ଅକ୍ଷୟଙ୍କ ଫିଲ୍ମ “ଲକ୍ଷ୍ମୀ ବମ୍”ର ରିଲିଜ୍ ହେଲା ଧମାକାଦାର ଟ୍ରେଲର, ହାତରେ ଚୁଡି ଏବଂ ଶାଢ଼ୀ ପିନ୍ଧିଥିବାର ଦେଖାଗଲେ ଅଭିନେତା ! ଦେଖନ୍ତୁ ଭିଡ଼ିଓ

ଅଭିନେତା ଅକ୍ଷୟ କୁମାର ଆଜିକାଲି ତାଙ୍କର ଆଗାମୀ ଫିଲ୍ମକୁ ନେଇ ଚାରିଆଡେ ଚର୍ଚ୍ଚାରେ ଆସୁଛନ୍ତି । ଏହି ମଧ୍ୟରେ ତାଙ୍କର ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ୍’ର ଧମାକାଦାର ଟ୍ରେଲର ରିଲିଜ୍ କରାଯାଇଛି । ଯାହାର ଅପେକ୍ଷା ବହୁତ ସମୟ ଧରି ଫ୍ୟାନ୍ସ କରୁଥିଲେ ​​। ଟ୍ରେଲରରୁ ଏହା ଅନୁମାନ କରାଯାଇପାରେ ଯେ, ଅଭିନେତା ସଂପୂର୍ଣ୍ଣ ନୂଆଁ ଶୈଳୀରେ ଅଭିନୟ କରିବାକୁ ଯାଉଛନ୍ତି । ଅକ୍ଷୟଙ୍କ ଫିଲ୍ମ ଲକ୍ଷ୍ମୀ ବମର ଟ୍ରେଲର ଇଣ୍ଟରନେଟରେ ଅନେକ ବବାଲ ସୃଷ୍ଟି କରୁଛି । ସୂଚନାଯୋଗ୍ୟ ଯେ ୮ଅକ୍ଟୋବରକୁ ଅକ୍ଷୟ ତାଙ୍କ ଇନଷ୍ଟାଗ୍ରାମ୍ ପୋଷ୍ଟ ମାଧ୍ୟମରେ ଫିଲ୍ମର (ଲକ୍ଷ୍ମୀ ବମ୍ ଟ୍ରେଲର) ଟ୍ରେଲରର ରିଲିଜ୍ ତାରିଖ ବିଷୟରେ ସୂଚନା ଦେଇଥିଲେ । ଏହି ପୋଷ୍ଟ ମାଧ୍ୟମରେ ଖୀଲାଡି କୁମାର ଲେଖିଥିଲେ କି, “ଆପଣ ହସିବେ, ଭୟଭୀତ ହେବେ ଏବଂ ଆପଣଙ୍କ ପରିବାର ସହିତ ମିଶି ଆପଣ ସବୁଠାରୁ ବଡ ଧମାକା ଦେଖିବେ । ଲକ୍ଷ୍ମୀ ବମ୍ ଟ୍ରେଲର ଦେଖନ୍ତୁ । ଆସନ୍ତାକାଲି ଆସୁଛି ।”

କହିଦଉଛୁ ଯେ ଫିଲ୍ମର ଟ୍ରେଲରକୁ ଅକ୍ଷୟ ନିଜେ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଛନ୍ତି । ଯେଉଁଥିରେ ଅଭିନେତା ଟ୍ରାନ୍ସଜେଣ୍ଡରର ଏକ ଅବତାରରେ ନଜର ଆସିଛନ୍ତି । ଭିଡିଓରେ ଅକ୍ଷୟ ହାତରେ ନାଲି ଚୁଡି ଏବଂ ନାଲି ଶାଢ଼ୀରେ ଭିନ୍ନ ଢଙ୍ଗରେ ଦେଖାଉଥିବାର ଦେଖିବାକୁ ମିଳିଛି । ଭୟ ଏବଂ ହାସ୍ୟରସ ସହିତ ସୁସଜ୍ଜିତ ଏହି ଫିଲ୍ମଟି ବହୁତ ମଜାଳିଆ ଲାଗୁଛି । ଏହି ଟ୍ରେଲରକୁ ତାଙ୍କ ଆକାଉଣ୍ଟରୁ ପୋଷ୍ଟ କରି କ୍ୟାପସନରେ ଅଭିନେତା ଲେଖିଛନ୍ତି ଯେ, “ଲକ୍ଷ୍ମୀ ବମ୍ ଅଫିସିଆଲ ଟ୍ରେଲର, ଯେଉଁଠାରେ ମଧ୍ୟ ଅଛନ୍ତି, ସେଠାରେ ରହି ଯାଆନ୍ତୁ ଏବଂ ପ୍ରସ୍ତୁତ ହୋଇଯାଆନ୍ତୁ ଦେଖିବା ପାଇଁ ଲକ୍ଷ୍ମୀ ବମର ଟ୍ରେଲର , କାରଣ ବର୍ଷିବାକୁ ଆସୁଛନ୍ତି ଲକ୍ଷ୍ମୀ ।” ବାସ୍ତବରେ, ଅଭିନେତାଙ୍କ ଏହି ଉତ୍ତମ ଫିଲ୍ମ ଡିସନି ପ୍ଲସ୍ ହଟଷ୍ଟାରରେ ଦୀପାବଳୀର ବିଶେଷ ଉତ୍ସବରେ ୯ନଭେମ୍ବରରେ ରିଲିଜ୍ ହେଉଛି ।

ସୂଚନାନୁସାରେ, ଫିଲ୍ମ ନିର୍ମାତା ଏହାକୁ ହଟଷ୍ଟାର ବ୍ୟତୀତ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ୟୁଏଇ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯୋଜନା କରୁଛନ୍ତି । କିନ୍ତୁ ଏପରି କରିବା ପୂର୍ବରୁ ପରିସ୍ଥିତି ଦେଖିବାକୁ ପଡ଼ିବ । ଏହି ଖବର ବିଷୟରେ ବାଣିଜ୍ୟ ବିଶ୍ଳେଷକ ତରଣ ଆଦର୍ଶ ଏକ ଟ୍ଵିଟ୍ ମାଧ୍ୟମରେ ଏହି ସୂଚନା ଦେଇଥିଲେ । ଯଦିଓ ଏହା ପୂର୍ବରୁ ଏହି ଫିଲ୍ମ ୯ ସେପ୍ଟେମ୍ବରରେ ରିଲିଜ୍ ହେବାର ଥିଲା କିନ୍ତୁ କରୋନା କାରଣରୁ ଏହାର ରିଲିଜ୍ ତାରିଖ ବୃଦ୍ଧି କରାଯାଇଛି ।

Be the first to comment

Leave a Reply

Your email address will not be published.


*