WHO ଜାରି କରିଛି ଚେତାବନୀ:- କହିଛି ଯଦି କରୋନା ବଢେ ତେବେ ପ୍ରତି ୧୬ମିନିଟରେ ଗୋଟିଏ ଶିଶୁର ହେବ ମୃତ୍ୟୁ !

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO), ମିଳିତ ଜାତିସଂଘର ଶିଶୁ ପାଣ୍ଠି (ୟୁନିସେଫ) ଏବଂ ସେମାନଙ୍କର ସହଯୋଗୀ ସଂଗଠନ ଗର୍ଭବତୀ ମହିଳାଙ୍କୁ ନେଇ ଏହି ଚେତାବନୀ ଜାରି କରିଛନ୍ତି । କରୋନା ଅବଧିରେ ଗର୍ଭବତୀ ମହିଳାମାନଙ୍କ ପାଇଁ ବିପଦ ବୃଦ୍ଧି ପାଇଛି । WHO ଅନୁଯାୟୀ, ଯଦି କରୋନା ବୃଦ୍ଧି ହୁଏ, ତେବେ ଏହା ଗର୍ଭବତୀ ମହିଳାଙ୍କ ଉପରେ ବହୁତ ଖରାପ ପ୍ରଭାବ ପକାଇବ । ଏହି ପରିସ୍ଥିତିରେ ମହିଳାମାନେ ପ୍ରତି ୧୬ସେକେଣ୍ଡରେ ଏକ ମୃତ ଶିଶୁକୁ ଜନ୍ମ ଦେବେ ଏବଂ ‘ଷ୍ଟିଲବାର୍ଥ’ର ମାମଲା ୨୦ଲକ୍ଷରୁ ଅଧିକ ହେବ । ରିପୋର୍ଟ ଅନୁଯାୟୀ ବିକାଶଶୀଳ ଦେଶମାନଙ୍କରେ ଏଭଳି ମାମଲା ଅଧିକ ଦେଖାଯିବ ।

ଗୁରୁବାର ଦିନ ଡବ୍ଲୁଏଚଓ ଏକ ରିପୋର୍ଟ ପ୍ରକାଶ କରିଛି, ଯେଉଁଥିରେ କୁହାଯାଇଛି କି ପ୍ରତିବର୍ଷ ସର୍ବାଧିକ ବିକାଶଶୀଳ ଦେଶମାନଙ୍କରେ ‘ଷ୍ଟିଲବାର୍ଥ’ର ମାମଲା ସବୁଠାରୁ ଅଧିକ ଆସିଥାଏ । ଷ୍ଟିଲବାର୍ଥ (ମୃତ ଜନ୍ମ) ସମସ୍ୟା ଏହି ଦେଶରେ ୨୦ଲକ୍ଷରୁ ଅଧିକରେ ହୋଇଥାଏ । କହିଦଉଛୁ, ଗର୍ଭଧାରଣର ୨୮ ସପ୍ତାହ ପରେ, ଯଦି ଶିଶୁଟିର ମୃତ୍ୟୁ ପ୍ରସବ ସମୟରେ ହୋଇଯାଏ କିମ୍ବା ଯଦି କୌଣସି ମୃତ ଶିଶୁ ଜନ୍ମ ହୁଏ ତେବେ ଏହାକୁ ‘ଷ୍ଟିଲବାର୍ଥ’ କୁହାଯାଏ ।

ହେନେରିଟା ଫୋର (ୟୁନିସେଫର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ) କହିଛନ୍ତି ଯେ, “ପ୍ରତି ୧୬ସେକେଣ୍ଡରେ ଜଣେ ମାତା ଷ୍ଟିଲବାର୍ଥର ପୀଡା ସହିବେ ।” ତାଙ୍କ କହିବାନୁସାରେ, ଏହିପରି ମାମଲାକୁ ନିୟନ୍ତ୍ରଣ ଉତ୍ତମ ପ୍ରକ୍ରିୟା, ପ୍ରସବ ପୂର୍ବରୁ ଭଲ ଯତ୍ନ ଏବଂ ସୁରକ୍ଷିତ ପ୍ରସବ ପାଇଁ ବୃତ୍ତିଗତ ଡାକ୍ତରଙ୍କ ସାହାଯ୍ୟ ଦ୍ଵାରା ଲଗାଯାଇପାରେ ।

* ମହାମାରୀ ଯୋଗୁଁ ପରିସ୍ଥିତି ଅଧିକ ଖରାପ ହେବ

ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ କୋଭିଡ-୧୯ ମହାମାରୀ ଦ୍ଵାରା ବିଶ୍ୱସ୍ତରୀୟ ତଥ୍ୟ ବୃଦ୍ଧି ପାଇପାରେ ।  ରିପୋର୍ଟ ଅନୁଯାୟୀ, ୫୦ ପ୍ରତିଶତ ପର୍ଯ୍ୟନ୍ତ ସେବାଗୁଡିକ ସଂକ୍ରମଣ ହେତୁ କମ୍ ହୋଇଯାଇଛି, ଯାହା ଦ୍ଵାରା ୨୦୨୧ ମସିହାରେ ୧୧୭ଟି ବିକାଶଶୀଳ ଦେଶରେ ୨,୦୦,୦୦୦ରୁ ଅଧିକ ‘ଷ୍ଟିଲବାର୍ଥ’ ହେବାର ସମ୍ଭାବନା ଅଛି । WHO କହିଛି ଯେ ପ୍ରସବ ସମୟରେ ‘ଷ୍ଟିଲବାର୍ଥ’ର ମାମଲା ୪୦ ପ୍ରତିଶତରୁ ଅଧିକ ଅଟେ । ଏହିପରି ମାମଲାକୁ ରୋକିବା ପାଇଁ ମହିଳାମାନଙ୍କୁ କୁଶଳୀ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସହାୟତାରେ ସୁରକ୍ଷିତ ପ୍ରସବ କରିବାକୁ ପଡିବ ।

‘ଷ୍ଟିଲବାର୍ଥ’ର ପ୍ରାୟ ଅର୍ଦ୍ଧେକ ମାମଲା ଉପ-ସାହାରା ଆଫ୍ରିକା ଏବଂ ମଧ୍ୟ ଏସିଆରେ ପ୍ରସବ ସମୟର ଅଟେ । ଏଥି ସହିତ ଏହାର ୬ପ୍ରତିଶତ ମାମଲା ୟୁରୋପ , ଉତ୍ତର ଆମେରିକା , ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡରେ ଦେଖାଯାଇଛି । WHO ଅନୁଯାୟୀ, ବିକଶିତ ଦେଶମାନଙ୍କରେ ଅନୁସୂଚିତ ଜାତିମାନଙ୍କ ମଧ୍ୟରେ ‘ଷ୍ଟିଲବାର୍ଥ’ର ମାମଲା ଅଧିକ ହୋଇଥାଏ । ଉଦାହରଣ ଭାବରେ କାନାଡାକୁ ନେଇଯାଆନ୍ତୁ । ସେଠାରେ ଇନ୍ୟୁଟ ସମ୍ପ୍ରଦାୟର ମହିଳାମାନଙ୍କ ମଧ୍ୟରେ ସମଗ୍ର ଦେଶର ମହିଳାଙ୍କ ତୁଳନାରେ ‘ଷ୍ଟିଲବାର୍ଥ’ର ମାମଲା ତିନି ଗୁଣ ଅଧିକ ଅଟେ ।

Be the first to comment

Leave a Reply

Your email address will not be published.


*