ଗୋଟିଏ ଓଳି ଖାଇଲେ ଆଉ ଗୋଟିଏ ଓଳି ମ୍ୟାଗି ଖାଇ ଗୁଜାରଣ ମେଣ୍ଟଉଥିଲେ ! ଆଜି ଭାରତର ଜଣେ ସଫଳ ଅଲ୍-ରାଉଣ୍ଡର୍ ଅଟନ୍ତି… ଏହି ଖେଳାଳି !

ଗୋଟିଏ ଓଳି ଖାଇଲେ ଆଉ ଗୋଟିଏ ଓଳି ମ୍ୟାଗି ଖାଇ ଗୁଜାରଣ ମେଣ୍ଟଉଥିଲେ ! ଖେଳିବା ପାଇଁ କିଟ୍ ମଧ୍ୟ ନଥିଲା, ଆଜି ଭାରତର ଜଣେ ସଫଳ ଅଲ୍-ରାଉଣ୍ଡର୍ ଅଟନ୍ତି… ଏହି ଖେଳାଳି !

ଆଜି ଆମେ ଏହି ଅନୁଛେଦରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିଷୟରେ ସମ୍ୟକ ସୂଚନା ଦେଉଛୁ । ଭାରତୀୟ କ୍ରିକେଟ ଦଳର ଅଲ୍-ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା କିଛି ବର୍ଷ ମଧ୍ୟରେ ଏକ ଭଲ ସ୍ଥାନ ହାସଲ କରିପାରିଛନ୍ତି । ସେ ତାଙ୍କର ସର୍ବୋତ୍ତମ ଖେଳ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ବିଶେଷ କରି ତାଙ୍କର ବ୍ୟାଟିଂରେ ଲୋକମାନେ ପାଗଳ ଅଟନ୍ତି । ତାଙ୍କ ବ୍ୟାଟରୁ ବାହାରୁ ଥିବା ଆକାଶ ଛୁଆଁ ଛଅ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ରୋମାଞ୍ଚକର ଦୃଶ୍ୟ ସାଜିଛି । ଆପଣଙ୍କୁ ଜଣାଇ ଦେଉଛୁ ଯେ, ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲରେ ଏମଆଇ (MI) ସପକ୍ଷରେ ଖେଳୁଛନ୍ତି ଏବଂ ସେ ଅନେକ ଥର ନିଜର ସାମର୍ଥ୍ୟ ମାଧ୍ୟମରେ ମୁମ୍ବାଇର ହୃଦୟକୁ ଜିତିଛନ୍ତି । ବର୍ତ୍ତମାନ ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ଯେଉଁ ସଫଳତାର ପାହାଚରେ ପହଞ୍ଚିଛନ୍ତି, ସେଥିପାଇଁ ତାଙ୍କୁ ତାଙ୍କ ଜୀବନରେ ବହୁତ ସଂଘର୍ଷ କରିବାକୁ ପଡିଛି । ଅନେକ କଠିନ ପରିସ୍ଥିତିକୁ ଅତିକ୍ରମ କରି ତାଙ୍କୁ ଏହି ସଫଳତା ମିଳିଅଛି । ଏକ ସମୟ ଥିଲା ଯେତେବେଳେ ତାଙ୍କ ପାଖରେ ଖାଇବା ପାଇଁ ଟଙ୍କା ମଧ୍ୟ ନଥିଲା । ସେ ମ୍ୟାଗି ଖାଇ ନିଜର ଗୁଜୁରାଣ ମେଣ୍ଟଉଥିଲେ । ତାଙ୍କ ସଂଘର୍ଷମୟ କାହାଣୀ ପ୍ରତ୍ୟେକ ଯୁବକମାନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ଭାବରେ ଉତ୍ସାହିତ କରିବ ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପିଲାଦିନ ଦାରିଦ୍ର୍ୟତା ମଧ୍ୟରେ ଅତିବାହିତ ହୋଇଥିଲା :-

ହାର୍ଦ୍ଦିକ ପାଣ୍ଡ୍ୟା ୧୧ ଅକ୍ଟୋବର ୧୯୯୩ ମସିହାରେ ଗୁଜୁରାଟ ରାଜ୍ୟର, ସୁରଟ ନିକଟସ୍ଥ ଚୌରାସିଆ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ । ସେ ଏକ ସାଧାରଣ ପରିବାରର ଅଟନ୍ତି । ତାଙ୍କ ପିତାଙ୍କ ନାମ ହିମାଂଶୁ ପାଣ୍ଡ୍ୟା ଏବଂ ମାତାଙ୍କ ନାମ ନଳିନୀ ପାଣ୍ଡ୍ୟା ଅଟେ । ଆପଣଙ୍କୁ ଜଣାଇ ରଖୁଛୁ ଯେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପିତା ହିମାଂଶୁ ପାଣ୍ଡ୍ୟା ବର୍ତ୍ତମାନ ସୁଦ୍ଧା କ୍ରିକେଟ ପ୍ରତି ବହୁତ ଆଗ୍ରହୀ ଅଟନ୍ତି । ଏହି କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ମଧ୍ୟ କ୍ରିକେଟ ପ୍ରତି ଆଗ୍ରହ କ୍ରମାଗତ ଭାବରେ ବଢିବାକୁ ଲାଗିଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ଅନେକ ସମୟରେ ତାଙ୍କ ପିତାଙ୍କ ସହ ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମକୁ ଯାଉଥିଲେ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପିତାଙ୍କର ସୁରଟରେ ଏକ ଛୋଟ ବ୍ୟବସାୟ ଥିଲା କିନ୍ତୁ ପରେ ତାଙ୍କ ବ୍ୟବସାୟ ବନ୍ଦ ହୋଇଯାଇଥିଲା, ଯେଉଁଥି କାରଣରୁ ତାଙ୍କର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ ହୋଇ ଯାଇଥିଲା । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପିଲାଦିନ ଅତ୍ୟଧିକ ଦାରିଦ୍ର୍ୟତାରେ ଅତିବାହିତ ହୋଇଥିଲା ।

ଶିକ୍ଷା ପ୍ରତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଗ୍ରହ ବହୁତ କମ ଥିଲା । କ୍ରିକେଟରେ କ୍ୟାରିୟର ଗଢିବା ତାଙ୍କର ତାଙ୍କର ସ୍ୱପ୍ନ ଥିଲା, ଯେଉଁଥିପାଇଁ ସେ ଅଧ୍ୟୟନ ଅପେକ୍ଷା କ୍ରିକେଟକୁ ଅଧିକ ଗୁରୁତ୍ଵ ଦେଉଥିଲେ ଏପରିକି ପାଠ ପଢା ମଧ୍ୟ ଛାଡିଦେଇଥିଲେ । ପରିବାରର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା କିନ୍ତୁ ତାଙ୍କ ପିତା କ୍ରିକେଟ ପ୍ରତି ଅଧିକ ଆଗ୍ରହୀ ଥିଲେ । ସେ ନିଜ ପିଲାମାନଙ୍କୁ କ୍ରିକେଟର୍ ରୂପେ ଦେଖାଇବା ପାଇଁ ଚାହୁଁଥିଲେ । ଏହି କାରଣରୁ ସେ ତାଙ୍କ ପରିବାର ସହିତ ଭଡୋଦରାକୁ ଆସି ଏକ ଭଡା ଘରେ ରହିବାକୁ ଲାଗିଥିଲେ । ଯଦିଓ ତାଙ୍କର ଆର୍ଥିକ ଅବସ୍ଥା ଦୁର୍ବଳ ଥିଲା, କୌଣସି ପ୍ରକାରେ ପିତା ତାଙ୍କ ପିଲାମାନଙ୍କୁ କିରଣ ମୋରେଙ୍କ ଏକାଡେମୀରେ ନାମ ଲେଖାଇଥିଲେ । କିରଣ ମୋରେ ମଧ୍ୟ ବହୁତ ବଡ଼ ସହଯୋଗ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ପ୍ରାୟତଃ ୩ ବର୍ଷ ଧରି ତାଙ୍କ ଏକାଡେମୀରେ କ୍ରିକେଟ ବିଷୟରେ ଶିକ୍ଷା ଲାଭ କରିଥିଲେ ।

ମ୍ୟାଗି ଖାଇ କାମ ଚଳାଉଥିଲେ :-

ଆପଣଙ୍କୁ କହିରଖୁଛୁ ଯେ, ଆର୍ଥିକ ସମସ୍ୟା ଯୋଗୁଁ ହାର୍ଦ୍ଦିକ ପାଣ୍ଡ୍ୟା ଯେତେବେଳେ ଗ୍ରାଉଣ୍ଡରେ ଅଭ୍ୟାସ କରୁଥିଲେ; ସେହି ସମୟରେ ମ୍ୟାଗି ଖାଇ ଭୋକ ମେଣ୍ଟଉଥିଲେ । ହର୍ଦ୍ଧିକ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ବାପା ଦେଇଥିବା ଟଙ୍କାରୁ କିଛି ସଞ୍ଚୟ କରି କ୍ରିକେଟ କିଟ୍ କିଣିବାକୁ ଚାହୁଁଥିଲେ । ଖବର ଅନୁଯାୟୀ, ଏଭଳି କୁହାଯାଏ ଯେ ସୟଦ ମୁଶତାକ ଅଲି ଟ୍ରଫି ୨୦୧୪ ମସିହାରେ ହାର୍ଦ୍ଦିକଙ୍କର ନିଜସ୍ୱ ବ୍ୟାଟ୍ ନଥିଲା କିନ୍ତୁ ତାଙ୍କର ମହାନ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଭାରତୀୟ ଦ୍ରୁତ ବୋଲର୍ ଇରଫାନ୍ ପଠାନ ତାଙ୍କୁ ଦୁଇଟି ବ୍ୟାଟ୍ ଉପହାର ସ୍ୱରୂପ ଦେଇଥିଲେ ।

ହାର୍ଦ୍ଦିକ ପାଣ୍ଡ୍ୟା ଆରମ୍ଭରେ ସ୍ପିନ ବୋଲିଂ କରୁଥିଲେ କିନ୍ତୁ ପରେ ସେ ସ୍ପିନ ବୋଲିଂ ବ୍ୟତୀତ ଦ୍ରୁତ ବୋଲିଂକୁ ଧ୍ୟାନ ଦେବା ସହିତ ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ କରିଥିଲେ । ୨୦୧୩ ମସିହାରେ ତାଙ୍କର ସର୍ବୋତ୍ତମ ପ୍ରଦର୍ଶନକୁ ଦୃଷ୍ଟି ରଖି ତାଙ୍କୁ ବଡୋଦା ଦଳରେ ଅନ୍ତର୍ଭୁକ୍ତ କରାଯାଇଥିଲା । ୨୦୧୩-୧୪ ସମୟରେ ସୟଦ ମୁଶତାକ ଅଲି ଟ୍ରଫିରେ ହାର୍ଦ୍ଦିକ ପାଣ୍ଡ୍ୟା ଚମତ୍କାର ପ୍ରଦର୍ଶନ କରିଥିଲେ । ଏହି କାରଣରୁ ସମସ୍ତ ଲୋକଙ୍କର ଦୃଷ୍ଟି ତାଙ୍କ ଉପରେ ପଡିଥିଲା । ସେହି ସମୟ ମଧ୍ୟରେ ସେ ଏକ ମ୍ୟାଚରେ ମୁମ୍ବାଇ ବିପକ୍ଷରେ ୫୭ ବଲରେ ୮୨ ରନ୍ କରିଥିଲେ । ଏହି ମ୍ୟାଚରେ ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇର କୋଚ୍ ଜନ୍ ରାଇଟଙ୍କ ଦୃଷ୍ଟି ତାଙ୍କ ଉପରେ ପଡିଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ନିଜର ସର୍ବୋତ୍ତମ ପ୍ରଦର୍ଶନ ମାଧ୍ୟମରେ ଜନ୍ ରାଇଟଙ୍କ ହୃଦୟ ଜିତିଥିଲେ ।

IPLରେ ଆତଙ୍କ ସୃଷ୍ଟି କରିଥିଲେ :-

ମୁମ୍ବାଇ ଇଣ୍ଡିଆନ୍ସର କୋଚ୍ ଜନ୍ ରାଇଟଙ୍କର ଦୃଷ୍ଟି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ପଡିଥିଲା ଏବଂ ସେ ୧୦ ଲକ୍ଷ ଟଙ୍କା ମୁଲ୍ୟରେ ଆଇପିଏଲ ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ କିଣି ନେଇଥିଲେ, ଏହାପରେ ହାର୍ଦ୍ଦିକ ପଛକୁ ଫେରି ଚାହିଁ ନଥିଲେ । ଚୟନକର୍ତ୍ତାମାନଙ୍କୁ ମଧ୍ୟ ସେ ନିରାଶ ହେବାକୁ ଦେଇନାହାଁନ୍ତି । ସର୍ବପ୍ରଥମେ ସେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ୮ଟି ବଲରେ ୨୧ ରନ୍ କରିଥିଲେ, ପରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସକୁ ରକ୍ଷା କରିଥିଲେ । ସେ ୩୧ ବଲ୍ ଇନିଂସରେ ୬୧ ରନ୍ କରିଥିଲେ । ଆପଣଙ୍କୁ କହିରଖୁଛୁ ଯେ ତାଙ୍କର ମହାନ ପ୍ରଦର୍ଶନ ଯୋଗୁଁ ସେ ଆଇପିଏଲରେ ୨ରେ ମ୍ୟାନ୍ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ ।

୨୦୧୬ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଦଳରେ ଅନ୍ତର୍ଭୁକ୍ତ ହୋଇଥିଲେ । ୨୬ ଜାନୁଆରୀ ୨୦୧୬ ମସିହାରେ, ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ନିଜର ଉତ୍କୃଷ୍ଟ ବ୍ୟାଟିଂ ଏବଂ ବୋଲିଂ ମାଧ୍ୟମରେ ସେ ଦଳରେ ନିଜ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ସରକ୍ଷିଂତ କରିପାରିଥିଲେ । ବର୍ତ୍ତମାନ ସେ ଭାରତୀୟ ଦଳରେ ଜଣେ ଅଲ୍-ରାଉଣ୍ଡର୍ ଭାବରେ ଖେଳୁଛନ୍ତି ।

Be the first to comment

Leave a Reply

Your email address will not be published.


*