ବଡ ଖବର:- ହାଇକୋର୍ଟରୁ ରିୟା ଚକ୍ରବର୍ତ୍ତୀକୁ ମିଳିଛି ଜାମିନ୍, ବର୍ତ୍ତମାନ ମଧ୍ୟ ଜେଲରେ ରହିବେ ଭାଇ ଶୋଭିକ୍ !

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ଅନୁସନ୍ଧାନ ନିରନ୍ତର ଚାଲିଛି । ସୁଶାନ୍ତ ମାମଲାରେ ଆସିଥିବା ଡ୍ରଗ୍ସ ଆଙ୍ଗଲରେ ରିୟା ଚକ୍ରବର୍ତ୍ତୀଙ୍କୁ ଏନସିବି ୮ସେପ୍ଟେମ୍ବରରେ ଗିରଫ କରିଥିଲା, କିନ୍ତୁ ବର୍ତ୍ତମାନ ରିୟା ଚକ୍ରବର୍ତ୍ତୀଙ୍କୁ ବମ୍ବେ ହାଇକୋର୍ଟ ରିଲିଫ ପ୍ରଦାନ କରିଛନ୍ତି । ରିୟାଙ୍କ ବ୍ୟତୀତ ଆଉ ଦୁଇଜଣ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯାଇଛି । କିନ୍ତୁ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ଶୋଭିକ୍ ଚକ୍ରବର୍ତ୍ତୀ ଜେଲରେ ରହିବେ । ଆପଣଙ୍କୁ କହିଦଉଛୁ ଯେ ବମ୍ବେ ହାଇକୋର୍ଟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି କରି ଏହି ମାମଲାରେ ନିଜର ନିର୍ଣ୍ଣୟ ଦେଇଛନ୍ତି । ଭାଇ ଶୋଭିକ୍ ଚକ୍ରବର୍ତ୍ତୀଙ୍କ ବେଲ୍ ଅପିଲ କୋର୍ଟ ଖାରଜ କରି ରିୟା ଚକ୍ରବର୍ତ୍ତୀଙ୍କୁ ଏକ ଲକ୍ଷ ବନ୍ଧନରେ ଜାମିନ୍ ପ୍ରଦାନ କରିଛି । ହାଇକୋର୍ଟ ଶୁଣାଣି କରି ରିୟା ଚକ୍ରବର୍ତ୍ତୀଙ୍କୁ ସର୍ତ୍ତମୂଳକ ଜାମିନ୍ ଦେଇଛି । କୋର୍ଟ କହିଛି ଯେ ରିୟା ଚକ୍ରବର୍ତ୍ତୀ ମୁମ୍ବାଇ ବାହାରକୁ ଯାଇପାରିବେ ନାହିଁ । ରିୟାଙ୍କ ପାସପୋର୍ଟ ମଧ୍ୟ ଜମା ହେବ ।

ଖବର ଅନୁଯାୟୀ, କୁହାଯାଉଛି କି ରିୟାଙ୍କ ଭାଇ ଶୋଭିକ୍ ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ କିଣିବାକୁ ନେଇ ଆଗକୁ ଆସିଥିବା ଚାଟ୍ ଉପରେ ବର୍ତ୍ତମାନ ଅନୁସନ୍ଧାନ ଜାରି ଅଛି, ଯେଉଁ କାରଣରୁ ତାଙ୍କ ବେଲର ଆବେଦନ ପ୍ରତ୍ୟାଖ୍ୟାନ କରାଯାଇଛି, ରିୟାଙ୍କ ଭାଇଙ୍କ ନ୍ୟାୟିକ ହେପାଜତର ଅବଧି ୨୦ ଅକ୍ଟୋବର ପର୍ଯ୍ୟନ୍ତ ବିସ୍ତାରିତ କରାଯାଇଛି । କିନ୍ତୁ ରିୟା ଚକ୍ରବର୍ତ୍ତୀଙ୍କ ପାଖରୁ ଏନସିବି ଦ୍ୱାରା କୌଣସି ଡ୍ରଗ୍ସ ସାମଗ୍ରୀ ଉଦ୍ଧାର କରାଯାଇ ନଥିଲା, ଯାହା ଆଧାରରେ ଜାମିନ୍ ପାଇବାକୁ ତାଙ୍କର ଦୃଢ଼ ଦାବି ପ୍ରମାଣିତ ହୋଇଥିଲା । ରିୟା ଚକ୍ରବର୍ତ୍ତୀଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି ଯେ ଏକ ଲକ୍ଷର ବ୍ୟକ୍ତିଗତ ବନ୍ଧନ ସମ୍ପୂର୍ଣ୍ଣ କରିବାକୁ ୧ମାସ ସମୟ ଲାଗିବ, ତେଣୁ ଏହି ସମୟ ତାଙ୍କୁ ଦିଆଯିବା ଉଚିତ ।

* ଏହା ଅଟେ ଏନସିବିର ଅଭିଯୋଗ:-

ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ଡ୍ରଗ୍ସ ପ୍ରସଙ୍ଗ ଆସିବା ପରେ ରିୟା ଚକ୍ରବର୍ତ୍ତୀଙ୍କୁ ଗତ ୨୮ ଦିନ ଧରି ନ୍ୟାୟିକ ହେପାଜତରେ ରହିବାକୁ ପଡିଥିଲା । ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ସତୀଶ ମନସିନ୍ଦେଙ୍କର କହିବା ଅନୁଯାୟୀ ରିୟା ଚକ୍ରବର୍ତ୍ତୀଙ୍କୁ ଫସାଇବା ପାଇଁ ଷଡଯନ୍ତ୍ର କରାଯାଉଛି, ତାଙ୍କ ଉପରେ ଯେଉଁ ଅଭିଯୋଗ କରାଯାଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ଅଟେ କିନ୍ତୁ ଏନସିବି ଦାବି କରିଛି ଯେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଶୋଭିକ୍ ଚକ୍ରବର୍ତ୍ତୀ ବଲିଉଡ ଇଣ୍ଡଷ୍ଟ୍ରିରେ ବ୍ୟାପିଥିବା ଡ୍ରଗ୍ସ ସିଣ୍ଡିକେଟରେ ଜଡିତ ଅଛନ୍ତି । ରିୟା ଚକ୍ରବର୍ତ୍ତୀଙ୍କ ଓକିଲ କହିଛନ୍ତି ଯେ ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ସିଂହ ରାଜପୁତଙ୍କ ପାଇଁ ଡ୍ରଗ୍ସ କିଣୁଥିଲେ କିନ୍ତୁ ତାହାର ପରିମାଣ ବହୁତ କମ୍ ଥିଲା, ଯେଉଁଥିପାଇଁ ରିୟାଙ୍କୁ ଜାମିନ୍ ମିଳିବା ଉଚିତ । ଏନସିବି ଏପର୍ଯ୍ୟନ୍ତ କୋର୍ଟରେ ସମ୍ମୁଖରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଦେଇନାହିଁ, ଯେଉଁଥିରୁ ଏହି କଥାର ସ୍ପଷ୍ଟୀକରଣ ହେବ ଯେ ରିୟା ଚକ୍ରବର୍ତ୍ତୀଙ୍କ ପାଖରୁ ଡ୍ରଗ୍ସ ମିଳିଥିଲା । ଏନସିବି କହିଛି ଯେ ବର୍ତ୍ତମାନ ଘଟଣାର ତଦନ୍ତ କରାଯାଉଛି ।

ଆପଣଙ୍କୁ କହିରଖୁଛୁ ଯେ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ଜୁନ ୧୪ ତାରିଖରେ ନିଜ ବାନ୍ଦ୍ରା ସ୍ଥିତ ଘରୁ ମିଳିଥିଲା । ହଠାତ ସୁଶାନ୍ତଙ୍କ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା । ଦୀର୍ଘ ଦିନ ଧରି ସିବିଆଇ ଦ୍ୱାରା ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବାପାଇଁ ଦାବି କରା ଯାଉଥିଲା । ଶେଷରେ ଏହି ମାମଲା ସିବିଆଇ ହାତକୁ ଆସିଗଲା । ଅଭିନେତାଙ୍କୁ ଆତ୍ମହତ୍ୟା କରିବାପାଇଁ ପ୍ରୋତ୍ସାହିତ କରିବା ଅଭିଯୋଗରେ ସିବିଆଇ ରିୟା ଚକ୍ରବର୍ତ୍ତୀ ଏବଂ ଅନ୍ୟମାନଙ୍କ ବିରୋଧରେ ଏକ ମାମଲାର ପୃଥକ ଅନୁସନ୍ଧାନ କରୁଛି । ତଦନ୍ତ ଯେପରି ଆଗକୁ ବଢ଼ୁଅଛି, ସେହିପରି ଭାବରେ ସୁଶାନ୍ତଙ୍କ ମାମଲାରେ କିଛି ନୂଆଁ ଖୁଲସା ହେଉଅଛି, ଯେଉଁଥିପାଇଁ ମାମଲା ସମାଧାନ ହେବା ପରିବର୍ତ୍ତେ ଆହୁରି ଗମ୍ଭୀର ହୋଇ ଯାଉଛି । ସୁଶାନ୍ତଙ୍କ ମାମଲାରେ ଡ୍ରଗ୍ସ ପ୍ରସଙ୍ଗ ଆସିବା ପରେ ଏନସିବି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲି ଖାନ୍, ଶ୍ରଦ୍ଧା କପୁର ଏବଂ ରାକୁଲ ପ୍ରୀତଙ୍କୁ ପଚରାଉଚରା କରିଥିଲା ।

Be the first to comment

Leave a Reply

Your email address will not be published.


*