦଶହରାରେ ରାବଣର ମୂର୍ତ୍ତିକୁ ଜଳାଯାଏ । ରାବଣର ମନ୍ଦ ଚିନ୍ତାଧାରା ଯୋଗୁଁ ରାବଣର ଅନ୍ତ ହୋଇଥିଲା, କିନ୍ତୁ ରାବଣ ଅନେକ ଶକ୍ତି ଆଧିପତ୍ୟ ଥିଲା । ରାବଣ ଭଗବାନ ଶିବଙ୍କର ଏକ ବଡ ଭକ୍ତ ଥିଲେ ।

ନିଜ ତପ ଓ ଜ୍ଞାନର ଶକ୍ତି ଆଧାରରେ ରାବଣ ବରଦାନ ପାଇଥିଲେ । ଏହି ଶକ୍ତିଗୁଡିକ ଉପରେ ରାବଣର ବହୁତ ଅହଂକାର ଥିଲା, ଯେଉଁଥିପାଇଁ ସେ ନିଜକୁ ବହୁତ ଶକ୍ତିଶାଳୀ ମନେ କରୁଥିଲେ । ରାବଣର ସେହି ଭ୍ରମକୁ ଦୂର କରିବା ପାଇଁ ଓ ରାବଣ ଦ୍ଵାରା ସମଗ୍ର ଧାରିତ୍ରି ଯେଉଁ ଆତଙ୍କ ସୃଷ୍ଟି ହୋଇଥିଲା ତାହାକୁ ନଷ୍ଟ କରିବା ପାଇଁ ଭଗବାନ ରାମ ତାଙ୍କୁ ହତ୍ୟା କରିଥିଲେ । ରାବଣଙ୍କର ଅନେକ ସ୍ୱପ୍ନ ଥିଲା ଯାହା ତାଙ୍କ ମୃତ୍ୟୁ ହେତୁ ପୂରଣ ହୋଇପାରିଲା ନାହିଁ । ଆସନ୍ତୁ ଜାଣିବା ରାବଣର ସେହି ଅସମ୍ପୂର୍ଣ୍ଣ ସ୍ୱପ୍ନଗୁଡ଼ିକ କ’ଣ ?

୧) ସ୍ୱର୍ଗ ପର୍ଯ୍ୟନ୍ତ ଶିଡି ନିର୍ମାଣ କରିବାର ଥିଲା :-

ରାବଣ ସମଗ୍ର ପ୍ରକୃତିକୁ ନିଜ ଅଧୀନ କରିବାକୁ ଚାହୁଁଥିଲେ । ତାଙ୍କର ଗୋଟିଏ ଇଚ୍ଛା ସ୍ୱର୍ଗ ପର୍ଯ୍ୟନ୍ତ ଶିଡି ନିର୍ମାଣ କରିବାର ଥିଲା । ସେ ଚାହୁଁଥିଲେ ଯେ ଲୋକମାନେ ତାଙ୍କୁ ପୂଜା କରିବା ପରିବର୍ତ୍ତେ ଇଶ୍ଵରଙ୍କୁ ପୂଜା କରନ୍ତୁ, ଯାହାଫଳରେ ସ୍ୱର୍ଗ ପ୍ରାପ୍ତି ହୋଇପାରିବ । ସେ ନିଜ ଅଧୀନରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସ୍ୱର୍ଗକୁ ପଠାଇବାକୁ ଚାହୁଁଥିଲେ । ତଥାପି ରାବଣର ଇଚ୍ଛା ପୂରଣ ହୋଇପାରିଲା ନାହିଁ । ସ୍ୱର୍ଗ ପର୍ଯ୍ୟନ୍ତ ଶିଡି ନିର୍ମାଣ କରିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଗଲା ।

୨) ସୁନାକୁ ସୁଗନ୍ଧିତ କରିବାର ଥିଲା :-

ସେହିଭଳି ରାବଣର ଆଉ ଏକ ବଡ଼ ସ୍ୱପ୍ନ ଥିଲା ସୁନାକୁ ସୁଗନ୍ଧିତ କରିବା । ସେ ଭାବୁଥିଲେ ଯଦି ସୁନା ସୁଗନ୍ଧିତ ହୋଇଯିବ, ତେବେ ଏହି ଧାତୁର ସୌନ୍ଦର୍ଯ୍ୟ ଆହୁରି ବଢି ଯାଇପାରିବ । ଏଭଳି କରିବା ଦ୍ୱାରା ସୁନାକୁ ଦୂରରୁ ହିଁ ଚିହ୍ନଟ କରାଯାଇପାରିବ ଏବଂ ଏହାର ସନ୍ଧାନ ମଧ୍ୟ ସହଜ ହୋଇପାରିବ । ସେ ସୁନାକୁ ଭଲ ପାଉଥିଲେ ତେଣୁ ଲଙ୍କାକୁ ମଧ୍ୟ ସେ ସୁନାରେ ନିର୍ମାଣ କରିଥିଲେ । ତେବେ ରାବଣର ଏହି ଇଚ୍ଛା ମଧ୍ୟ ଅଧୁରା ରହିଗଲା ।

୩) ପ୍ରତ୍ୟେକ ମଣିଷକୁ ଗୋରା କରିବାର ଥିଲା :-

କୁହାଯାଏ ଯେ ରାବଣଙ୍କ ରଙ୍ଗ କଳା ଥିଲା । ଯେଉଁଥିପାଇଁ ତାଙ୍କୁ ଅନେକ ଥର ଲଜ୍ଜିତ ହେବାକୁ ପଡୁଥିଲା । ରାବଣ ଚାହୁଁଥିଲେ ଯେ କୌଣସି ମଣିଷର ରଙ୍ଗରେ କୌଣସି ପାର୍ଥକ୍ୟ ନ ହେଉ । ଯାହାଦ୍ୱାରା କୌଣସି ବ୍ୟକ୍ତିଙ୍କୁ ନିଜର ରଙ୍ଗକୁ ନେଇ ପରିହାସ କରାଯିବ ନାହିଁ । ତେଣୁ ରାବଣ ରଙ୍ଗଭେଦକୁ ସମାପ୍ତ କରି ପ୍ରତ୍ୟେକ ମଣିଷକୁ ଗୋରା କରିବାକୁ ଚାହୁଁଥିଲେ ।

୪) ରକ୍ତର ରଙ୍ଗକୁ ଧଳା କରିବାର ଥିଲା :-

ରାବଣର ରକ୍ତର ରଙ୍ଗକୁ ପରିବର୍ତ୍ତନ କରିବାକୁ ଇଚ୍ଛା ରଖିଥିଲେ । ସେ ଚାହୁଁଥିଲେ ରକ୍ତର ରଙ୍ଗ ନାଲି ପରିବର୍ତ୍ତେ ଧଳା ହୋଇଯାଉ । ସେ ଯୁଦ୍ଧରେ ଅନେକ ନିରୀହ ଲୋକଙ୍କ ରକ୍ତ ଝରାଇ ଥିଲେ । ଏହାଦ୍ୱାରା ପୃଥିବୀ ରକ୍ତରେ ଲାଲ ହୋଇ ଯାଇଥିଲା । ସେ ଚାହୁଁଥିଲେ ରକ୍ତ ଧଳା ହୋଇଯାଉ, ଯାହାଦ୍ୱାରା ସେ ନିଜର ଅତ୍ୟାଚାରକୁ ପାଣିରେ ଲୁଚାଇ ଦେବେ । ଏହିପରି ଭାବରେ ନିଜ ଦ୍ୱାରା କରା ଯାଇଥିବା ହତ୍ୟାକୁ ଲୁଚାଇବାକୁ ଚାହୁଁଥିଲେ ।

୫) ମଦ୍ୟରୁ ଦୁର୍ଗନ୍ଧକୁ ଦୂର କରିବାକୁ ଚାହୁଁଥିଲେ :-

ରାବଣ ଜଣେ ମଦ୍ୟପ୍ରେମୀ ଥିଲେ । ତାଙ୍କର ସ୍ୱପ୍ନ ମଦ୍ୟରୁ ଦୁର୍ଗନ୍ଧକୁ ଦୂର କରିବାର ଥିଲା । ସେ ଚାହୁଁଥିଲେ ସମସ୍ତେ ଦୁର୍ଗନ୍ଧ ବିନା ମଦ୍ୟପାନ କରନ୍ତୁ । କିନ୍ତୁ ତାଙ୍କର ସ୍ୱପ୍ନ କେବେ ମଧ୍ୟ ପୂରଣ ହୋଇପାରିଲା ନାହିଁ ।

୬) ସମୁଦ୍ରର ଜଳ ମିଠା କରିବାର ଥିଲା :-

ରାବଣ ସମୁଦ୍ରର ଜଳକୁ ମିଠା କରିବାକୁ ଚାହୁଁଥିଲେ । ଗୋଟିଏ ଅଭିଶାପ ହେତୁ ସମୁଦ୍ର ଜଳ ଲୁଣିଆ ହୋଇ ଯାଇଥିଲା । ରାବଣ ସେହି ଅଭିଶାପର ପ୍ରଭାବକୁ ଶେଷ କରିବାକୁ ଚାହୁଁଥିଲେ । ସେ ଚାହୁଁଥିଲେ ଯେ, ପୃଥିବୀରେ ପାନୀୟ ଜଳର ଅଭାବ କେବେ ମଧ୍ୟ ନ ହେଉ । ଏହିଭକି କରି ସେ ସମସ୍ତଙ୍କ ଦୃଷ୍ଟିରେ ନିଜକୁ ସର୍ବଶକ୍ତିମାନ ପ୍ରମାଣିତ କରିବାକୁ ଚାହୁଁଥିଲେ ।

୭) ଭଗବାନଙ୍କର ପୂଜା ବନ୍ଦ କରିବାର ଥିଲା :-

ରାବଣଙ୍କୁ ନିଜ ଶକ୍ତି ଓ ଜ୍ଞାନ ଉପରେ ବହୁତ ଗର୍ବ ଥିଲା । ରାବଣ ନିଜ ସାମ୍ନାରେ ଦେବତାମାନଙ୍କୁ କିଛି ମଧ୍ୟ ଭାବୁ ନଥିଲେ । ରାବଣ ଚାହୁଁଥିଲେ ଯେ, ସମସ୍ତ ଲୋକ ଭଗବାନଙ୍କୁ ପୂଜା କରିବା ବନ୍ଦ କରିଦିଅନ୍ତୁ ଏବଂ କେବଳ ତାଙ୍କୁ ପୂଜା କରନ୍ତୁ । କିନ୍ତୁ ରାବଣଙ୍କର ଏହି ଗର୍ବ ତାଙ୍କର ମୃତ୍ୟୁର କାରଣ ହୋଇଗଲା ଏବଂ ତାଙ୍କର ସମସ୍ତ ସ୍ୱପ୍ନ ଅଧୁରା ରହିଗଲା ।

Be the first to comment

Leave a Reply

Your email address will not be published.


*